ଓଡ଼ିଶାର ବଜ୍ରପାତ ବିପତ୍ତି

The Sakala Picture
Published On

ଗତ ୧୬ ତାରିଖରେ ବଜ୍ରପାତ ଯୋଗୁଁଁ ଓଡ଼ିଶାରେ ୧୪ ଜଣ ମୃତ୍ୟୁବରଣ କରିଛନ୍ତି। ବଜ୍ରପାତ ହେଉଛି ଓଡ଼ିଶା ପାଇଁ ଏକ ବଡ଼ ପ୍ରାକୃତିକ ବିପତ୍ତି। ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଏହା ଯୋଗୁଁଁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ଜଣାପଡ଼ିଛି ଯେ ଓଡ଼ିଶାରେ ବର୍ଷକୁ ହାରହାରି ୩୦୦ ବ୍ୟକ୍ତି ବଜ୍ରପାତରେ ପ୍ରାଣ ହରାଉଛନ୍ତି। ଗତ ପାଞ୍ଚ ବର୍ଷରେ ଓଡ଼ିଶାରେ ବଜ୍ରପାତ ଯୋଗୁଁଁ ୧୬୨୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ଅଧିକାଂଶ […]

ଗତ ୧୬ ତାରିଖରେ ବଜ୍ରପାତ ଯୋଗୁଁଁ ଓଡ଼ିଶାରେ ୧୪ ଜଣ ମୃତ୍ୟୁବରଣ କରିଛନ୍ତି। ବଜ୍ରପାତ ହେଉଛି ଓଡ଼ିଶା ପାଇଁ ଏକ ବଡ଼ ପ୍ରାକୃତିକ ବିପତ୍ତି। ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଏହା ଯୋଗୁଁଁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ଜଣାପଡ଼ିଛି ଯେ ଓଡ଼ିଶାରେ ବର୍ଷକୁ ହାରହାରି ୩୦୦ ବ୍ୟକ୍ତି ବଜ୍ରପାତରେ ପ୍ରାଣ ହରାଉଛନ୍ତି। ଗତ ପାଞ୍ଚ ବର୍ଷରେ ଓଡ଼ିଶାରେ ବଜ୍ରପାତ ଯୋଗୁଁଁ ୧୬୨୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ଅଧିକାଂଶ ମୃତ୍ୟୁ ଖୋଲା ସ୍ଥାନରେ ହୋଇଛି। ବିଶେଷଭାବେ ଗାଁ ଗହଳିରେ କୃଷକମାନେ କ୍ଷେତରେ ଚାଷ କରୁଥିବା ବେଳେ, ଗାଈଆଳ ଗୋରୁ ଚରାଉଥିବା ବେଳେ କିମ୍ବା କେଉଟ ମାଛ ଧରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥା’ନ୍ତି।

ବଜ୍ରପାତ କିପରି ହେଉଛି ଆସନ୍ତୁ ଜାଣିବା। ବାୟୁ ଉତ୍ତପ୍ତ ହେଲେ ଉପରକୁ ଉଠିଥାଏ ଏବଂ ଏହା ଉପରକୁ ଯିବା ବେଳେ ଆକାଶରେ ଥିବା ଥଣ୍ଡା ବାୟୁ ସହିତ ସଂଘର୍ଷ ହୋଇଥାଏ। ଗରମ ବାୟୁରେ ଥିବା ଜଳବିନ୍ଦୁ ସହ ଥଣ୍ଡା ବାୟୁରେ ଥିବା ସ୍ପଟିକର ସଂଘାତ ଯୋଗୁଁଁ ବାୟୁମଣ୍ଡଳରେ ସ୍ଥିର ବିଦ୍ୟୁତ ଚାର୍ଜ ସୃଷ୍ଟି ହୁଏ। ଫଳରେ ବାଦଲ୍‌‌ର ଉପରିଭାଗରେ ଧନାତ୍ମକ ଚାର୍ଜ ଓ ନିମ୍ନଭାଗରେ ଋଣାତ୍ମକ ଚାର୍ଜ ଜମା ହୋଇ ରହେ ଏବଂ ଉଭୟ କ୍ଷେତ୍ର ମଧ୍ୟରେ ଏକ ବୈଦ୍ୟୁତିିକ କ୍ଷେତ୍ର ସୃଷ୍ଟି ହୁଏ। ବାଦଲ୍‌‌ର ନିମ୍ନଭାଗରେ ଋଣାତ୍ମକ ଚାର୍ଜ ଯୋଗୁଁଁ ଭୂପୃଷ୍ଠରେ ଧନାତ୍ମକ ଚାର୍ଜ ସୃଷ୍ଟି ହୁଏ। ବିପରୀତ ଚାର୍ଜ ପରସ୍ପରକୁ ଆକର୍ଷଣ କରନ୍ତି ଏବଂ ଫଳରେ ଦୁଇ ବିପରୀତ ଚାର୍ଜ ମିଶି ବଜ୍ରପାତ ସୃଷ୍ଟି ହୁଏ। ଏହା ବାଦଲରୁ ଭୂପୃଷ୍ଠକୁ ଯାଇଥାଏ। ବଜ୍ରପାତ ଯୋଗୁଁଁ ସୃଷ୍ଟି ହେଉଥିବା ଆଲୋକ ହେଉଛି ବିଜୁଳି ଏବଂ ଧ୍ୱନି ହେଉଛି ଘଡ଼ଘଡ଼ି। ବାସ୍ତବରେ ବଜ୍ରପାତ ସମୟରେ ତାପମାତ୍ରା ୩୦୦୦ ଡିଗ୍ରୀ ସେଲ୍‌ସିୟସ୍‌‌ ପର୍ଯ୍ୟନ୍ତ ସୃଷ୍ଟି ହୋଇଥାଏ। ବିଜୁଳି ଭୂପୃଷ୍ଠ ଆଡ଼କୁ ଆଲୋକ ବେଗରେ ଆସିଥାଏ ଏବଂ ଗନ୍ତବ୍ୟ ପଥରେ ବାୟୁ ପ୍ରସାରିତ ହୋଇଥାଏ। କିନ୍ତୁ ବିଜୁଳି ଅତି କମ୍‌‌ସମୟ ନେଇଥାଏ ଏବଂ ଏହାଫଳରେ ବାୟୁ ପୁନଶ୍ଚ ସଂକୁଚିତ ହୁଏ। ବାୟୁର ଏହି ପ୍ରସାରଣ, ତାପନ ଓ ସଂକୋଚନ ଯୋଗୁଁଁ ଘଡ଼ଘଡ଼ି ସୃଷ୍ଟି ହୋଇଥାଏ। ବିଜୁଳି ଓ ଘଡ଼ଘଡ଼ି ଏକା ସମୟରେ ସୃଷ୍ଟି ହେଉଥିଲେ ହେଁ ଆମେ ବିଜୁଳିକୁ ପ୍ରଥମେ ଦେଖୁ ଓ କିଛି ସମୟ ପରେ ଘଡ଼ଘଡ଼ି ଶୁଣୁ। କାରଣ ବିଜୁଳି ଆଲୋକ ବେଗରେ ଗତି କରିଥାଏ ଏବଂ ଆଲୋକର ବେଗ ଧ୍ୱନିର ବେଗଠାରୁ ଅନେକ ଗୁଣ ଅଧିକ।

ବଜ୍ରପାତ ପାଇଁ ଜଳକଣା ଓ ଉତ୍ତାପ ଆବଶ୍ୟକ ହେଉଥିବାରୁ ଏହା ସାଧାରଣତଃ ଖରାଦିନେ ଏବଂ ବିଶେଷ ଭାବରେ ଆର୍ଦ୍ର ଅଞ୍ଚଳରେ ଘଟିଥାଏ। ଏହା ପ୍ରାୟ ଅପରାହ୍ନ ଓ ସନ୍ଧ୍ୟା ସମୟରେ ହୋଇଥାଏ। ବଜ୍ରପାତ ହେଉଛି ଗୋଟିଏ ଅତ୍ୟୁଚ୍ଚ ଭୋଲ୍‌‌ଟେଜ୍‌‌ର ବିଦ୍ୟୁତ୍‌‌ ସ୍ପୁଲିଙ୍ଗ। ଘରେ ବ୍ୟବହାର ହେଉଥିବା ବିଦ୍ୟୁତ୍‌‌ ଭୋଲଟେଜ୍‌‌ର ଏହା ହେଉଛି ହଜାର ହଜାର ଗୁଣ ଅଧିକ। ଏଥିପାଇଁ ବଜ୍ରପାତ ଯେଉଁ ଘର କିମ୍ବା ଗଛ ଉପରେ ପଡ଼େ ତାହା ଜଳିଯାଏ ଏବଂ କୌଣସି ବ୍ୟକ୍ତି ସଂସ୍ପର୍ଶରେ ଏହା ଆସିଲେ ତତ୍କାଳ ମୃତ୍ୟୁ ହୋଇଥାଏ।
ପୃଥିବୀର ଉଷ୍ଣତା ବୃଦ୍ଧି ଯୋଗୁଁଁ ଗତ କିଛିବର୍ଷ ଧରି ବଜ୍ରପାତ ସଂଖ୍ୟା ବଢ଼଼ୁଛି। ଉଷ୍ମତା ବୃଦ୍ଧି ହେତୁ ସମୁଦ୍ର ପୃଷ୍ଠରେ ତାପମାତ୍ରା ବୃଦ୍ଧି ହେଉଛି ଏବଂ ଉତ୍ତପ୍ତ ବାୟୁର ଜଳଧାରଣ କ୍ଷମତା ଅଧିକ ହେଉଥିବାରୁ ବାୟୁମଣ୍ଡଳରେ ଜଳକଣା ବୃଦ୍ଧି ପାଉଛି। ଆକଳନ କରାଯାଇଛି ଯେ ପୃଥିବୀର ଉଷ୍ମତା ୧ ଡିଗ୍ରୀ ସେଲ୍‌ସିୟସ୍‌‌ ବଢ଼଼ିଲେ ବାୟୁର ୭ ପ୍ରତିଶତ ଅଧିକ ଜଳକଣା ଧାରଣ କରିବାର ଶକ୍ତି ବଢ଼଼ିଥାଏ। ଏହିପରି ବାୟୁମଣ୍ଡଳରେ ଉଭୟ ତାପମାତ୍ରା ଓ ଜଳକଣା ବୃଦ୍ଧି ଯୋଗୁଁଁ ଗତ କେତେବର୍ଷ ଧରି ବଜ୍ରପାତ ସଂଖ୍ୟା ବଢ଼଼ୁଛି। ବଜ୍ରପାତ ଯୋଗୁଁଁ ଧନଜୀବନ କ୍ଷତି ହୋଇଥାଏ। ଓଡ଼ିଶା ସରକାର ଏହାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। ସତର୍କତା ଅବଲମ୍ବନ କଲେ ଏଥିରୁ ରକ୍ଷା ପାଇ ହେବ।

ପାଣିପାଗ ବିଭାଗ ବଜ୍ରପାତ ହେବାର ଅତିକମ୍‌‌ରେ ଗୋଟିଏ ଦିନ ପୂର୍ବରୁ ଜାଣିପାରିଥାଏ ଏବଂ ଏଥିପାଇଁ ସତର୍କ ସୂଚନା ଜାରି କରିଥାଏ। ଡପଲର ରେଡାର ନାମକ ଏକ ଯନ୍ତ୍ର ଦ୍ୱାରା ଏହା ଜାଣି ହୁଏ। ପାଣିପାଗ ବିଭାଗର ‘ଦାମିନି’ ଆପ୍‌‌ ବ୍ୟବହାର କରି ମଧ୍ୟ ବଜ୍ରପାତର ସୂଚନା ଜାଣିହୁଏ। ଏଣୁ ପ୍ରତ୍ୟେକ ବ୍ୟକ୍ତି ଏହି ପୂର୍ବସୂଚନା ଅନୁଯାୟୀ ବଜ୍ରପାତ ହେବାକୁ ଥିବା ଅଞ୍ଚଳ ଓ ସମୟରେ ଘରୁ ବାହାରିବା ଉଚିତ ନୁହେଁ। ଏହାବ୍ୟତୀତ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସାଧାରଣ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ସମୟରେ ଗଛ ତଳେ ରହିବା ଅନୁଚିତ। ବଜ୍ରପାତ ସାଧାରଣତଃ ଡେଙ୍ଗା ଗଛ, ଉଚ୍ଚ କୋଠା ଆଦିରେ ଅଧିକ ହୋଇଥାଏ। ଏହାର ଅର୍ଥ ନୁହେଁ ଯେ ଖୋଲା ସ୍ଥାନରେ ଏହା ହୁଏ ନାହିଁ। ଏଣୁ ସର୍ବଦା ବଜ୍ରପାତ ସୂଚନା ଆଧାରରେ ବାହାରକୁ ବାହରିବା ଆବଶ୍ୟକ।
ଉଚ୍ଚ କୋଠା ଓ ମନ୍ଦିରରେ ବଜ୍ରପାତରୁ ସୁରକ୍ଷା ପାଇଁ ତଡ଼ିତ ରକ୍ଷକ(ଲାଇଟିନିଂ ଆରେଷ୍ଟର) ଖଞ୍ଜା ଯାଇଥାଏ। କୋଠାର ଅଗ୍ରଭାଗରେ ଗୋଟିଏ ମୁନିଆ ଲୁହାଛଡ଼ ପୋତାଯାଇଥାଏ ଏବଂ ସେଥିରେ ଗୋଟିଏ ଲମ୍ବା ତାର ଲଗାଯାଇଥାଏ। ତାରକୁ ଭୂଇଁରେ ପୋତି ଦିଆଯାଏ। ବଜ୍ରପାତ ଭୂପୃଷ୍ଠ ଆଡ଼କୁ ଆସିବା ବେଳେ ପ୍ରଥମେ ତଡ଼ିତ ରକ୍ଷକ ପାଖରେ ପହଞ୍ଚିଥାଏ ଏବଂ ତାହା ବିଦ୍ୟୁତ୍‌‌କୁ ଭୂପୃଷ୍ଠକୁ ନେଇଯାଏ। ଫଳରେ ଆଖପାଖରେ ଥିବା ଘର କିମ୍ବା ଲୋକମାନଙ୍କର କିଛି କ୍ଷତି ହୁଏ ନାହିଁ।

ତାଳଗଛ ପ୍ରାକୃତିକ ତଡ଼ିତ ରକ୍ଷକର କାର୍ଯ୍ୟ କରେ। ଏହା ଆଖପାଖ ଅଞ୍ଚଳର ସବୁଠାରୁ ଉଚ୍ଚ ହୋଇଥିବାରୁ(ଏହା ପ୍ରାୟ ୧୦୦ ଫୁଟ୍‌‌ ପର୍ଯ୍ୟନ୍ତ ବଢ଼଼ିଥାଏ) ଏହାପାଖରେ ବଜ୍ରପାତ ପ୍ରଥମେ ପହଞ୍ଚିଥାଏ। ଏହାର ଗଣ୍ଡିରେ ଅଧିକ ଜଳଅଂଶ ଥାଏ, ଯାହା ଫଳରେ ଏହାର ବିଦ୍ୟୁତ୍‌‌ ପ୍ରତିରୋଧ କମ୍‌‌ ହୋଇଥାଏ ଏବଂ ବିଦ୍ୟୁତ୍‌‌ ସହଜରେ ଭୂଇଁକୁ ଚାଲିଯାଏ। ଓଡ଼ିଶା ସରକାର ଗତବର୍ଷ ରାଜ୍ୟରେ ୧୯ ଲକ୍ଷ ତାଳଗଛ ଲଗାଇଛନ୍ତି। ବଜ୍ରପାତରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସତର୍କତା ଅବଲମ୍ବନ ଏବଂ ପାଣିପାଗ ବିଭାଗ ଦ୍ୱାରା ଜାରି ସୂଚନାର ଅନୁପାଳନ।

ଇଂ ମାୟାଧର ସ୍ୱାଇଁ

(ସମ୍ପାଦକ, ସାଇନ୍‌‌ସ ହୋରିଜନ୍‌‌)
ଭୁବନେଶ୍ୱର, ମୋ: ୯୪୩୮୬୯୩୭୨୪

21 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର