ବିଷଚକ୍ରରେ ସମ୍ୱାଦ ମଞ୍ଚ
ସମ୍ୱାଦ ଉପଭୋକ୍ତାଙ୍କ ଆଚରଣ ସମ୍ୱାଦ ମଞ୍ଚ ପରିଚାଳନାକୁ ପ୍ରଭାବିତ କରିଥାଏ। ସମ୍ୱାଦ ଶିଳ୍ପରେ ତଦନୁଯାୟୀ ବ୍ୟାବସାୟିକ ଧାରା ନିର୍ଦ୍ଧାରଣ ହୁଏ। କୋଭିଡ-୧୯ ମହାମାରୀ ପରବର୍ତ୍ତୀ ଅବସ୍ଥାରେ ବିଶ୍ୱବ୍ୟାପୀ ସମ୍ୱାଦ ଉପଭୋକ୍ତାଙ୍କ ଆଚରଣରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ସେହି କାରଣରୁ ସମ୍ୱାଦ ଶିଳ୍ପ ସଂଘର୍ଷପୂର୍ଣ୍ଣ ପରିବେଶରେ ଉପନୀତ। ମହାମାରୀ ପୂର୍ବ ଅବସ୍ଥାରେ ବୈଷୟିକ ପ୍ରଗତି ସମ୍ୱାଦ ଶିଳ୍ପକୁ ଯେତିକି ମାତ୍ରାରେ ଭାରାକ୍ରାନ୍ତ କରିଥିଲା, ମହାମାରୀ ପରବର୍ତ୍ତୀ ଅବସ୍ଥାରେ ସମ୍ୱାଦ ଉପଭୋକ୍ତାଙ୍କ ପରିବର୍ତ୍ତିତ ଆଚରଣ ତାହାକୁ ତ୍ୱରାନ୍ୱିତ କରି […]
ସମ୍ୱାଦ ଉପଭୋକ୍ତାଙ୍କ ଆଚରଣ ସମ୍ୱାଦ ମଞ୍ଚ ପରିଚାଳନାକୁ ପ୍ରଭାବିତ କରିଥାଏ। ସମ୍ୱାଦ ଶିଳ୍ପରେ ତଦନୁଯାୟୀ ବ୍ୟାବସାୟିକ ଧାରା ନିର୍ଦ୍ଧାରଣ ହୁଏ। କୋଭିଡ-୧୯ ମହାମାରୀ ପରବର୍ତ୍ତୀ ଅବସ୍ଥାରେ ବିଶ୍ୱବ୍ୟାପୀ ସମ୍ୱାଦ ଉପଭୋକ୍ତାଙ୍କ ଆଚରଣରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ସେହି କାରଣରୁ ସମ୍ୱାଦ ଶିଳ୍ପ ସଂଘର୍ଷପୂର୍ଣ୍ଣ ପରିବେଶରେ ଉପନୀତ। ମହାମାରୀ ପୂର୍ବ ଅବସ୍ଥାରେ ବୈଷୟିକ ପ୍ରଗତି ସମ୍ୱାଦ ଶିଳ୍ପକୁ ଯେତିକି ମାତ୍ରାରେ ଭାରାକ୍ରାନ୍ତ କରିଥିଲା, ମହାମାରୀ ପରବର୍ତ୍ତୀ ଅବସ୍ଥାରେ ସମ୍ୱାଦ ଉପଭୋକ୍ତାଙ୍କ ପରିବର୍ତ୍ତିତ ଆଚରଣ ତାହାକୁ ତ୍ୱରାନ୍ୱିତ କରି ସମ୍ୱାଦ ମଞ୍ଚଗୁଡ଼ିକର ସ୍ଥିତି ଓ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବିଷଚକ୍ରରେ ଉଭୟ ପାରମ୍ପରିକ ଓ ଡିଜିଟାଲ ମଞ୍ଚ ସମଭାବେ ପ୍ରପୀଡ଼ିତ।
ସମ୍ୱାଦ ଉପଭୋକ୍ତାଙ୍କ ଆଚରଣ ଅଧ୍ୟୟନରେ ୨୦୨୩ ଜୁନ ମାସରେ ‘ରଏଟର ଇନଷ୍ଟିଚ୍ୟୁଟ ଫର ଷ୍ଟଡି ଅଫ୍ ଜର୍ଣ୍ଣାଲିଜମ’ ପକ୍ଷରୁ ପ୍ରକାଶିତ ‘ଡିଜିଟାଲ ନିଉଜ ରିପୋର୍ଟ ୨୦୨୩’ ଏବଂ ମାସକ ପୂର୍ବରୁ ମେ’ ମାସରେ ଗୁଗୁଲ ସହାୟତାରେ ‘କାନ୍ତାର ଇଣ୍ଡିଆ’ ପକ୍ଷରୁ ପ୍ରକାଶିତ ‘ଇଣ୍ଡିଆନ ଲାଙ୍ଗୁଏଜେସ-ଅଣ୍ଡରଷ୍ଟାଣ୍ଡିଂ ଇଣ୍ଡିଆସ ଡିଜିଟାଲ ନିଉଜ କଞ୍ଜ୍ୟୁମର’ ଦୁଇଗୋଟି ରିପୋର୍ଟ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅବତାରଣା କରିଥାଏ। ପ୍ରଥମ ପ୍ରକାଶନ ନିମନ୍ତେ ୪୬ ଗୋଟି ରାଷ୍ଟ୍ରରେ ୯୩ ହଜାର ଏବଂ ଦ୍ୱିତୀୟ ପ୍ରକାଶନ ନିମନ୍ତେ ଭାରତର ବିଭିନ୍ନ ଅଞ୍ଚଳରୁ ୬୦ ହଜାର ସମ୍ୱାଦ ଉପଭୋକ୍ତାଙ୍କୁ ସର୍ବେକ୍ଷଣରେ ସାମିଲ କରାଯାଇ ତଥ୍ୟ ସଂଗୃହୀତ ହୋଇଥିଲା। ଦୁଇ ପ୍ରକାଶନରେ ଡିଜିଟାଲ ସମ୍ୱାଦ ଉପଭୋକ୍ତାଙ୍କ ଆଚରଣ ଅନୁଶୀଳନ କରାଯାଇଥିବା ସ୍ଥଳେ ତାହା ସାମଗ୍ରିକ ଭାବେ ସମକାଳୀନ ସମ୍ୱାଦ ଉପଭୋକ୍ତାଙ୍କ ସ୍ୱରୂପ ଭାବେ ଧରି ନିଆଯାଇପାରେ।
ପ୍ରଥମତଃ, ସମ୍ୱାଦ ମଞ୍ଚଗୁଡ଼ିକର ବିଜ୍ଞାପନ ଆୟ କମି ଆସୁଥିବା ଅବସରରେ ବ୍ୟାବସାୟିକ ଆୟ-ବ୍ୟୟ ସମତୁଲ ରଖିବା ନିମନ୍ତେ ଗ୍ରାହକ ଚାନ୍ଦାକୁ ପ୍ରାଧାନ୍ୟ ଦିଆଯାଇଛି। ତେବେ ସମ୍ୱାଦ ଉପଭୋକ୍ତାମାନେ ଡିଜିଟାଲ ମଞ୍ଚରେ ବିପୁଳ ପରିମାଣରେ ସମ୍ୱାଦ ମାଗଣାରେ ପାଇପାରୁଥିବା ହେତୁ ଗ୍ରାହକ ଚାନ୍ଦା ପ୍ରଦାନ ନିମନ୍ତେ ଆଗ୍ରହୀ ନୁହନ୍ତି। ‘ଡିଜିଟାଲ ନିଉଜ ରିପୋର୍ଟ ୨୦୨୩’ ଅନୁଯାୟୀ ବିଶ୍ୱର ୨୦ ଗୋଟି ଧନୀ ରାଷ୍ଟ୍ରରୁ ଗୃହୀତ ତଥ୍ୟ ବିଶ୍ଳେଷଣରେ ମାତ୍ର ୧୭ ପ୍ରତିଶତ ଡିଜିଟାଲ ସମ୍ୱାଦ ଉପଭୋକ୍ତା ଗ୍ରାହକ ଶ୍ରେଣୀଭୁକ୍ତ ହୋଇଥିବା ଜଣାଯାଇଥିଲା।
ଦ୍ୱିତୀୟତଃ, ଡିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକରେ ସମ୍ୱାଦ ଉପଭୋକ୍ତାମାନେ ସାମ୍ୱାଦିକ ଓ ସମ୍ପାଦକଙ୍କ ବଦଳରେ ଯାନ୍ତ୍ରିକ ପଦ୍ଧତି ‘ଆଲଗୋରିଦମ’ ଦ୍ୱାରା ସମ୍ୱାଦ ଚୟନକୁ ସମର୍ଥନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଡିଜିଟାଲ ମଞ୍ଚରେ ସମ୍ୱାଦ ଉପଭୋକ୍ତାଙ୍କ ପଠନ ଇତିହାସ ଆଧାରରେ ସମ୍ୱାଦ ଚୟନର ସୁବିଧା ରହିଥାଏ। ଉପଭୋକ୍ତାମାନେ ନିଜ ରୁଚି ଅନୁଯାୟୀ ସମ୍ୱାଦ ପ୍ରସାରଣକୁ ପସନ୍ଦ କରୁଛନ୍ତି। କୁହାଯାଉଛି ଯେ ସାମ୍ୱାଦିକ ଓ ସମ୍ପାଦକମାନଙ୍କ ଜ୍ଞାନ ପରିସର, ମତବାଦ ଓ ରୁଚି ପ୍ରକାଶନ ନିମନ୍ତେ ସମ୍ୱାଦ ଏକତ୍ରୀକରଣରେ ପ୍ରଭାବ ବିସ୍ତାର କରିଥାଏ। ଏଣୁ ପାଠକ ଓ ଦର୍ଶକ ନିଜ ଦୃଷ୍ଟିକୋଣ ସମର୍ଥିତ ସମ୍ୱାଦକୁ ଅଗ୍ରାଧିକାର ଦେଉଛନ୍ତି।
ଏତଦ୍ୱାରା ଏକପକ୍ଷରେ ସମ୍ୱାଦ ମଞ୍ଚରେ ସାମ୍ୱାଦିକ ଓ ସମ୍ପାଦକମାନଙ୍କ ଭୂମିକା ଗୌଣ ହୋଇଯାଉଥିବା ସ୍ଥଳେ ଅନ୍ୟପକ୍ଷରେ ଉପଭୋକ୍ତା ଏକପାଖିଆ ସମ୍ୱାଦର ଘେରରେ ବାସ୍ତବତା ସମ୍ପର୍କରେ ଜ୍ଞାନଠାରୁ ଦୂରେଇଯାଏ। ଗଣମାଧ୍ୟମ ବ୍ୟାକରଣରେ ଏହି ପରିବେଶ ସୀମିତ ଦୃଷ୍ଟିଭଙ୍ଗୀ ‘ସିଲେକ୍ଟିଭ ଏକ୍ସପୋଜର’ ଓ ପ୍ରତିଧ୍ୱନିତ ପରିଧି ‘ଇକୋ-ଚେମ୍ୱର’ ପରିବେଶ ସୃଷ୍ଟି କରିଥାଏ। ଏହାର ଦୀର୍ଘକାଳୀନ ପ୍ରଭାବ ବିପଦପୂର୍ଣ୍ଣ। ‘ଡିଜିଟାଲ ନିଉଜ ରିପୋର୍ଟ ୨୦୨୩’ରେ ସୂଚିତ ହୋଇଛି ଯେ ପ୍ରକାଶକକୈନ୍ଦ୍ରିକ ସମ୍ୱାଦ ଚୟନ ‘ଉଇ-ପବ୍ଳିଶ-ୟୁ-ରିଡ୍’ ପଦ୍ଧତିର ପରିବର୍ତ୍ତନ ଲାଗି କେତେକ ବୃହତ ପ୍ରକାଶନ ସଂସ୍ଥା ସମ୍ପାଦକୀୟ ବିଚାର ସହ ଯାନ୍ତ୍ରିକ ବିଚାର ସମନ୍ୱୟ ସ୍ଥାପନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି।
ତୃତୀୟତଃ, ବିଶ୍ୱବ୍ୟାପୀ ଡିଜିଟାଲ ସମ୍ୱାଦ ଉପଭୋକ୍ତାଗଣ ସମ୍ୱାଦ ୱେବ୍ସାଇଟ ଓ ଆପ୍ ବଦଳରେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରବେଶ ଧାରାରେ ଅଭ୍ୟସ୍ତ ହୋଇପଡୁଛନ୍ତି। ‘ଡିଜିଟାଲ ନିଉଜ ରିପୋର୍ଟ ୨୦୨୩’ର ସର୍ବେକ୍ଷଣରେ ମାତ୍ର ୨୨ ପ୍ରତିଶତ ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣ ନିମନ୍ତେ ୱେବସାଇଟ ଓ ଆପରେ ପ୍ରଥମେ ପହଞ୍ଚୁଥିଲେ। ଏହା ୨୦୧୮ ତୁଳନାରେ ଦଶ ପ୍ରତିଶତ କମ ହିସାବ କରାଯାଇଥିଲା। ଏହି ଧାରାରେ ମୂଳ ସମ୍ୱାଦ ପ୍ରକାଶନ ମଞ୍ଚକୁ ପାଠକମାନେ ଅଣଦେଖା କରୁଥିବା ପ୍ରମାଣିତ। ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକରେ ମଧ୍ୟ ଏହି ପ୍ରବାହ କେତେକାଂଶରେ ପ୍ରଭାବିତ ଥିବା ଅନୁମାନ କରାଯାଏ। ଏତଦ୍ୱାରା ସମ୍ୱାଦ ଶିଳ୍ପର ବ୍ୟାବସାୟିକ କ୍ଷତି ଘଟିଥାଏ।
ସୋସିଆଲ ମିଡିଆରେ ଫେସବୁକ ସର୍ବାଧିକ ଉପଭୋକ୍ତା ଆକୃଷ୍ଟ କରୁଥିବା ଦାବି କରୁଥିଲେ ହେଁ ଫେସବୁକ ମଞ୍ଚରୁ ସମ୍ୱାଦ ଆହରଣ ମାତ୍ରା କମିଥÒବାର ଜଣାଯାଏ। ଭାରତରେ ଡିଜିଟାଲ ସମ୍ୱାଦ ଉପଭୋକ୍ତାମାନଙ୍କ ମଧ୍ୟରୁ ୧୨ ପ୍ରତିଶତ ସମ୍ୱାଦ ୱେବସାଇଟ ଓ ଆପରେ ପହଞ୍ଚୁଥିବା ବେଳେ ୨୮ ପ୍ରତିଶତ ସୋସିଆଲ ମିଡିଆ ଓ ୪୩ ପ୍ରତିଶତ ସମ୍ୱାଦ ଖୋଜିବାରେ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରିଥା’ନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହିଭଳି ଅଭ୍ୟାସ ଯୁବବର୍ଗଙ୍କ ମଧ୍ୟରେ ପରିଲକ୍ଷିତ ହେଉଥିବା ବେଳେ କ୍ରମଶଃ ବୟସ୍କମାନେ ମଧ୍ୟ ଏଥିରେ ସାମିଲ ହେଲେଣି।
ଗୁଗୁଲ-କାନ୍ତାର ରିପୋର୍ଟ ଅନୁଯାୟୀ ଭାରତରେ ଆଞ୍ଚଳିକ ଭାଷାରେ ଡିଜିଟାଲ ସମ୍ୱାଦ ଉପଭୋକ୍ତା ସହରାଞ୍ଚଳରେ ଅଧିକ ମାତ୍ରାରେ ବ୍ୟବହାର କରିଥା’ନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ଏବଂ ଆର୍ଥିକ ଦିଗରୁ ସ୍ୱଚ୍ଛଳ। ସେମାନେ ସାଧାରଣରେ ବହୁଭାଷୀ ଓ ଇଂଲିଶ ଭାଷାରେ ଦକ୍ଷତା ରହିଥାଏ। ଅନଲାଇନ ସମ୍ୱାଦ ଉପଭୋକ୍ତାମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ୬୦ ଗୋଟି ଶବ୍ଦ ବା ତାହାଠାରୁ କମ ଆକାରର ସମ୍ୱାଦ ପଢ଼଼ିବାକୁ ଏବଂ ୨୫ ପ୍ରତିଶତ ଏକ ମିନଟରୁ କମ ଅବଧିର ସମ୍ୱାଦ ଭିଡିଓ ଦେଖିବାକୁ ପସନ୍ଦ କରିଥା’ନ୍ତି। ସମ୍ୱାଦ ପାଠକମାନଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ସମ୍ୱାଦ ଶିରୋନାମା ଓ ସାରାଂଶ ପଢ଼଼ିଥା’ନ୍ତି। ଏହି ତଥ୍ୟାବଳୀ ସମକାଳରେ ଉଭୟ ପାରମ୍ପରିକ ଓ ଡିଜିଟାଲ ମଞ୍ଚ ନିମନ୍ତେ ସମ୍ୱାଦ ପ୍ରଯୋଜନାରେ ଉପଯୋଗ କରାଯିବା ଯଥାର୍ଥ।
ଗୁଗୁଲ-କାନ୍ତାର ରିପୋର୍ଟରେ ଭାରତୀୟ ଡିଜିଟାଲ ସମ୍ୱାଦ ଉପଭୋକ୍ତାଙ୍କ ସମ୍ୱାଦ ନିର୍ବାଚନ ଅଭ୍ୟାସ ବିଶଦଭାବେ ବର୍ଣ୍ଣିତ। ମନୋରଞ୍ଜନଧର୍ମୀ ସମ୍ୱାଦ ୭୨ ପ୍ରତିଶତ ଉପଭୋକ୍ତା ବ୍ୟବହାର କରୁଥିବା ବେଳେ ଅପରାଧ ୭୨ ପ୍ରତିଶତ, ଜାତୀୟ ଓ ଆଞ୍ଚଳିକ ସମ୍ୱାଦ ୭୧ ପ୍ରତିଶତ, କ୍ରୀଡ଼ା ୬୩ ପ୍ରତିଶତ, ବିଦେଶ ଖବର ୬୦ ପ୍ରତିଶତ, ଶିକ୍ଷା ୫୯ ପ୍ରତିଶତ, ପାଣିପାଗ ୫୯ ପ୍ରତିଶତ, ରାଜନୀତି ୫୬ ପ୍ରତିଶତ ଓ ବାଣିଜ୍ୟ-ବ୍ୟବସାୟ ୩୮ ପ୍ରତିଶତ ପ୍ରମୁଖ ସମ୍ୱାଦ ‘କୋର ନିଉଜ’ ପାଠକଙ୍କ ପସନ୍ଦ। ସେହିପରି ଅନ୍ୟାନ୍ୟ ସମ୍ୱାଦ ବର୍ଗ ‘ନନ-କୋର ନିଉଜ’ ଭାବେ ସ୍ୱାସ୍ଥ୍ୟ ୭୧ ପ୍ରତିଶତ, ବୈଷୟିକ ୬୧ ପ୍ରତିଶତ, ଫ୍ୟାଶନ ୫୬ ପ୍ରତିଶତ, ପର୍ଯ୍ୟଟନ ୫୨ ପ୍ରତିଶତ, ବିଜ୍ଞାନ ୫୨ ପ୍ରତିଶତ, କଳା ଓ ସଂସ୍କୃତି ୫୧ ପ୍ରତିଶତ, ଧର୍ମ ୪୩ ପ୍ରତିଶତ ଓ ଭାଗ୍ୟଫଳ ୩୨ ପ୍ରତିଶତ ପାଠକଙ୍କୁ ଆକୃଷ୍ଟ କରିଥାଏ। ବଙ୍ଗଳାରେ ୭୯ ପ୍ରତିଶତ କ୍ରୀଡ଼ା ଓ ମାଲାୟାଲାମ୍ରେ ୬୪ ପ୍ରତିଶତ ପାଠକ ବୈଦେଶିକ ସମ୍ୱାଦକୁ ଗୁରୁତ୍ୱ ଦେଇଥା’ନ୍ତି।
ଭାରତୀୟ ଆଞ୍ଚଳିକ ଭାଷାରେ ସମ୍ୱାଦ ଉପଭୋକ୍ତାମାନେ ସମ୍ୱାଦକୁ ଆବଶ୍ୟକ, ଜ୍ଞାନବର୍ଦ୍ଧକ, ସଚେତକ, ପରାମର୍ଶ ଓ ସୂଚକାଙ୍କ ଭାବେ ଗ୍ରହଣ କରିଥା’ନ୍ତି। ଏତଦ୍ୱାରା ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣ, ଅଭିମତ ପ୍ରଯୋଜନା ଓ ଅର୍ଥପୂର୍ଣ୍ଣ କଥୋପକଥନରେ ସହାୟତା ପ୍ରଦାନ କରିଥାଏ ବୋଲି ଉଲ୍ଲେଖ କରିଥା’ନ୍ତି। ଅଧ୍ୟୟନ ଦ୍ୱୟରୁ ସଂଗୃହୀତ ତଥ୍ୟ ଅନୁଯାୟୀ ବିଶ୍ୱବ୍ୟାପୀ ନକାରାତ୍ମକ ଓ ଚାଞ୍ଚଲ୍ୟକାରୀ ସମ୍ୱାଦର ଚାହିଦା କମିଥିବା ଅବସରରେ ବର୍ଣ୍ଣନା ଓ ଅନୁଶୀଳନାତ୍ମକ ସମ୍ୱାଦକୁ ଉପଭୋକ୍ତାମାନେ ପସନ୍ଦ କରୁଛନ୍ତି। ଭାରତରେ ଆନ୍ତର୍ଜାତିକ ସମ୍ୱାଦ ପ୍ରତି ଉପଭୋକ୍ତାଙ୍କ ଆଗ୍ରହ ଏକ ନୂତନ ଉପଲବ୍ଧି। ସମ୍ୱାଦ ଉପଭୋକ୍ତାଙ୍କ ପରିବର୍ତ୍ତିତ ଆଚରଣକୁ ଭିତ୍ତିକରି ସମ୍ୱାଦ ପ୍ରଯୋଜନା ଉଭୟ ପାରମ୍ପରିକ ଓ ଡିଜିଟାଲ ମଞ୍ଚରେ ପାଠକ-ବିମୁଖ ପରିବେଶକୁ ମୁକାବିଲା କରିବା ନିମନ୍ତେ ଅନ୍ୟତମ ସାଧନ ବୋଲି ବିବେଚନା କରାଯାଏ।
ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪