ଋତୁସ୍ରାବ: ସମସ୍ୟା ନୁହେଁ, ସମ୍ମାନ!

The Sakala Picture
Published On

ଋତୁସ୍ରାବ ହେଉଛି ମହିଳାଙ୍କ ଜୀବନରେ ଏକ ପ୍ରମୁଖ ଶାରୀରିକ ପରିବର୍ତ୍ତନ। କିନ୍ତୁ ଜ୍ଞାନର ଅଭାବ, ଖରାପ ଅଭ୍ୟାସ, ସାମାଜିକ-ସାଂସ୍କୃତିକ ପ୍ରତିବନ୍ଧକ, ଅନ୍ୟାନ୍ୟ ଅପରିଷ୍କାର ପଦ୍ଧତି କିଶୋରୀମାନଙ୍କର ସ୍ୱାସ୍ଥ୍ୟ, ସମ୍ମାନ ଓ କଲ୍ୟାଣ ଉପରେ ପ୍ରଭାବ ପକାଏ। ବିଶ୍ୱବ୍ୟାପୀ ମହିଳା ଓ ବାଳିକାମାନଙ୍କ ସ୍ୱାସ୍ଥ୍ୟ, ସୁସ୍ଥତା ଓ ସଶକ୍ତୀକରଣ ପାଇଁ ଉତ୍ତମ ମାସିକ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସେମାନଙ୍କୁ ପୂର୍ଣ୍ଣ ସାମର୍ଥ୍ୟକୁ ପହଞ୍ଚାଇବାରେ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହରେ ସାହାଯ୍ୟ କରେ। ଏପରିକି ମିଳିତ ଜାତିସଂଘର ଚିରସ୍ଥାୟୀ […]

ଋତୁସ୍ରାବ ହେଉଛି ମହିଳାଙ୍କ ଜୀବନରେ ଏକ ପ୍ରମୁଖ ଶାରୀରିକ ପରିବର୍ତ୍ତନ। କିନ୍ତୁ ଜ୍ଞାନର ଅଭାବ, ଖରାପ ଅଭ୍ୟାସ, ସାମାଜିକ-ସାଂସ୍କୃତିକ ପ୍ରତିବନ୍ଧକ, ଅନ୍ୟାନ୍ୟ ଅପରିଷ୍କାର ପଦ୍ଧତି କିଶୋରୀମାନଙ୍କର ସ୍ୱାସ୍ଥ୍ୟ, ସମ୍ମାନ ଓ କଲ୍ୟାଣ ଉପରେ ପ୍ରଭାବ ପକାଏ। ବିଶ୍ୱବ୍ୟାପୀ ମହିଳା ଓ ବାଳିକାମାନଙ୍କ ସ୍ୱାସ୍ଥ୍ୟ, ସୁସ୍ଥତା ଓ ସଶକ୍ତୀକରଣ ପାଇଁ ଉତ୍ତମ ମାସିକ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସେମାନଙ୍କୁ ପୂର୍ଣ୍ଣ ସାମର୍ଥ୍ୟକୁ ପହଞ୍ଚାଇବାରେ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହରେ ସାହାଯ୍ୟ କରେ। ଏପରିକି ମିଳିତ ଜାତିସଂଘର ଚିରସ୍ଥାୟୀ ବିକାଶ ଲକ୍ଷ୍ୟରେ ମାସିକଧର୍ମ ସ୍ୱଚ୍ଛତା ମଧ୍ୟ ଅନ୍ତର୍ଭୁକ୍ତ। ସୁସ୍ଥ ଜୀବନ ଏବଂ ସମସ୍ତ ବୟସର ବାଳିକା ଓ ମହିଳାମାନଙ୍କର ସ୍ୱଚ୍ଛତା ଏହି ଲକ୍ଷ୍ୟରେ ଅନ୍ତର୍ଭୁକ୍ତ। ଏହା ଏକ ମାନବିକ ଅଧିକାର, ସମ୍ମାନ ଓ ସମାନତାର ବିଷୟ ଅଟେ।

ସିଆର୍ୱାଇ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଦ୍ୱାରା ଶିଶୁ ଅଧିକାର ପ୍ରସଙ୍ଗରେ ଏକ ସର୍ବେକ୍ଷଣ କରାଯାଇଥଲା, ଯେଉଁଥିରେ ଭାରତର କିଶୋରୀ ବାଳିକାମାନଙ୍କ ମଧ୍ୟରେ ଋତୁସ୍ରାବ ଏବଂ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ଓ ଜ୍ଞାନର ମୂଲ୍ୟାଙ୍କନ ହୋଇଥିଲା। ସେହି ସର୍ବେକ୍ଷଣରେ ଦେଶର ୩୮ଟି ଜିଲ୍ଲାରୁ ୧୦-୧୭ ବର୍ଷ ବୟସର ପ୍ରାୟ ୪୦୦୦ ବାଳିକା ଅଂଶଗ୍ରହଣ କରିଥିଲେ। ଏକ ବ୍ରିଟିଶ ଭେଷଜ ପତ୍ରିକାରେ ପ୍ରକାଶିତ ଉକ୍ତ ରିପୋର୍ଟର ତଥ୍ୟ ଅନୁଯାୟୀ, ଭାରତରେ ୭୪ ପ୍ରତିଶତ ବାଳିକା ଋତୁସ୍ରାବ ସମୟରେ ବିଦ୍ୟାଳୟକୁ ଯାଆନ୍ତି ନାହିଁ। ଆମ ଦେଶରେ ଶିକ୍ଷାର ଅଭାବ, ଅର୍ଥାଭାବ, ନ୍ୟୂନ ମାନସିକତା ବାଳିକାର ପୂର୍ଣ୍ଣବିକାଶରେ ଅନ୍ତରାୟ ସୃଷ୍ଟିକରେ। ପିଲାଦିନରୁ ସହନଶୀଳତା, ଯନ୍ତ୍ରଣାକୁ ଚାପି ରଖିବା ଓ ଭୟ ସହିତ ବଞ୍ଚିବାକୁ ଶିକ୍ଷା ପାଏ। କୌଣସି କିଶୋରୀ ଏ ବିଷୟରେ ଖୋଲା ଆଲୋଚନାକୁ ସମାଜ, ପରିବାରର ଲୋକ ଗ୍ରହଣ କରନ୍ତି ନାହିଁ। ନିରବତା ଓ ଲଜ୍ଜା ବାଳିକାମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ଅନେକ ପ୍ରଭାବ ପକାଏ। ପର୍ଯ୍ୟାପ୍ତ ଜ୍ଞାନ ଓ ଖବର ଅଭାବରୁ ଅନେକ ବାଳିକା ଓ ମହିଳାମାନଙ୍କର ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଯାଏ।

ସିଆର୍ୱାଇର ଅନ୍ୟତମ ସର୍ବେକ୍ଷଣରୁ ଜଣାଯାଇଛି ଯେ ଅନେକ ଯୁବତୀ ଏହା ଭଗବାନଙ୍କର ଅଭିଶାପ ବା କୌଣସି ରୋଗର କାରଣ ବୋଲି ମାନି ନିଅନ୍ତି। ୬୨ ଶତାଂଶ ବାଳିକା ଏହାକୁ ଏକ ସାମାଜିକ ଲଜ୍ଜା ପରିସ୍ଥିତି ବୋଲି ଦର୍ଶାଇଛନ୍ତି। ୪୫ ଶତକଡ଼ା ବାଳିକା ନିଜ ଘର ତିଆରି କପଡ଼ା ବ୍ୟବହାର କରନ୍ତି, କାରଣ ଦୋକାନରୁ ପ୍ୟାଡ୍ କିଣିବାରେ ଦ୍ୱନ୍ଦ୍ୱ କିମ୍ବା ଲଜ୍ଜା, ତାହା ସହିତ ପ୍ୟାଡ୍କୁ ବିସର୍ଜନ କରିବାରେ ଅସୁବିଧା ମଧ୍ୟ ଅନୁଭବ କରନ୍ତି। ଏହା ସହିତ ଭୁଲ୍ ତଥ୍ୟ, ଅଳ୍ପଜ୍ଞାନ ଓ ଅର୍ଥର ଅଭାବ ମଧ୍ୟ ମାସିକ ଋତୁସ୍ରାବ ଜନିତ ଅସୁସ୍ଥତାର ଅନ୍ୟତମ କାରଣ।

ଜର୍ମାନୀର ‘ୱାଶ ୟୁନାଇଟେଡ୍’ ନାମକ ଏକ ବେସରକାରୀ ସଂସ୍ଥା ୨୦୧୩ରେ ପ୍ରଥମେ ମାସିକ ଋତୁସ୍ରାବ ସ୍ୱଚ୍ଛତା ଓ ସଚେତନତାର ପ୍ରଚାର ଅଭିଯାନ ଆରମ୍ଭ କରିଥିଲା। ମେ ୨୮, ୨୦୧୪ରେ ମାସିକ ଋତୁସ୍ରାବ ଦିବସ ପ୍ରତିଷ୍ଠା ଔପଚାରିକ ଭାବରେ କରାଗଲା। ଋତୁସ୍ରାବର ହାରାହାରି ସମୟ ସୀମା ବ୍ୟବଧାନ ୨୮ ଦିନ ଅଟେ। ବିଶ୍ଵ ଋତୁସ୍ରାବ ଦିବସ ମହିଳାଙ୍କ କଲ୍ୟାଣ ଓ ସମ୍ମାନ ପାଇଁ ପାଳନ କରାଯାଉଛି। ଏହା ଏକ ବିଶ୍ୱସ୍ତରୀୟ ଅଭିଯାନ। ଏଥିରେ ବେସରକାରୀ ସଂସ୍ଥା, ସରକାର, ବ୍ୟକ୍ତିବିଶେଷ, ବିଭିନ୍ନ ସଂଗଠନ, ବ୍ୟବସାୟୀ ଏବଂ ଗଣମାଧ୍ୟମକୁ ସମ୍ମିଳିତ କରାଯାଏ। ଏହାର ମୁଖ୍ୟତଃ ଦୁଇଟି ଲକ୍ଷ୍ୟ ଅଛି। ପ୍ରଥମତଃ, ଏହା ଋତୁସ୍ରାବ ଉପରେ ଥିବା ସାମାଜିକ ଲଜ୍ଜା ବା ‘ଟାବୁ’କୁ ଭାଙ୍ଗିବା। ସମାଜରେ ଥିବା କଳଙ୍କ ଓ ଅନ୍ଧବିଶ୍ୱାସକୁ ବଦଳାଇ ଏକ ଆଦର୍ଶ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା। ଦ୍ୱିତୀୟତଃ, ଅନ୍ତର୍ଜାତୀୟ, ଜାତୀୟ ଓ ସ୍ଥାନୀୟ ଅଞ୍ଚଳରେ ଏହାର ପ୍ରାଥମିକତା ଏବଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା।

ଭାରତରେ ସୁପ୍ରିମକୋର୍ଟ ୨୦୨୨ ରେ ଏକକ ଜାତୀୟ ନୀତି ପ୍ରଣୟନ କରିଛନ୍ତି। ବିଦ୍ୟାଳୟରେ ବାଳିକା ଓ ଛାତ୍ରୀମାନଙ୍କ ପାଇଁ ସାନିଟାରୀ ପ୍ୟାଡ୍, ଭେଣ୍ଡିଂ ଏବଂ ଡିସ୍ପୋଜାଲ୍ ମେକାନିଜିମ୍ ଏବଂ ସ୍ୱତନ୍ତ୍ର ୱାଶରୁମ୍ ଯୋଗାଇବାକୁ ଲକ୍ଷ୍ୟ କରାଯାଇଛି। ଏହାଛଡ଼ା ବିଭିନ୍ନ ରାଜ୍ୟରେ ନିଜସ୍ୱ ଯୋଜନା ମଧ୍ୟ ରହିଛି। ଯେପରିକି ଅସ୍ମିତା ଯୋଜନା (ମହାରାଷ୍ଟ୍ର), ଉଦୟନ (ରାଜସ୍ଥାନ), ସି ପ୍ୟାଡ୍ (କେରଳ) ଏବଂ ଖୁସି (ଓଡ଼ିଶା)। କେତେକ ଅଞ୍ଚଳରେ ଏପରି ଦେଖାଯାଇଛି ଯେ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଅଲଗା ରହିବା, ତାହାକୁ ଛୁଇଁବାକୁ ଅନୁମତି ନ ଦେବା, ନ ଗାଧୋଇ ପରିତ୍ୟକ୍ତ ଘରେ ଅଲଗା ରହିବା ଇତ୍ୟାଦି ଅନେକ କୁସଂସ୍କାର ରହିଛି। ଏହାର ନିରାକରଣ ପାଇଁ ଏକ ବୃହତ ସ୍ତରରେ ଜନସଚେତନତାର ଆବଶ୍ୟକତା ଅଛି ଏବଂ ଆଗାମୀ ଦିନରେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବାର ଅଛି। ଏକ ସକାରାତ୍ମକ ମନୋଭାବ ଆଣିବା ପାଇଁ ଶିକ୍ଷାରେ ଏହାକୁ ସାମିଲ କରାଯିବା ଉଚିତ। ଏଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ, ପରିବାରର ସମସ୍ତ ସଦସ୍ୟଙ୍କର ଭୂମିକା ଅତ୍ୟନ୍ତ ଜରୁରୀ, ଯେଉଁଥିରେ ଏ ସମ୍ପର୍କରେ ଖୋଲା ଆଲୋଚନା ହୋଇପାରିବ। ଏହାଛଡ଼ା ଏ କ୍ଷେତ୍ରରେ ଛାତ୍ରୀମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଓ ଭୟକୁ ଦୂରେଇବାକୁ ହେବ। ସେଥିପାଇଁ ଅନେକ କର୍ମଶାଳା ଓ ଆଲୋଚନାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ଏହାକୁ ସ୍ୱାସ୍ଥ୍ୟ ଶିକ୍ଷାରେ ପର୍ଯ୍ୟାୟଭୁକ୍ତ କରିବା ଉଚିତ। ଏହା କେବଳ ବାଳିକା ବା ଛାତ୍ରୀମାନଙ୍କ ପାଇଁ ଜରୁରୀ ନୁହେଁ, ବରଂ ବାଳକ ଓ ସମସ୍ତ କିଶୋରୀମାନେ ମଧ୍ୟ ଜାଣିବା ଉଚିତ। ଯୁବବର୍ଗଙ୍କୁ ମଧ୍ୟ ସାମିଲ କରିବା ଉଚିତ। ଏହା ଏକ ଲିଙ୍ଗଗତ ସମାନତା, ଯାହା ଫଳରେ ମାସିକ ଅସ୍ୱାଭାବିକତାକୁ ହ୍ରାସ କରି ଏକ ସାମଗ୍ରିକ ସୁସ୍ଥତାକୁ ସୁଦୃଢ଼ କରିବାକୁ ହେବ। ଶାରୀରିକ ସୁସ୍ଥତା ଫଳରେ ଅନେକ ବାଳିକା କ୍ରୀଡ଼ା, ନୃତ୍ୟ ଓ ଅନ୍ୟାନ୍ୟ ଶାରୀରିକ କାର୍ଯ୍ୟକଳାପରେ ବାଳକମାନଙ୍କ ଭଳି ଭାଗ ନେଇପାରିବେ। ମାସିକ ଋତୁସ୍ରାବ ଏଥିରେ ପ୍ରତିବନ୍ଧକ ହେବନାହିଁ। ଏହା ଏକ ମାନବିକ ଅଧିକାର।

ତେଣୁ ଏହି ପ୍ରସଙ୍ଗଟି କେବଳ ବାଳିକା ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ଆମ ଦେଶ, ଜାତି ଓ ସମାଜ ପାଇଁ ସମସ୍ତଙ୍କର ଏକ ମାନବିକ ଦାୟିତ୍ୱ। ଏଥିରେ ସମସ୍ତ ବର୍ଗର ଲୋକ ସାମିଲ ହୋଇ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଉଚିତ। ଯାହାଫଳରେ ମହିଳାମାନଙ୍କର ସମ୍ମାନ, କେବଳ ଶାରୀରିକ ନୁହେଁ, ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ମଧ୍ୟ ଅକ୍ଷୁଣ୍ଣ ରହିପାରିବ। ଏଥିରେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ସମାଜର ଉନ୍ନତି ଆଣିବାରେ ସାହାଯ୍ୟ କରିବ।

ଡ. କଳ୍ପନା ସାହୁ
ଭୁବନେଶ୍ୱର, ମୋ: ୮୨୪୯୮୯୬୧୪୮

28 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର