ଓଡ଼ିଶାରେ ପ୍ରଥମ ରେଳସେବାର ଇତିବୃତ୍ତ

The Sakala Picture
Published On

ପୁରୀକୁ ତୀର୍ଥଯାତ୍ରା ପ୍ରାୟତଃ ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ବିଶେଷକରି ଉତ୍ତର ଭାରତ ଓ ବଙ୍ଗର ଉଚ୍ଚବର୍ଗର ତୀର୍ଥଯାତ୍ରୀମାନେ ପୁରୀ ଆସୁଥିଲେ। ସେମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲେ ଶ୍ରୀଜଗନ୍ନାଥ। ପୁରୀକୁ ଆସିବା ପାଇଁ ସେତେବେଳେ ଦୀର୍ଘ ପଥ ଅତିକ୍ରମ ଏବଂ କଠିନ ପରିଶ୍ରମ କରିବାକୁ ପଡ଼ୁଥିବାରୁ ଯାତ୍ରୀମାନେ ଅଳ୍ପ ଅଳ୍ପ ସଂଖ୍ୟାରେ ଆସୁଥିଲେ। ଷୋଡ଼ଶ ଶତାବ୍ଦୀରୁ ପୁରୀକୁ ତୀର୍ଥଯାତ୍ରୀଙ୍କ ଆଗମନ ପ୍ରବାହ ବୃଦ୍ଧି ପାଇଲା। ସେମାନଙ୍କ ମଧ୍ୟରେ ବଙ୍ଗଳାର ସ୍ବଚ୍ଛଳ ବର୍ଗର କୃଷକଙ୍କ ସଂଖ୍ୟା ସର୍ବାଧିକ […]

ପୁରୀକୁ ତୀର୍ଥଯାତ୍ରା ପ୍ରାୟତଃ ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ବିଶେଷକରି ଉତ୍ତର ଭାରତ ଓ ବଙ୍ଗର ଉଚ୍ଚବର୍ଗର ତୀର୍ଥଯାତ୍ରୀମାନେ ପୁରୀ ଆସୁଥିଲେ। ସେମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲେ ଶ୍ରୀଜଗନ୍ନାଥ। ପୁରୀକୁ ଆସିବା ପାଇଁ ସେତେବେଳେ ଦୀର୍ଘ ପଥ ଅତିକ୍ରମ ଏବଂ କଠିନ ପରିଶ୍ରମ କରିବାକୁ ପଡ଼ୁଥିବାରୁ ଯାତ୍ରୀମାନେ ଅଳ୍ପ ଅଳ୍ପ ସଂଖ୍ୟାରେ ଆସୁଥିଲେ। ଷୋଡ଼ଶ ଶତାବ୍ଦୀରୁ ପୁରୀକୁ ତୀର୍ଥଯାତ୍ରୀଙ୍କ ଆଗମନ ପ୍ରବାହ ବୃଦ୍ଧି ପାଇଲା। ସେମାନଙ୍କ ମଧ୍ୟରେ ବଙ୍ଗଳାର ସ୍ବଚ୍ଛଳ ବର୍ଗର କୃଷକଙ୍କ ସଂଖ୍ୟା ସର୍ବାଧିକ ଥିଲା। କିନ୍ତୁ ବ୍ରିଟିଶରମାନେ ୧୮୦୩ ମସିହାରେ ଉପକୂଳ ଓଡ଼ିଶା ଅଧିକାର କରିବା ପରେ ପୁରୀକୁ ସଂଗଠିତ ତୀର୍ଥଯାତ୍ରୀ ଆଗମନ ନିୟମିତ ଭାବେ ବୃଦ୍ଧି ପାଇଲା। ମହାପ୍ରଭୁଙ୍କର ରଥଯାତ୍ରା ବେଳେ ସେତେବେଳେ ସମାଜର ତଥାକଥିତ ନିମ୍ନବର୍ଗର ଯାତ୍ରୀଙ୍କ ସମାଗମ ଅଧିକ ହେଲା। ଜାତିଆଣ ଭେଦଭାବ ଯୋଗୁଁ ସେମାନଙ୍କୁ ମନ୍ଦିର ପ୍ରବେଶ ସୁଯୋଗ ମିଳୁନଥିଲା। ତେଣୁ ରଥଯାତ୍ରା ବେଳେ ତ୍ରିମୂର୍ତ୍ତିଙ୍କୁ ଦର୍ଶନ କରିବାର ଅପୂର୍ବ ସୁଯୋଗ ଓ ସୌଭାଗ୍ୟ ସେମାନଙ୍କୁ ପୁରୀ ପ୍ରତି ଆକର୍ଷିତ କଲା। ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ, ଇଂରାଜୀ ଖ୍ରୀଷ୍ଟିଆନ ମିଶନାରୀମାନେ ଏକ ଗୁଜବ ପ୍ରଚାର କରିବାକୁ ଲାଗିଲେ। ରଥଗୁଡ଼ିକର ବିଶାଳ ଚକ ତଳେ ଯାତ୍ରୀମାନେ ଆତ୍ମହତ୍ୟା କରୁଥିବା ଭଳି ବିଭ୍ରାନ୍ତିକର ଖବର ପ୍ରଚାରିତ ହେବାରେ ଲାଗିଲା। ଜଗନ୍ନାଥ ଉପାସନା ଆତ୍ମାହୁତି, ମାନବ ବଳିଦାନ ଓ ବର୍ବରତାର ପ୍ରତୀକ ବୋଲି ବିଭିନ୍ନ ଖବରକାଗଜମାନଙ୍କରେ ବଡ଼ ବଡ଼ ଶୀର୍ଷକରେ ପ୍ରକାଶ ପାଇଲା। ତେଣୁ ପାଶ୍ଚାତ୍ୟ ଗଣମାଧ୍ୟମରେ ‘ଜଗନ୍ନାଟ୍’ ଶବ୍ଦଟି ଏକ ବିନାଶକାରୀ ଶକ୍ତି ଏବଂ ନିଷ୍ଠୁରତାକୁ ଦର୍ଶାଇବା ପାଇଁ ସୃଷ୍ଟି କରାଯାଇଥିଲା, ଯାହା ସେଠାକାର ଜନସାଧାରଣଙ୍କ ଦ୍ବାରା ଖୁବ୍‌ ଶୀଘ୍ର ଗ୍ରହଣୀୟ ଓ ପ୍ରସାରିତ ହୋଇଗଲା।

ସେ ଯାହା ହେଉ ଜନୈକ ଧନୀ ବଙ୍ଗାଳୀ ଜମିଦାରଙ୍କ ବଦାନ୍ୟତା ଓ ବଙ୍ଗ ସରକାରଙ୍କୁ ଜମି ହସ୍ତାନ୍ତର ପରେ କଲିକତାରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତାର ପୁନଃନିର୍ମାଣ ଓ ଉନ୍ନତିକରଣ ଆରମ୍ଭ କରାଗଲା, ଯାହା ପରବର୍ତ୍ତୀ ସମୟରେ ଜଗନ୍ନାଥ ସଡ଼କ ରୂପେ ନାମିତ ହେଲା। ଏହା କେବଳ ବଙ୍ଗରୁ ପୁରୀକୁ ତୀର୍ଥଯାତ୍ରା ପାଇଁ ସୁବିଧା ହେଲା ନାହିଁ, ବରଂ ବ୍ରିଟିଶରମାନଙ୍କୁ ମଧ୍ୟ କଲିକତାରୁ ଓଡ଼ିଶାର ପ୍ରଶାସନିକ ମୁଖ୍ୟାଳୟକୁ ଯୋଗାଯୋଗରେ ସହାୟତା କଲା। ଯାତ୍ରୀମାନଙ୍କଠାରୁ ରାଜସ୍ବ ସଂଗ୍ରହ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେଲା।

ପରବର୍ତ୍ତୀ ସମୟରେ ବ୍ରିଟିଶରମାନେ ଚିନ୍ତା କଲେ ଯେ ଶ୍ରୀଜଗନ୍ନାଥଙ୍କ ପୁରୀ ତୀର୍ଥଯାତ୍ରା ଭାରତର ସବୁଠାରୁ ବିପଦସଂକୁଳ ଓ ସମସ୍ୟାବହୁଳ। ରଥଯାତ୍ରା ସାଧାରଣତଃ ବର୍ଷା ଋତୁରେ ହେଉଥିବାରୁ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବିଗିଡ଼ି ଯାଉଛି। ତେଣୁ ତୀର୍ଥଯାତ୍ରୀମାନେ ହଇଜା ଭଳି ମାରାତ୍ମକ ରୋଗରେ ଅଧିକରୁ ଅଧିକ ପୀଡ଼ିତ ହେଉଛନ୍ତି। ଏହିକାରଣରୁ ଓଡ଼ିଶା ‘ହଇଜାର ରାଜଧାନୀ’ ଭାବେ କୁଖ୍ୟାତି ଅର୍ଜନ କରିବାରେ ଲାଗିଲା। କେବଳସେତିକି ନୁହେଁ ଜଗନ୍ନାଥ ସଡ଼କରେ ମଧ୍ୟ ହଇଜା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଜନିତ ତୀର୍ଥଯାତ୍ରୀ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାକୁ ଲାଗିଲା। ୧୮୮୨ ମସିହାରେ ବ୍ରିଟିଶ୍ ଅଧିକାରୀ ଡବ୍ଲୁ ଡବ୍ଲୁ ହଣ୍ଟର ଆକଳନ କରିଥିଲେ ଯେ ଜଗନ୍ନାଥ ସଡ଼କରେ ବର୍ଷକୁ ୧୦ ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କର ହଇଜା ଯୋଗୁଁ ମୃତ୍ୟୁ ଘଟୁଛି। ଏହାଦ୍ବାରା ଭାରତରେ ସଭ୍ୟ ସମାଜ ଗଠନରେ ବ୍ରିଟିଶ ଶାସକମାନେ ବିଫଳ ହୋଇଥିବା ଦେଶବିଦେଶରେ ଅପବାଦ ଓ ଅଭିଯୋଗମାନ ଆସିଲା। ଏହି ସମସ୍ୟାର ସମାଧାନ ପାଇଁ ବ୍ରିଟିଶରମାନେ ପୁରୀକୁ ରେଳ ଲାଇନ୍‌ ସଂଯୋଗ ବିଷୟରେ ଚିନ୍ତା କଲେ। ମାର୍ଶମ୍ୟାନ୍‌ ଓ ଷ୍ଟିଫେନ୍‌ସନ୍‌ ନାମକ ଦୁଇଜଣ ବ୍ରିଟିଶର କଲିକତା ଧର୍ମସଭାରେ ଏହି ପ୍ରସ୍ତାବ ଉପସ୍ଥାପନା କରିବା ସହିତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଟ୍ରେନ୍‌ ସେବା ଉପଲବ୍ଧ କରାଇବା ପାଇଁ ପ୍ରତିଶ୍ରୁତି ଦେଲେ।

ହାୱାଡ଼ାଠାରୁ ପୁରୀ ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ ପାଇଁ ୧୮୬୬ ମସିହାରେ କଟକର କେତେକ ବାସିନ୍ଦା ବ୍ରିଟିଶ୍‌ ସରକାରଙ୍କୁ ପ୍ରସ୍ତାବ ଦେଲେ। କିନ୍ତୁ ବ୍ରିଟିଶ୍ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଦେଲେ। ଫେମିନି କମିଶନ୍ ମଧ୍ୟ ଓଡ଼ିଶାରେ ଗମନାଗମନ ବ୍ୟବସ୍ଥାର ଉନ୍ନତି ପାଇଁ ଟ୍ରେନ୍‌ ଲାଇନ୍‌ ନିର୍ମାଣ କରିବାକୁ ସୁପାରିସ କରିଥିଲେ, ଯାହାକୁ ବ୍ରିଟିଶ୍ ସରକାର ଗ୍ରହଣ କଲେ ନାହିଁ। ୧୮୭୪ ଓ ୧୮୭୮ ମସିହାରେ ପୁଣି ପୃଥକ ପୃଥକ୍‌ ଭାବେ ଏ ସମ୍ପର୍କିତ ଦାବି ଉପସ୍ଥାପିତ ହେଲା ଓ ବ୍ରିଟିଶ୍ ସରକାରଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେଲା। ୧୮୮୧ ମସିହାରେ ବୈକୁଣ୍ଠ ନାଥ ଦେ ନାମକ ଜଣେ ପ୍ରଭାବଶାଳୀ ଜମିଦାର ବାଲେଶ୍ବର ରେଲୱେ କମିଟି ଗଠନ କଲେ। ଏହି କମିଟି ବେଙ୍ଗଲ୍‌ ସରକାରଙ୍କୁ ଏକ ସୁବିସ୍ତୃତ ଓ ସୁଚିନ୍ତିତ ସ୍ମାରକପତ୍ର ଦାଖଲ କଲା ଯେଉଁଥିରେ ଉଲ୍ଲେଖ ଥିଲା ଯେ କଲିକତାରୁ ମାଡ୍ରାସ୍‌ ପର୍ଯ୍ୟନ୍ତ ଓଡ଼ିଶା ଦେଇ ରେଳ ଲାଇନ୍‌ ନିର୍ମାଣ କରାଯାଉ ଏବଂ ସେଥିରେ ପୁରୀରେ ଷ୍ଟେସନ୍‌ ରଖାଯାଉ। କମିଟିର ସ୍ମାରକପତ୍ରରେ ଯୁକ୍ତି ଦର୍ଶାଯାଇଥିଲା ଯେ ଏହି ରେଳଲାଇନ୍ କେବଳ ଜଗନ୍ନାଥ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଦ୍ରୁତ ଏବଂ ନିରାପଦ ପରିବହନ ମାଧ୍ୟମ ଯୋଗାଇବ ନାହିଁ, ବରଂ ତୀର୍ଥଯାତ୍ରୀଙ୍କ ଉନ୍ନତି କରି କଲେରା ମହାମାରୀର ହାରକୁ ମଧ୍ୟ ହ୍ରାସ କରିବ ଏବଂ ଏଥିସହ ଦୁର୍ଭିକ୍ଷ ଭଳି ପରିସ୍ଥିତିର ପୁନରାବୃତ୍ତିକୁ ପ୍ରତିହତ କରିପାରିବ। ପୁରୀ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ବାର୍ଷିକ ପାଞ୍ଚରୁ ଛଅ ହଜାର ବୋଲି ଗଣନା କରାଯାଇଥିଲା। ତେଣୁ ପ୍ରସ୍ତାବିତ ରେଳଲାଇନରୁ ପ୍ରଭୂତ ଲାଭ ମିଳିପାରିବ ବୋଲି ଯୁକ୍ତି ଦର୍ଶାଯାଇଥିଲା। ଏହି ଆବେଦନ ଓ ପ୍ରସ୍ତାବ ୧୮୮୦ ପରଠାରୁ ଓଡ଼ିଆ ଏବଂ ବଙ୍ଗଳା ଖବରକାଗଜମାନଙ୍କରେ ନିରନ୍ତର ପ୍ରସାରିତ ହେବାରେ ଲାଗିଲା।
ପୁରୀକୁ ରେଳ ଲାଇନ୍ ପ୍ରସ୍ତାବ ଓ ଦାବି ତ ଗୃହୀତ ହେଲା ନାହିଁ, ବରଂ ପୁରୀକୁ ତୀର୍ଥଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖୀ କେତେକ ବିଦେଶୀ କମ୍ପାନୀ କଲିକତା ଓ ଚାନ୍ଦବାଲି ମଧ୍ୟରେ ଷ୍ଟିମର ସେବା ଆରମ୍ଭ କଲେ। ଏକକାଳୀନ ଏକ ହଜାର ତୀର୍ଥଯାତ୍ରୀଙ୍କୁ ନେଇ ଯାଇପାରୁଥିବା ଷ୍ଟିମର ଚଳାଚଳ ଆରମ୍ଭ ହେଲା ଏବଂ ଏ ସଂକ୍ରାନ୍ତ ବିଜ୍ଞାପନ ମଧ୍ୟ ବିଭିନ୍ନ ଖବରକାଗଜରେ ବାହାରିଲା। କିନ୍ତୁ ଷ୍ଟିମର ଯାତ୍ରୀ ଭଡ଼ା ମହଙ୍ଗା ଥିବାରୁ କେବଳ ଧନିକ ବର୍ଗର ଲୋକେ ଏହାର ସୁଯୋଗ ନେଇପାରିଲେ। ସେମାନେ ମଧ୍ୟ ଶିଶୁ ଏବଂ ମହିଳାମାନଙ୍କୁ ଷ୍ଟିମରରେ ପଠାଇ ନିଜେ ଜଗନ୍ନାଥ ସଡ଼କକୁ ଆଦିର ନେଲେ। ଯେଉଁମାନେ ଷ୍ଟିମର ଯୋଗେ ଯାତ୍ରା କରୁଥିଲେ ସେମାନଙ୍କ ପାଇଁ ମଧ୍ୟ ଏହି ଯାତ୍ରା ସୁଖପ୍ରଦ ନଥିଲା। ପାଞ୍ଚରୁ ଛଅ ଦିନର ସମୁଦ୍ର ଯାତ୍ରା ପରେ ଚାନ୍ଦବାଲିରୁ କଟକ ପର୍ଯ୍ୟନ୍ତ ପାଲିଙ୍କି କିମ୍ବା ଶଗଡ଼ ଗାଡ଼ିରେ ଯିବାକୁ ପଡ଼ୁଥିଲା।

ମ୍ୟାକ୍ଲିନ୍ ଆଣ୍ଡ କମ୍ପାନୀ ଦ୍ବାରା ‘ସାର୍ ଜନ୍ ଲରେନ୍ସ’ ନାମକ ଏକ ଷ୍ଟିମର କଲିକତାରୁ ଚାନ୍ଦବାଲି ପର୍ଯ୍ୟନ୍ତ ନିୟମିତ ଚଳାଚଳ କରୁଥିଲା। କିନ୍ତୁ ୧୮୮୭, ମେ ୨୫ ତାରିଖ ଦିନ ଏକ ଅଘଟଣ ଓଡ଼ିଶାରେ ରେଳ ପଥ ନିର୍ମାଣ ପାଇଁ ଏକ ନିର୍ଣ୍ଣାୟକ ମୋଡ଼ ଥିଲା। ସେହିଦିନ ଉକ୍ତ ଷ୍ଟିମରଟି କୋଲକାତାରୁ ୭୩୨ ଜଣ ଯାତ୍ରୀଙ୍କୁ ନେଇ ଚାନ୍ଦବାଲି ଅଭିମୁଖେ ବାହାରିଥିଲା, ଯେଉଁଥିରେ ଅଧିକାଂଶ ମହିଳା ଯାତ୍ରୀ ଏବଂ ୬ ଜଣ ଇଂରେଜଙ୍କ ସମେତ ୩୦ ଜଣ କର୍ମଚାରୀ ଥିଲେ। ଜାହାଜଟି ବନ୍ଦର ଛାଡ଼ିବାର ଦୁଇଦିନ ପରେ ନିଖୋଜ ହୋଇଗଲା। କିଛିଦିନ ପରେ ଅନେକ ମୃତଦେହ ପାଣିରୁ ଠାବ କରାଗଲା। ଟାଇମ୍ସ ଅଫ୍ ଇଣ୍ଡିଆ ୧୮୮୭, ଜୁନ୍ ୪ ତାରିଖରେ ଏକ ସମ୍ବାଦ ପ୍ରକାଶିତ କରିଥିଲା, ଯେଉଁଥିରେ ଏହି ଘଟଣାକୁ ଭୟଙ୍କର ବୋଲି ବର୍ଣ୍ଣନା କରାଯାଇଥିଲା। ସାମୁଦ୍ରିକ ଝଡ଼ତୋଫାନ ଯୋଗୁଁ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ମଧ୍ୟରୁ ଅଧିକାଂଶ ବ୍ରିଟିଶ୍ ଉଚ୍ଚପଦାଧିକାରୀଙ୍କ ପତ୍ନୀ ଥିଲେ। ‘ମେରାଇନ୍ କୋର୍ଟ ଅଫ୍ ଏନ୍‌କ୍ବାଏରି’ ବେଙ୍ଗଲ ସରକାରଙ୍କୁ ଯେଉଁ ତଦନ୍ତ ରିପୋର୍ଟ ଦେଲା ସେଥିରେ ଉଲ୍ଲେଖ ଥିଲା ଯେ ‘ସାର୍ ଜନ ଲରେନ୍ସ’ ତା’ର ପରିବହନ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ଏଥିସହିତ ଚାଳକଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିଲା।

ସମୁଦ୍ରରେ ପ୍ରାଣ ହରାଇଥିବା ଦୁର୍ଭାଗ୍ୟଜନକ ତୀର୍ଥଯାତ୍ରୀମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କଲିକାତାର ଚଟୁଲାଲ ଘାଟରେ ଇଂରାଜୀ ମହିଳାମାନଙ୍କ ଦ୍ୱାରା ଏକ ଛୋଟ ମାର୍ବଲ ସ୍ମୃତି ଫଳକ ନିର୍ମାଣ କରାଯାଇଛି। ବଙ୍ଗଳା ଭାଷାରେ ଆଉ ଏକ ଫଳକ ଅଛି, ଯାହା ଜାହାଜରେ ମୃତ୍ୟୁବରଣ କରିଥିବା ଶ୍ୟାମଚରଣ ଦତ୍ତ ଚୌଧୁରୀ ଓ ତାଙ୍କ ପତ୍ନୀ ନାଗେନ୍ଦ୍ର ନନ୍ଦାନୀଙ୍କୁ ଉତ୍ସର୍ଗ କରାଯାଇଛି। ଯଦିଓ ଏହା ବିଶ୍ୱାସ କରାଯାଏ ଯେ ଜାହାଜ ଦୁର୍ଘଟଣାରେ କେହି ବଞ୍ଚି ନଥିଲେ, ତଥାପି ମୁଁ ଅଧିକ ବିବରଣୀ ପାଇବାକୁ ଚେଷ୍ଟା କରୁଛି। ଏହି ଜାହାଜ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ ଚାନ୍ଦବାଲିରେ ସ୍ମାରକ ସ୍ଥାପନ କରିବାକୁ ମୁଁ ପୂର୍ବରୁ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲି। ଓଡ଼ିଶା ଉପକୂଳରେ ସର୍ବାଧିକ ଜୀବନହାନି ଘଟିବା ସହିତ ଏହା ନିଶ୍ଚିତ ଭାବେ ସବୁଠାରୁ ଦୁଃଖଦ ଜାହାଜ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ, ଯାହା ବିଷୟରେ ବହୁତ କମ୍ ଜଣା ଅଛି କିମ୍ବା ଲେଖାଯାଇଛି |

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କଲା ଏବଂ ପୁରୀ ପର୍ଯ୍ୟନ୍ତ ରେଳ ଲାଇନ୍ ନିର୍ମାଣ ଦାବିକୁ ଦୃଢ଼ତର କଲା। ବିଶେଷକରି ବହୁଳ ପ୍ରସାରିତ ବଙ୍ଗଳା ଖବରକାଗଜମାନଙ୍କରେ ଏହି ଖବର ଓ ଦାବି ଅଧିକରୁ ଅଧିକ ପ୍ରସାରିତ ହେବାରେ ଲାଗିଲା। ବହୁଳ ପ୍ରସାରିତ ଦୈନିକ ଖବରକାଗଜ ’ବଙ୍ଗବାସୀ’ ମତ ଦେଇଥିଲା ଯେ ‘ୟୁରୋପୀୟମାନେ କେବଳ ସେମାନଙ୍କ ହିତ, ସ୍ବାର୍ଥ ଓ ବାଣିଜ୍ୟ ବ୍ୟବସାୟ ସୁବିଧା ପାଇଁ ସେମାନଙ୍କୁ ସୁହାଇବା ଭଳି ରେଳ ଲାଇନ ନିର୍ମାଣ କରିଛନ୍ତି। ୟୁରୋପୀୟମାନଙ୍କ ସ୍ୱାର୍ଥ ପାଇଁ ଭାରତବାସୀଙ୍କ ସ୍ୱାର୍ଥକୁ ବଳି ଦିଆଯାଇଛି। ପୁରୀକୁ ଏକ ରେଳ ଲାଇନ ନିର୍ମାଣ କରାଗଲେ ୧୬ କୋଟି ହିନ୍ଦୁଙ୍କ ଦ୍ବାରା ସ୍ବାଗତ କରାଯିବ। କାରଣ ଏହା ତୀର୍ଥଯାତ୍ରାଜନିତ ବିପଦ ଏବଂ ଅସୁବିଧାକୁ ହ୍ରାସ କରିବ ଏବଂ ଯାତ୍ରୀମାନଙ୍କ ଦୁଃଖ ଭୟ ହ୍ରାସ ପାଇବ।’ ‘ଦ ଦୈନିକ’ ମଧ୍ୟ ସମାନ ଯୁକ୍ତି ଦର୍ଶାଇ ଲେଖୀଥିଲା – ‘ପୁରୀକୁ ଏ ପର୍ଯ୍ୟନ୍ତ ଏକ ରେଳପଥ ନିର୍ମାଣ ନ ହୋଇପାରିବା ପଛରେ ସମ୍ପୂର୍ଣ୍ଣ ରୂପେ ସରକାର ହିଁ ଦାୟୀ। ୟୁରୋପୀୟମାନଙ୍କର ପାର୍ବତ୍ୟ ପର୍ଯ୍ୟଟନ ଓ ମନୋରଞ୍ଜନର ସୁବିଧା ପାଇଁ ଦାର୍ଜିଲିଂ ରେଳପଥ ନିର୍ମାଣ କରାଯାଇଛି; ଚା’ ଚାଷୀଙ୍କ ସୁବିଧା ପାଇଁ ଆସାମରେ ରେଳ ନିର୍ମାଣ କରାଯାଇଛି; ବିଭିନ୍ନ ସାନିଟୋରିୟମକୁ ରେଳ ନିର୍ମାଣ ପାଇଁ ଯୋଜନା ହେଉଛି। କିନ୍ତୁ ହିନ୍ଦୁମାନଙ୍କ ପ୍ରାଣକେନ୍ଦ୍ର ପୁରୀକୁ ରେଳ ପଥ ନିର୍ମାଣ କରାଯାଉନାହିଁ। ବାରମ୍ବାର ଅନୁରୋଧ ଓ ଦାବି ସତ୍ତ୍ବେ ଏହାକୁ ଅଣଦେଖା କରଯାଉଛି।’

ଶେଷରେ ଖବରକାଗଜମାନଙ୍କର ଶାଣିତ ଲେଖା ଓ ଜନସାଧାରଣଙ୍କ ଚାପର ପ୍ରଭାବ ଇଂରେଜ ସରକାର ଉପରେ ପଡ଼ିଥିଲା। କଲିକତାଠାରୁ କଟକ ପର୍ଯ୍ୟନ୍ତ ଓ ପୁରୀକୁ ଏକ ଶାଖା ଷ୍ଟେସନ୍ ଭାବରେ ରଖୀ ‘ପୂର୍ବ ତଟ ରେଳବାଇ’ ପାଇଁ ହୋଇଥିବା ସର୍ବେକ୍ଷଣକୁ ମଞ୍ଜୁରୀ ମିଳିଲା। ଏହି ଲାଇନ ୧୮୯୯ରେ କାର୍ଯ୍ୟକାରୀ ହୋଇଥିଲେ ହେଁ ଓଡ଼ିଶାର ପ୍ରମୁଖ ନଦୀ ଉପରେ ବନ୍ଧ ନିର୍ମାଣରେ ବିଳମ୍ବ ହେତୁ ୧୯୦୦ ମସିହାରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେଲା।
(ସୌଜନ୍ୟ: ଓଡ଼ିଶା ବାଇଟ୍‌ସ ଡଟ୍‌ କମ୍‌)

ଅନୀଲ ଧୀର
ଭୁବନେଶ୍ବର, ମୋ: ୯୮୬୧୦୨୦୭୪୭

27 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର