ନିର୍ବାଚନରେ ଡିଜିଟାଲ୍‌‌ ମଞ୍ଚର ପ୍ରଭାବ

The Sakala Picture
Published On

ଭାରତୀୟ ସାଧାରଣ ନିର୍ବାଚନ ୨୦୨୪ ପ୍ରଚାର ଅଭିଯାନରେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସର(ପ୍ରଭାବକ)ମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଥିବା ଉପଲବ୍ଧି କରାଯାଇଥିଲା। ଇନଫ୍ଳୁଏନ୍ସର ପ୍ରଭାବିତ ମଞ୍ଚଗୁଡ଼ିକ ମଧ୍ୟରେ ୟୁଟ୍ୟୁବ ସର୍ବାଗ୍ରେ ରହିଥିବା ବେଳେ ଇନଷ୍ଟାଗ୍ରାମ, ଫେସବୁକ, ଏକ୍ସ ଇତ୍ୟାଦିର ପ୍ରଭାବ ମଧ୍ୟ ଅନୁଭୂତ ହୋଇଥିଲା। ୟୁଟ୍ୟୁବର ଧୃବ ରାଥୀଙ୍କ ‘ମୋଦୀ-ଦି ରିଅଲ ଷ୍ଟୋରୀ’ ୨ କୋଟି ୭୦ ଲକ୍ଷ ଦର୍ଶକ ଦେଖିଥିଲେ। ଏଥିସହିତ ସଦ୍ୟ ସମାପ୍ତ ନିର୍ବାଚନରେ ୟୁଟ୍ୟୁବର ଭାରତୀୟ ଦର୍ଶକ ସଂଖ୍ୟା ୪୭ କୋଟି ୬୦ ଲକ୍ଷକୁ ବୃଦ୍ଧି […]

ଭାରତୀୟ ସାଧାରଣ ନିର୍ବାଚନ ୨୦୨୪ ପ୍ରଚାର ଅଭିଯାନରେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସର(ପ୍ରଭାବକ)ମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଥିବା ଉପଲବ୍ଧି କରାଯାଇଥିଲା। ଇନଫ୍ଳୁଏନ୍ସର ପ୍ରଭାବିତ ମଞ୍ଚଗୁଡ଼ିକ ମଧ୍ୟରେ ୟୁଟ୍ୟୁବ ସର୍ବାଗ୍ରେ ରହିଥିବା ବେଳେ ଇନଷ୍ଟାଗ୍ରାମ, ଫେସବୁକ, ଏକ୍ସ ଇତ୍ୟାଦିର ପ୍ରଭାବ ମଧ୍ୟ ଅନୁଭୂତ ହୋଇଥିଲା। ୟୁଟ୍ୟୁବର ଧୃବ ରାଥୀଙ୍କ ‘ମୋଦୀ-ଦି ରିଅଲ ଷ୍ଟୋରୀ’ ୨ କୋଟି ୭୦ ଲକ୍ଷ ଦର୍ଶକ ଦେଖିଥିଲେ। ଏଥିସହିତ ସଦ୍ୟ ସମାପ୍ତ ନିର୍ବାଚନରେ ୟୁଟ୍ୟୁବର ଭାରତୀୟ ଦର୍ଶକ ସଂଖ୍ୟା ୪୭ କୋଟି ୬୦ ଲକ୍ଷକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ବିଶ୍ୱବ୍ୟାପୀ ନିର୍ବାଚନ ପ୍ରଚାର ଅଭିଯାନରେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରମାନଙ୍କୁ ପାରିଶ୍ରମିକ ବା ପାରିତୋଷିକ ବିନିମୟରେ ନିୟୋଜନର ଧାରା ବିଗତ ଦଶନ୍ଧିରେ ବିକଶିତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ବାରାକ୍‌‌ ଓବାମା ଫେସବୁକ ଭଳି ମଞ୍ଚର ବ୍ୟବହାର ଆରମ୍ଭ କରିଥିଲେ। କ୍ରମଶଃ ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ସେଠାକାର ପରବର୍ତ୍ତୀ ନିର୍ବାଚନରେ ହୋଇଥିବା ଅଭିଯୋଗ ଆସିଥିଲା। ଅଧୁନା ନିର୍ବାଚନରେ ସାମାଜିକ ଗଣମାଧ୍ୟମ ପ୍ରଭାବକଙ୍କ ଭୂମିକା, ପ୍ରଭାବ ଓ ଗୁରୁତ୍ୱ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌‌ ତାଙ୍କର ଦ୍ୱିତୀୟ ପାଳି ରାଷ୍ଟ୍ରପତି ନିର୍ବାଚନରେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରମାନଙ୍କ ସହଯୋଗ ଲୋଡ଼ିବା ନିମନ୍ତେ ଆଗୁଆ ବୈଠକ ଆୟୋଜନ କରିଥିଲେ।

ଭାରତରେ ସଦ୍ୟସମାପ୍ତ ସାଧାରଣ ନିର୍ବାଚନ ପୂର୍ବରୁ ୮ ମାର୍ଚ୍ଚ ୨୦୨୪ରେ ପ୍ରଥମ ଥର ନିମନ୍ତେ ନୂଆଦିଲ୍ଲୀଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ଜଣ କୃତୀ ସୋସିଆଲ ମିଡ଼ିଆ ଇନଫ୍ଳୁଏନ୍ସରଙ୍କୁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ପ୍ରଦାନ କରିଥିଲେ। ଏହି ପୁରସ୍କାର ନିମନ୍ତେ ଚୟନ ପ୍ରକ୍ରିୟାରେ ଦେଢ଼ ଲକ୍ଷ ପ୍ରତିଯୋଗୀ ନିଜ ନିଜ କୃତିତ୍ୱ ମୂଲ୍ୟାୟନ ନିମନ୍ତେ ଉପସ୍ଥାପିତ କରିଥିଲେ। ପ୍ରାୟ ୧୦ ଲକ୍ଷ ସାଧାରଣ ନାଗରିକ ବିଭିନ୍ନ କୃତୀ ସେମାନଙ୍କ ପସନ୍ଦ ଭିତ୍ତିରେ ଶ୍ରେଷ୍ଠ କୃତୀ ଭାବେ ଭୋଟ ଦେଇଥିଲେ। ସାମାଜିକ, ସାଂସ୍କୃତିକ, ପର୍ଯ୍ୟଟନ, ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ ଇତ୍ୟାଦି ୨୦ ଗୋଟି ବିଭାଗରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରଚାରିତ ହୋଇଥିବା ବିଷୟବସ୍ତୁକୁ ବିଚାରକୁ ନିଆଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଉଦ୍‌‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ କ୍ରମବିକଶିତ ଇନଫ୍ଳୁଏନ୍ସର ଧାରାକୁ ଜାତୀୟସ୍ତରରେ ସ୍ୱୀକୃତି ପ୍ରଦାନ କରାଯିବା ଦ୍ୱାରା ଏହି କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଶା କରାଯାଇପାରେ। ସମାଜର ବିଭିନ୍ନ ଦିଗରେ ସକାରାତ୍ମକ ପରିବର୍ତ୍ତନ ନିମନ୍ତେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରମାନଙ୍କ ଭୂମିକାର ଗୁରୁତ୍ୱ ଅବତାରଣା କରିବା ସହିତ ସେମାନେ ବିଶ୍ୱବ୍ୟାପୀ ପରିବ୍ୟାପ୍ତ ଅନଲାଇନ ପରିବେଶରେ ଭାରତୀୟ ସମାଜ, ସଂସ୍କୃତି ଓ ଐତିହ୍ୟର ପ୍ରତିନିଧିତ୍ୱ କରିବାର ସମ୍ଭାବନା ଉଜ୍ଜ୍ୱଳ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଥିଲେ।

ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରମାନଙ୍କ କାର୍ଯ୍ୟକ୍ଷେତ୍ର ଜନସାଧାରଣଙ୍କ ଜୀବନଚର୍ଯ୍ୟା, ରୁଚି, ରୂପଚର୍ଯ୍ୟାରୁ ଆରମ୍ଭ ହୋଇ ଯାନବାହନ, ଇ-କମର୍ସ ଓ ନିତ୍ୟବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏବେ ଏହି କ୍ଷେତ୍ରରେ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଅଭିଯାନ ସାମିଲ୍‌‌ ହୋଇଛି। ଏହି ଅଭିଯାନରେ ରାଜନୈତିକ ମତବାଦ, ଦଳ ଓ ନେତୃବର୍ଗଙ୍କ ଦୃଷ୍ଟିଭଙ୍ଗୀ ସହ ସାଧାରଣ ଜନତାଙ୍କୁ ପରିଚିତ କରାଇବା ମୂଳ ଲକ୍ଷ୍ୟ ଥିଲା। ନିର୍ବାଚନ-ପର ପର୍ଯ୍ୟାୟରେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରଙ୍କ ରାଜନୀତି ଚର୍ଚ୍ଚା ଟେଲିଭିଜନ ଓ ସମ୍ୱାଦପତ୍ରରୁ ଦର୍ଶକ ଓ ପାଠକଙ୍କୁ କିଛି ମାତ୍ରାରେ ଦୂରେଇ ନେବାରେ ସମର୍ଥ ହୋଇଥିବା ମତ ପ୍ରକାଶ ପାଇଛି।

ବିଶେଷଜ୍ଞଙ୍କ ବିଚାରରେ ପାରମ୍ପରିକ ସମ୍ୱାଦ ପ୍ରକାଶନ ବଦଳରେ ସାମାଜିକ ଗଣମାଧ୍ୟମରେ ଇନଫ୍ଳୁଏନ୍ସରମାନଙ୍କ ଉପସ୍ଥାପନା ଅଧିକ ଲୋକାଦୃତ ହୋଇପାରିଛି। ଏହାପଛରେ ଥିବା ବିଭିନ୍ନ କାରଣ ମଧ୍ୟରୁ ପ୍ରଥମତଃ, ଜଣେ ଉପଭୋକ୍ତାଙ୍କ ବିଷୟ, ନିର୍ବାଚନ, ରୁଚି ଓ ଦୃଷ୍ଟିକୋଣ ବିଚାରକୁ ନେଇ ଇନଫ୍ଳୁଏନ୍ସର ମାନେ ବିଷୟବସ୍ତୁ ପ୍ରସ୍ତୁତ କରନ୍ତି। କିଛିଦିନ ଇନଫ୍ଳୁଏନ୍ସରଙ୍କ ସଂସ୍ପର୍ଶରେ ଅସିବା ପରେ ଉପଭୋକ୍ତା ବା ଦର୍ଶକ ବା ଶ୍ରୋତା କ୍ରମଶଃ ପ୍ରଭାବିତ ହୋଇପଡ଼ନ୍ତି ଏବଂ ଅନ୍ୟ ଦୃଷ୍ଟିଭଙ୍ଗୀରୁ ଦୂରେଇଯାଆନ୍ତି। ଦ୍ୱିତୀୟତଃ, ଇନଫ୍ଳୁଏନ୍ସରଙ୍କ ଉପସ୍ଥାପନାରେ ଘଟଣା, ପୂର୍ବାପର-ସଙ୍ଗତି ଓ ଦର୍ଶକଙ୍କ ପସନ୍ଦଯୋଗ୍ୟ ଦୃଷ୍ଟିକୋଣ ଚର୍ଚ୍ଚିତ ହୋଇଥାଏ। ଏହା ବିଷୟ ବୁଝିବା ନିମନ୍ତେ ସହଜପ୍ରଦ ଓ ଆକର୍ଷକ ଅନୁଭୂତ ହୁଏ। ତୃତୀୟତଃ, ଇନଫ୍ଳୁଏନ୍ସରଙ୍କ ଉପସ୍ଥାପନା ଦର୍ଶକ, ଶ୍ରୋତା ଓ ପାଠକଙ୍କ ଅଭିମତ ଓ ବିଶ୍ୱାସ ଅନୁପୂରକ ହୋଇଥିବା ହେତୁ ସମ୍ପୃକ୍ତ ମଞ୍ଚରେ ସେମାନଙ୍କୁ ଦୀର୍ଘକାଳ ବାନ୍ଧି ରଖିବାରେ ସକ୍ଷମ ହୁଏ।

ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରଙ୍କ ପ୍ରଭାବ ବିସ୍ତାର କ୍ଷେତ୍ରରେ ଉପଭୋକ୍ତଙ୍କ ସ୍ମାର୍ଟଫୋନ ଭଳି ଉପକରଣ ପର୍ଦ୍ଦାରେ ଦୀର୍ଘକାଳ ଉପସ୍ଥିତି, ସାବଲୀଳ ବିଷୟବିନ୍ୟାସ ଶୈଳୀ ସହ ଯାନ୍ତ୍ରିକ ସହାୟତା ପ୍ରମୁଖ ଭୂମିକା ଗ୍ରହଣ କରେ। ପ୍ରତ୍ୟେକ ଦର୍ଶକଙ୍କ ରୁଚିକୁ ତର୍ଜମା କରି ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ପକ୍ଷରୁ ନିୟୋଜିତ ଆଲଗୋରିଥିମଗୁଡ଼ିକ କାର୍ଯ୍ୟକ୍ରମ ଚୟନ କରୁଥିବା ହେତୁ ବିଷୟବସ୍ତୁ ଉପସ୍ଥାପନା ଉପଭୋକ୍ତାଙ୍କ ମନଲାଖି ହେବା ପ୍ରାୟତଃ ସୁନିଶ୍ଚିତ ହୋଇଯାଏ। ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିସ୍ତୃତ ଦର୍ଶକ, ଶ୍ରୋତା ବା ପାଠକ ମଣ୍ଡଳୀ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ କାଳରେ ଏକକ ଉପଭୋକ୍ତାଙ୍କୁ ପ୍ରଭାବିତ କଲା ଭଳି ଉପାଦାନ ପ୍ରଯୋଜନାରେ ଅନ୍ତରାୟ ସାଜିଥାଏ। ଏହି କାରଣରୁ ପାରମ୍ପରିକ ମଞ୍ଚ ବଦଳରେ ସମ୍ୱାଦ ଉପଭୋକ୍ତାମାନେ ଇନଫ୍ଳୁଏନ୍ସର-ଆଶ୍ରିତ ହେଉଥିବା କୁହାଯାଉଛି।

ଭାରତୀୟ ସାଧାରଣ ନିର୍ବାଚନ ୨୦୨୪ରେ ରାଜନୈତିକ ନେତୃବର୍ଗ ଲୋକସଭା ନିର୍ବାଚନ ମଣ୍ଡଳୀ ପିଛା ହାରାହାରି ୨୦ ଲକ୍ଷ ଭୋଟରଙ୍କ ନିକଟରେ ନିଜ ପରିଚିତି ଓ ଦୃଷ୍ଟିକୋଣ ପହଞ୍ଚାଇବା ନିମନ୍ତେ ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସରମାନଙ୍କ ସହଯୋଗ ଲୋଡ଼ିଥିବା ଜଣାଯାଏ। ଏହାପଛରେ ଥିବା ବିଭିନ୍ନ କାରଣ ମଧ୍ୟରେ ସହଜରେ ଭୋଟରଙ୍କଠାରେ ପହଞ୍ଚିପାରିବା, ପାରମ୍ପରିକ ପ୍ରସାରଣ ମଞ୍ଚଗୁଡ଼ିକ ପକ୍ଷରୁ ପ୍ରବର୍ତ୍ତିତ ବିଭିନ୍ନ କଟକଣାରୁ ମୁକ୍ତି ଏବଂ ଅପେକ୍ଷାକୃତ ଶସ୍ତା, ଆକର୍ଷକ ଓ ପ୍ରଭାବଶାଳୀ ପ୍ରଦର୍ଶନ ଆଦି ଅନ୍ୟତମ। ଶିକ୍ଷିତ ଯୁବ ସମ୍ପ୍ରଦାୟ ଓ ମଧ୍ୟବିତ୍ତ ପରିବାରଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଦୀର୍ଘ ସମୟ ସମ୍ପୃକ୍ତ ରହୁଥିବା ତଥା ଭୋଟ ରାଜନୀତିରେ ସାମୂହିକ ଅଭିମତ ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ହେତୁ ସେହି ବର୍ଗ ସହ ଯୋଡ଼ି ହେବା ନିମନ୍ତେ ରାଜନୈତିକ ଦଳ ଓ ନେତୃବର୍ଗ ଇନଫ୍ଳୁଏନ୍ସରଙ୍କ ସହଯୋଗ ଗ୍ରହଣ କରିଥିଲେ।

ଏହିକାରଣରୁ ସାମାଜିକ ଗଣମାଧ୍ୟମ ଅର୍ଥନୀତି ୨୦୨୪ରେ ପୂର୍ବବର୍ଷ ତୁଳନାରେ ୨୫ ପ୍ରତିଶତ ବୃଦ୍ଧି ପାଇଥିବା ହିସାବ କରାଯାଏ। ଏହାର ପରିମାଣ ୨୦୨୪ରେ ୨, ୩୪୪ କୋଟି ଟଙ୍କା ଥିବା ବେଳେ ୨୦୨୬ରେ ୩, ୩୭୫ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଡିଜିଟାଲ ମଞ୍ଚରେ ବିଜ୍ଞାପିତ କରୁଥିବା ବିଜ୍ଞାପକମାନଙ୍କ ମଧ୍ୟରୁ ତିନି-ଚତୁର୍ଥାଂଶ ଇନଫ୍ଳୁଏନ୍ସର ଧାରାକୁ ପସନ୍ଦ କରୁଥିବା ମଧ୍ୟ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏହି ସର୍ବେକ୍ଷଣ ତଥ୍ୟାବଳୀ ଇନଫ୍ଳୁଏନ୍ସର ଅର୍ଥନୀତିର ବ୍ୟାପକ ଅଭିବୃଦ୍ଧିର ସୂଚନା ଦେଇଛି। ସମ୍ବାଦ ସରବରାହ ସଂସ୍ଥା ‘ବିବିସି’ ପକ୍ଷରୁ ମେ ୨୦୨୪ ପ୍ରଥମ ସପ୍ତାହରେ ପ୍ରକାଶିତ ଏକ ବିବରଣୀରେ ଭାରତରେ ସମକାଳରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚରେ ଇନଫ୍ଳୁଏନ୍ସରଙ୍କ ପ୍ରାପ୍ୟର ଏକ ଆନୁମାନିକ ତାଲିକା ପ୍ରକାଶ ପାଇଥିଲା। ପ୍ରତ୍ୟେକ ‘ହ୍ୱାଟସଆପ’ ଷ୍ଟାଟସ ପୋଷ୍ଟ ନିମନ୍ତେ ୮୫ରୁ ୧୭୦ ଟଙ୍କା, ୧୦ ହଜାରରୁ ୫୦ ହଜାର ଫଲୋୟର୍ସ ଥିବା ଇନଫ୍ଳୁଏନ୍ସଙ୍କ ‘ଫେସବୁକ’ ପୋଷ୍ଟ ପିଛା ୫୦୦ରୁ ୧୦୦୦ ଟଙ୍କା, ୫୦ ହଜାରରୁ ୧ ଲକ୍ଷ ଫଲୋଏର୍ସ ଥିବା ‘ଏକ୍ସ’ ପୋଷ୍ଟ ପିଛା ୩ ହଜାରରୁ ୮ ହଜାର ଟଙ୍କା ଆୟ ହୋଇଥାଏ। ସେହିପରି ୧ ଲକ୍ଷରୁ ୫ ଲକ୍ଷ ସବସ୍କ୍ରାଇବର(ଉପଭୋକ୍ତା) ସମୃଦ୍ଧ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭିଡିଓ ପିଛା ୫ ହଜାରରୁ ୧୫ ହଜାର ଏବଂ ୫ ଲକ୍ଷରୁ ଅଧିକ ସବସ୍କ୍ରାଇବର ଥିବା ୟୁଟ୍ୟୁବରମାନଙ୍କ ପାଇଁ ପ୍ରତି ପୋଷ୍ଟ ପିଛା ୧୫ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପ୍ରାପ୍ୟ ମିଳୁଥିବା ଜଣାପଡ଼ିଛି।

ଇନଫ୍ଳୁଏନ୍ସର ମାର୍କେଟିଂରେ ଦୁଇଟି ନକାରାତ୍ମକ ଦିଗ ରହିଛି। ପ୍ରଥମତଃ, ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରମାନେ ପ୍ରାପ୍ୟ ଗ୍ରହଣ କରି କୌଣସି ଦ୍ରବ୍ୟ, ମତବାଦ ବା ଘଟଣାର ବିଶ୍ଳେଷଣ କରୁଥିବା ବେଳେ ତାହା ପ୍ରାୟୋଜିତ କାର୍ଯ୍ୟକ୍ରମ ପଦବାଚ୍ୟ। ‘ଆଡ୍‌‌ର୍ଭାଟାଇଜିଂ ଷ୍ଟାଣ୍ଡାର୍ଡସ କାଉନସିଲ ଅଫ ଇଣ୍ଡିଆ’ ଭଳି ବୃତ୍ତିଗତ ସଂଗଠନ ପକ୍ଷରୁ ପ୍ରାପ୍ୟ ଯୁକ୍ତ(ପେଡ୍‌‌) ପ୍ରସ୍ତୁତ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରାୟୋଜିତ କାର୍ଯ୍ୟକ୍ରମ ‘ଲେବଲ’ ପ୍ରକାଶ ନିମନ୍ତେ ମାର୍ଗଦର୍ଶିକାରେ ଉଲ୍ଲେଖ ଥିଲେ ହେଁ ଅଧିକାଂଶ କ୍ଷେତ୍ରରେ ତାହା ପାଳିତ ହୁଏନାହିଁ। ଫଳରେ ଦର୍ଶକ, ଶ୍ରୋତା ଓ ପାଠକ ବିଜ୍ଞାପନକୁ ମୌଳିକ ଉପସ୍ଥାପନ ବୋଲି ବିବେଚନା କରିଥା’ନ୍ତି। ଦ୍ୱିତୀୟତଃ, ଇନଫ୍ଳୁଏନ୍ସର ଅନୁଗାମୀ ଉପଭୋକ୍ତାଗଣ କାଳକ୍ରମେ ବିବିଧ କିମ୍ୱା ବିପରୀତ ତଥ୍ୟ ଓ ଯୁକ୍ତିରୁ ଦୂରେଇ ଯିବା ଫଳରେ ମୁକ୍ତ ଚିନ୍ତନ ଅଭାବରେ ପୀଡ଼ିତ ହୁଅନ୍ତି। ଏତଦ୍ୱାରା ନିର୍ବାଚନ ରାଜନୀତିରେ ଧ୍ରୁବୀକରଣ(ପୋଲାରାଜେସନ) ଭଳି ସ୍ଥିତି ସୃଷ୍ଟି ହୁଏ। ଉଭୟ ଧାରା ସମାଜିକ ପ୍ରଗତିର ପରିପନ୍ଥୀ ଭାବେ ବିବେଚନା କରାଯାଏ। ଅପରପକ୍ଷେ ଶିବାନ୍ତି ନିନାନଙ୍କ ଭଳି ଅଭିଜ୍ଞ ଗଣମାଧ୍ୟମ ବିଶ୍ଳେଷକଙ୍କ ମତ ହେଲା – ଗଣମାଧ୍ୟମ ପରିଧିରେ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକ କବଳରୁ ସୂଚନା, ସମ୍ୱାଦ ଓ ଅଭିମତ ପରିବେଷଣ ଧାରା କ୍ରମଶଃ ବ୍ୟକ୍ତିବିଶେଷଙ୍କ ହାତକୁ ସ୍ଥାନାନ୍ତରିତ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମର ପରିସର ବୃଦ୍ଧି ପାଇବା ସହିତ ଇନଫ୍ଳୁଏନ୍ସର ପ୍ରଭାବିତ ପ୍ରସାରଣରେ ସମସ୍ୟାବଳୀ କ୍ରମଶଃ ଘନୀଭୂତ ହେବା ସୁନିଶ୍ଚିତ। ଏହାର ମୁକାବିଲା ନିମନ୍ତେ ସର୍ବସାଧାରଣରେ ଗଣମାଧ୍ୟମ ସାକ୍ଷରତାର ପ୍ରସାର ହିଁ ଏକମାତ୍ର ପନ୍ଥା।

ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ : ୯୪୩୭୦ ୯୬୯୪୪

08 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର