ବିଶ୍ୱ ଖାଦ୍ୟ ସଙ୍କଟ

The Sakala Picture
Published On

ଗୋଟିଏ ପଟେ ବିଶ୍ୱରେ ଖାଦ୍ୟ ନଷ୍ଟ ଚରମ ସୀମାରେ ପହଞ୍ଚି ଥିବା ବେଳେ ଅନ୍ୟପଟେ ଗୁରୁତର ସମସ୍ୟା ହେଉଛି ଅନାହାର ଓ କୁପୋଷଣ। ୟୁନିସେଫ୍‌‌ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱର ପାଞ୍ଚବର୍ଷରୁ କମ୍‌‌ ବୟସର ୨୭ ପ୍ରତିଶତ ବା ପ୍ରାୟ ୧୮ କୋଟି ଶିଶୁ ଗୁରୁତର ଖାଦ୍ୟ ସଙ୍କଟର ସମ୍ମୁଖୀନ। ପର୍ଯ୍ୟାପ୍ତ ଖାଦ୍ୟ ଅଭାବ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶରେ ବାଧକ। ଯୁଦ୍ଧ, ବୈଶ୍ୱିକ ଅଶାନ୍ତି, ଅସମାନତା, ଦାରିଦ୍ର୍ୟ ଏବଂ ଜଳବାୟୁ ସଙ୍କଟ କାରଣରୁ ପୃଥିବୀରେ […]

ଗୋଟିଏ ପଟେ ବିଶ୍ୱରେ ଖାଦ୍ୟ ନଷ୍ଟ ଚରମ ସୀମାରେ ପହଞ୍ଚି ଥିବା ବେଳେ ଅନ୍ୟପଟେ ଗୁରୁତର ସମସ୍ୟା ହେଉଛି ଅନାହାର ଓ କୁପୋଷଣ। ୟୁନିସେଫ୍‌‌ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱର ପାଞ୍ଚବର୍ଷରୁ କମ୍‌‌ ବୟସର ୨୭ ପ୍ରତିଶତ ବା ପ୍ରାୟ ୧୮ କୋଟି ଶିଶୁ ଗୁରୁତର ଖାଦ୍ୟ ସଙ୍କଟର ସମ୍ମୁଖୀନ। ପର୍ଯ୍ୟାପ୍ତ ଖାଦ୍ୟ ଅଭାବ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶରେ ବାଧକ। ଯୁଦ୍ଧ, ବୈଶ୍ୱିକ ଅଶାନ୍ତି, ଅସମାନତା, ଦାରିଦ୍ର୍ୟ ଏବଂ ଜଳବାୟୁ ସଙ୍କଟ କାରଣରୁ ପୃଥିବୀରେ ପ୍ରତି ଚାରିଜଣ ପିଲାଙ୍କ ମଧ୍ୟରୁ ଜଣେ ଖାଦ୍ୟ ଅସୁରକ୍ଷିତା ପରି ସମସ୍ୟାର ଶିକାର। ନିକଟରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ମହାନିର୍ଦ୍ଦେଶକ କହିଛନ୍ତି ଯେ କ୍ଷୁଧା ଦୂର କରିବା ପାଇଁ ସାରା ବିଶ୍ୱରେ ପ୍ରାୟ୧୬ କୋଟି ପିଲା ସ୍କୁଲ ପରିବର୍ତ୍ତେ କାମକୁ ଧାଅାଁନ୍ତି। ଅପରପକ୍ଷରେ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ‘ଖାଦ୍ୟ ବର୍ଜ୍ୟ ସୂଚକାଙ୍କ’ ୨୦୨୪ ରିପୋର୍ଟ ଅନୁଯାୟୀ, ଗତ ଏକବର୍ଷ ମଧ୍ୟରେ ୧.୦୫ ବିଲିୟନ ଟନ୍‌‌ ଖାଦ୍ୟ ନଷ୍ଟ ହୋଇଛି। ବଜାରରେ ମିଳୁଥିବା ଖାଦ୍ୟ ଦ୍ରବ୍ୟର ପାଖାପାଖି ଏକ-ପଞ୍ଚମାଂଶ ନଷ୍ଟ ହେଉଛି। ସେହିପରି ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଘରେ ସର୍ବାଧିକ ୬୩.୧ ନିୟୁତ ଟନ୍‌‌ ଅର୍ଥାତ୍‌‌ ପ୍ରାୟ ୬୦ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଛି। ଗୋଟିଏ ପଟେ ଲକ୍ଷ ଲକ୍ଷ ଲୋକ ଭୋକିଲା ଶୋଇବାକୁ ବାଧ୍ୟ ହେଉଥିବା ବେଳେ ପୃଥିବୀର ସ୍ୱଛଳ ପରିବାର ପ୍ରତିବର୍ଷ ଦୁଇ କୁଇଣ୍ଟାଲ ଖାଦ୍ୟ ନଷ୍ଟ କରୁଛନ୍ତି।

ଖାଦ୍ୟର ଏହି ଅପଚୟ ଏବେ ବିଶ୍ୱବ୍ୟାପୀ ଦୁଃଖଦ ଘଟଣା ପାଲଟିଛି। ଏପରିକି ଏହା ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ନଷ୍ଟ ହେବାର କାରଣ ମଧ୍ୟ ପାଲଟିଛି। ଖାଦ୍ୟର ଏହି ଅପଚୟ କେବଳ ଧନୀ ଦେଶରେ ନୁହେଁ, ପଛୁଆ ଦେଶମାନଙ୍କରେ ମଧ୍ୟ ସମାନ ଭାବରେ ଦେଖିବାକୁ ମିଳେ। ବିବାହ, ବ୍ରତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବହୁ ଆଡ଼ମ୍ୱରର ଆୟୋଜନ ରାତ୍ରିର ଚତୁର୍ଥ ପ୍ରହର ପର୍ଯ୍ୟନ୍ତ ଚାଲେ। ଆମ ଗୋଚରରେ ଏଥିରେ ଶହଶହ ଲୋକଙ୍କ ଖାଦ୍ୟ ନଷ୍ଟ ହୁଏ। ଯେଉଁ ସଂସ୍କୃତି ପ୍ରଥମେ ଅନ୍ୟର ଭୋଜନ ଓ ସମଗ୍ର ଜୀବଜଗତର କଲ୍ୟାଣ ପାଇଁ ଚିନ୍ତା କରୁଥିବା କଥା କୁହେ, ସେହି ସମାଜରେ ଆଜି କୋଟି କୋଟି ଲୋକ ଦିନକୁ ଦୁଇଓଳି ଖାଇବାକୁ ପାଆନ୍ତି ନାହିଁ। କେବଳ ଭାରତରେ ୬୮ ଲକ୍ଷ ଶିଶୁ ଭୋକିଲା ଶୋଇବାକୁ ବାଧ୍ୟ ହେଉଥିବା ବେଳେ ସୁଦାନ ଭଳି ଦେଶ ତୁଳନାରେ ଏହି ସଂଖ୍ୟା ଅଧିକ।

ଇତିମଧ୍ୟରେ ଆମ ଦେଶରେ ଅପପୁଷ୍ଟିର ପ୍ରକୋପ ୧୪.୬ ପ୍ରତିଶତରୁ ୧୬.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ପୁଷ୍ଟିହୀନ ଶିଶୁମାନଙ୍କୁ ଏହି ଜଟିଳ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ଏକ ବ୍ୟାପକ ନୀତି ପ୍ରସ୍ତୁତ କରିବା ସରକାରଙ୍କ ପାଇଁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ହୋଇଛି। ପରିସଂଖ୍ୟାନ ଅନୁଯାୟୀ ଆମ ଦେଶରେ ପ୍ରାୟ ୬୦ ପ୍ରତିଶତ ପିଲା ଦୁଗ୍ଦ ଭଳି ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ। ସମ୍ୱିଧାନର ଧାରା ୨୧ ସମସ୍ତଙ୍କୁ ଜୀବନ ଯାପନ ପାଇଁ ସ୍ୱାଧୀନତା ଦେଇଛି। ପିଲାମାନେ ହିଁ ଯେକୌଣସି ଦେଶର ଭବିଷ୍ୟତ। ଏଥିପାଇଁ ସମ୍ୱିଧାନ ମଧ୍ୟ ଶିଶୁମାନଙ୍କୁ ଅନେକ ଅଧିକାର ଦେଇଛି। କିନ୍ତୁ ଯେହେତୁ ପିଲାମାନେ ଭୋଟ୍‌‌ ବ୍ୟାଙ୍କ ରାଜନୀତିର ଅଂଶ ନୁହନ୍ତି ତେଣୁ ବୋଧହୁଏ ସେଥିପାଇଁ ପିଲାମାନେ ସରକାରଙ୍କ ପ୍ରାଥମିକତାରେ ଆସନ୍ତି ନାହିଁ କିମ୍ୱା ସେମାନଙ୍କ ପାଇଁ ପ୍ରସ୍ତୁତ ନୀତିକୁ ଠିକ୍‌‌ ଭାବରେ କାର୍ଯ୍ୟକାରୀ କରାଯାଏ ନାହିଁ।

କ୍ଷୁଧା ଓ ଅପପୁଷ୍ଟିର ସବୁଠାରୁ ବଡ଼ କାରଣ ହେଉଛି ଅର୍ଥନୈତିକ ଅସମାନତା, ଦାରିଦ୍ର୍ୟ ଓ ମୁଦ୍ରାସ୍ଫୀତି। ଆଜି ଜନସଂଖ୍ୟାର ଏକ ବଡ଼ଅଂଶ ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ। ବିଶ୍ୱର ଯୁଦ୍ଧ, ମରୁଡ଼ି, ବନ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଏହାକୁ ଜଟିଳ କରିଛି। କୃଷି କାର୍ଯ୍ୟ ବାଧାପ୍ରାପ୍ତ ହୋଇଯାଉଛି। ଖାଦ୍ୟ ଉତ୍ପାଦନ ଅସମାନ ଭାବରେ ବଣ୍ଟନ କରାଯାଉଛି। ଭାରତରେ ଦାରିଦ୍ର୍ୟ ଏବଂ ଶିଶୁ ଶ୍ରମର ବିପଜ୍ଜନକ ପରିଣାମ ଶିଶୁ ଶୋଷଣ ଆକାରରେ ସାମ୍ନାକୁ ଆସୁଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ବିଶ୍ୱରେ ସରକାରୀ ଗହମ ମହଜୁଦ କମିବାରେ ଲାଗିଛି। ଭାରତରେ ଗତ ଏକ ବର୍ଷ ମଧ୍ୟରେ ଗହମ ଦର ୮ ପ୍ରତିଶତ ବୃଦ୍ଧି ପାଇଛି। ଭାରତ ଭଳି କୃଷିପ୍ରଧାନ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟଶସ୍ୟ କ୍ରୟ ହେଉନଥିବା ବେଳେ ସରକାର ମାଗଣା ଖାଦ୍ୟଶସ୍ୟ ଯୋଜନା, ବିପିଏଲ୍‌‌ ଧାରୀଙ୍କୁ କମ୍‌‌ ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇଦେବା ପାଇଁ ଯୋଜନା ଚଳାଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ୨୦୨୨ ତୁଳନାରେ ୨୦୨୩ରେ ୨କୋଟି ୪୦ଲକ୍ଷ ଲୋକ ଅନାହାରର ସମ୍ମୁଖୀନ ହୋଇଛନ୍ତି। ଏହା ପଛର ମୁଖ୍ୟ କାରଣ ହେଉଛି ସୁଦାନ ଓ ଗାଜା ଭଳି ଅଞ୍ଚଳରେ ଖାଦ୍ୟ ନିରାପତ୍ତା ଦ୍ରୁତ ଗତିରେ ହ୍ରାସ ପାଇବା। ଯୁଦ୍ଧ ଓ ସଂଘର୍ଷରେ ପୀଡ଼ିତ ଦେଶଗୁଡ଼ିକରେ ଅନାହାର ଯୋଗୁଁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଦକ୍ଷିଣ ସୁଦାନରେ ପ୍ରାୟ ୭୯, ୦୦୦ ଲୋକ ଭୋକ ଉପାସରେ ଅଛନ୍ତି। ଜଳବାୟୁ ପରିବର୍ତ୍ତନ ମଧ୍ୟ ଅନାହାର ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏଲ୍‌‌ ନିନୋ ୨୦୨୪ରେ ଶୀର୍ଷରେ ରହିଛି, ଯାହାର ସିଧାସଳଖ ପ୍ରଭାବ ଖାଦ୍ୟ ସୁରକ୍ଷା ଉପରେ ପଡ଼ିଛି।

ଏହା ଏକ ଜଣାଶୁଣା କଥା ଯେ କ୍ଷୁଧାର କୌଣସି ସୀମା ନାହିଁ। ପୃଥିବୀରେ ପ୍ରତି ପାଞ୍ଚ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଅପପୁଷ୍ଟିର ଶିକାର। ଅର୍ଥାତ୍‌‌ ପିଲାମାନଙ୍କୁ ଉପଯୁକ୍ତ ଖାଦ୍ୟ ମିଳୁନାହିଁ। ଏହା ସଙ୍କେତ ଦିଏ ଯେ ଆମେ ସମାଜ ଏବଂ ମାନବିକତା ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହେଉଛୁ। ଯଦି ପିଲାମାନେ ଭୋକରେ କାନ୍ଦୁଛନ୍ତି, ତେବେ ତାହା ପିତାମାତା ନୁହନ୍ତି, ବରଂ ବ୍ୟବସ୍ଥାର ବିଫଳତା। ସୁସ୍ଥ ଶୈଶବ ହିଁ ଏକ ସୁସ୍ଥ ସମାଜର ମୂଳଦୁଆ। ଯେତେବେଳେ ଭିତ୍ତିଭୂମି ଦୁର୍ବଳ, ତେବେ ସମାଜ କିପରି ଆଗକୁ ବଢ଼଼ିବ? ଗୋଟିଏ ପଟେ ସମଗ୍ର ବିଶ୍ୱର ଅର୍ଥନୀତିର ଉଜ୍ଜ୍ୱଳ ପରିସଂଖ୍ୟାନ ବିକାଶ ଓ ପ୍ରଗତିର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ୭୮.୩କୋଟି ଲୋକ ଆସନ୍ତା କାଲି ଭୋଜନ ପାଇବେ କି ନାହିଁ ତାହା ଜାଣନ୍ତି ନାହିଁ। ଏହାଠାରୁ ବଳି ବିଡ଼ମ୍ବନା କ’ଣ ହୋଇପାରେ?

ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼, ମୋ: ୯୪୩୭୬୪୨୯୪୭

08 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର