କନ୍ୟା ଅଧିକାର ଆମ ଦାୟିତ୍ୱ

The Sakala Picture
Published On

ଆଜି ଅନେକଙ୍କ ମନରେ ପ୍ରଶ୍ନ ଉଠେ, ପ୍ରକୃତରେ କନ୍ୟା ସନ୍ତାନ କ’ଣ ଅଲୋଡ଼ା? ସମାଜରେ କନ୍ୟା ସନ୍ତାନଟିଏ ବା ଶିଶୁ କନ୍ୟାଟିଏ ପ୍ରତି ଏତେ ଅନାଦର ଭାବ କ’ଣ ପାଇଁ? କାହିଁକି ଏପରି ମନ ଭିତରେ ଅସମନତା ଭେଦଭାବ ଆସେ? ଏହାର ଉତ୍ତର ଭାବେ ବହୁ ଉଦାହରଣ ରହିଛି, ବହୁ ଚର୍ଚ୍ଚା ହୋଇଛି, କିମ୍ବଦନ୍ତୀ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ୱାରା ବହୁ କାରଣମାନ ଉଲ୍ଲେଖ ଅଛି ଯେ କେଉଁଥିରେ ବି ଶିଶୁ କନ୍ୟାଟିଏ ଊଣା ନୁହେଁ। କିନ୍ତୁ […]

ଆଜି ଅନେକଙ୍କ ମନରେ ପ୍ରଶ୍ନ ଉଠେ, ପ୍ରକୃତରେ କନ୍ୟା ସନ୍ତାନ କ’ଣ ଅଲୋଡ଼ା? ସମାଜରେ କନ୍ୟା ସନ୍ତାନଟିଏ ବା ଶିଶୁ କନ୍ୟାଟିଏ ପ୍ରତି ଏତେ ଅନାଦର ଭାବ କ’ଣ ପାଇଁ? କାହିଁକି ଏପରି ମନ ଭିତରେ ଅସମନତା ଭେଦଭାବ ଆସେ? ଏହାର ଉତ୍ତର ଭାବେ ବହୁ ଉଦାହରଣ ରହିଛି, ବହୁ ଚର୍ଚ୍ଚା ହୋଇଛି, କିମ୍ବଦନ୍ତୀ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ୱାରା ବହୁ କାରଣମାନ ଉଲ୍ଲେଖ ଅଛି ଯେ କେଉଁଥିରେ ବି ଶିଶୁ କନ୍ୟାଟିଏ ଊଣା ନୁହେଁ। କିନ୍ତୁ ଆମ ବିକୃତ, ବିକାରଗ୍ରସ୍ତ, ରୁଗ୍‌‌ଣ ମାନସିକତା କେବଳ ଆମ ଭାବନାକୁ ନ୍ୟୂନ କରିଦେଇଛି, ଯେଉଁଥିରେ ଆମେ ଅସମନତାର ଭେଦଭାବ ଓ ତାରତମ୍ୟ ଦେଖିଥାଉ। ଏହି ମାନସିକତାରେ ହିଁ କନ୍ୟା ସନ୍ତାନଟି ସମାଜରେ ଓ ପରିବାରରେ ହତାଦର ହୁଏ।

ଲିଙ୍ଗଗତ ତାରତମ୍ୟ, ଲିଙ୍ଗଭେଦ, ଲିଙ୍ଗ ନିରୂପଣ ଆଦି ଆମ ସମାଜ ପାଇଁ ଅପରାଧ। ଏହି ଅପରାଧିକ ପଥରେ ଯେଉଁ ବ୍ୟକ୍ତି ଓ ଅନୁଷ୍ଠାନମାନେ ସକ୍ରିୟ ଅଛନ୍ତି ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ପ୍ରାଚୀନ ପ୍ରଥା ଅନୁଯାୟୀ ଏବେ ବି ବଂଶରକ୍ଷା ନିମନ୍ତେ ଶିଶୁପୁତ୍ରର ଆବଶ୍ୟକତା ନିହାତି ଅପରିହାର୍ଯ୍ୟ ଦର୍ଶାଇ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର, ଘରୋଇ ହିଂସା, ଶୋଷଣ, ନିର୍ଯାତନା ଆଦି ଦିଆଯାଏ। ବିଚରା ମହିଳା ଜଣକ ଯଦି ପୁତ୍ର ସନ୍ତାନଟିଏ ଜନ୍ମ ନ ଦେଇପାରେ ତେବେ ତା’ର ଜୀବନ ବିପନ୍ନ ହୋଇଥାଏ। ଘରେ ମହିଳାଜଣକ ମାନସିକ ଚାପ, ମାନସିକ ଅଶାନ୍ତିରେ ଦିନ କାଟେ। କାରଣ ବଂଶରକ୍ଷା ପାଇଁ ପୁତ୍ରସନ୍ତାନଟିଏ ସେ ଜନ୍ମ କରିପାରିଲା ନାହିଁ। ଏଭଳି ବିଚାରଧାରା ଏବେ ବି ଅନେକ ସମ୍ଭ୍ରାନ୍ତ ପରିବାରରେ ପ୍ରଚଳନ ଅଛି। ଦମ୍ପତିଙ୍କ ଔରସରୁ ପ୍ରଥମାଂଶରେ ଯଦି ଏକ ପୁତ୍ରସନ୍ତାନ ଜାତ ହେଉଛି, ତେବେ ପରିବାରରେ ଖୁସିର ଲହରୀ କହିଲେ ନ ସରେ। ଖାଲି ନିଜ ପରିବାର ନୁହେଁ, ସବୁ ବନ୍ଧୁବାନ୍ଧବ, ପରିଜନ, ପ୍ରୀତିଜନ ଆଦି ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଏ। ବହୁ ଆଡ଼ମ୍ବରପୂର୍ଣ୍ଣ ପୂଜାକର୍ମ କରାଯାଉଛି। ମାତ୍ର ଯଦି କନ୍ୟା ସନ୍ତାନ କଥାଉଠେ ତେବେ ଅତିଥିଙ୍କୁ ଆମନ୍ତ୍ରଣ, ଉତ୍ସବ ଅନୁଷ୍ଠାନ ସବୁ ନିରସ ପଡ଼ିଯାଏ। ନାମକୁମାତ୍ର ଖାଲି ଭଗବାନଙ୍କୁ ପୂଜା ଟିକେ କରି କର୍ମ ସମ୍ପାଦନାରେ ଆନନ୍ଦ ଉଲ୍ଲାସ ସୀମିତ ରହିଯାଏ।

ଏ ଅନ୍ତପାନ୍ତର କାହିଁକି? କାହିଁକି ଏ ମନରେ ଏମିତି ହୀନଦୃଷ୍ଟି ଆସେ! ଏ ବିଚାର କେବଳ ଅଶିକ୍ଷିତ, ନିରକ୍ଷର ବା ଗ୍ରାମାଞ୍ଚଳରେ ନୁହେଁ, ବରଂ ବହୁ ଶିକ୍ଷିତ ସଭ୍ୟ, ସମ୍ଭ୍ରାନ୍ତ ସହରୀ ପରିବାରରେ ଆଜି ବି କନ୍ୟା ଶିଶୁଟିକୁ ଅଲୋଡ଼ା ଭାବି ନିର୍ଯାତନା, ଅତ୍ୟାଚାର ଓ ଶୋଷଣ କରାଯାଉଛି। କନ୍ୟା ଶିଶୁଟିର ଅଧିକାର କ୍ଷୁଣ୍ଣ ହେଉଛି। ତା’ର ଭବିଷ୍ୟତ ଅନ୍ଧକାରମୟ ହେଉଛି। ତା’ର ସାମାଜିକ, ବୌଦ୍ଧିକ, ପୁଷ୍ଟିସାଧନ, ମାନସିକ ବିକାଶ ବାଧାପ୍ରାପ୍ତ ହେଉଛି। ସେଥିପ୍ରତି ଯଥୋଚିତ ସଚେତନ ହେବାର ଆବଶ୍ୟକତା ଅଛି।
ପ୍ରତ୍ୟେକ ଶିଶୁକନ୍ୟା ନିଆରା। ପ୍ରତ୍ୟେକଙ୍କର ଆଭ୍ୟନ୍ତରୀଣ ପ୍ରତିଭା ସୁପ୍ତମୟ। ପ୍ରଷ୍ଟୁଟିତ ହେଲେ ତାହା ବିଚ୍ଛୁରିତ ହୋଇଥାଏ। ଏକ ଆକଳନରୁ ସମୀକ୍ଷା କରାଯାଇଛି, ଗୋଟିଏ ପୁତ୍ର ସନ୍ତାନଠାରୁ ବହୁ ଅସାଧାରଣ ସୃଜନୀର ଆବେଗ କନ୍ୟା ସନ୍ତାନଠାରେ ପ୍ରଖର ଥାଏ। କନ୍ୟା ସନ୍ତାନଟିଏ ହିଁ ପରିବାରର ମୂଳ ପ୍ରାଣ। ସେ ଆଣି ଦେଇଥାଏ ସକଳ ସ୍ନେହ, ପ୍ରେମ, ଆବେଗ, ଭଲପାଇବା ଏବଂ ପାରିବାରିକ ବନ୍ଧନ। କନ୍ୟା ଶିଶୁଟିଏ ପାରିବାରିକ ସୁଖ, ସ୍ୱାଚ୍ଛନ୍ଦ୍ୟ, ଉନ୍ନତି, ପ୍ରଗତି ଆଣି ଦେଇଥାଏ। ସବୁ କ୍ଷେତ୍ରରେ ଶିଶୁ କନ୍ୟାଟି ଅଗ୍ରଣୀ। ପରିବାରର ଶିକ୍ଷା, ସଂସ୍କାର, ଆଭିଜାତ୍ୟ, ସହନଶୀଳତା, ସୃଜନତା, ପ୍ରେରଣା ଓ ଉତ୍ସାହ ଶିଶୁକନ୍ୟାଟିକୁ ଆଗକୁ ବଢ଼଼ିବାକୁ ନୂତନ ପଥ ପ୍ରଦର୍ଶିତ କରିଥାଏ।

ସରକାରଙ୍କ ‘ବେଟି ବଚାଅ, ବେଟି ପଢ଼଼ାଅ’ ଯୋଜନା ସମସ୍ତ କନ୍ୟାଶିଶୁ ମାନଙ୍କୁ ସ୍ୱାବଲମ୍ବୀ ହେବା ସହ ଶିକ୍ଷା, ପୃଷ୍ଟି, ସ୍ୱାସ୍ଥ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପୁନଃନିବେଶ ପାଇଁ ଆହ୍ୱାନ କରୁଛି। ଏହି ଯୋଜନାରେ ବାଳିକାମାନଙ୍କୁ ଥଇଥାନ କରିବା ସହ ବିଭିନ୍ନ ଯୋଜନାରେ ନିବେଶ କରି ତାଙ୍କୁ ଉଚିତ ପରାମର୍ଶ ସେବା, ଖେଳ କୁଦ ଭଳି କ୍ରୀଡ଼ା ସମ୍ବନ୍ଧୀୟ ପ୍ରତିଯୋଗିତାରେ ପାରଦର୍ଶିତା ଲାଭ କରିଥିବା ବାଳିକାମାନଙ୍କୁ ସମ୍ବର୍ଦ୍ଧିତ କରିବାର ପ୍ରୟାସ ସରକାର ଜାରି ରଖିଛନ୍ତି। ପ୍ରତ୍ୟେକ ପରିବାରରେ ଶିଶୁକନ୍ୟାଟିର ଶିକ୍ଷା, ପୁଷ୍ଟି, ସ୍ୱାସ୍ଥ୍ୟ, ଆଇନଗତ, ସାମାଜିକ, ମାନସିକ, ସହଭାଜନ ଓ ସୁରକ୍ଷା ସହ ସାର୍ବଭୌମତ୍ୱକୁ ଦୃଷ୍ଟିରେ ରଖି ତା’ର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାର ପ୍ରୟାସ ଜାରି ରଖିଲେ ଶିଶୁକନ୍ୟାର ଭବିଷ୍ୟତ ସୁଗମମୟ ହୋଇପାରିବ। ତେଣୁ କନ୍ୟା ସନ୍ତାନମାନଙ୍କର ସୁରକ୍ଷା ଅପରିହାର୍ଯ୍ୟ ଅଟେ। କନ୍ୟାସନ୍ତାନମାନଙ୍କର ସୁରକ୍ଷା, କନ୍ୟା ସନ୍ତାନମାନଙ୍କର ଅଧିକାର, ସମାଜରେ କନ୍ୟାସନ୍ତାନମାନେ ସମ୍ମୁଖୀନ ହେଉଥିବା ଅସମାନତାକୁ ଦୂରୀକରଣ କରିବା ଲାଗି ଏବଂ ସେମାନଙ୍କ ଶିକ୍ଷା, ଆଇନ, ସ୍ୱାସ୍ଥ୍ୟ ଓ ନିରାପତ୍ତା କ୍ଷେତ୍ରରେ ସମାନ ସୁଯୋଗ ସୃଷ୍ଟି କରିବା ଲାଗି ସାରା ବିଶ୍ୱରେ ଅକ୍ଟୋବର ୧୧ ତାରିଖକୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଉଛି। ସୁବ୍ରତ ଦାସ ଭଦ୍ରକ, ମୋ:୯୪୩୭୭୩୧୯୦୩

11 Oct 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର