ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ

The Sakala Picture
Published On

ସ୍ୱାଧୀନତା ପ୍ରାପ୍ତିଠାରୁ ଏଯାବତ୍‌‌ ୧୫ ଜଣ ନେତା ବିଭିନ୍ନ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରି ଶାସନ କଳକୁ ନିୟନ୍ତ୍ରିତ କରିଆସିଛନ୍ତି। ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ବଡଲାଟ୍‌‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ୍‌‌ଜିକ୍ୟୁଟିଭ କାଉନ୍‌‌ସିଲରେ କଂଗ୍ରେସ, ମୁସଲିମ୍‌‌ ଲିଗ୍‌‌ ସମେତ ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ ଥିଲା। ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନ ହେଲା ଏବଂ ସେହି ମଧ୍ୟରାତ୍ରିରେ ବଡ଼ଲାଟ ଲର୍ଡ ମାଉଣ୍ଟବ୍ୟାଟେନ୍‌‌ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ […]

ସ୍ୱାଧୀନତା ପ୍ରାପ୍ତିଠାରୁ ଏଯାବତ୍‌‌ ୧୫ ଜଣ ନେତା ବିଭିନ୍ନ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରି ଶାସନ କଳକୁ ନିୟନ୍ତ୍ରିତ କରିଆସିଛନ୍ତି। ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ବଡଲାଟ୍‌‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ୍‌‌ଜିକ୍ୟୁଟିଭ କାଉନ୍‌‌ସିଲରେ କଂଗ୍ରେସ, ମୁସଲିମ୍‌‌ ଲିଗ୍‌‌ ସମେତ ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ ଥିଲା। ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନ ହେଲା ଏବଂ ସେହି ମଧ୍ୟରାତ୍ରିରେ ବଡ଼ଲାଟ ଲର୍ଡ ମାଉଣ୍ଟବ୍ୟାଟେନ୍‌‌ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ସମ୍ବିଧାନ ଲାଗୁ ହେବାପରେ ନେହେରୁ ୧୯୫୨, ୧୯୫୭ ଓ ୧୯୬୨ର ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଫୁଲପୁର ଆସନରୁ ବିଜୟୀ ହୋଇଆସୁଥିଲେ। ପ୍ରଧାନମନ୍ତ୍ରୀ ଥିବା ସମୟରେ ନେହେରୁଙ୍କର ୧୯୬୪ ମଇ ୨୭ ତାରିଖରେ ଦେହାନ୍ତ ହୋଇଥିଲା। ମୋଟାମୋଟି ଭାବେ ସ୍ୱାଧୀନ ଭାରତରେ ପଣ୍ଡିତ ନେହେରୁ ୧୬ ବର୍ଷ ୨୮୬ ଦିନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ନେହେରୁଙ୍କ ମୃତ୍ୟୁ ପରେ ବରିଷ୍ଠ କଂଗ୍ରେସ ନେତା ଗୁଲଜାରୀଲାଲ୍‌‌ ନନ୍ଦା ୧୯୬୪ ଜୁନ୍‌‌ ୯ ତାରିଖ ପର୍ଯ୍ୟନ୍ତ କାମଚଳା ପ୍ରଧାନମନ୍ତ୍ରୀ ଭାବେ ମାତ୍ର ୧୩ ଦିନ ପାଇଁ ଶାସନଡୋରି ସମ୍ଭାଳି ଥିଲେ। ଲାଲ୍‌‌ ବାହାଦୂର ଶାସ୍ତ୍ରୀ ୧୯୬୪ ଜୁନ୍‌‌ ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ସବୁଠାରୁ ଲୋକପ୍ରିୟ, ସ୍ୱଚ୍ଛ, ନିର୍ଭୀକ ଓ ଦରଦୀ ପ୍ରଧାନମନ୍ତ୍ରୀ ଭାବେ ଏବେ ବି ଶାସ୍ତ୍ରୀଜୀ ଜନମାନସରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୬୬ ଜାନୁଆରୀ ୧୧ ତାରିଖରେ ସୋଭିଏତ୍‌‌ ରୁଷ୍‌‌ର ତାସକେଣ୍ଟଠାରେ ସନ୍ଦେହଜନକ ବାତାବରଣରେ ଶାସ୍ତ୍ରୀଜୀଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ପରେ ପୁଣି ଗୁଲ୍‌‌ଜାରୀଲାଲ୍‌‌ ନନ୍ଦାଙ୍କୁ ଆଉ ୧୩ ଦିନ ପାଇଁ କାମଚଳା ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିଥିଲା। ସମ୍ପ୍ରତି ଅନେକ ନେତାଙ୍କ ପାଇଁ ରାଜନୀତି ଏକ ଲାଭଜନକ ବ୍ୟବସାୟ ଏବଂ ଧନ ଓ କ୍ଷମତା ଅର୍ଜନର କେନ୍ଦ୍ର ହୋଇଥିବାବେଳେ ଲାଲ ବାହାଦୂର ଶାସ୍ତ୍ରୀ ଓ ଗୁଲଜାରୀଲାଲ୍‌‌ ନନ୍ଦାଙ୍କ ଭଳି ସଂଗ୍ରାମୀ, ତ୍ୟାଗୀ, ସ୍ୱଚ୍ଛ ଓ ଦେଶପ୍ରେମୀମାନେ କିନ୍ତୁ ରାଜନୀତିକୁ ସେବାର କ୍ଷେତ୍ର ଭାବେ ଗ୍ରହଣ କରିଥିଲେ।

୧୯୬୬ ଜାନୁଆରୀ ୨୪ ତାରିଖ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେତେବେଳେ ସେ ଉତ୍ତର ପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଥିଲେ। ପରେ ୧୯୬୭ ଓ ୧୯୭୧ରେ ଇନ୍ଦିରା ଉତ୍ତର ପ୍ରଦେଶର ରାଏବରେଲି ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇ ୧୯୭୭ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ। ପୂର୍ବରୁ ରାଏବରେଲି ଆସନରୁ ଇନ୍ଦିରାଙ୍କ ସ୍ୱାମୀ ଫିରୋଜ୍‌‌ ଗାନ୍ଧୀ ନେହେରୁଙ୍କ ସମୟରେ ଲୋକସଭାକୁ ନିର୍ବାଚିତ ହୋଇ ଆସୁଥିଲେ ଏବଂ ଏହି ଆସନର ସାଂସଦ ଥିବାବେଳେ ତାଙ୍କର ଦେହାନ୍ତ ହୋଇଥିଲା। ଉଲ୍ଲେଖନୀୟ ଯେ ରାଏବରେଲିରୁ ଇନ୍ଦିରାଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ୧୯୭୫ ଜୁନ୍‌‌ ୧୨ ତାରିଖରେ ଅସିଦ୍ଧ ଘୋଷଣା କରିଥିଲେ ଏବଂ ପରେ ତାହା ସୁପ୍ରିମ୍‌‌କୋର୍ଟରେ କାଟ୍‌‌ ଖାଇ ଯାଇଥିଲା। ସେହି ମାସରେ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଜାରି କରାଯିବା ସଙ୍ଗେ ସଙ୍ଗେ ବିରୋଧୀ ଦଳର ପ୍ରାୟ ସବୁ ନେତାଙ୍କୁ ଜେଲ୍‌‌ରେ ଭର୍ତ୍ତି କରାଯାଇଥିଲା। ଇନ୍ଦିରାଙ୍କ ଶାସନ ସମୟରେ ଲୋକସଭାର କାର୍ଯ୍ୟକାଳ ୧୯୭୬ ମସିହାରେ ଶେଷ ହେବାକୁ ଥିବା ବେଳେ ତାହାକୁ ବର୍ଷେ ମଧ୍ୟ ବଢ଼଼ାଇ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଇନ୍ଦିରା ଗାନ୍ଧୀ ୧୧ ବର୍ଷ ୫୯ ଦିନ ଦେଶର ପ୍ରଧାନମନ୍ତ୍ରୀ ଥିଲେ।

ପ୍ରାୟ ୩୦ ବର୍ଷର କଂଗ୍ରେସ ଶାସନର ଅନ୍ତ ଘଟାଇ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଦିଗ୍‌‌ଦର୍ଶନରେ ଗଠିତ ହୋଇଥିବା ଜନତା ପାର୍ଟି ୧୯୭୭ ମସିହାରେ କେନ୍ଦ୍ରରେ ସରକାର ଗଢ଼ିଲା। ମୋରାରଜୀ ଭାଇ ଦେଶାଇ ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ୧୯୭୭ ମାର୍ଚ୍ଚ ୨୪ରେ ଦାୟିତ୍ୱ ଗ୍ରହଣ କରି ୨ ବର୍ଷ ୧୨୬ ଦିନ ଦେଶର ଶାସନ ଡୋରି ସମ୍ଭାଳିଥିଲେ। ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ତାଙ୍କ ସରକାରର ସ୍ୱରାଷ୍ଟ୍ର ମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଉଦ୍ୟମ ସଫଳ ହେଲା ଏବଂ ଜନତା ପାର୍ଟିରୁ ବିଚ୍ଛିନ୍ନ ହୋଇ ଚରଣ ସିଂହ ଧର୍ମନିରପେକ୍ଷ ଜନତା ଦଳ ଗଢ଼ି କଂଗ୍ରେସ ସହାୟତାରେ ୧୯୭୯ ଜୁଲାଇ ୨୮ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ହେଲେ। କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିନେଇ ଚରଣ ସିଂହ ସରକାରକୁ ମଝି ଦରିଆରେ ଡୁବାଇ ଦେଲା। ୧୯୮୦ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ୧୭୦ ଦିନ ଧରି ଚରଣ ସିଂହ ଦେଶର ପ୍ରଧାନମନ୍ତ୍ରୀ ରହି ତାଙ୍କ ଜୀବନର ଶେଷ ଅଭିଳାଷ ପୂରଣ କରିଥିଲେ। ସେତେବେଳେ ମୋରାରଜୀ ଭାଇ ଗୁଜରାଟର ସୁରଟ ଓ ଚରଣ ସିଂହ ଉତ୍ତରପ୍ରଦେଶର ବାଘପାତ୍‌‌ ଲୋକସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ।
ଦ୍ୱିତୀୟ ପାଳିରେ କଂଗ୍ରେସ ନେତ୍ରୀ ଇନ୍ଦିରା ଗାନ୍ଧୀ ପୁଣି ୧୯୮୦ ଜାନୁଆରୀ ୧୪ ତାରିଖରୁ ଭାରତର ପ୍ରଧାନମନ୍ତ୍ରୀ ହେଲେ। ସେତେବେଳେ ସେ ଆନ୍ଧ୍ରପ୍ରଦେଶ ମେଡାକ୍‌‌ର ସାଂସଦ ଥିଲେ। ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ୧୯୮୪ ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରେ ଇନ୍ଦିରା ତାଙ୍କ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିଲେ। ଏହି ପାଳିରେ ଇନ୍ଦିରାଙ୍କ ଶାସନ ଅବଧି ଥିଲା ୪ ବର୍ଷ ୨୯୧ ଦିନ।

ଉତ୍ତରପ୍ରଦେଶର ଆମେଥି ସାଂସଦ ଥିବା ତାଙ୍କ ପୁଅ ରାଜୀବ ଗାନ୍ଧୀ ଇନ୍ଦିରାଙ୍କ ନିଧନ ପରେ ଦେଶର ପ୍ରଧାନମନ୍ତ୍ରୀ ହେଲେ। ୧୯୮୪ ଡିସେମ୍ବର ମାସରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ରାଜୀବଙ୍କ ନେତୃତ୍ୱରେ କଂଗ୍ରେସ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ରାଜୀବ ଗାନ୍ଧୀ ୧୯୮୯ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ୫ ବର୍ଷ ୩୨ ଦିନ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।

ରାଜୀବ ଗାନ୍ଧୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ବିଶ୍ୱନାଥ ପ୍ରତାପ ସିଂହ କଂଗ୍ରେସ ଦଳ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବ୍ୟାପକ ଅଭିଯାନ ଚଳାଇଲେ। ଫଳସ୍ୱରୂପ ତାଙ୍କ ନେତୃତ୍ୱରେ ୧୯୮୯ ଡିସେମ୍ବର ୨ ତାରିଖରେ କେନ୍ଦ୍ରରେ ଜନତା ଦଳ ସରକାର ଗଠିତ ହେଲା। ଜନତା ଦଳ ସେତେବେଳେ ଜାତୀୟ ଫ୍ରଣ୍ଟର ପ୍ରମୁଖ ଅଂଶୀଦାର ଥିଲା। ତେବେ ମାତ୍ର ୩୪୩ ଦିନର ପ୍ରଧାନମନ୍ତ୍ରିତ୍ୱ ପରେ ଭି.ପି ସିଂହ ୧୯୯୦ ନଭେମ୍ବର ୧୦ ତାରିଖରେ ପଦତ୍ୟାଗ କଲେ। ସେତେବେଳେ ସେ ଉତ୍ତର ପ୍ରଦେଶର ଫତେପୁରର ସାଂସଦ ଥିଲେ।

ଭି.ପି ସିଂହଙ୍କ ପରେ ସମାଜବାଦୀ ଜନତା ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ବାଲିଆର ଲୋକସଭା ସାଂସଦ ଚନ୍ଦ୍ରଶେଖର କଂଗ୍ରେସ ସହଯୋଗରେ ୧୯୯୦ ନଭେମ୍ବର ୧୦ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ହେଲେ। ପୁଣି କଂଗ୍ରେସ୍‌‌ ସମର୍ଥନ ପ୍ରତ୍ୟାହାର କରିନେବାରୁ ମାତ୍ର ୨୨୩ ଦିନ ପାଇଁ ଦେଶ ଶାସନ କରିବାର ସୌଭାଗ୍ୟ ପାଇଥିବା ଚନ୍ଦ୍ରଶେଖର ୧୯୯୧ ଜୁନ୍‌‌ ୨୧ ତାରିଖରେ କ୍ଷମତାରୁ ବିଦା ହୋଇଥିଲେ।

୧୯୯୧ ଜୁନ୍‌‌ ୨୧ ତାରିଖରେ ଦିଲ୍ଲୀରେ ପୁଣି କଂଗ୍ରେସ ସରକାର ଗଢ଼ିଲା। ପ୍ରଥମ ଥର ପାଇଁ ନେହେରୁ-ଇନ୍ଦିରା ପରିବାର ବାହାରର ଜଣେ ନେତା ଆନ୍ଧ୍ରପ୍ରଦେଶ ନନ୍ଦିଆଲ୍‌‌ର ସାଂସଦ ପି.ଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେଲେ। ପରେ ସେ ଓଡ଼ିଶାର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ବିଜୟୀ ହୋଇଥିଲେ। ନରସିଂହ ରାଓଙ୍କ ସରକାର ୧୯୯୬ ମେ’ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହି ସରକାରର ଅବଧି ଥିଲା ୪ ବର୍ଷ ୩୩୦ ଦିନ।

ପୁଣିଥରେ ୧୯୯୬ ମେ’ ୧୬ ତାରିଖରେ କେନ୍ଦ୍ରରେ ଅଣକଂଗ୍ରେସ ସରକାର ଗଠିତ ହେଲା। ଲକ୍ଷ୍ନୌର ସାଂସଦ ତଥା ଭାରତୀୟ ଜନତା ପାର୍ଟିର ନେତା ଅଟଳ ବିହାରୀ ବାଜପେୟୀ ଏହି ସରକାରର ନେତୃତ୍ୱ ନେଲେ। ୧୬ ଦିନ ଧରି ପ୍ରଧାନମନ୍ତ୍ରୀ ରହିବା ପରେ ବାଜପେୟୀ ଇସ୍ତଫା ଦେଇଥିଲେ। ତାଙ୍କ ପ୍ରଥମ ପାଳିର ପ୍ରଧାନମନ୍ତ୍ରିତ୍ୱ ୧୯୯୬ ଜୁନ୍‌‌ ପହିଲା ପର୍ଯ୍ୟନ୍ତ ଥିଲା। ତାଙ୍କ ପରେ ଜନତା ଦଳ ନେତା ଏଚ୍‌‌.ଡି ଦେବଗୌଡ଼ା ଦେଶର ପ୍ରଧାନମନ୍ତ୍ରୀ ହୋଇ ୧୯୯୭ ଏପ୍ରିଲ୍‌‌ ୨୧ ତାରିଖରେ ଇସ୍ତଫା ଦେଇଥିଲେ। ୩୨୪ ଦିନ ଧରି ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଦେବଗୌଡ଼ା ଥିଲେ କର୍ଣ୍ଣାଟକରୁ ନିର୍ବାଚିତ ରାଜ୍ୟସଭା ସଦସ୍ୟ। ତାଙ୍କ ଇସ୍ତଫା ପରେ ଜନତା ଦଳ ନେତା ଇନ୍ଦର କୁମାର ଗୁଜୁରାଲ୍‌‌ ୧୯୯୭ ଏପ୍ରିଲ୍‌‌ ୨୧ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ୧୯୯୮ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ। ଗୁଜୁରାଲ୍‌‌ଙ୍କ ସରକାର ୩୩୨ ଦିନ ପାଇଁ ଚାଲିଥିଲା।

ଏହାପରେ ପୁଣିଥରେ ଅଟଳ ବିହାରୀ ବାଜପେୟୀ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ୧୯୯୮ ମାର୍ଚ୍ଚ ୧୯ ତାରିଖରେ। ତାଙ୍କର ଏହି ଦ୍ୱିତୀୟ ପାଳି ସରକାର ୧୯୯୯ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପରେ ସେ ପୁଣି ତୃତୀୟ ବାର ଦେଶର ପ୍ରଧାନମନ୍ତ୍ରୀ ହୋଇ ୨୦୦୪ ମେ’ ୨୨ ତାରିଖ ପର୍ଯ୍ୟନ୍ତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌‌ଡିଏ) ନେତା ହିସାବରେ ଦେଶ ଶାସନ କରିଥିଲେ। ତିନୋଟି ପର୍ଯ୍ୟାୟରେ ବାଜପେୟୀ ୬ ବର୍ଷ ୮୦ ଦିନ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ ୟୁପିଏ ୨୦୦୪ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କଲା। ଏଥର ସୋନିଆ ପ୍ରଧାନମନ୍ତ୍ରୀ ନ ହୋଇ ମନମୋହନ ସିଂହଙ୍କୁ ସେହି ଆସନରେ ବସାଇଥିଲେ। ଦୁଇଟି ପାଳିରେ ମନମୋହନ ସିଂହ ୨୦୦୪ ମେ’ ୨୨ ତାରିଖରୁ ୨୦୧୪ ମେ’ ୨୬ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୦ ବର୍ଷ ଧରି ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେତେବେଳେ ମନମୋହନ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିଲେ।

୨୦୧୪ ନିର୍ବାଚନରେ ବିଜେପି ନେତୃତ୍ୱରେ ପରିଚାଳିତ ଏନ୍‌‌ଡିଏ ବହୁମତ ହାସଲା କଲା। ୨୦୧୪ ମେ’ ୨୬ ତାରିଖରେ ବିଜେପି ନେତା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଉଥରେ କେନ୍ଦ୍ରରେ ଅଣକଂଗ୍ରେସ ସରକାର ଗଠିତ ହେଲା। ଏହି ସରକାର ପୂରା ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ବିଜେପି ନେତୃତ୍ୱାଧୀନ ଏନ୍‌‌ଡିଏ ୨୦୧୯ର ସାଧାରଣ ନିର୍ବାଚନରେ ପୂର୍ଣ୍ଣ ବହୁମତ ହାସଲ କରିଥିବାରୁ ଦେଶ ଶାସନର ଚାବିକାଠି ମୋଦୀଙ୍କ ହାତରେ ଆଉ ୫ ବର୍ଷ ପାଇଁ ପଡ଼ିଛି। ଏବେ ୨୦୨୪ର ସାଧାରଣ ନିର୍ବାଚନରେ ଦେଶର ପ୍ରାୟ ୯୬କୋଟି ୮୮ଲକ୍ଷ ସଚେତନ ମତଦାତା ନିଷ୍ପତ୍ତି ନେବେ କେଉଁ ଦଳ, ମେଣ୍ଟ ଓ ନେତାଙ୍କ ହାତରେ ଦେଶର ଶାସନ ଡୋରି ଛାଡିବେ ବୋଲି। ୧୯୪୭ରୁ ଏଯାବତ୍‌‌ ସ୍ୱାଧୀନ ଭାରତରେ ନେହେରୁଙ୍କ ଠାରୁ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ଦେଶ ଶାସନ ଚଳାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳର ଏହା ହେଉଛି ସଂକ୍ଷିପ୍ତ ଇତିହାସ।

ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫

29 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର