ଓଡ଼ିଶାର ନବୀନ ରୂପାନ୍ତରଣ
୨୯ ମେ’ ୨୦୨୩ରେ ବିଜୁ ଜନତା ଦଳ(ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କର ମୁଖ୍ୟମନ୍ତ୍ରିତ୍ୱକୁ ୨୪ବର୍ଷ ପୂରଣ ହେବା ସହିତ ସେ ଦେଶର ସର୍ବାଧିକକାଳ ଶାସନରେ ଥିବା ଦ୍ୱିତୀୟ ମୁଖ୍ୟମନ୍ତ୍ରୀର ସମ୍ମାନ ପାଇପାରିଛନ୍ତି। ବିଭିନ୍ନ ଜନମତ ସର୍ଭେରେ ନବୀନ ପଟ୍ଟନାୟକ, ଦେଶର ସର୍ବଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀର ମାନ୍ୟତା ମଧ୍ୟ ପାଇଆସୁଛନ୍ତି। ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତାର ଆଧାର ହେଲା ରାଜ୍ୟବାସୀଙ୍କ ପାଇଁ ସରକାରଙ୍କ ଦ୍ୱାରା କ୍ରମାଗତଭାବେ ପ୍ରଣୀତ ବିକାଶ ଓ ରୂପାନ୍ତରଣ କାର୍ଯ୍ୟକ୍ରମ। ଶାସନର ଏହି କାଳଖଣ୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ […]
୨୯ ମେ’ ୨୦୨୩ରେ ବିଜୁ ଜନତା ଦଳ(ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କର ମୁଖ୍ୟମନ୍ତ୍ରିତ୍ୱକୁ ୨୪ବର୍ଷ ପୂରଣ ହେବା ସହିତ ସେ ଦେଶର ସର୍ବାଧିକକାଳ ଶାସନରେ ଥିବା ଦ୍ୱିତୀୟ ମୁଖ୍ୟମନ୍ତ୍ରୀର ସମ୍ମାନ ପାଇପାରିଛନ୍ତି। ବିଭିନ୍ନ ଜନମତ ସର୍ଭେରେ ନବୀନ ପଟ୍ଟନାୟକ, ଦେଶର ସର୍ବଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀର ମାନ୍ୟତା ମଧ୍ୟ ପାଇଆସୁଛନ୍ତି। ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତାର ଆଧାର ହେଲା ରାଜ୍ୟବାସୀଙ୍କ ପାଇଁ ସରକାରଙ୍କ ଦ୍ୱାରା କ୍ରମାଗତଭାବେ ପ୍ରଣୀତ ବିକାଶ ଓ ରୂପାନ୍ତରଣ କାର୍ଯ୍ୟକ୍ରମ। ଶାସନର ଏହି କାଳଖଣ୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୈବୀଦୁର୍ବିପାକରେ ପ୍ରପୀଡ଼ିତ ତଥା କ୍ଷୁଧା ଓ ଦାରିଦ୍ର୍ୟର ଭୂଗୋଳରେ ସ୍ଥାନିତ ରାଜ୍ୟ ଓଡ଼ିଶାକୁ ଅନେକ କ୍ଷେତ୍ରରେ ରୂପାନ୍ତରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ୫ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଁଚାଇବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଅର୍ଥନୀତିକୁ ୧ଟ୍ରିଲିୟନ ଡଲାରରେ ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟର ଆର୍ଥିକ ବିକାଶର କେତେକ ରୂପାନ୍ତରଣ କ୍ଷେତ୍ର ବିଷୟରେ ଆଲୋଚନା କରିବା।
ଏହି ପ୍ରସଙ୍ଗରେ ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା ବିଶ୍ୱ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଅରବିନ୍ଦ ପାନଗାରିଆଙ୍କ ମତ ପ୍ରାସଙ୍ଗିକ। ପାନଗାରିଆ ୫ ଜୁଲାଇ ୨୦୨୨ରେ ଏକ ଇଂରାଜୀ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ଉଲ୍ଲେଖ କରିଥିଲେ ଯେ, ଭାରତୀୟ ମଧ୍ୟ ଭଲ ଆର୍ଥିିକ ନୀତିକୁ ଦେଖି ନେତୃତ୍ୱଙ୍କୁ ଭୋଟ୍ ଦିଅନ୍ତି, ଯାହାର ଉଦାହରଣ ହେଲା ବାରମ୍ବାର ନିର୍ବାଚନ ଜିତୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଥମ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ବେଳେ, ୧୯୯୯-୨୦୦୦ରେ ଓଡ଼ିଶା ମୁଣ୍ଡପିଛା ନେଟ୍ ରାଜ୍ୟ ଘରୋଇ ଉତ୍ପାଦନ(ଜିଡିପି)ରେ ଭାରତରେ ତଳଆଡ଼ୁ ତୃତୀୟ ସ୍ଥାନରେ ଥିବାବେଳେ ୨୦୧୮-୧୯ ବେଳକୁ ଏହା ମଝିସ୍ଥାନ ୧୧କୁ ଉତ୍ତୀର୍ଣ୍ଣ ହୋଇପାରିଥିଲା। ଓଡ଼ିଶାର ହାରାହାରି ବାର୍ଷିକ ଆର୍ଥିିକ ଅଭିବୃଦ୍ଧି ହାର ୨୦୦୦ରୁ ୨୦୧୦ ଏବଂ ୨୦୧୦ରୁ ୨୦୨୦ ମଧ୍ୟରେ ୭.୨% ରେ ସ୍ଥିର ଥିବାବେଳେ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ୮.୮%ରେ ପହଞ୍ଚିପାରିଥିଲା। ୨୦୦୪-୨୦୦୫ରେ ରାଜ୍ୟରେ ୫୭.୬% ଦାରିଦ୍ର୍ୟ ହାର ଥିବା ବେଳେ ୨୦୧୧-୧୨ ବେଳକୁ ଏହା ୩୨.୯%କୁ ହ୍ରାସ ପାଇଥିଲା। ୨୦୧୯-୨୧ରେ ଏହା ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି (ନିତି ଆୟୋଗ ରିପୋର୍ଟ-ଜୁଲାଇ ୨୦୨୩)। ପାନଗାରିଆ ନବୀନଙ୍କ ଆର୍ଥିିକ ମଡେଲକୁ ‘ଇନ୍କ୍ଲୁସିଭ୍- ଗ୍ରୋଥ୍’ ବା ‘ସମାବେଶୀ ଆର୍ଥିିକ ଅଭିବୃଦ୍ଧି’ ମଡେଲ ରୂପେ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ରେଖାଙ୍କିତ କରିଥିଲେ।
ଆର୍ଥିକ କ୍ଷେତ୍ରର ପ୍ରଥମ ରୂପାନ୍ତରଣର ହେଲା ପ୍ରଶାସନିକ ସଂସ୍କାର, ଯାହାର ଦୁଇଟି ଅଙ୍ଗ – ଯଥା ବଜେଟ୍ ସଂସ୍କାର ଓ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ସଂସ୍କାର। ୨୦୦୦ ପୂର୍ବର ସରକାର, ‘ଋଣ କରି ଘିଅ ପିଉଥିବା’ ନ୍ୟାୟରେ ବଜେଟ୍ ପ୍ରସ୍ତୁତ କରୁଥିବା ବେଳେ ନବୀନ ପଟ୍ଟନାୟକଙ୍କର ମୁଖ୍ୟମନ୍ତ୍ରିତ୍ୱ କାଳରେ ରାଜସ୍ୱ ବଳକା ନୀତିରେ ବଜେଟ୍ ପ୍ରସ୍ତୁତ ତଥା ରୂପାୟନ ହୋଇଚାଲିଛି। ୨୦୦୦-୨୦୦୧ରେ ରାଜ୍ୟ ବଜେଟ୍ ପରିମାଣ ୭୩୯୦ କୋଟି ଟଙ୍କା ଥିବାବେଳେ ରାଜସ୍ୱ ନିଅଣ୍ଟ ଥିଲା ୨୨୫୧ କୋଟି ଟଙ୍କା, ଯାହାକି ବଜେଟ୍ର ପ୍ରାୟ ଏକ-ତୃତୀୟାଂଶ। ଆଜି ରାଜ୍ୟ ବଜେଟ୍ ୨୦୨୨-୨୩ରେ ୨.୩୦ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ରାଜସ୍ୱ ବଳକା ଅଛି ୨୬, ୭୩୮ କୋଟି ଟଙ୍କା। ସେହିପରି ଫିସ୍କାଲ୍ (ବିତ୍ତୀୟ) ନିଅଣ୍ଟ ପରିମାଣ ଜିଡିପିର ୩ ପ୍ରତିଶତ ଭିତରେ ସୀମିତ, ଯାହାକି ଓଡ଼ିଶା ଏଫ୍.ଆର୍.ବି.ଏମ୍ ଆଇନ୍ ୨୦୦୫ ଅନୁଯାୟୀ ହୋଇଛି। ୨୦୦୨-୨୦୦୩ରେ ଋଣ ପରିମାଣ ଜିଡିପିର ୫୦ପ୍ରତିଶତ ଥିବା ବେଳେ ୨୦୨୨-୨୩ ବେଳକୁ ଏହା ୧୩.୧ପ୍ରତିଶତକୁ ହ୍ରାସ ପାଇଛି। ୨୦୨୩-୨୪ ବଜେଟ୍ରେ ରାଜ୍ୟ ସରକାରଙ୍କର ନିଜସ୍ୱ ଟିକସ ଆୟ ୨୩.୦୪ପ୍ରତିଶତ, ଅଣ- ଟିକସ ଆୟ ୨୨.୮୩ ପ୍ରତିଶତ, କେନ୍ଦ୍ରରୁ ରାଜ୍ୟର ଟିକସ ପ୍ରାପ୍ୟ ୨୦.୧୧ ପ୍ରତିଶତ। ଅଣ ବଜାରରୁ ଋଣ ପରିମାଣ କେବଳ ୧୪.୬୨ ପ୍ରତିଶତ। ପ୍ରଶାସନିକ ବ୍ୟୟକୁ ୪୦.୮୭% ମଧ୍ୟରେ ସୀମିତ ରଖାଯାଇ କାର୍ଯ୍ୟକ୍ରମ ପାଇଁ ଅବଶିଷ୍ଟ ଟଙ୍କା ରଖାଯାଇଛି। ଏହିସବୁ କାରଣରୁ ଓଡ଼ିଶା ଏକ ବିତ୍ତୀୟ ଶୃଙ୍ଖଳିତ ରାଜ୍ୟ ଭାବେ ପରିଗଣିତ ହୋଇଛି, ଯାହାକୁ ୧୫ ତମ ଅର୍ଥ କମିଶନ ମଧ୍ୟ ପ୍ରଶଂସା କରିଛନ୍ତି। ଓଡ଼ିଶା ଅର୍ଥବିଭାଗ ଦ୍ୱାରା ଫେବୃଆରୀ-୨୦୨୩ରେ ପ୍ରକାଶିତ ‘ଷ୍ଟାଟସ ପେପର ଅନ୍ ପବ୍ଲିକ୍ ଡେବ୍ଟ’ ବିବରଣୀର ସୂଚନା ଅନୁସାରେ ଦେଶରେ ମୁଣ୍ଡପିଛା ଋଣଭାର ୩୧.୦୩.୨୦୨୨ସୁଦ୍ଧା ୧,୦୭,୪୭୩ ଟଙ୍କା ଥିବା ବେଳେ ରାଜ୍ୟର ମୁଣ୍ଡପିଛା ଋଣଭାର ୨୧,୯୫୪ଟଙ୍କା ଥିଲା। ଏ କ୍ଷେତ୍ରରେ ଗୋଆ ସର୍ବାଧିକ ମୁଣ୍ଡପିଛା ଋଣଗ୍ରସ୍ତ ରାଜ୍ୟ ହୋଇଥିବା ବେଳେ ଓଡ଼ିଶା ୨୮ତମ ସ୍ଥାନରେ ରହିଥିଲା। ଓଡ଼ିଶା ତଳକୁ ଥିଲା କେବଳ ଗୋଟିଏ ରାଜ୍ୟ ବିହାର। ଅନ୍ୟ ସମସ୍ତ ରାଜ୍ୟର ମୁଣ୍ଡପିଛା ଋଣ ଭାର ଓଡ଼ିଶାଠାରୁ ଅଧିକ ଥିଲା।
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିର ବିକାଶକୁ ଛାଡ଼ି ଅର୍ଥନୀତିର ବିକାଶ ହୋଇପାରିବ ନାହିଁ। ସେଥିପାଇଁ ରାଜ୍ୟ ସରକାର ୨୦୧୩-୧୪ରୁ ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରୁଛନ୍ତି। ୨୦୦୦-୨୦୦୧ରେ ଧାନ ଉତ୍ପାଦନ ୫୫.୩୫ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ୨୦୨୧-୨୦୨୨ରେ ଏହା ୧୩୦.୩୮ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୦୦ ମସିହାରେ କ୍ଷୁଧା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକ ଏବେ ରାଜ୍ୟର ଖାଦ୍ୟଶସ୍ୟ ଭଣ୍ଡାର ପାଲଟିଛି। ୨୦୨୧-୨୨ ରେ ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକ। ୨୦୨୩-୨୪ ବଜେଟ୍ରେ ରାଜ୍ୟ ସରକାର କୃଷି ପାଇଁ ୨୪,୮୨୯ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି, ଯାହା ଗତ ଆର୍ଥିିକ ବର୍ଷଠାରୁ ୨୦ପ୍ରତିଶତ ଅଧିକ। ଏଥିରେ କୃଷିର ବିକାଶ, ଜଳସେଚନ, ‘କାଳିଆ’ ସହାୟତା, ଧାନ ସଂଗ୍ରହ ପାଣ୍ଠି, କୃଷିଋଣ ସୁଧ ରିହାତି, ବିଭିନ୍ନ କୃଷି ମିଶନ, ଉଦ୍ୟାନ କୃଷି ଓ ମିଲେଟ୍ ମିଶନ, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ରାଶି, କୃଷି ଗବେଷଣା ଇତ୍ୟାଦି ସ୍ଥାନ ପାଇଛି। ୨୦୨୨-୨୩ରେ ଦେଶରେ କୃଷି ଅଭିବୃଦ୍ଧି ହାର ୩.୫ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୬ପ୍ରତିଶତ ହୋଇପାରିଛି(ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୨-୨୩)।
ରୂପାନ୍ତରଣର ଦ୍ୱିତୀୟ କ୍ଷେତ୍ର ହେଲା ରାଜ୍ୟର ଆର୍ଥିକ ଅଭିବୃଦ୍ଧି। ୧୯୯୯-୨୦୦୦ରେ ରାଜ୍ୟର ଜିଡିପି ଥିଲା ୪୨,୯୧୦ କୋଟି ଟଙ୍କା। ୨୦୨୩-୨୪ ବଜେଟ୍ରେ ଏହା ୮.୬୫ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ୨୦୦୦-୨୦୦୧ରେ ରାଜ୍ୟର ମୁଣ୍ଡପିଛା ଆୟ ୧୦,୪୫୩ ଟଙ୍କା ଥିଲା ବେଳେ ୨୦୨୨-୨୦୨୩ ବେଳକୁ ଏହା ୧,୪୮,୪୯୯ଟଙ୍କାରେ ପହଞ୍ଚିଛି। ୨୦୦୧ରେ ରାଜ୍ୟ ଅର୍ଥନୀତିକୁ ପ୍ରାଥମିକ ଆର୍ôଥକ କ୍ଷେତ୍ର, ଦ୍ୱିତୀୟ ଓ ତୃତୀୟ କ୍ଷେତ୍ରର ଅବଦାନ ଯଥାକ୍ରମେ୨୨.୫୭ପ୍ରତିଶତ, ୨୭.୬୬ପ୍ରତିଶତ, ୪୯.୭୭ପ୍ରତିଶତ ହୋଇଥିବା ବେଳେ ୨୦୨୧-୨୦୨୨ ବେଳକୁ ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ କୃଷି, ଶିଳ୍ପ ଓ ସେବାକ୍ଷେତ୍ରର ଅବଦାନ ହେଲା ଯଥାକ୍ରମେ ୨୯ ପ୍ରତିଶତ, ୩୧ପ୍ରତିଶତ, ୪୦ପ୍ରତିଶତ, ଯାହାକି ଆର୍ଥିିକ ଢାଞ୍ଚା ବିବିଧକରଣର ଏକ ସୁସ୍ଥ ମଡେଲ୍।
ସେହିପରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ପ୍ରଥମ ପର୍ଯ୍ୟାୟ ଶିଳ୍ପାୟନ ଆରମ୍ଭ କରିଥିବା ବେଳେ ୨୦୧୪ ପରେ ଦ୍ୱିତୀୟ ପର୍ଯ୍ୟାୟ ଶିଳ୍ପାୟନ ଆରମ୍ଭ କରିଛନ୍ତ। ୨୦୧୬ରୁ ରାଜ୍ୟ ସରକାର ପୁଞ୍ଜି ଆକର୍ଷଣ ପାଇଁ ରାଜ୍ୟରେ ‘ମେକ୍-ଇନ୍ -ଓଡ଼ିଶା’କନକ୍ଲେଭ ଆୟୋଜନ କରିଆସୁଛନ୍ତି। ୨୦୧୬ କନକ୍ଲେଭରେ ୧ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିଭିତ୍ତିକ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ରାଜ୍ୟକୁ ଆସିଥିବା ବେଳେ ୨୦୧୮ରେ ୫ ଲକ୍ଷ ନିଯୁକ୍ତିଭିତ୍ତିକ ୪.୧୯ ଲକ୍ଷ କୋଟି ଓ ୨୦୨୩ରେ ୧୧ ଲକ୍ଷ ନିଯୁକ୍ତିଭିତ୍ତିକ ୧୦.୫ ଲକ୍ଷ କୋଟି ଟଙ୍କାର ପୁଞ୍ଚି ଆସିଛି। ଏହାବ୍ୟତୀତ ରାଜ୍ୟ ସରକାର ଦେଶର ବିଭିନ୍ନ ଶିଳ୍ପ ସହର, ବିଦେଶ ଗସ୍ତକରି ପୁଞ୍ଜି ଆକର୍ଷଣ କରୁଛନ୍ତି। ୨୦୨୩ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏକ ବିବରଣୀ ଅନୁସାରେ ୨୦୨୨-୨୩ରେ ବ୍ୟାଙ୍କ ଓ ଆର୍ଥିକ ସହାୟତାଭିତ୍ତିକ ପୁଞ୍ଜିଲଗାଣ କ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛି। ମୁଖ୍ୟତଃ ଇଜ୍-ଅଫ୍-ଡୁଇଂ- ବିଜିନେସ୍ ସଂସ୍କାର, ନୂତନ ଶିଳ୍ପନୀତି, ଜମ ିବ୍ୟାଙ୍କ, ସିଙ୍ଗଲ-ୱିଣ୍ଡୋ ବ୍ୟବସ୍ଥା, ଶିଳ୍ପ ପାର୍କ-କ୍ଲଷ୍ଟର, ବିଜୁ ଏକ୍ସପ୍ରେସ୍ ୱେ,ଏସ୍ଇଜେଡ୍ ଓ ଭିତ୍ତିଭୂମିର ବିକାଶ ଯୋଗୁଁ ଖଣିଜ କଞ୍ଚାମାଲ୍ର ମୂଲ୍ୟଯୁକ୍ତ ଓ ସେବାକ୍ଷେତ୍ର ପାଇଁ ରାଜ୍ୟରେ ସୁଯୋଗ ସୃଷ୍ଟି ହୋଇଛି। ୨୦୨୩- କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି, ଯାହାକୁ ଦେଶର ଏବଂ ରାଜ୍ୟର କିଛି ଶିଳ୍ପପତି ସମ୍ଭବ ବୋଲି ମତ ପ୍ରକାଶ କରିଛନ୍ତି। ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ ଓ ଶିଳ୍ପାୟନର ବିକେନ୍ଦ୍ରୀକରଣ ଯୋଗୁଁ ସେହି କ୍ଷେତ୍ରଦ୍ୱୟରେ ବିଭିନ୍ନ ଜିଲ୍ଲାରେ କର୍ମନିଯୁକ୍ତି ସୃଷ୍ଟି ହୋଇଛି।
ରାଜ୍ୟର ଆର୍ଥିକ ବିକାଶରେ ମୁଖ୍ୟ ପ୍ରତିବନ୍ଧକ ଥିଲା ଭିତ୍ତିଭୂମିର ଅଭାବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଏ ଦିଗରେ କାର୍ଯ୍ୟକରି ଆସୁଥିବା ବେଳେ ଏବେ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରି ସ୍ଥଳ, ଜଳ ଓ ଆକାଶ ଗମନାଗମନକୁ ସୁଦୃଢ଼ କରିଛନ୍ତି। ଓଡ଼ିଶା ଲଜିଷ୍ଟିକ ନୀତି-୨୦୨୨, ଓଡ଼ିଶା ବନ୍ଦର ନୀତି-୨୦୨୨, ଓଡ଼ିଶା ବିମାନ ଚଳାଚଳ ନୀତି-୨୦୨୨, ସରକାରୀ-ଘରୋଇ -ସହଭାଗିତା ନୀତି-୨୦୨୩ ଏ ଦିଗରେ ବଳ ଯୋଗାଇଛି। ଏ କ୍ଷେତ୍ରରେ କେତେକ ମାଇଲଖୁଣ୍ଟ ହେଲା ପଶ୍ଚିମ ଓଡ଼ିଶାର ବିଜୁ ଏକ୍ସପ୍ରେସ୍ ୱେ-୧ , ଦକ୍ଷିଣ ଓଡ଼ିଶାର ୬୧୦୦ କୋଟି ଟଙ୍କାର ୩୩୫ କିଲୋମିଟର ପ୍ରସ୍ତାବିତ ବିଜୁ ଏକ୍ସପ୍ରେସ୍ ୱେ-୨, ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ନୂଆ ବିମାନ ବନ୍ଦର ଓ ମେଟ୍ରୋ ପ୍ରକଳ୍ପ। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୩-୨୪ ରାଜ୍ୟ ଅତିରିକ୍ତ ବଜେଟ୍ରେ ୨୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସେହିପରି ପଞ୍ଚାୟତସ୍ତରୀୟ ଭିତ୍ତିଭୂମି ବିକାଶ ପାଇଁ ୧୩୦୨ କୋଟି ଟଙ୍କାର ‘ଆମ ଓଡ଼ିଶା -ନବୀନ ଓଡ଼ିଶା’ ଅତିରିକ୍ତ ବଜେଟ୍ ବ୍ୟବସ୍ଥା କରାଯାଇଛି। ପଞ୍ଚାୟତ ଲୋକଙ୍କର ବସ୍ ସେବା ବୃଦ୍ଧି ପାଇଁ ‘ଲକ୍ଷ୍ମୀ ଯୋଜନା’ରେ ଅତିରିକ୍ତ ବଜେଟ୍ରେ ୫୫୬କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ବିପର୍ଯ୍ୟୟ ପରିଚାଳନା, ଦୁର୍ନୀତି ଦୂରୀକରଣ ଆଦିର ମଧ୍ୟ ଅର୍ଥନୀତି ଉପରେ ସକାରାତ୍ମକ ପ୍ରଭାବ ରହିଛି। ସୁଖର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦୁଇଟି ଦିଗ ପ୍ରତି ଯଥେଷ୍ଟ ଯତ୍ନଶୀଳ ଅଛନ୍ତି। ଦୁର୍ନୀତି ନିବାରଣରେ ଶୂନ୍ୟ ସହନଶୀଳତା ଯୋଗୁଁ ଗ୍ରାମୀଣ ଅର୍ଥନୀତିରେ ପ୍ରଭୂିତ ଉନ୍ନତି ସାଧିତ ହୋଇଥିବା ବେଲେ ଶୂନ୍ୟ ଜୀବନ ହାନି ନୀତି ଯୋଗୁଁ ପ୍ରାକୃତିକ ଦୁର୍ବିପାକରେ ପ୍ରଭୂତ ଧନଜୀବନର ସୁରକ୍ଷା କରଯାଇପାରିଛି। ଏ ସମ୍ପର୍କରେ ପରବର୍ତ୍ତୀ ପ୍ରବନ୍ଧରେ ଆଲୋଚନା କରାଯିବ।
ଲଳିତ ମୋହନ ମିଶ୍ର
ଭୁବନେଶ୍ୱର, ମୋ: ୭୦୦୮୨୩୩୭୨୯