ସରଳ ମଣିଷ ଗୀତା ମେହେଟ୍ଟା

The Sakala Picture
Published On

୧୯୯୭ ମସିହା। ମୋତେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଳା ଗଞ୍ଜାମର ଜିଲ୍ଲା ମାଜିଷ୍ଟ୍ରେଟ୍‌‌ ଭାବରେ ନିଯୁକ୍ତି ଦିଆଯାଇଥିଲା। କିମ୍ୱଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏପ୍ରିଲ୍‌‌ ୧୭, ୧୯୯୭ରେ ଦେହାନ୍ତ ହୋଇଯାଇଥିବାରୁ ଆସ୍କା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କରାଯାଇଥିଲା। ଏହି ସଂସଦୀୟ ଆସନରୁ ଉପନିର୍ବାଚନରେ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ। ମତଦାନ ତାରିଖ ଥିଲା ମେ’ ୨୯, ୧୯୯୭। ସେହି ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏମ ଡି ଖାନ ମୋତେ ଜଣାଇ ଦେଇଥିଲେ ଯେ […]

୧୯୯୭ ମସିହା। ମୋତେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଳା ଗଞ୍ଜାମର ଜିଲ୍ଲା ମାଜିଷ୍ଟ୍ରେଟ୍‌‌ ଭାବରେ ନିଯୁକ୍ତି ଦିଆଯାଇଥିଲା। କିମ୍ୱଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏପ୍ରିଲ୍‌‌ ୧୭, ୧୯୯୭ରେ ଦେହାନ୍ତ ହୋଇଯାଇଥିବାରୁ ଆସ୍କା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କରାଯାଇଥିଲା। ଏହି ସଂସଦୀୟ ଆସନରୁ ଉପନିର୍ବାଚନରେ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ। ମତଦାନ ତାରିଖ ଥିଲା ମେ’ ୨୯, ୧୯୯୭। ସେହି ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏମ ଡି ଖାନ ମୋତେ ଜଣାଇ ଦେଇଥିଲେ ଯେ ଯେ ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା ଗୋପାଳପୁର ଆସି ହୋଟେଲ ପାମ୍‌‌ ବିଚ୍‌‌ରେ ରହିଛନ୍ତି। ସେତେବେଳକୁ ମୁଁ ଗୀତା ମେହେଟ୍ଟାଙ୍କୁ ଜଣେ ସାହସୀ ଯୁଦ୍ଧ ସମ୍ୱାଦଦାତା, ବୃତ୍ତଚିତ୍ର ନିର୍ମାତା ଏବଂ ଜଣେ ପ୍ରସିଦ୍ଧ ଲେଖିକା ଭାବରେ ଜାଣିଥିଲି ଏବଂ ତାଙ୍କ ବିଷୟରେ ଅନେକ କାହାଣୀ ଶୁଣିଥିଲି। ବହୁ ସଂଶୟରେ ମୁଁ ତାଙ୍କ ସହିତ ସାକ୍ଷାତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କଲି। ହୋଟେଲ୍‌‌ରେ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ତାଙ୍କୁ ଭେଟିବାର ସୁଯୋଗ ପାଇଲି। ସେ ଖୁବ୍‌‌ଶୀଘ୍ର ପରିସ୍ଥିତିକୁ ବହୁତ ସହଜ କରିଦେଲେ ଏବଂ ମୋ ସହିତ ଅତି ସରଳ ଭାବେ କଥାବାର୍ତ୍ତା କଲେ। ଆଲେଚାନା ସମୟରେ ସେ ଗଞ୍ଜାମ ଜିଲ୍ଲାର ସୁନ୍ଦର ଦର୍ଶନୀୟ ସ୍ଥାନ ଏବଂ ଜିଲ୍ଲାର ଶାସ୍ତ୍ରୀୟ ଲେଖକ ଓ କବିମାନଙ୍କ ବିଷୟରେ ପଚାରି ବୁଝିଥିଲେ।

ଇତିମଧ୍ୟରେ ନବୀନ ପଟ୍ଟନାୟକ ଉପନିର୍ବାଚନରେ ଜିତି କେନ୍ଦ୍ର ମନ୍ତ୍ରୀ ହୋଇାସାରିଥିଲେ। ମାର୍ଚ୍ଚ ୨୦୦୦ରେ ସେ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାକୁ ଫେରିଥିଲେ। ସୌଭାଗ୍ୟବଶତଃ, ୨୦୦୦ ମସିହାରେ ମୁଁ ଜଣେ ସ୍ୱତନ୍ତ୍ର ସଚିବ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଲି। ସେତେବେଳେ ବି ଗୀତା ମେହେଟ୍ଟା ଭୁବନେଶ୍ୱର ଗସ୍ତ କରୁଥିଲେ ଓ ତାଙ୍କୁ ଭେଟିବାର ସୁଯୋଗ ପାଉଥିଲି। ଏହି ଅବସରରେ ଶ୍ରୀମତୀ ମେହେଟ୍ଟାଙ୍କୁ ମୋର ଚିନ୍ତନ ଓ କାର୍ଯ୍ୟଶୈଳୀ ବୋଧହୁଏ ପସନ୍ଦ ଆସିଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ, ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଏବଂ ଗରିବ ଲୋକଙ୍କ ପାଇଁ ଜୀବିକା ମିଶନ୍‌‌ ଆଦି ବିଷୟରେ ମୋର କିଛି ଚିନ୍ତାଧାରାକୁ ସେ ଆଗ୍ରହର ସହିତ ଗ୍ରହଣ କରିଥିଲେ। ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଏନ୍‌‌ଜିଓଗୁଡ଼ିକୁ ଡାକି ଆଲୋଚନା କରିବାକୁ ସେ ମୋତେ କୁହନ୍ତି ଏବଂ ଏ ସମ୍ପର୍କରେ ଆମେ ଦୀର୍ଘ ସମୟ ଧରି ସାରଗର୍ଭକ ଆଲୋଚନା କରୁଥିଲୁ। ମୋର ଯେତେଦୂର ମନେ ଅଛି, ସେ ‘ଗ୍ରାମବିକାଶ’ ସଂସ୍ଥାର ବ୍ରହ୍ମପୁର ଶାଖା, ‘ଆକ୍ସନ୍‌‌ ଏଡ୍‌‌’ର ଭୁବନେଶ୍ୱର ଶାଖା ସହିତ ଏକାଧିକ ବୈଠକ କରିଛନ୍ତି। ଚିଲିକା ହ୍ରଦର ଏକ ଛୋଟ ଦ୍ୱୀପ ଏବଂ ଏହାର ଐତିହ୍ୟ ଶ୍ରୀମତୀ ମେହେଟ୍ଟାଙ୍କୁ ଖୁବ୍‌‌ ଆକୃଷ୍ଟ କରିଥିଲା। ସେଠାରେ ଥିବା ଐତିହ୍ୟ ସଂରଚନାକୁ ପୁନଃନିର୍ମାଣ ପାଇଁ ସେ ଆର୍ଥିକ ଯୋଗଦାନ ମଧ୍ୟ କରିଥିଲେ। ଖଲ୍ଲିକୋଟ ନିକଟସ୍ଥ ଚିଲିକା ହ୍ରଦ କୂଳରେ ବିଜୁ ପଟ୍ଟନାୟକଙ୍କ ନାମରେ ଏକ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ପରବର୍ତ୍ତୀ ସମୟରେ ମୁଁ ଯେତେବେଳେ ତାଙ୍କୁ ଯୁଦ୍ଧ ସମ୍ୱାଦଦାତା ଭାବରେ ତାଙ୍କର ଅଭିଜ୍ଞତା ଓ ସେ ସମ୍ମୁଖୀନ ହୋଇଥିବା ବିପଦସଂକୁଳ ଯାତ୍ରା ଆଦି ବିଷୟରେ ପଚାରେ ସେ କେବଳ ସ୍ମିତହାସ୍ୟଟିଏ ମୁହଁରେ ଖେଳାଇ ଦିଅନ୍ତି। ସେ ଯୁଦ୍ଧଭୂମିରେ ସମ୍ବାଦ ସଂଗ୍ରହ କରିବାକୁ ଯିବା ବେଳେ ତାଙ୍କ ବାପା ବିଜୁ ବାବୁ ଭୟଭୀତ ହୋଇଥିଲେ କି ବୋଲି ମଧ୍ୟ ମୁଁ ପଚାରିଥିଲି।

ମୁଁ ତାଙ୍କର ଅଧିକାଂଶ ପୁସ୍ତକ – ‘ସ୍ନେକ୍‌‌ ଆଣ୍ଡ ଲାଡର୍ସ’, ‘କର୍ମା କୋଲା’, ‘ରାଜ ଆଣ୍ଡ ରିଭର ସୂତ୍ର’, ‘ଇଟରନାଲ୍‌‌ ଗଣେଶ’ ଆଦି ପାଠ କରି ପ୍ରଭୂତ ପାଠକୀୟ ଆନନ୍ଦ ଲାଭ କରିଛି। ତାଙ୍କର ସମସ୍ତ ଲେଖା ଓ ପୁସ୍ତକ ଚିତ୍ତାକର୍ଷକ, କିନ୍ତୁ ‘ ରାଜ ଆଣ୍ଡ ରିଭର ସୂତ୍ର’ ମୋ ସ୍ମୃତିରେ ଲିପିବଦ୍ଧ ହୋଇ ରହିଯାଇଛି। ଏହି ପୁସ୍ତକରେ ନର୍ମଦା ନଦୀ ସହିତ ଜଡ଼ିତ ସମସ୍ତ ଲୋକସଂସ୍କୃତି ସନ୍ନିହିତ। ନଦୀର ଆତ୍ମିକ କାହାଣୀ, ଏହାର ପାର୍ବତ୍ୟ ପଥ, ନର୍ମଦାକୁ ଭଲ ପାଉଥିବା ଓ ଏହାଦ୍ୱାରା କ୍ଷତି ସହୁଥିବା ଅଗଣିତ ଲୋକ କାହାଣୀ ଏହି ପୁସ୍ତକରେ ସୂକ୍ଷ୍ମ ଭାବରେ ବର୍ଣ୍ଣିତ। ନବୀନ ବାବୁ ମୋତେ ଥରେ କହିଥିଲେ ଯେ ଗୀତା ନର୍ମଦା ନଦୀ କିମ୍ୱା ଏହାର କୂଳ କେବେ ଦେଖିନାହିଁ! ତଥାପି ସେ କେଡ଼େ ଚମତ୍କାର ଭାବରେ ତା’ ସହିତ ସଂଲଗ୍ନ ବିଭିନ୍ନ କଥାବସ୍ତୁକୁ ଜୀବନ୍ତ ଓ ବିସ୍ତୃତ ଭାବେ ବର୍ଣ୍ଣନା କରିପାରିଛି!
ଓଡ଼ିଶାର ଦାରିଦ୍ର୍ୟକୁ ନେଇ ଗୀତା ମ୍ୟାଡାମ ପ୍ରକୃତରେ ଚିନ୍ତିତ ଥିଲେ। ଯେତେବେଳେ ସେ ଭୁବନେଶ୍ୱରରେ ରହୁଥିଲେ, ଦାରିଦ୍ର୍ୟ ଦୂରୀକରଣ ପାଇଁ କଳ୍ପନା ଓ ଯୋଜନାରେ ସମୟ ଅତିବାହିତ କରୁଥିଲେ। ଯେତେବେଳେ ଆମମାନଙ୍କ ମଧ୍ୟରୁ କେତେଜଣ ଓଡ଼ିଶାରେ ‘ମିଶନ୍‌‌ ଶକ୍ତି’ ନାମରେ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଉପରେ ଆଲୋଚନା କରୁଥିଲୁ ସେ ଅତ୍ୟନ୍ତ ଉତ୍ସାହ ଓ ଆଗ୍ରହର ସହିତ ଆମ ସହିତ ଆଲୋଚନାରେ ଭାଗ ନେଉଥିଲେ। ଏହି ଯୋଜନାର ଅନ୍ତିମ ରୂପରେଖରେ ଗୀତା ମ୍ୟାଡାମ୍‌‌ଙ୍କ ଚିନ୍ତନ ପ୍ରସୂତ ଅନେକ ବିଚାର ସ୍ଥାନ ପାଇଥିଲା। ‘ମିଶନ୍‌‌ ଶକ୍ତି’ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଏକ ସଫଳ କାର୍ଯ୍ୟକ୍ରମ, ଯାହାର ଅଜ୍ଞାତ ବା ପ୍ରଚ୍ଛଦପଟ୍ଟ ସ୍ଥପତିମାନଙ୍କ ମଧ୍ୟରୁ ଗୀତା ମେହେଟ୍ଟା ଅନ୍ୟତମ।

ତାଙ୍କ ଭିତରେ ମୁଁ ଗୋଟିଏ ଜିନିଷକୁ ଅତି ନିକଟରୁ ନିରୀକ୍ଷଣ କରିଥିଲି। ତାହା ହେଉଛି ତୃଣମୂଳସ୍ତରର ଲୋକଙ୍କ ପାଇଁ ସେ ଜଣେ ସରଳ ଓ ଅମାୟିକ ମଣିଷ ହୋଇପାରିଥିଲେ। ସେ କେବଳ ଅତି ଆବଶ୍ୟକ ଜିନିଷ ହିଁ ତାଙ୍କ ପାଖରେ ରଖୁଥିଲେ। ସେ କ୍ୱଚିତ୍‌‌ ଅଳଙ୍କାର ପିନ୍ଧୁଥିଲେ। ସେ ଦାମୀ ପୋଷାକ ପିନ୍ଧିବା କେବେ ମୁଁ ଦେଖି ନଥିଲି। ବୋଧହୁଏ, ସେ ଯୁଦ୍ଧ କ୍ଷେତ୍ରରୁ ସମ୍ବାଦ ସଂଗ୍ରହ କରିବାକୁ ଯିବା ଦିନରୁ ଏଭଳି ସରଳ ଜୀବନଚର୍ଯ୍ୟାକୁ ଆଦରି ନେଇଥିଲେ। ତାଙ୍କ ଜୀବନ ସରଳ ଓ ସହଜ ଥିଲା। ସେହି ସମାନ ଗୁଣ ନବୀନ ପଟ୍ଟନାୟକଙ୍କଠାରେ ମଧ୍ୟ ଦେଖିବାକୁ ମିଳେ, ଯାହାଙ୍କ ଜୀବନଚର୍ଯ୍ୟାର ଦୈନିକ ଆବଶ୍ୟକତା ବହୁତ କମ୍‌‌। ଓଡ଼ିଶା ଏବଂ ଏହାର ଅଧିବାସୀ ସବୁବେଳେ ଗୀତା ମେହେଟ୍ଟାଙ୍କ ହୃଦୟରେ ବାସ କରୁଥିଲେ।

ଶ୍ରୀମତୀ ମେହେଟ୍ଟା, ଆପଣ ଯେଉଁଠାରେ ବି ଥାଆନ୍ତୁ ଶାନ୍ତିରେ ଥାଆନ୍ତୁ, ଓଡ଼ିଶା ପ୍ରତି ଆପଣଙ୍କ ସ୍ନେହ ଓ ଶ୍ରଦ୍ଧା ପାଇଁ ଆପଣ ସବୁବେଳେ ମନେ ରହିବେ ଏବଂ ଆପଣଙ୍କ ଅନୁପସ୍ଥିତି ଆମେ ସବୁବେଳେ ଉପଲବ୍ଧି କରିବୁ। (ସୌଜନ୍ୟ-odishabytes.com) ସନ୍ତୋଷ କୁମାର ଶତପଥୀ, ଭୁବନେଶ୍ୱର।

25 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର