ଆଦିବାସୀଙ୍କ ଆର୍ଥିକ ବିକାଶରେ ସମବାୟ

The Sakala Picture
Published On

ଭାରତବର୍ଷ ଏକ ଆଦିବାସୀବହୁଳ ଦେଶ ଭାବରେ ପୃଥିବୀରେ ପରିଗଣିତ। ଦେଶର ସମୁଦାୟ ଲୋକସଂଖ୍ୟାର ଶତକଡ଼ା ୭.୫ ଭାଗ ହେଉଛନ୍ତି ଆଦିବାସୀ। ସେଥିମଧ୍ୟରୁ ଶତକଡ଼ା ୮୨ ଭାଗ ଆଦିବାସୀ କେବଳ ମଧ୍ୟପ୍ରଦେଶ, ଓଡ଼ିଶା, ବିହାର, ଗୁଜୁରାଟ ଓ ମହାରାଷ୍ଟ୍ର ପ୍ରଦେଶରେ ବସବାସ କରନ୍ତି। ୧୯୮୧ ଜନଗଣନା ଅନୁଯାୟୀ ୫ କୋଟି ୧୬ ଲକ୍ଷ ଆଦିବାସୀ ଭାରତରେ ବସବାସ କରୁଥିବା ବେଳେ ୨୦୧୧ ଜନଗଣନା ଅନୁଯାୟୀ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦ କୋଟି ୪୩ ଲକ୍ଷରେ ପହଞ୍ଚିଛି। ଏବେ […]

ଭାରତବର୍ଷ ଏକ ଆଦିବାସୀବହୁଳ ଦେଶ ଭାବରେ ପୃଥିବୀରେ ପରିଗଣିତ। ଦେଶର ସମୁଦାୟ ଲୋକସଂଖ୍ୟାର ଶତକଡ଼ା ୭.୫ ଭାଗ ହେଉଛନ୍ତି ଆଦିବାସୀ। ସେଥିମଧ୍ୟରୁ ଶତକଡ଼ା ୮୨ ଭାଗ ଆଦିବାସୀ କେବଳ ମଧ୍ୟପ୍ରଦେଶ, ଓଡ଼ିଶା, ବିହାର, ଗୁଜୁରାଟ ଓ ମହାରାଷ୍ଟ୍ର ପ୍ରଦେଶରେ ବସବାସ କରନ୍ତି। ୧୯୮୧ ଜନଗଣନା ଅନୁଯାୟୀ ୫ କୋଟି ୧୬ ଲକ୍ଷ ଆଦିବାସୀ ଭାରତରେ ବସବାସ କରୁଥିବା ବେଳେ ୨୦୧୧ ଜନଗଣନା ଅନୁଯାୟୀ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦ କୋଟି ୪୩ ଲକ୍ଷରେ ପହଞ୍ଚିଛି। ଏବେ ୭୦୫ ପ୍ରଜାତିର ଆଦିବାସୀ ଭାରତର ବିଭିନ୍ନ ପ୍ରଦେଶରେ ବସବାସ କରୁଛନ୍ତି। ୨୦୨୩ ମସିହା ସୁଦ୍ଧା ଭାରତର ମୋଟ ଜନସଂଖ୍ୟାରେ ଆଦିବାସୀଙ୍କ ସଂଖ୍ୟା ଶତକଡ଼ା ୮.୬ ଭାଗ। ଓଡ଼ିଶାରେ ୬୨ ପ୍ରଜାତିର ଆଦିବାସୀ ବାସ କରୁଥିବା ବେଳେ ୨୦୧୧ ଜନଗଣନା ସେମାନଙ୍କ ସଂଖ୍ୟା ଥିଲା ୯୫୯୦୭୫୬, ଯାହା ମୋଟ ଜନସଂଖ୍ୟାର ୨୨ ଭାଗ।

ଦେଶ ସ୍ୱାଧୀନ ହେଲା ପୂର୍ବରୁ ଅଧିକାଂଶ ଆଦବାସୀ ନିରକ୍ଷର, ନିଷ୍ପେସିତ ଓ ଉତ୍କଟ ଦାରିଦ୍ର୍ୟ, ଅନାହାର, ଅନାବୃତ୍ତ ଅବସ୍ତାରେ ଜୀବନ ବିତାଉଥିଲେ। ଆଜି କିନ୍ତୁ ସେ ଅବସ୍ଥା ନାହିଁ, ତଥାପି ଆର୍ଥିକ ଅନଟନ ମଧ୍ୟରେ ଜୀବନ ବିତାଇବାକୁ ସେମାନଙ୍କୁ ପଡୁଛି। ମୋଟ ଆଦିବାସୀ ଜନସଂଖ୍ୟାର ଶତକଡ଼ା ୯୮ ଭାଗ ଗାଁ ଗହଳି ତଥା ଜଙ୍ଗଲରେ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଶତକଡ଼ା ୯୩ ଭାଗ କୃଷି ଓ ବନଜାତ ପଦାର୍ଥ ସଂଗ୍ରହ ଓ ବିକ୍ରି ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଅମଳ ପରେ ଖୁବ୍‌‌ ଶସ୍ତାରେ ବେପାରିମାନଙ୍କୁ ଶସ୍ୟ ବିକ୍ରି କରି ଯାହା କିଛି ମିଳେ ସେଥିରେ ସାହୁକାରମାନଙ୍କଠାରୁ ନେଇଥିବା କରଜ ଶୁଝନ୍ତି। ତେଣୁ ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ବଣର ଫଳମୂଳ ଖାଇ ବଞ୍ଚୁଥିବା ଦେଖାଯାଉଛି।

ପୂର୍ବେ ଆଦିବାସୀମାନେ ସାହୁକାରମାନଙ୍କଠାରୁ ଅଗ୍ରୀମ ଋଣ ଆଣି ଚାଷ କରୁଥିଲେ। ଧାନ ଓ ବନଜାତ ପଦାର୍ଥ ଖୁବ୍‌‌ କମ୍‌‌ମୂଲ୍ୟରେ ସାହୁକାରମାନଙ୍କୁ ବିକ୍ରିକରି ଦେଉଥିଲେ, ସେମାନଙ୍କର କରଜ ଶୁଝିବା ପାଇଁ। ଏପରିକି ସାହୁକାରମାନେ ସେମାନଙ୍କୁ ଓଜନରେ ଠକେଇ କରି ନେଉଥିବା ଅଭିଯୋଗ ହୋଇଆସୁଥିଲା। କେତେକ ଆଦିବାସୀ କୃଷି ଓ ବନଜାତ ପଦାର୍ଥକୁ ବହୁଦୂର ଚାଲି ଚାଲି, ବହୁ କଷ୍ଟରେ ଭାରରେ ବୋହି ସାପ୍ତାହିକ ଅସ୍ଥାୟୀ ହାଟକୁ ନେଇ ବିକ୍ରି କରୁଥିଲେ।

ଅସାଧୁ ବ୍ୟବସାୟୀ ଓ ସାହୁକାରମାନଙ୍କ କବଳରୁ ଆଦିବାସୀମାନଙ୍କୁ ରକ୍ଷା କରିବା ତଥା ସେମାନଙ୍କର ଦ୍ରୁତ ଆର୍ଥିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ଆଦିବାସୀ ଉନ୍ନୟନ ବ୍ଲକମାନ କାର୍ଯ୍ୟକାରୀ କଲେ। ସମଗ୍ର ଦେଶରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ମାନ ଗଠନ କରାଗଲା ଏବଂ ସେଗୁଡ଼ିକର ପରିଚାଳନା ଦାୟିତ୍ୱ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉପରେ ନ୍ୟସ୍ତ କରାଗଲା। ସରକାର ସମବାୟ ମାଧ୍ୟମରେ ଆନୁସଙ୍ଗିକ ସଂସ୍ଥା ଜରିଆରେ ସୁଲଭ ସୁଧରେ ଋଣ ଯୋଗାଇ ଦେବା ସହିତ ସେମାନଙ୍କ ବନଜାତ ଓ କୃଷିଜାତ ପଦାର୍ଥକୁ ସହାୟକ ଦରରେ କିଣିବା, ଶସ୍ତାରେ ଖାଉଟି ତଥା ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଯୋଗାଇବାର ବ୍ୟବସ୍ଥା କଲେ। କେନ୍ଦ୍ର ସରକାର ବାୱା କମିଟି ସମେତ ବିଭିନ୍ନ କମିଟିର ସୁପାରିସ ଆଧାରରେ ଗୋଟିଏ ସଂସ୍ଥା ଜରିଆରେ ସମସ୍ତ ପଦାର୍ଥ ଯୋଗାଇବା ପାଇଁ ବହୁବିଧ ଆଦିବାସୀ ସମବାୟ ସମିତି(ଲାମ୍ପସ୍‌‌)ଗଠନ କଲେ। ଦେଶର ବାଣିଜ୍ୟିକ ବ୍ୟାଙ୍କ ଓ କେତେକ ରାଜ୍ୟ ସମବାୟ ବ୍ୟାଙ୍କ ଆଦିବାସୀମାନଙ୍କୁ ମାତ୍ର ୪ ଶତକଡ଼ା ସୁଧ ହାରରେ ଋଣ ଯୋଗାଇ ଦେଲେ। ୩୦.୦୬.୧୯୮୫ ତାରିଖ ସୁଦ୍ଧା ଭାରତରେ ୨୬୫୦ଟି ପ୍ରାଥମିକ ବୃହଦାକାର ବିବିଧ ଆଦିବାସୀ ସମବାୟ ସମିତି ଗଠିତ ହୋଇ ଆଦିବାସୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଲେ। କ୍ରମେ ଏହି ସଂଖ୍ୟା ଏବେ ୫୫୧୮ରେ ପହଞ୍ଚିଛି।

ଆମ ରାଜ୍ୟରେ ଏବେ ୨୧୫ ଗୋଟି ଲାମ୍ପସ୍‌‌ କାର୍ଯ୍ୟକାରୀ ହେଉଛି। ଏତଦ୍‌‌ବ୍ୟତୀତ ୧୯୮୩ ମସିହା ଜୁନ ସୁଦ୍ଧା ଓଡ଼ିଶାରେ ୧୫ଟି ସମେତ ସମଗ୍ର ଭାରତରେ ୧୬୩୪ଟି ବନ ଶ୍ରମିକ ସମବାୟ ସମିତି କାର୍ଯ୍ୟ କରୁଛି। ୨୦୨୩ ମସିହା ସୁଦ୍ଧା କଣ୍ଟ୍ରାକ୍ଟ, ନିର୍ମାଣ, ଶ୍ରମିକ ଓ ବନଶ୍ରମିକ ସମବାୟ ସମିତିକୁ ମିଶାଇ ମୋଟ ୪୪, ୧୪୩ଗୋଟି ସମବାୟ ସମିତି କାର୍ଯ୍ୟ କରୁଛି। ଲାମ୍ପସ୍‌‌ମାନଙ୍କୁ ବନଜାତ ତଥା କୃଷି ପଦାର୍ଥର କିଣାବିକାରେ ସହଯୋଗ କରିବା ପାଇଁ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, କେରଳ, ମଧ୍ୟପ୍ରଦେଶ, ବିହାର, ମଣିପୁର, ତ୍ରିପୁରା, ମହାରାଷ୍ଟ୍ର ଓ ରାଜସ୍ଥାନ ପ୍ରଭୃତି ରାଜ୍ୟମାନଙ୍କରେ ୧୦ଗୋଟି ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଆଇଟିଡିସି) ଗଠନ ହୋଇଛି।

୧୯୭୪ ମସିହାରୁ ଜାତୀୟ ଆଦିବାସୀ ଉନ୍ନୟନ ସମବାୟ ନିଗମ ବହୁବିଧ ଆଦିବାସୀ ସମବାୟ ସମିତିମାନଙ୍କୁ ମୂଳଧନର ଅଭିବୃଦ୍ଧି ଓ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକାର ସାହାଯ୍ୟ ତଥା ରିହାତି ହାରରେ ଋଣ ଯୋଗାଇ ଦେଉଛନ୍ତି। ଜାତୀୟ ଉନ୍ନୟନ ସମବାୟ ନିଗମ ସମିତିମାନଙ୍କୁ କିଣାବିକା କରିବା ପାଇଁ ଅଂଶଧନ, ଗୋଦାମ ଗୃହ ନିର୍ମାଣ ଓ ଟ୍ରକ୍‌‌ କିଣିବା ପାଇଁ ରିହାତି ହାରରେ ପୁଞ୍ଜିଋଣ ପ୍ରଦାନ କରୁଛି। ବିଭିନ୍ନ କ୍ଷେତ୍ରରେ ସମବାୟ ସମିତି କର୍ମଚାରୀମାନଙ୍କର ତାଲିମ ବ୍ୟବସ୍ଥା ତଥା ପର୍ଯ୍ୟାୟକ୍ରମେ ପରିଚାଳନା ଅନୁଦାନ ଯୋଗାଇ ଆସୁଛି। ଏହାଛଡା଼ କୃଷି ଉତ୍ପାଦନ, ବନଜାତ ପଦାର୍ଥର ସଂଗ୍ରହ ଓ କିଣାବିକା ପାଇଁ ସମବାୟ ବ୍ୟାଙ୍କମାନେ ଲାମ୍ପସ୍‌‌ ଆଦିବାସୀ ତଥା ହରିଜନ ଉନ୍ନୟନ ସମବାୟ ନିଗମମାନଙ୍କୁ ଋଣ ଯୋଗାଉଛନ୍ତି। ଏ ଦିଗରେ ନାବାର୍ଡ ମଧ୍ୟ ପୁନଃ ଅର୍ଥଲଗାଣ କରୁଛନ୍ତି। ପୁନଶ୍ଚ ଜାତୀୟ କୃଷି ବଜାର ସମବାୟ ସଂଘ (ନାଫେଡ୍‌‌) ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମମାନଙ୍କଠାରୁ ବିଦେଶରେ ବିକ୍ରୀ କରିବା ପାଇଁ ବନଜାତ ପଦାର୍ଥ କିଣୁଛି। ଉକ୍ତ ଜିନିଷମାନ ଲାଭଜନକ ଦରରେ କିପରି ବିକ୍ରି ହୋଇପାରିବ ତାହାର ବ୍ୟବସ୍ଥା କରୁଛନ୍ତି। ତଥାପି ବନଜାତ ପଦାର୍ଥର ଉପଯୁକ୍ତ ଦର ତଥା ଠିକ୍‌‌ ସମୟରେ ବିକ୍ରି ହୋଇପାରୁ ନଥିବାରୁ ୧୯୮୯ ମସିହାରୁ ଜାତୀୟ ଆଦିବାସୀ ସମବାୟ ବାଣିଜ୍ୟ ସଂଘ ସ୍ୱତନ୍ତ୍ର ଭାବରେ ପ୍ରତିଷ୍ଠିତ ହୋଇ ଆଦିବାସୀ ଉନ୍ନୟନ ସମବାୟ ସଂଘମାନଙ୍କଠାରୁ ବନଜାତ ପଦାର୍ଥ କିଣି ଅନ୍ୟ ରାଜ୍ୟମାନଙ୍କରେ କିମ୍ବା ବିଦେଶରେ ବିକ୍ରି କରିବାର ବ୍ୟବସ୍ଥା କରିଛନ୍ତି।

ଉପରୋକ୍ତ ଆଦିବାସୀ ସମବାୟ ସମିତି ଓ ନିଗମମାନଙ୍କର ପରିଚାଳନା ଅବ୍ୟବସ୍ଥା ଯୋଗୁଁ ଆଦିବାସୀମାନେ ସାହୁକାର, ଦଲାଲମାନଙ୍କଠାରୁ ଏ ପର୍ଯ୍ୟନ୍ତ ଋଣମୁକ୍ତ ହୋଇପାରି ନାହାନ୍ତି। ଅଧିକାଂଶ କର୍ମଚାରୀମାନଙ୍କର ନିଷ୍ଠା ତଥା ସେବା ମନୋଭାବର ଅଭାବ ହେତୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଓଡ଼ିଶାରେ ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି) ବନଜାତ ପଦାର୍ଥ ଯଥା ମହୁ, ଝୁଣା, ହରିଡ଼ା, ବାହାଡ଼ା, କେନ୍ଦୁପତ୍ର, ଶାଳପତ୍ର ଇତ୍ୟାଦି ଆଦିବାସୀମାନଙ୍କଠାରୁ କ୍ରୟ କରି ନିଜର ବ୍ୟବସାୟ କେନ୍ଦ୍ର ମାଧ୍ୟମରେ ବିକ୍ରି କରୁଛନ୍ତି। ଟିଡିସିସି କୋରାପୁଟରେ ଆଦିବାସୀଙ୍କ ଦ୍ୱାରା କଫି ଚାଷ ପାଇଁ ଉପଯୁକ୍ତ ଶିକ୍ଷା, ତାଲିମ୍‌‌ ଓ ଆର୍ଥିକ ସହାୟତା ସହିତ ସେମାନଙ୍କଠାରୁ ଉଚିତ୍‌‌ ମୂଲ୍ୟରେ କଫି ଫଳ ସଂଗ୍ରହ କରି ନିଜର ପ୍ରୋସେସିଂ କାରଖାନା ଦ୍ୱାରା ଇନ୍‌‌ଷ୍ଟାଣ୍ଟ୍‌‌ କଫି ସଂଗ୍ରହ କରି ବିକ୍ରି କରୁଛି। ଏହା ଉନ୍ନତମାନର କଫି ହୋଇ ମଧ୍ୟ ଟିଡିସିସି ବଜାର ଦରଠାରୁ ଯଥେଷ୍ଟ କମ୍‌‌ ଦରରେ ବିକ୍ରି କରୁଛି। କୋରାପୁଟ କଫି ଭାରତ ଓ ବିଦେଶୀ ବଜାରରେ ଆଦୃତି ଲାଭ କରିଛି।

ଟିଡିସିସିର ସୁଚାରୁ ପରିଚାଳନା ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଗତ ୨୦୨୩ ମସିହାରେ ନିର୍ବାଚନ କରାଯାଇ ୨୧ ଜଣ (ସଭାପତିଙ୍କ ସହ) ନିର୍ଦ୍ଦେଶକ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ନିବନ୍ଧକଙ୍କ କାର୍ଯ୍ୟକାଳରେ ଆଦିବାସୀମାନଙ୍କର ବିଶେଷ ସମସ୍ୟା ସମାଧାନ କରିବା ପାଇଁ ଜଣେ ଉପ ନିବନ୍ଧକଙ୍କୁ ଦାୟିତ୍ୱ ଦିଆଯାଇ ପ୍ରତି ୧୫ ଦିନରେ ଥରେ ସମୀକ୍ଷା କରାଗଲେ ତୃଣମୂଳ ସ୍ତରରେ ଥିବା ସମସ୍ୟାର ସମାଧାନ ହେବା ସଙ୍ଗେସଙ୍ଗେ ଆଦିବାସୀମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇପାରିବ। ଏଥିପ୍ରତି ସମ୍ପୃକ୍ତ ସରକାରୀ ବିଭାଗ ଯତ୍ନଶୀଳ ହେବା ଆବଶ୍ୟକ। ଆଦିବାସୀବହୁଳ ଗ୍ରାମ ପଞ୍ଚାୟତଗୁଡ଼ିକରେ ଗୋଟିଏ ଲେଖାଏଁ ଲାମ୍ପସ୍‌‌ ଗଠନ କରିବାର ଆବଶ୍ୟକତା ମଧ୍ୟ ରହିଛି। ଏହା ଅବହେଳିତ ଆଦିବାସୀ ଜନସମୁଦାୟଙ୍କ ପ୍ରତି ଆଶୀର୍ବାଦ ସଦୃଶ ହେବ।

ପ୍ରତାପ ଚନ୍ଦ୍ର ସାମଲ
କଟକ, ମୋ: ୯୦୯୦୩୨୫୮୦୨

10 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର