ଆହୁରି ଅନେକ ପଥ ବାକି
ଯଦି ପଚରା ହେବ, ମୃତ୍ୟୁ ପୂର୍ବରୁ କିପରି ସମାଜଟିଏ ଦେଖିବାକୁ ଚାହାନ୍ତି? ନିଶ୍ଚିତ ଭାବେ ମୋର ଉତ୍ତର ହେବ, ଏପରି ଏକ ସମାଜ, ଯେଉଁ ସମାଜ ମୋ ଝିଅ ଓ ତା’ ପରି ଅନେକ ଝିଅଙ୍କୁ ପ୍ରଦାନ କରିବ ଏକ ନିର୍ଭରଯୋଗ୍ୟ ସୁରକ୍ଷା, ଯେଉଁଠି ସ୍ୱଚ୍ଛନ୍ଦରେ ଜିଇଁବାକୁ ଥିବ ପର୍ଯ୍ୟାପ୍ତ ପାଣି ଓ ପବନ, ଆଗକୁ ବଢ଼଼ିବା ପାଇଁ ନଥିବ କୌଣସି ବାଧା…। ମୁଁ ଭଲ ଭାବେ ଜାଣିଛି ଯେ ଏପରି ସମାଜଟିଏ ସମ୍ଭବ ହେବା ଅସମ୍ଭବ […]
ଯଦି ପଚରା ହେବ, ମୃତ୍ୟୁ ପୂର୍ବରୁ କିପରି ସମାଜଟିଏ ଦେଖିବାକୁ ଚାହାନ୍ତି? ନିଶ୍ଚିତ ଭାବେ ମୋର ଉତ୍ତର ହେବ, ଏପରି ଏକ ସମାଜ, ଯେଉଁ ସମାଜ ମୋ ଝିଅ ଓ ତା’ ପରି ଅନେକ ଝିଅଙ୍କୁ ପ୍ରଦାନ କରିବ ଏକ ନିର୍ଭରଯୋଗ୍ୟ ସୁରକ୍ଷା, ଯେଉଁଠି ସ୍ୱଚ୍ଛନ୍ଦରେ ଜିଇଁବାକୁ ଥିବ ପର୍ଯ୍ୟାପ୍ତ ପାଣି ଓ ପବନ, ଆଗକୁ ବଢ଼଼ିବା ପାଇଁ ନଥିବ କୌଣସି ବାଧା…। ମୁଁ ଭଲ ଭାବେ ଜାଣିଛି ଯେ ଏପରି ସମାଜଟିଏ ସମ୍ଭବ ହେବା ଅସମ୍ଭବ ନହେଲେ ବି ସହଜ ମଧ୍ୟ ନୁହେଁ।
କୁହାଯାଏ, ପୁଅର ଭାଗ୍ୟ ପତର ତଳେ ଓ ଝିଅର ଭାଗ୍ୟ ପଥର ତଳେ। ଏ ଆପ୍ତ ବାକ୍ୟଟି ଆଜି ମଧ୍ୟ ନିଜର ଗୁରୁତ୍ୱ ହରାଇ ନାହିଁ। ଆଜି ବି ଝିଅଟିଏ ଜନ୍ମ ହେଲେ ବାପାମା’ଙ୍କ ମୁହଁ ଆମ୍ୱିଳା ହୋଇଯାଉଚି, ଚିନ୍ତା ମାଡ଼ି ଆସୁଚି। କନ୍ୟାକୁ ରତ୍ନର ଆଖ୍ୟା ଦିଆ ଯାଇଥିଲେ ବି ଘରର ବୟସ୍କମାନେ ଦୀର୍ଘଶ୍ୱାସ ଛାଡ଼ି କହନ୍ତି ଏଥର ଯୌତୁକ ପାଇଁ ସଞ୍ଚିବା ଆରମ୍ଭ କରିଦିଅ। ତେଣୁ ନିଜେ ବାପା ନେଇ ଝିଅକୁ ଟ୍ରକ୍ ଚକ ତଳେ କାଗଜ ଗୁଡ଼େଇ ରଖିଦେଇ ଆସୁଚି। ଆଜି ବି ବୁଦା ମୂଳରେ କନ୍ୟା ଶିଶୁଟିକୁ ଅବାଞ୍ଛିତ ଭାବେ ଫୋପାଡ଼ି ଦିଆଯାଉଚି। ଏପରିକି ସେ ଭ୍ରୂଣ ଥିବା ଅବସ୍ଥାରେ ବି ଯଦି ମା’ ଜାଣିଛି, ଏହା କନ୍ୟା ସନ୍ତାନ, ତେବେ ସେ ନିଜେ ତା’କୁ ସଫା କରିଦେବା ପାଇଁ ଡାକ୍ତରଙ୍କୁ ନେହୁରା ହେଉଛି।
ଖୁବ୍ ଦୁଃଖର ସହିତ କହିବାକୁ ହେଉଛି ଯେ ପୁଅଟିଏର କ୍ଷେତ୍ରରେ ତା’ର ଶରୀର, ତା’ ସୁରକ୍ଷା କବଚ ସାଜୁ ଥିଲା ବେଳେ ଝିଅ କ୍ଷେତ୍ରରେ ଠିକ୍ ତା’ର ବିପରୀତ ଭାବେ ଈଶ୍ୱରଦତ୍ତ ଏହି ପବିତ୍ର ଶରୀରଟି ଯୋଗୁଁ ହିଁ ସେ ହୋଇପଡ଼େ ଅସୁରକ୍ଷିତ। ଘରୁ ବାହାର ପର୍ଯ୍ୟନ୍ତ କାମାନ୍ଧର ଆଖି ତା’ର କୋମଳ ଶରୀରଟି ଉପରେ ରହୁଛି ନିବଦ୍ଧ ହୋଇ। ଯେଉଁଥି ପାଇଁ ୭ ଦିନର କଅଁଳ ଶିଶୁଠାରୁ ସତୁରୀ ବର୍ଷର ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ହୋଇ ପଡୁଛନ୍ତି ଅସୁରକ୍ଷିତ। ଏକ ସର୍ବେକ୍ଷଣ ଅନୁସାରେ ୯୨ ପ୍ରତିଶତ କ୍ଷେତ୍ରରେ ନାବାଳିକାଟିଏ ତା’ର ସମ୍ପର୍କୀୟ ଓ ପରିଚିତଙ୍କ ଦ୍ୱାରା ହୋଇଥାଏ ଯୌନ ନିର୍ଯାତିତା, ଯେତେବେଳେ ସେ ତା’ ସହିତ କ’ଣ ଘଟୁଛି ବି ବୁଝି ପାରି ନ ଥାଏ। ପୁଣି ଦୁଷ୍କର୍ମ ପରି ଅଭିଶପ୍ତ ଅଘଟଣଗୁଡ଼ିକରେ ଝିଅକୁ ହିଁ ଦୋଷ ଦିଆଯାଏ। ତା’କୁ ଏତେ ଲାଞ୍ଛନା ମିଳେ ଯେ ସମାଜରେ ବଞ୍ଚିବା ତା’ ପାଇଁ ଅସମ୍ଭବ ହୋଇପଡ଼େ। ତେଣୁ ଦୁଷ୍କର୍ମର ଶିକାର ହୋଇ, ଘୋର ମାନସିକ ଓ ଶାରୀରିକ କଷ୍ଟ ସହି ମଧ୍ୟ, ପିତାମାତା ଓ ପରିବାର ଜନଙ୍କ ଚାପରେ ସେ ତୁଣ୍ଡରେ ତାଲା ମାରି, ଭିତରେ ଭିତରେ କୁହୁଳିବାରେ ଲାଗେ। ଦୋଷ ନକରି ବି ସେ ଦୋଷୀ ହୁଏ। ଆଉ ଜୀବନ ତା’ର ହୋଇପଡ଼େ ଦୁର୍ବିସହ, ଯେବେ ଦୁଷ୍କର୍ମର ଶିକାର ହୋଇଥିବା ଝିଅକୁ, ନିଜେ ମା’ବାପା ବାଧ୍ୟ କରନ୍ତି, ଦୁଷ୍କର୍ମ କରିଥିବା ଦୋଷୀଟି ସହିତ ବିବାହ କରିବା ପାଇଁ।
ତେବେ ଏପରି ନିର୍ଣ୍ଣୟ ନେବା ପଛରେ ପିତା ମାତାଙ୍କ ଅସହାୟତାକୁ ବି ଅଣଦେଖା କରାଯାଇ ପାରିବ ନାହିଁ। ଆମ ସମାଜରେ ଗୋଟିଏ ଅଦ୍ଭୁତ ଧାରଣା ପୋଷଣ କରା।ଇଥାଏ ଯେ, ଝିଅ ମାଟି ହାଣ୍ଡି, ପୁଅ ପିତ୍ତଳ ଗରା। ଝିଅକୁ ଛୁଇଁଦେଲେ ଝିଅ ମାରା ହେଇଯାଏ। କିନ୍ତୁ ପୁଅ ଯେତେ ମାଟି, ଗୋବର ଓ ମଇଳାରେ ଲଟ୍ ପଟ ହୋଇଥିଲେ ବି ମାଜି ମୁଜି ଦେଲେ ହୋଇଯାଏ ସଫା। ତେଣୁ ଝିଅଟି ଯାହା ଯୋଗୁଁ ବଦନାମ ହୋଇଛି, ତା’ରି ସହିତ ଛନ୍ଦି ଦେଲେ, କେହି ତା’ଉପରକୁ ଅଙ୍ଗୁଳି ଦେଖେଇ ପାରିବ ନାହିଁ ଓ ଭବିଷ୍ୟତରେ ସେ ଆଉ ପିତାମାତାଙ୍କ ମୁଣ୍ଡରେ ବୋଝ ହେବନି। କିନ୍ତୁ ସେମାନେ ଭୁଲି ଯାଆନ୍ତି ଯେ ଦୁଷ୍କର୍ମରେ କେବଳ ଶରୀର କ୍ଷତିଗ୍ରସ୍ତ ହୁଏ ନାହିଁ, ବରଂ ମାନସିକ ସ୍ଥିତି ମଧ୍ୟ ଦୋହଲି ଯାଏ। ଯେତେବେଳେ ଝିଅଟି ସର୍ବାଧିକ ଆଶ୍ୱସନା, ସାନ୍ତ୍ୱନା ଓ ସମବେଦନା ଆବଶ୍ୟକ କରେ, ଠିକ୍ ସେତିକି ବେଳେ ସେ ଘୃଣା କରୁଥିବା ଗୋଟିଏ ବ୍ୟକ୍ତି ସହିତ ସମ୍ପୂର୍ଣ୍ଣ ଜୀବନ ବିତାଇ ଦେବା ପାଇଁ ତା’କୁ ବାଧ୍ୟ କରାଯାଏ। କେତେ ଅସହନୀୟ କଷ୍ଟ ସେ ସହୁଥିବ ସତେ!
ଏହି ସମୟରେ ଝିଅର ମନୋବଳ ବୃଦ୍ଧି କରାଇବା ସହ ଆଶ୍ୱସ୍ତି ଦେବା ଉଚିତ୍ ଯେ ଅନ୍ୟ ସମସ୍ତ ଦୁର୍ଘଟଣା ପରି ଏହା ମଧ୍ୟ ଗୋଟିଏ ଦୁର୍ଘଟଣା। ଏହାକୁ ମନରୁ ପୋଛି ଆଗକୁ ବଢ଼଼ିବାକୁ ହେବ। ଏଇ ଭୁବନେଶ୍ୱରରେ ଦୁଇଟି ଚଉଦ ପନ୍ଦର ବର୍ଷର ଝିଅ ପୁଅ ଏକସଙ୍ଗେ କୁଆଡ଼େ ଚାଲିଗଲେ। ପୁଲିସକୁ ଖବର ଦିଆଗଲା। ପ୍ରାୟ ବାର ଦିନ ପରେ ଉଭୟଙ୍କୁ ଉଦ୍ଧାର କରି ପୁଲିସ ଯେତେବେଳେ ସେମାନଙ୍କ ଅଭିଭାବକଙ୍କୁ ଖବର ଦେଲା, ପୁଅର ପିତାମାତା ତା’କୁ ଘରକୁ ନେଇଯାଇ ଥିଲା ବେଳେ ଝିଅର ବିଧବା ମା’ ଟି ଝିଅକୁ ନେବାକୁ ମନା କରି ଦେବାରୁ ଝିଅଟିକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଝିଅ ସେଠାରେ କେତେ ସୁଧୁରିବ ତାହା ସମସ୍ତେ ଜାଣନ୍ତି। ପିଲା ଭୁଲ କରିବେ। ଏହା ତାଙ୍କ ବୟସର ଦୋଷ। ହେଲେ ଯେତେବେଳେ ନିଜେ ଜନ୍ମଦାତ୍ରୀ ହିଁ ହାତ ଛାଡ଼ିଦିଏ, ସେତେବେଳେ କେବଳ ଈଶ୍ୱର ହିଁ ଭରସା! ଏ କଥା ଶୁଣିଲା ପରେ ସ୍ୱତଃ ମନରେ ଉଙ୍କି ମାରିଲା ପ୍ରଶ୍ନଟିଏ – ଯଦି ସନ୍ତାନଟି ଝିଅ ବଦଳରେ ପୁଅ ହୋଇଥା’ନ୍ତା, ତେବେ ମା’ଟି ଏପରି କଠୋରତା ପ୍ରକାଶ କରିଥାନ୍ତା କି?
ଆସନ୍ତୁ ଆପଣଙ୍କୁ ଦେଖାଇବି ଆଉ ଏକ ଦୃଶ୍ୟ। ମା’ ଖାଇବା ବାଢୁଥା’ନ୍ତି। ରସଗୋଲା ଦୁଇଟି ଆଣି ଟେବୁଲ ଉପରେ ରଖୁ ରଖୁ, ଝିଅ ଗୋଟିଏ ନେଇ ଗଲା ନିଜ ଥାଳିକୁ। ସଙ୍ଗେ ସଙ୍ଗେ ମା’ କହିଲେ, ‘ସୁନା ଝିଅ ପରା, ମିଠାଟି ଭାଇକୁ ଦେଇଦେ।’ ପ୍ରତିବାଦ କଲା ଝିଅ, ‘କାଇଁ ଆର ମିଠା ଟି ସେ ଖାଉ।’ ମା’ କହିଲେ, ‘ସେଇଟା ପା ବାପା ଙ୍କ ପାଇଁ ରଖିଛି। ଇଏ କେମିତି କା ଭଉଣୀ କେଜାଣି, ଭାଇ ପାଇଁ ମିଠାଟିଏ ବି ଛାଡ଼ି ପାରୁନି।’ ଏହା ଶୁଣି ଝିଅଟି ‘ଭାଇ କୌଣସି ଦିନ ମୋ ପାଇଁ ମିଠା ଛାଡ଼ିଛି, ନା ମୋର ଭଲ ମନ୍ଦ ଖାଇବାକୁ ଇଛା ନାହିଁ, ଭାଇକୁ ଦେବି ଯଦି ତେବେ ମୁଁ ସୁନା ଝିଅ ନହେଲେ ମୁଁ ଖରାପ ନା, ଏ ଘରେ ଝିଅ ହୋଇ ଜନ୍ମ ହେବା ହିଁ ପାପ’ କହି ରାଗି ଉଠି ଯାଉଚି। ଯେଉଁଠି ମା’ର ଏପରି ମାନସିକତା, ସେଠି ପୁରୁଷ ବୋଲି କହି କେବଳ ବାପା ଭାଇଙ୍କୁ ଦୋଷ ଦେଇଦେଲେ ହେବ ନାହିଁ। ଯେଉଁ ମା, ପୁଅ ଓ ଝିଅ ଉଭୟଙ୍କୁ ଈଶ୍ୱରଙ୍କ ଆଶିଷ ଭାବେ ଗ୍ରହଣ କରି ଉଭୟଙ୍କୁ ସମାନ ମର୍ଯ୍ୟାଦା ଦେବା କଥା, ସେଠି ଏପରି ପାତରଅନ୍ତର ନୀତି ଯୋଗୁଁ ପୁଅଟି ଶିଖେ ଯେ, ସବୁକିଛି ଭଲ ଚିଜ ପାଇବାକୁ ହକଦାର କେବଳ ସେ। ନ ପାଇଲେ ସେ ହୋଇଉଠେ ଉଗ୍ର ତଥା ହିଂସ୍ର ଏବଂ ଝିଅଟି ଶିଖେ ଯେ ଅନ୍ୟାୟକୁ ମଥାପାତି ସହି ଯିବା ହିଁ ତା’ର ଧର୍ମ। ଏ ଉଭୟ କଥା ପିଲାଙ୍କ ବ୍ୟକ୍ତିତ୍ୱକୁ ବିକଶିତ କରିବା ପରିବର୍ତ୍ତେ କରେ ବିଷାକ୍ତ। ବରଂ ମା’ ଯଦି ମିଠା ଦୁଇଟିକୁ ଚାରି ଭାଗ କରି ଚାରିଜଣଙ୍କୁ ଦେଇଥା’ନ୍ତେ, ତାହା ଝିଅ ପୁଅଙ୍କ ମନରେ, ସମସ୍ତେ ମିଳିମିଶି ଖାଇବାର ଉଦାର ଭାବଟିଏ ଜନ୍ମ ହୋଇଥା’ନ୍ତା।
କିଛିଦିନ ପୂର୍ବେ ଝିଅ ଜନ୍ମ ହେବାରୁ ସ୍ୱାମୀଟି ସ୍ତ୍ରୀକୁ ଝିଅକୁ ମାରି ଦେବା ପାଇଁ କହିଲା। ସ୍ତ୍ରୀ ସେଥିରେ ଅମଙ୍ଗ ହେବାରୁ ସ୍ୱୀମୀ ଆତ୍ମହତ୍ୟା କଲା। ଝିଅକୁ ରକ୍ଷା କରିବାକୁ ଯାଇ ସ୍ତ୍ରୀ ନିଜର ସିନ୍ଦୂର ପୋଛିଲା। ଏବେ ଝିଅ ଜନ୍ମ ହେଲେ ତା’ର ପିତୃତ୍ୱ ପ୍ରମାଣ କରିବା ପାଇଁ ଡିଏନ୍ଏ ପରୀକ୍ଷା ଆବଶ୍ୟକ ହେଉଛି। ଏପରିକି ନିଜ ଜନ୍ମ କଲା ଝିଅକୁ ଛାଡ଼ି ଅନ୍ୟର ପୁଅକୁ ପିତାମାତା ଉଠାଇ ଆଣୁଛନ୍ତି। ଝିଅ ପ୍ରତି ଏପରି ନକାରାତ୍ମକ ମନୋଭାବ ଯୋଗୁଁ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା ଦ୍ରୁତ ଗତିରେ କମିବାରେ ଲାଗିଛି। ଏତେ ପ୍ରତିବନ୍ଧକ ସତ୍ତ୍ବେ ପ୍ରତି ପରୀକ୍ଷାରେ ଝିଅମାନେ ରହୁଛନ୍ତି ଆଗରେ। ପିତାମାତାଙ୍କୁ ତାଙ୍କ ଅସହାୟ ସମୟରେ ପୁଅ ତୁଳନାରେ ଝିଅଟିଏ ହେଉଛି ଅଧିକ ସାହାରା। ଆଜି ଆମେ ପୁରୁଷ ଓ ମହିଳାଙ୍କୁ ସମକକ୍ଷ ବୋଲି କହୁଛେ; ମାତ୍ର ସେମାନେ ସମକକ୍ଷ ହେବା ପାଇଁ କେତେ ଯେ ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି, ତା’ ସେମାନେ ହିଁ ଜାଣନ୍ତି। କିଛିଦିନ ତଳେ ମହିନ୍ଦ୍ରା ଓ ମହିନ୍ଦ୍ରାର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ଟ୍ୱିଟରରେ ଏକ ଚିତ୍ର ଦେଇଥିଲେ, ଯେଉଁଥିରେ ମହିଳା ଓ ପୁରୁଷ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗୋଟିଏ ଧାଡ଼ିରେ ଛିଡ଼ା ହୋଇଛନ୍ତି। ପୁରୁଷମାନଙ୍କ ସମ୍ମୁଖରେ କୌଣସି ପ୍ରକାରର ପ୍ରତିବନ୍ଧକ ନଥିଲା ବେଳେ ମହିଳାମାନଙ୍କ ଆଗରେ ଘରର ଯାବତୀୟ ଜଞ୍ଜାଳ ଗୋଟିଏ ପରେ ଗୋଟିଏ ପଥ ଓଗାଳି ଛିଡ଼ା ହୋଇଛି। ହେଲେ ସମୟେ ସମୟେ, ଝିଅଟିଏ ନିଜକୁ ପ୍ରମାଣିତ କରିବାକୁ ଯାଇ ନିଜ ନାରୀତ୍ୱ ଓ ଚରିତ୍ରକୁ ବାଜିରେ ଲଗାଇ ଦେବା ପାଇଁ ହେଉଛି ଆଗଭର। କିନ୍ତୁ ତା’କୁ ମନେ ରଖିବାକୁ ହେବ ଯେ ଏହି ନିଷ୍କଳଙ୍କ ଚରିତ୍ର ହିଁ ହେଉଛି ତା’ର ଅମୂଲ୍ୟ ସମ୍ପଦ। ଝିଅକୁ ଜାଣିବାକୁ ହେବ ସ୍ୱାଧୀନତା ଓ ସ୍ୱେଚ୍ଛାଚାରିତା ମଧ୍ୟରେ ଥିବା ପ୍ରଭେଦଟିକୁ, ମନେ ରଖିବାକୁ ହେବ ଯେ ନାରୀଟିଏ ଶୃଙ୍ଖଳିତ ହେଲେ ଘର ଯେପରି ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ହୁଏ, ଠିକ୍ ସେମିତି ନାରୀଟିଏ ବିଶୃଙ୍ଖଳ ହେଲେ ସମଗ୍ର ପରିବାର ହୋଇଯାଏ ଉଚ୍ଛନ୍ନ। ନାରୀ ନିଜ ନାରୀତ୍ୱର ପରାକାଷ୍ଠା ପ୍ରଦର୍ଶନ କରୁ, କିନ୍ତୁ ସମ୍ଭ୍ରମତାର ସହିତ ସୁସଞ୍ଜତ ଭାବେ। ଅନ୍ୟଥା ଅନ୍ୟକୁ ଦୋଷ ଦେବା ପୂର୍ବରୁ ନିଜ ଦୋଷଗୁଡ଼ିକ ଦିଶିବ ଜଳଜଳ ହୋଇ।
କୁହାଯାଏ, ଶିବ ବି ଶକ୍ତିଙ୍କ ବିନା ହୋଇ ପଡ଼ନ୍ତି ଶକ୍ତିହୀନ। ନାରୀ ହେଉଛି ସ୍ୱୟମ ମହାମାୟା, ଅମାପ ଶକ୍ତିର ଉତ୍ସ। ସେହି ଶକ୍ତିର ସଦୁପଯୋଗ କରିବା ପାଇଁ ଉଭୟ ନାରୀ ଓ ପୁରୁଷଙ୍କ ଅବଦାନକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ଝିଅ ଯେବେ ପଢ଼଼ିବ, ସେ ଆଗକୁ ବଢ଼଼ିବ। ତା’କୁ କେବଳ ମଣିଷଟିଏର ମର୍ଯ୍ୟାଦା ଦେଇ ଥରେ ପିଠି ଥାପୁଡ଼ାଇ, ତା’ କାମ ପାଇଁ ବାହାବା ଦେଲେ ସେ ଆମ ଗର୍ବ ଓ ଗୌରବର କାରଣ ସାଜିବ। ତେବେ ଝିଅ ପାଇଁ ଏପରି ଉଦାର ମାନସିକତା ପୋଷଣ କରିବାକୁ ଆହୁରି ଅନେକ ସମୟ ଲାଗିବ। ନିଦ୍ୱର୍ନ୍ଦ୍ୱରେ ଜୀବନ ଜିଇଁବାକୁ, ଅଧରାତିରେ ଏକୁଟିଆ ଚାଲିବାକୁ। ଏପରି ସମାଜଟିଏ ସତରେ କ’ଣ ସମ୍ଭବ..!
ଛନ୍ଦା ମିଶ୍ର
ଭୁବନେଶ୍ୱର, ମୋ: ୯୪୩୭୪ ୫୩୬୧୦