ଚଷମାର ଦୃଷ୍ଟିକୋଣ

The Sakala Picture
Published On

ମୋର ଜଣେ ସହକର୍ମୀ ଥରେ ପରିହାସ ଛଳରେ କହିଲେ, ‘ଯେଉଁମାନେ ଚଷମା ପିନ୍ଧୁଛନ୍ତି, ସେମାନଙ୍କୁ ଦୟା କର। ସିନେମା ହଲ୍‌‌, ଥିଏଟର, ଷ୍ଟାଡିଅମ୍‌‌, ସଭାସମିତି ଓ ପ୍ରଦର୍ଶନୀ ମଞ୍ଚ ଆଦି ସ୍ଥାନରେ ସେମାନଙ୍କୁ ଅଗ୍ରାଧିକାର ଦିଅ। କାରଣ ସେମାନେ ତୁମକୁ ଦେଖିବା ପାଇଁ ମଧ୍ୟ ପଇସା ଦେଉଛନ୍ତି। ଖାଲି ତୁମକୁ ନୁହେଁ, ପୂରା ଦୁନିଆ ଦେଖିବାକୁ ବି ପଇସା ଦେଉଛନ୍ତି।’ ଏ କଥାଟି ମୋତେ କାହିଁକି କେଜାଣି ଭାରି ପସନ୍ଦ ଆସିଲା। କାରଣ ଚଷମା ମୁଁ ବି […]

ମୋର ଜଣେ ସହକର୍ମୀ ଥରେ ପରିହାସ ଛଳରେ କହିଲେ, ‘ଯେଉଁମାନେ ଚଷମା ପିନ୍ଧୁଛନ୍ତି, ସେମାନଙ୍କୁ ଦୟା କର। ସିନେମା ହଲ୍‌‌, ଥିଏଟର, ଷ୍ଟାଡିଅମ୍‌‌, ସଭାସମିତି ଓ ପ୍ରଦର୍ଶନୀ ମଞ୍ଚ ଆଦି ସ୍ଥାନରେ ସେମାନଙ୍କୁ ଅଗ୍ରାଧିକାର ଦିଅ। କାରଣ ସେମାନେ ତୁମକୁ ଦେଖିବା ପାଇଁ ମଧ୍ୟ ପଇସା ଦେଉଛନ୍ତି। ଖାଲି ତୁମକୁ ନୁହେଁ, ପୂରା ଦୁନିଆ ଦେଖିବାକୁ ବି ପଇସା ଦେଉଛନ୍ତି।’ ଏ କଥାଟି ମୋତେ କାହିଁକି କେଜାଣି ଭାରି ପସନ୍ଦ ଆସିଲା। କାରଣ ଚଷମା ମୁଁ ବି ଆଜିକୁ ପ୍ରାୟ ୩୦ ବର୍ଷ ତଳୁ ପିନ୍ଧି ଆସୁଛି। ଯେଉଁ ଚଷମା ଯେତେ ନୂଆ, ତା’ର କାଚଦେଇ ଦେଖିବା ସେତେ ମହଙ୍ଗା। ପୁଣି ଚଷମା ଲେନ୍ସର ପାୱାରକୁ ନେଇ ମଧ୍ୟ ଦାମ୍‌‌ ଅଲଗା ଅଲଗା ହୋଇଥାଏ। ଏବେ ତ ପୁଣି ‘କଣ୍ଟାକ୍ଟ ଲେନ୍ସ’ ଏକ ସାଧାରଣ କଥା ପାଲଟିଗଲାଣି। ମାନେ ସେଥିରେ ଦେଖିଲେ ଆହୁରି ଅଧିକ ଅର୍ଥ ଖର୍ଚ୍ଚ।

ଗୋଟିଏ ନୂଆ ଚଷମାର ଦାମ୍‌‌ ହାରାହାରି ଧରାଯାଉ ୫ ହଜାର ଟଙ୍କା। ହୋଇଛି ମାତ୍ର ଦୁଇମାସ। ତେଣୁ ୫ ହଜାର ହରଣ ଷାଠିଏ ହେଲେ ଯେତେ ହେବ, ତାହା ହେଉଛି ସେହି ଚଷମା କାଚ ବାଟ ଦେଇ ଦୁନିଆ ଦେଖୁଥିବା ବ୍ୟକ୍ତିଙ୍କର ଏପର୍ଯ୍ୟନ୍ତ ଦୈନିକ ଦେଖିବା ବାବଦ ଖର୍ଚ୍ଚ। ପ୍ରକାରାନ୍ତରେ ଯେଉଁଟା ଯେତେ ପୁରୁଣା, ସେଥିରେ ଦେଖିବା ସେତେ ଶସ୍ତା। ତଥାପି ଗତ ୩୦ ବର୍ଷ ଭିତରେ ଯଦି ବର୍ଷକୁ ଗୋଟାଏ ଲେଖାଏଁ ଚଷମା ବଦଳାଇଥିବି, ତେବେ ସୁଦ୍ଧା ୩୦ଟି ଚଷମା, ସର୍ବନିମ୍ନ ହାରାହାରି ୩ ହଜାର ଟଙ୍କା ହିସାବରେ ଖର୍ଚ୍ଚ ୯୦ ହଜାର ଟଙ୍କା। ମାନେ ଜନ୍ମଠାରୁ ଚଷମା ପିନ୍ଧିବା ସମୟତକ ବାଦ୍‌‌ ଦେଲେ ମୁଁ ଦୁନିଆକୁ ଦେଖିବା ପାଇଁ ଖର୍ଚ୍ଚ କରିଛି ଅତିକମ୍‌‌ରେ ୯୦ ହଜାର ଟଙ୍କା। ଅବଶ୍ୟ ଆଖିଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଇଁ ଏତିକି ସମୟ ମଧ୍ୟରେ ୯୦ ହଜାର ଟଙ୍କା ଖର୍ଚ୍ଚ ହେବା କିଛି ବହୁତବଡ଼ କଥା ନୁହେଁ।

ତେବେ କଥାଟା ସେଇଆ ନୁହେଁ। ଅସଲ କଥା ହେଉଛି, ଯେତେବେଳେ ଦେଖିବାକୁ ପଇସା ଦେବାକୁ ପଡୁଛି, ସେତେବେଳେ ଆମେ କିଛି ଭଲ ଜିନିଷ ନ ଦେଖିବା ବା କାହିଁକି? କାହିଁକି ‘ନ ଦେଖିବା ଜିନିଷ’ ବା ଖରାପ ଜିନିଷ ଦେଖି ଆମ ପଇସାର ଅବମୂଲ୍ୟାୟନ କରିବା? କହିବା କଥା ହେଉଛି, ଖରାପ ଜିନିଷ ବୋଇଲେ ଆମେ ଅଶ୍ଳୀଳ ଦୃଶ୍ୟ, ଆଖି ଆଗରେ ହେଉଥିବା ଅପରାଧ, କୌଣସି ଦୁର୍ନୀତି, ଦୁରାଚାର, ଗୁରୁଜନଙ୍କ ଉପରେ ହେଉଥିବା ଅତ୍ୟାଚାର, ଶିଶୁ ନିର୍ଯାତନା, ବିଭିନ୍ନ ପଦାର୍ଥରେ ହେଉଥିବା ଅପମିଶ୍ରଣ, ଦରିଦ୍ର ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ରରେ ଶୋଷଣ, ଗରିବ ମହିଳାଙ୍କୁ ଧନିକଙ୍କ ନିର୍ଯାତନା, ପତି ଦ୍ୱାରା ପତ୍ନୀ କିମ୍ବା ପତ୍ନୀ ଦ୍ୱାରା ପତିକୁ ଦିଆଯାଉଥିବା ମାନସିକ ଅଥବା ଶାରୀରିକ ନିର୍ଯାତନା, ପଶୁପକ୍ଷୀଙ୍କ ଉପରେ ଅତ୍ୟାଚାର, ଖାଦ୍ୟ ପାଇଁ ପଶୁହତ୍ୟା, ଅଯଥାରେ ବୃକ୍ଷଚ୍ଛେଦନ ଭଳି ଆହୁରି ଅନେକକୁ ବୁଝୁ। ଏହାକୁ ନ ଦେଖିଲେ ଆମର କିଛି କ୍ଷତି ହେବ ନାହିଁ। ବରଂ ଅର୍ଥ ଦେଇ ଦୁନିଆକୁ ଦେଖୁଥିବାରୁ ମନ୍ଦ ଅପେକ୍ଷା ଭଲକୁ ଅଧିକରୁ ଅଧିକ ଦେଖିବା ଉଚିତ୍‌‌। ଏହା କେବଳ ଆମେ ଚଷମା ବାବଦରେ ବିନିଯୋଗ କରୁଥିବା ଟଙ୍କାର ସଠିକ୍‌‌ ମୂଲ୍ୟାୟନ ହେବନାହିଁ, ଅଧିକନ୍ତୁ ଭଲ ଭଲ ଜିନିଷ ବା ଦୃଶ୍ୟ ଦେଖିଲେ ଏହା ଆମ ମନରେ ବି ସକାରାତ୍ମ୍ମକ ପ୍ରଭାବ ପକାଇବ।

ମନରେ ସକାରାତ୍ମକ ଚିନ୍ତାଧାରା ଆସିଲେ ଆପଣଙ୍କ ଦିନଟି କେତେ ଭଲ ଭାବରେ କଟେ, ସେକଥା ଆଉ ବୁଝାଇ କହିବାକୁ ପଡ଼ିବ ନାହିଁ। ଗୋଟେ ସୁସ୍ଥ ଶରୀର ପାଇଁ ଯେମିତି ଭଲ ଓ ସୁଷମ ଖାଦ୍ୟ ଆବଶ୍ୟକ, ଗୋଟେ ଭଲ ମନ ପାଇଁ ମଧ୍ୟ ସେହିପରି ଭଲ ଖାଦ୍ୟ ଆବଶ୍ୟକ। ତେବେ କଥା ହେଉଛି, ମନ ପାଇଁ କାହାକୁ ଭଲ ଭାବି ଗ୍ରହଣ କରିବା ଓ କାହାକୁ ଖରାପ ବିଚାରି ବର୍ଜନ କରିବା ସେ ବିଚାର ସମ୍ପୂର୍ଣ୍ଣ ରୂପେ ଆମ ହାତରେ ରହିଛି। ଲୋକେ ଆତ୍ମଶୁଦ୍ଧି, ଉତ୍ତମ ବିଚାରଧାରା, ସର୍ବୋପରି ମାନସିକ ଶାନ୍ତି ପାଇଁ କେତେ ନା କେତେ ଉପାୟ କରୁଛନ୍ତି। ବିଭିନ୍ନ ପ୍ରବଚକଙ୍କ ସଶୁଳ୍କ ପ୍ରବଚନ ଶୁଣିବାକୁ କେତେ ନା କେତେ ଦୂରକୁ ମଧ୍ୟ ଅର୍ଥ ଖର୍ଚ୍ଚ କରି ଛୁଟି ଯାଉଛନ୍ତି। ତେବେ କେବଳ ନିଜ ଚଷମାଟିମାନ କଥା ମନରେ ରଖି ଭଲ ଦୃଶ୍ୟ ଦେଖିଲେ ତାହା ମନ ଓ ଆତ୍ମାକୁ ସଞ୍ଚରି ଯାଇ ଆପଣଙ୍କ ଦିନର ଆରମ୍ଭଟିକୁ ମଧ୍ୟ ଶୁଭ କରିଦେବ। ସାଧାରଣ ବ୍ୟକ୍ତିଟିଏ ମାଗଣାରେ ଦୃଶ୍ୟ ଦେଖୁଥିବା ବେଳେ ଚଷମା ଧାରଣ କରିଥିବା ବ୍ୟକ୍ତିଟିଏ ଏଥିପାଇଁ ଅର୍ଥ ଖର୍ଚ୍ଚ କରିଥିବାରୁ ‘ବଛା ବଛା ଜିନିଷ ଦେଖିବି’ ବୋଲି ତା’ ହୃଦୟରୁ ଏକ ଅନ୍ତଃସ୍ୱର ବାହାରିବା ଆବଶ୍ୟକ। ନହେଲେ ତ ଧୁଆ ମୂଳା-ଅଧୁଆ ମୂଳା ସବୁ ସମାନ ହୋଇଯିବ।

ଯେହେତୁ ଚଷମା ପିନ୍ଧୁଥିବା ଲୋକମାନେ ସେଥିପାଇଁ ପଇସା ଖର୍ଚ୍ଚ କରି ସାରାଦିନର ଯାବତୀୟ ଦୃଶ୍ୟ ଦେଖୁଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ବି ଯତ୍ନବାନ୍‌‌ ହେବା ଉଚିତ। ଅର୍ଥାତ୍‌‌ ଅନ୍ୟମାନେ କିପରି ଭଲ ଦୃଶ୍ୟ ଓ ଭଲ ଜିନିଷ ଦେଖିବାକୁ ପାଇବେ, ତା’ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଖରାପ ଜିନିଷ ଓ ଦୃଶ୍ୟ ବିରୋଧରେ ପ୍ରତିବାଦ କରିବା ଆବଶ୍ୟକ। କେଉଁଠି ଅନ୍ୟାୟ, ଅତ୍ୟାଚାର ହେଉଥିଲେ ବାଟଭାଙ୍ଗି ଚାଲି ନ ଯାଇ ତା’ର ପ୍ରତିବାଦ କରିବା ବିଧେୟ। ବସ୍ତୁତଃ ଏଇଠୁ ରାମରାଜ୍ୟର ପରିକଳ୍ପନାକୁ ସଂଯୋଗ କରାଯାଇପାରେ। ମାନେ ମୋର ସିଧା ସିଧା କହିବା କଥା, ଚଷମା ପିନ୍ଧୁଥିବା ଲୋକମାନେ ହେଉଛନ୍ତି ସମାଜରେ ଭଲ କିଛି କରିବାର, ଭଲ କିଛି ସୃଷ୍ଟି ହେବାର ମଙ୍ଗୁଆଳ। ତେଣୁ ସେମାନଙ୍କ ଉପରେ ଏ ଗୁରୁ ଦାୟିତ୍ୱ ରହୁଥିବାରୁ ଯଦି ଚଷମା ପିନ୍ଧୁଥିବା ଶତ ପ୍ରତିଶତ ବ୍ୟକ୍ତି କେଉଁଠି କିଛି ଖରାପ ଚାଲିଥିବା ବା ହେଉଥିବା ଦେଖିଲେ ତୁରନ୍ତ ପ୍ରତିବାଦ କରନ୍ତି, ତେବେ ଅନ୍ୟମାନଙ୍କ ଚିନ୍ତାଧାରାରେ ବି ପରିବର୍ତ୍ତନ ସମ୍ଭବ ହେବ। ତେବେ ଯାଇ ଦୁନିଆ ବଦଳିବ!

ହିତାଂଶୁ ଶେଖର ମହାନ୍ତ
ଭୁବନେଶ୍ୱର, ମୋ: ୯୪୩୭୮୭୨୯୦୪

06 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର