ଓଡ଼ିଆ ଅସ୍ମିତାର ଉତ୍ତରଣ
୧୯୩୬ ମସିହା ପହିଲା ଅପ୍ରେଲ୍ ଦିନ ବହୁ ଘାତପ୍ରତିଘାତ ମଧ୍ୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଏ ଦିନଟି ଥିଲା ସମଗ୍ର ବିଶ୍ୱରେ ଓଡ଼ିଶାର ଅନନ୍ୟତା ଓ ସ୍ୱକୀୟତାର ଘୋଷଣା। ଉପେକ୍ଷିତ ଓ ନିଷ୍ପେଷିତ ଓଡ଼ିଆ ଜାତିର ଅଭ୍ୟୁଦୟର ପ୍ରତୀକ। ୧୮୦୩ରେ ଇଷ୍ଟଇଣ୍ଡିଆ କଂପାନୀ ଓଡ଼ିଶା ଅଧିକାର କରିବା ବେଳକୁ ଭାରତରେ ଶାସନ ବ୍ୟବସ୍ଥାର ଭିତ୍ତିଭୂମି ଥିଲା ବହୁଭାଷୀ ଅଞ୍ଚଳମାନଙ୍କୁ ମିଶାଇ ଗୋଟିଏ ଗୋଟିଏ ବଡ଼ ପ୍ରେସିଡେନ୍ସିରେ ସାମିଲ କରିବା। ଫଳରେ ଓଡ଼ିଆ ଜାତି ବିଚ୍ଛିନ୍ନ […]
୧୯୩୬ ମସିହା ପହିଲା ଅପ୍ରେଲ୍ ଦିନ ବହୁ ଘାତପ୍ରତିଘାତ ମଧ୍ୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଏ ଦିନଟି ଥିଲା ସମଗ୍ର ବିଶ୍ୱରେ ଓଡ଼ିଶାର ଅନନ୍ୟତା ଓ ସ୍ୱକୀୟତାର ଘୋଷଣା। ଉପେକ୍ଷିତ ଓ ନିଷ୍ପେଷିତ ଓଡ଼ିଆ ଜାତିର ଅଭ୍ୟୁଦୟର ପ୍ରତୀକ।
୧୮୦୩ରେ ଇଷ୍ଟଇଣ୍ଡିଆ କଂପାନୀ ଓଡ଼ିଶା ଅଧିକାର କରିବା ବେଳକୁ ଭାରତରେ ଶାସନ ବ୍ୟବସ୍ଥାର ଭିତ୍ତିଭୂମି ଥିଲା ବହୁଭାଷୀ ଅଞ୍ଚଳମାନଙ୍କୁ ମିଶାଇ ଗୋଟିଏ ଗୋଟିଏ ବଡ଼ ପ୍ରେସିଡେନ୍ସିରେ ସାମିଲ କରିବା। ଫଳରେ ଓଡ଼ିଆ ଜାତି ବିଚ୍ଛିନ୍ନ ହୋଇ ଏକାଧିକ ପ୍ରେସିଡେନ୍ସି ଅଧୀନରେ ରହିବାକୁ ବାଧ୍ୟ ହେଲା। ଏହି ପୃଷ୍ଠଭୂମିରେ ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାକୁ ଛାରଖାର କରିଦେଲା। ଏହି ଲୋମହର୍ଷଣକାରୀ ବିଭୀଷିକା ମଧ୍ୟରୁ ଜନ୍ମଲାଭ କରିଥିଲା ଓଡ଼ିଆଭାଷୀ ଜନସାଧାରଣଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନର ଭାବନା। ଶିକ୍ଷାର ପ୍ରଚାର ସହ ସମ୍ବାଦପତ୍ରର ଆବିର୍ଭାବ ଓଡ଼ିଶାରେ ନବଜାଗରଣର ସୂତ୍ରପାତ କରାଇଥିଲା। ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସକୁ ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ପ୍ରଥମ ପର୍ଯ୍ୟାୟ – ସାଂସ୍କୃତିକ ଜାଗରଣ (୧୮୬୬-୧୯୧୯), ଦ୍ୱିତୀୟ ପର୍ଯ୍ୟାୟ – (୧୯୨୦-୧୯୩୦) ଏବଂ ତୃତୀୟ ପର୍ଯ୍ୟାୟ (୧୯୩୧-୧୯୩୬)।
ପ୍ରଥମ ପର୍ଯ୍ୟାୟରେ ସାମ୍ବାଦିକ, ସାହିତ୍ୟିକ, ବିଭିନ୍ନ ସଂଗଠନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୧୮୬୬ରୁ ୧୯୦୦ ମଧ୍ୟରେ ପ୍ରକାଶିତ ସମ୍ବାଦପତ୍ର ଓ ପତ୍ରିକାଗୁଡ଼ିକର ମୂଳ ଲକ୍ଷ୍ୟଥିଲା ରାଜନୈତିକ, ସାହିତ୍ୟିକ, ସାମାଜିକ ଆଦି ବିଷୟ ଉପରେ ଜନମତ ସୃଷ୍ଟି କରିବା। ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ନିମିତ୍ତ ୧୮୫୫ରେ ବୋର୍ଡ ଅଫ୍ ରେଭେନ୍ୟୁର ସଭ୍ୟ ହେନେରୀ ରିକେଟସ୍ ପ୍ରସ୍ତାବ ଦେଇଥିଲେ। ନଅଙ୍କ ଦୁର୍ଭିକ୍ଷର ଲୋମହର୍ଷଣକାରୀ ବିଭୀଷିକା ପରେ ଭାରତ ସଚିବ ସାର୍ ଷ୍ଟ୍ରାଫେର୍ଡ଼ ନର୍ଥକୋଟ ୧୮୬୮ରେ ଓଡ଼ିଶା ପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଓ ସ୍ୱତନ୍ତ୍ର ପ୍ରାଦେଶିକ ସରକାର ଗଠନର ଆବଶ୍ୟକତା ସମ୍ପର୍କରେ ପ୍ରଶାସନିକ ସ୍ତରରେ ସୂଚନା ଦେଇଥିଲେ। ୧୮୭୫ରେ ବାଲେଶ୍ୱରର ରାଜା ଶ୍ୟାମାନନ୍ଦ ଦେ ଲେଫଟ୍ନାଣ୍ଟ ଗଭର୍ଣ୍ଣରଙ୍କୁ ସ୍ମାରକପତ୍ର ଦେଇଥିଲେ। ୧୮୭୬ରେ ବୈକୁଣ୍ଠନାଥ ଦେ ଏବଂ ବିଚିତ୍ରାନନ୍ଦ ଦାସ ଲେଫ୍ଟ୍ନାଣ୍ଟ ଗଭର୍ଣ୍ଣର ରିଚାର୍ଡ ଟେମ୍ପଲଙ୍କ ନିକଟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ନିମିତ୍ତ ଦାବିପତ୍ର ପ୍ରଦାନ କରିଥିଲେ। ୧୮୮୫ ନଭେମ୍ବର ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ବଙ୍ଗ ପ୍ରଦେଶର ଲେଫଟ୍ନାଣ୍ଟ ଗଭର୍ଣ୍ଣରଙ୍କୁ ଓଡ଼ିଆ ଭାଷାଭାଷୀମାନଙ୍କର ଏକତ୍ରୀକରଣ, ଓଡ଼ିଶା ଡିଭିଜନ୍ ସହ ସମ୍ବଲପୁର ଓ ଗଂଜାମର ମିଶ୍ରଣ ଆଦି ବିଷୟରେ ସ୍ମରକପତ୍ର ଦେଇଥିଲେ। ୧୮୮୮ ନଭେମ୍ବର ମାସରେ ମଧୁସୂଦନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସାର୍ ଷ୍ଟୁଆର୍ଟ କଲଭିନ୍ ବେଲୀଙ୍କୁ ବିଖଣ୍ଡିତ ଓଡ଼ିଶାର ଦୁର୍ଭାଗ୍ୟପୂର୍ଣ୍ଣ ପରିଣତି ସମ୍ପର୍କରେ ପତ୍ର ଲେଖିଥିଲେ। ଏହି ଉପଲକ୍ଷେ ବାଙ୍କୀର ପଣ୍ଡିତ ଗୋବିନ୍ଦ ରଥ ଯେଉଁ ବ୍ୟଙ୍ଗ କବିତା ରଚନା କରିଥିଲେ ଓଡ଼ିଆ ସାହିତ୍ୟରେ ତାହା ପ୍ରଥମ ବ୍ୟଙ୍ଗ କବିତାର ମର୍ଯ୍ୟାଦା ଦାବି କରେ। ୧୮୯୫ ଜୁଲାଇ ମାସରେ ଓଡ଼ିଶାର କମିଶନର ଏଚ୍.ଜି. କୁକ୍ ତାଙ୍କ ବାର୍ଷିକ ରିପୋର୍ଟରେ ସମ୍ବଲପୁର ଓ ଗଞ୍ଜାମକୁ ଓଡ଼ିଶାରେ ମିଶାଇବା ପାଇଁ ଉଲ୍ଲେଖ କରିଥିଲେ। ଏହି ରିପୋର୍ଟକୁ ଆଧାର କରି ୧୮୯୭ରେ ମଧୁସୂଦନ ଦାସ ସେକ୍ରେଟାରୀ ଅଫ୍ ଷ୍ଟେସସ୍ ଲର୍ଡ ଜର୍ଜ ହେମିଲଟନଙ୍କୁ ସ୍ମାରକପତ୍ର ଦେଇଥିଲେ। ତାଙ୍କରି ସୁପାରିସକ୍ରମେ ୧୯୧୮ରେ ଅନ୍ୟ ଏକ ସ୍ମାରକପତ୍ର ବଡ଼ଲାଟ୍ ଲର୍ଡ କର୍ଜନଙ୍କୁ ଦିଆଗଲା। ୧୯୦୮ ମସିହାରେ ମଧୁସୂଦନ ଇଂଲଣ୍ଡରେ ‘ଅଶାନ୍ତିମୟ ଭାରତ’ ନାମକ ପୁସ୍ତିକା ପ୍ରକାଶ କରିଥିଲେ ଏବଂ ବ୍ରିଟିଶ ପାର୍ଲାମେଣ୍ଟର ସଭ୍ୟମାନଙ୍କୁ ଓଡ଼ିଶା ଆନ୍ଦୋଳନ ସମ୍ପର୍କରେ ସୂଚାଇ ଥିଲେ।
୧୮୭୨ରେ ଗଠିତ ହୋଇଥିଲା ‘ଗଞ୍ଜାମ ଓଡ଼ିଆ ହିତବାଦିନୀ ସଭା’। ଏହି ଅନୁଷ୍ଠାନଟି ଓଡ଼ିଆ ଭାଷା ଅଞ୍ଚଳର ଏକତ୍ରୀକରଣ ନିମିତ୍ତ ବହୁ ଉଦ୍ୟମ କରିଥିଲା। ୧୯୦୩ ଏପ୍ରିଲ୍ ୧୧ ଓ ୧୨ ତାରିଖ ଦିନ ଓଡ଼ିଆ ସମ୍ମିଳନୀ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା। ୧୯୦୩ ଡିସେମ୍ବର ୩୦ ଓ ୩୧ରେ କଟକରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜାତୀୟ ସମିତିର ସମ୍ପ୍ରସାରିତ ରୂପ। ସେହିପରି ୧୮୯୫ ଜାନୁଆରୀ ୧୫ ତାରିଖ ଦିନ ସେଣ୍ଟ୍ରାଲ ପ୍ରଭିନ୍ସର ଚିଫ୍ କମିଶନର ସମ୍ବଲପୁର କୋର୍ଟ କଚେରୀମାନଙ୍କରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କଲେ। ୮୨ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଗଲା। ସମ୍ବଲପୁରର ନେତୃସ୍ଥାନୀୟ ବ୍ୟକ୍ତି ଧରଣୀଧର ମିଶ୍ର ଭାଇସ୍ରାୟ ଲର୍ଡ଼ ଏଲଗିନଙ୍କ ନିକଟକୁ ପତ୍ର ପଠାଇଲେ। ୧୯୦୦ ମସିହା ଡିସେମ୍ବର ୧୬ରେ ଲର୍ଡ଼ କର୍ଜନ ପୁରୀ, ଭୁବନେଶ୍ୱର ଗସ୍ତ ସମୟରେ ସମ୍ବଲପୁର, ଗଞ୍ଜାମ ଏବଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣ ନିମିତ୍ତ ଲୋକେ ଅବଗତ କରାଇଥିଲେ। ୧୯୦୧ରେ ସମ୍ବଲପୁରର ଏକ ପ୍ରତିନିଧି ଦଳ ନାଗପୁର ଠାରେ ମଧ୍ୟପ୍ରଦେଶ ଚିଫ୍ କମିଶନର ସାର୍ ଏଣ୍ଡ୍ରୁ ଫ୍ରେଜର୍ଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଲେ। ୧୯୨୧ ସେପ୍ଟେମ୍ବରରେ ସିମିଳାଠାରେ ଅନୁଷ୍ଠିତ ଶିକ୍ଷାନୀତି ସମ୍ମିଳନୀରେ ଉପସ୍ଥିତ ଆଣ୍ଡ୍ରୁ ଫ୍ରେଜର ବଡ଼ଲାଟଙ୍କ ସହ ଆଲୋଚନା ପରେ ସମ୍ବଲପୁର ଗସ୍ତ କରି ସରଜମିନ ତଦନ୍ତ ପାଇଁ ଭାଇସ୍ରୟ ନିର୍ଦ୍ଦେଶ ଦେଇଥିଲେ। ଫ୍ରେଜରଙ୍କ ରିପୋର୍ଟ ଅନୁସାରେ ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ସହ ୧୯୦୨ ଜୁଲାଇ ମାସଠାରୁ ଓଡ଼ିଆ ପୁଣି ସମ୍ବଲପୁରର ସରକାରୀ ଭାଷା ହେଲା। ବଙ୍ଗଳା, କେନ୍ଦ୍ର ପ୍ରଦେଶ ଓ ମାନ୍ଦ୍ରାଜ ପ୍ରେସିଡେନ୍ସି ଗୁଡ଼ିକର ପୁନର୍ଗଠନ ନିମିତ୍ତ ଲର୍ଡର୍ କର୍ଜନ, ଗୃହବିଭାଗ ସଦସ୍ୟ ତେନିଜଲ୍ ଇବେଡସନ୍ ଏବଂ ଆଣ୍ଡ୍ରୁ ଫ୍ରେଜର ଏକ ଚିଠା ପ୍ରସ୍ତୁତ କରିଥିଲେ। ଏହି ଚିଠା ଗୃହ ସଚିବ ରିସ୍ଲେଙ୍କ ଦସ୍ତଖତରେ ୧୯୦୩ ମସିହା ଡିସେମ୍ବର ୩ ତାରିଖ ଦିନ ବଙ୍ଗଳା, ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ସରକାରଙ୍କ ନିକଟକୁ ପଠାଯାଇଥିଲା। ଏହାକୁ ରିସଲେ ସର୍କୁଲାର କୁହାଯାଏ। ଲର୍ଡ କର୍ଜନ ୧୯୦୫ ମସିହା ଫେବୃୟାରୀ ୨ ତାରିଖ ଦିନ ପୁନର୍ଗଠନ ପ୍ରସ୍ତାବକୁ ଚୂଡ଼ାନ୍ତ ଅନୁମୋଦନ ନିମିତ୍ତ ଲଣ୍ଡନ ପଠାଇଥିଲେ। ବିଲାତ ସରକାର ଜୁନ୍ ୯ ତାରିଖ ଦିନ ଏହି ଚିଠା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ଏହା ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଅକ୍ଟୋବର ୧୬ ତାରିଖରୁ ସମ୍ବଲପୁର ଓ ୫ଟି ଓଡ଼ିଆ ଗଡ଼ଜାତ ରାଜ୍ୟର ଓଡ଼ିଶା ସହ ମିଶ୍ରଣ କାର୍ଯ୍ୟକାରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିଲା। ଭାରତ ସରକାର ୧୯୦୫ ସେପ୍ଟେମ୍ବର ୧ରେ ୨୮୩୩ ନମ୍ବର ବିଶିଷ୍ଟ ବିଜ୍ଞପ୍ତି ଜାରି କରିବା ସହ ଗୃହ ବିଭାଗ ତରଫରୁ ୧୯୦୫ ଅକ୍ଟୋବର ୧୬ରେ ପ୍ରକାଶିତ ୩୩୪୦ ନମ୍ବର ବିଜ୍ଞପ୍ତି ଦ୍ୱାରା ମଧ୍ୟପ୍ରଦେଶକୁ ହସ୍ତାନ୍ତରିତ କରିଥିଲେ। ଏହାହିଁ ଥିଲା ଓଡ଼ିଆ ଜାତୀୟତାର ପ୍ରଥମ ଉନ୍ମେଷ।
ମଣ୍ଟେଗୁ ଚେମସ୍ ଫୋର୍ଡ଼ ରିପୋର୍ଟରେ ଭାଷା ଭିତ୍ତିରେ ପ୍ରଦେଶ ଗଠନ ସୁପାରିସ ଥିବାରୁ ବିହାର-ଓଡ଼ିଶା ଲେଜିଲେଟିଭ କାଉନସିଲ୍ରେ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏବଂ ସଚ୍ଚିଦାନନ୍ଦ ସିହ୍ନା ମିଶି ଆଗତ କରିଥିବା ପ୍ରସ୍ତାବ ୨୦ ଫେବୃୟାରୀ ୧୯୨୦ରେ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବ କ୍ରମେ ଫିଲିପ୍-ଡଫ୍ କମିଟି ୧୯୨୪ରେ ନିଯୁକ୍ତ ହେଲା। ଫିଲିପ୍-ଡଫ୍ କମିଟି ରିପୋର୍ଟ ସରକାରଙ୍କୁ ଡିସେମ୍ବର ୨୬ ତାରିଖରେ ଦାଖଲ କରାଯାଇଥିଲା। ଜନଗଣନାଭିତ୍ତିକ ତଥ୍ୟ ଅନୁସାରେ ଓଡ଼ିଆମାନେ ସଂଖ୍ୟାଗରିଷ୍ଠ ଥିବାରୁ ଜୟପୁର, କୋରାପୁଟ ଓ ନବରଙ୍ଗପୁର ଓଡ଼ିଶା ସପକ୍ଷରେ କମିଶନ ସୁପାରିସ କରିଥିଲେ। ଅନୁରୂପ ସୁପାରିସ ଗଞ୍ଜାମ ଜିଲ୍ଲାର ସବୁ ଜମିଦାରୀ ପାଇଁ ହୋଇଥିଲା। ଏହି ସମୟରେ କେନ୍ଦ୍ର ବିଧାନସଭାରେ ଓଡ଼ିଶା ପ୍ରସଙ୍ଗକୁ ତେଜୀୟାନ କରିବା ଦିଗରେ ଓଡ଼ିଆ ସଦସ୍ୟ ନୀଳକଣ୍ଠ ଦାଶଙ୍କ ମହତ୍ତ୍ୱ ଭୂମିକା ଥିଲା। ମଧୁସୂଦନଙ୍କ ସହଯୋଗୀ ଉତ୍କଳ ସମ୍ମିଳନୀ ନେତା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ବ୍ରଜସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି, ଭିକାରୀ ଚରଣ ପଟ୍ଟନାୟକ ଏବଂ ଓଡ଼ିଶା ବିଧାନ ପରିଷଦର ଓଡ଼ିଆ ବିଧାୟକମାନେ ସାଇମନ କମିଶନକୁ ୧୯୨୮ ଡିସେମ୍ବର ୧୨ ତାରିଖ ଦିନ ପାଟନା ଠାରେ ସାକ୍ଷାତ କରିଥିଲେ। ୧୯୩୦ ସେପ୍ଟେମ୍ବର ୧ ତାରିଖ ଦିନ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ ଓଡ଼ିଶା ଓ ସିନ୍ଧୁ ପ୍ରଦେଶ ଗଠନର ପ୍ରସ୍ତାବ ଇଂଲଣ୍ଡ ସରକାରଙ୍କ ନିକଟକୁ ପ୍ରେରିତ ହେଲା। ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୀମା କମିଶନ ନିଯୁକ୍ତ କରିବାକୁ ଭାରତ ସରକାର ଇଂଲଣ୍ଡ ସରକାରଙ୍କ ଅନୁମତି ପ୍ରାର୍ଥନା କରିଥିଲେ। ୧୯୩୧ ମସିହା ଜାନୁୟାରୀ ୧୬ ତାରିଖରେ ପାରଳା ରାଜା ଏକ ସ୍ମାରକପତ୍ର ଗୋଲଟେବୁଲ ବୈଠକରେ ଉପସ୍ଥାପନ କାଳରେ ଏକ ଆବେଗପୂର୍ଣ୍ଣ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଆ ଭାଷାଭାଷୀମାନଙ୍କ ଦାବି ଯୁକ୍ତିଯୁକ୍ତ ଥିବାରୁ ସ୍ୱତନ୍ତ୍ର ପ୍ରଦେଶର ପ୍ରଶାସନିକ, ଆର୍ଥିକ ଓ ଉକ୍ତ ପ୍ରଦେଶର ସୀମାରେଖା ନିର୍ଦ୍ଧାରଣ କରିବା ପାଇଁ ସାର୍ ସାମୁଏଲ ଓଡୋନେଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ୧୯୩୧ ସେପ୍ଟେମ୍ବର ୧୮ରେ ନିଯୁକ୍ତ କଲେ। ଏହି ରିପୋର୍ଟରେ ବିହାରର ସିଂହଭୂମ୍, ମଧ୍ୟପ୍ରଦେଶର ବିଳାସପୁର, ଜୟପୁର ଜମିଦାରୀ, ପାରଳାଖେମୁଣ୍ଡି ଜମିଦାରୀକୁ ଓଡ଼ିଶାରୁ ବାଦ୍ ଦିଆଯାଇଥିଲା। ତୃତୀୟ ଗୋଲଟେବୁଲ ବୈଠକ (୧୯୩୨ ନଭେମ୍ବର ୨୭ରୁ ଡିସେମ୍ବର ୨୫) ପରେ ଭାରତର ଶାସନ ଓ ସମ୍ବିଧାନ ସଂସ୍କାରର ଶ୍ୱେତପତ୍ର ବ୍ରିଟିଶ ସରକାର ୧୯୩୩ ମାର୍ଚ୍ଚ ୧୮ ତରିଖ ଦିନ ପ୍ରକାଶ କରିଥିଲେ। ସେଥିରେ ଓଡ଼ିଆ ଭୂମି ପାରଳାଖେମୁଣ୍ଡି ଜୟପୁର ଓ ଜଳନ୍ତର ପ୍ରଭୃତିକୁ ନିଷ୍ଠୁର ଭାବେ ଓଡ଼ିଶାରୁ କାଟି ଦିଆଗଲା। ଓଡୋନେଲ କମିଟି ସୁପାରିସ ବିରୁଦ୍ଧରେ ଓଡ଼ିଶାରେ ଜନମତ ହେଲା ତୀବ୍ର ଓ ପ୍ରଚଣ୍ଡ। ପାରଳା ରାଜା, ଖଲ୍ଲିକୋଟ ରାଜା, ଲିଙ୍ଗରାଜ ପାଣିଗ୍ରାହୀ, ଭୁବନାନନ୍ଦ ଦାସ, ଶ୍ୟାମ ସୁନ୍ଦର ଗନ୍ତାୟତ ଆଦି ଲଣ୍ଡନରେ ଭାରତ ବ୍ୟାପାର ବିଭାଗ ମନ୍ତ୍ରୀ ସାମୁଏଲ ହୋଏରଙ୍କୁ ସାକ୍ଷାତ କରି ନିଷ୍ପତ୍ତି ବଦଳାଇବାକୁ ଚାପ ଦେଇଥିଲେ। ସଚ୍ଚିଦାନନ୍ଦ ସିହ୍ନା ମଧ୍ୟ ଯୁଗ୍ମ ସଂସଦୀୟ କମିଟିକୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦାବିଗୁଡ଼ିକର ପୁନର୍ବିଚାର କରି ଜୟପୁର ଜମିଦାରୀ ସମେତ ପାରଳାଖେମୁଣ୍ଡିର ମାଳଅଞ୍ଚଳ, ଜଳନ୍ତରା ମାଳିଆ ଓ ପାରଳାଖେମୁଣ୍ଡି ଜମିଦାରର ତିରିଶ ଶଫକ ଏବଂ ପାରଳାଖେମୁଣ୍ଡି ସହର ଓଡ଼ିଶାକୁ ଫେରାଇଲେ।
ଓଡ଼ିଶା ପ୍ରଦେଶର ଶାସନ ବ୍ୟବସ୍ଥାର ରୂପ ରେଖ ତିଆରି ପାଇଁ ୧୯୩୩ ଜୁନ୍ ୨୪ ତାରିଖ ଦିନ ସାର୍ ଜନ୍ ଅଷ୍ଟିନ ହବାକ୍ଙ୍କ ଅଧ୍ୟକ୍ଷତାରେ ଆଠଜଣିଆ ସଭ୍ୟ ବିଶିଷ୍ଟ ଏକ ପ୍ରଶାସନିକ କମିଟି ଗଠିତ ହେଲା। ଏଥିରେ ସଦସ୍ୟ ରହିଲେ ମଧୁସୂଦନ ଦାସ, ଲକ୍ଷ୍ମୀଧର ମହାନ୍ତି, ନାରାୟଣ ଚନ୍ଦ୍ର ଧୀରନରେନ୍ଦ୍ର, ନୀଳମଣି ସେନାପତି, ଲୋକନାଥ ସେନାପତି ଏବଂ ଗୌରଚନ୍ଦ୍ର ଦେବ। ୧୯୩୩ ମସିହା ଡିସେମ୍ବର ୨୦ ତାରିଖ ଦିନ ରିପୋର୍ଟ ପ୍ରକାଶିତ ହେଲା। ୧୯୩୬ ଜାନୁଆରୀ ୨୦ ତାରିଖ ଦିନ ନୂତନ ଓଡ଼ିଶା ଗଠନ ଆଇନର ଚିଠା ପ୍ରସ୍ତାବ ବ୍ରିଟିଶ ମନ୍ତ୍ରିମଣ୍ଡଳ ଦ୍ୱାରା ଗୃହୀତ ହେଲା। ପରେ ପାର୍ଲିଆମେଣ୍ଟରେ ଉପସ୍ଥାପିତ ହେଲା। ଏହାକୁ ଭାରତ ସରକାର (ଓଡ଼ିଶା ପ୍ରଦେଶ ଗଠନ) ଆଦଶେ ୧୯୩୬ ନାମରେ ଅଭିହିତ କରାଯାଇଥିଲା। ହାଉସ୍ ଅଫ୍ ଲର୍ଡସ ଓ ହାଉସ୍ ଅଫ୍ କମନସ୍ ସମ୍ରାଟଙ୍କୁ ଫେବୃୟାରୀ ମାସରେ ପ୍ରିଭିକାଉନ୍ସିଲର ପରାମର୍ଶ କରି ଏହାର ଅନୁମୋଦନ କରିବାକୁ ପ୍ରାର୍ଥନା କରିଥିଲେ। ୧୯୩୬ ମାର୍ଚ୍ଚ ୩ ତାରିଖ ଦିନ ସମ୍ରାଟ ଏହି ଆଇନକୁ ବଙ୍କିମହାମ୍ ପ୍ରାସାଦାରେ ସ୍ୱୀକୃତି ପ୍ରଦାନ କଲେ। ତଦନୁସାରେ ନୂତନ ପ୍ରଦେଶ ଗଠନର ସାମ୍ବିଧାନିକ ସ୍ୱୀକୃତି ମିଳିଗଲା। ୧୯୩୬ ମସିହା ମାର୍ଚ୍ଚ ୩ ତାରିଖ ଦିନ ମନ୍ତ୍ରିପରିଷଦ ଭାରତ ସରକାର – ଓଡ଼ିଶା ପ୍ରଦେଶ ଗଠନ ଆଦେଶ ୧୯୩୬ ରାଜକୀୟ ଘୋଷଣା ଅନୁସାରେ ଏପ୍ରିଲ ୧ ତାରିଖ ଠାରୁ ନୂତନ ପ୍ରଦେଶ କାର୍ଯ୍ୟକାରୀ ହେବା ବିଜ୍ଞପ୍ତି ପ୍ରକାଶ ପାଇଲା। ସାର୍ ଜନ୍ ଅଷ୍ଟିନ୍ ହବାକ ଓଡ଼ିଶାର ଗଭର୍ଣ୍ଣୟ ଭାବେ ନିଯୁକ୍ତ ପାଇଲେ। ଏପ୍ରିଲ୍ ପହିଲା ଦିନ ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଓୀଶ ସାର୍ କୋଟନୀ ଟେରେଲ ରେଭେନ୍ସା କଲେଜ ହଲ୍ରେ ସାର୍ ଜନ୍ ଅଷ୍ଟିନ୍ ହବାକ୍ଙ୍କୁ ଓଡ଼ିଶାର ଗଭର୍ଣ୍ଣୟ ଭାବରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ। ଓଡ଼ିଆ ଜାତିର ଇତିହାସରେ ଏହା ଏକ ଅବିସ୍ମରଣୀୟ ଦିବସ।