ବିଦ୍ୟାଳୟ ଛାଡ଼ିବା ସମସ୍ୟା ଓ ସମାଧାନ

The Sakala Picture
Published On

ଶିକ୍ଷା କେବଳ ଏକ ମୌଳିକ ମାନବିକ ଅଧିକାର ନୁହେଁ, ଏହା ବ୍ୟକ୍ତି ସ୍ୱାଧୀନତା ଏବଂ ସଶକ୍ତୀକରଣକୁ ପ୍ରୋତ୍ସାହିତ କରେ ଏବଂ ଗୁରୁତ୍ୱପୂର୍ଣ୍ଣ ବିକାଶର ବାର୍ତ୍ତାବହ ସାଜେ। ଯୁବକମାନଙ୍କ ପାଇଁ ଶିକ୍ଷା ହେଉଛି ଏକ ଶକ୍ତିଶାଳୀ ସାଧନ, ଯାହାଦ୍ୱାରା ଆମେ ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକମାନଙ୍କୁ ହଟାଇ ଦାରିଦ୍ର୍ୟମୁକ୍ତ ଦେଶ ଗଠନ କରିପାରିବା। ଏହାଦ୍ୱାରା ଦେଶର ଜଣେ ଦାୟିତ୍ୱବାନ ନାଗରିକ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା। ଏକ ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତାକୁ ସମାପ୍ତ […]

ଶିକ୍ଷା କେବଳ ଏକ ମୌଳିକ ମାନବିକ ଅଧିକାର ନୁହେଁ, ଏହା ବ୍ୟକ୍ତି ସ୍ୱାଧୀନତା ଏବଂ ସଶକ୍ତୀକରଣକୁ ପ୍ରୋତ୍ସାହିତ କରେ ଏବଂ ଗୁରୁତ୍ୱପୂର୍ଣ୍ଣ ବିକାଶର ବାର୍ତ୍ତାବହ ସାଜେ। ଯୁବକମାନଙ୍କ ପାଇଁ ଶିକ୍ଷା ହେଉଛି ଏକ ଶକ୍ତିଶାଳୀ ସାଧନ, ଯାହାଦ୍ୱାରା ଆମେ ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକମାନଙ୍କୁ ହଟାଇ ଦାରିଦ୍ର୍ୟମୁକ୍ତ ଦେଶ ଗଠନ କରିପାରିବା। ଏହାଦ୍ୱାରା ଦେଶର ଜଣେ ଦାୟିତ୍ୱବାନ ନାଗରିକ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା।

ଏକ ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତାକୁ ସମାପ୍ତ ନ କରି ବିଦ୍ୟାଳୟ ପରିତ୍ୟାଗ କରିବାକୁ ବିଦ୍ୟାଳୟ ଛାଡ଼ିବା ବା ସ୍କୁଲ୍‌‌ ଡ୍ରପ୍‌‌ଆଉଟ୍‌‌ ଭାବେ ଅଭିହିତ କରାଯାଇଛି। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଏହା ଏକ ଅତି ଗୁରୁତର ସମସ୍ୟା। ଶିକ୍ଷାବିତ୍‌‌ ଓ ନୀତି ନିର୍ଦ୍ଧାରକମାନେ ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ପୁଣି ଥରେ ସ୍କୁଲ୍‌‌କୁ ଫେରାଇ ଆଣିବା ଏବଂ ଡ୍ରପ୍‌‌ଆଉଟ୍‌‌ ଭଳି ସମସ୍ୟା ସୃଷ୍ଟି ନ ହେବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଶିକ୍ଷାଦାନ ପଦ୍ଧତିରେ ଉନ୍ନତି ଆଣିବା, ଶିକ୍ଷାଗ୍ରହଣକୁ ସୁଲଭ ଓ ସହଜ କରିବା ଲାଗି ଅନେକ କାର୍ଯ୍ୟକ୍ରମ ଜାରି ରହିଛି। ତଥାପି ୬-୧୪ ବର୍ଷ ବୟସର ୨୦ କୋଟି ପିଲାଙ୍କ ମଧ୍ୟରୁ ୧୨ କୋଟି ବିଦ୍ୟାଳୟରେ ନିୟମିତ ପାଠ ପଢ଼଼ୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେବଳ ୧ କୋଟି ଦଶମ ଶ୍ରେଣୀରେ ପହଞ୍ଚିବାରେ ସଫଳ ହେଉଛନ୍ତି।

ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଡ୍ରପ୍‌‌ଆଉଟ୍‌‌ ସମସ୍ୟା ଅତି ଉତ୍କଟ ଓ ଓଡ଼ିଶାର ସାମଗ୍ରିକ ଶିକ୍ଷା ବ୍ୟବସ୍ଥା ପ୍ରତି ଏକ ଆହ୍ୱାନ। ଆମ ଦେଶରେ ଏକ ପାରମ୍ପରିକ ନିୟମ ଅଛି, ଯାହା ପ୍ରତ୍ୟେକ ଛାତ୍ରଙ୍କୁ ବୃତ୍ତିଗତ ଦୁନିଆରେ ପାଦ ଦେବା ପୂର୍ବରୁ ନିଜର ଶିକ୍ଷା ସମାପ୍ତ କରିବାକୁ ପଡ଼ିବ। ଯଦିଓ ପିଲାମାନେ ବିଭିନ୍ନ କାରଣରୁ ବିଦ୍ୟାଳୟ ଶିକ୍ଷା ବନ୍ଦ କରନ୍ତି, ଏହା ପଛର ଅସଲ କାରଣ ଖୋଜି ବାହାର କରିବାକୁ ପଡ଼ିବ। ଁ କାରଣ ଏହା ସେମାନଙ୍କ ସହିତ ରାଜ୍ୟ ଓ ଦେଶର ସାମଗ୍ରିକ ବିକାଶକୁ ପ୍ରଭାବିତ କରିଥାଏ।

ଏ ଦିଗରେ ପ୍ରେରଣାର ଅଭାବ ଓ ଶିକ୍ଷକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଛାଡ଼ିବାର ପ୍ରାଥମିକ କାରଣ ହେଉଛି ପ୍ରେରଣାର ଅଭାବ। ଅନେକ ଛାତ୍ରଛାତ୍ରୀ ଉଚ୍ଚ ବିଦ୍ୟାଳୟକୁ ବିରକ୍ତିକର ଓ ଅସହଯୋଗୀ ମନେ କରନ୍ତି, ଯାହା ପାଠପଢ଼଼ା ପ୍ରତି ସେମାନଙ୍କ ଧ୍ୟାନ ହଟାଇଥାଏ। ଏହାଫଳରେ ସେମାନେ ପାଠପଢ଼଼ାକୁ କଷ୍ଟସାଧ୍ୟ ବୋଲି ମନେ କରନ୍ତି। ପିତାମାତା କିମ୍ବା ଶିକ୍ଷକଙ୍କ ସମର୍ଥନ ଅଭାବ, ବିଷୟବସ୍ତୁ ପ୍ରତି ଆଗ୍ରହର ଅଭାବ କିମ୍ବା ବ୍ୟକ୍ତିଗତ କାରଣ ମଧ୍ୟ ଏହି ସମସ୍ୟାକୁ ଅଧିକ କରିଥାଏ।

ଏହି ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ ଏବଂ ଶିକ୍ଷକମାନେ ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ଆକର୍ଷଣୀୟ କରିବାର ଆବଶ୍ୟକ ରହିଛି। ଛାତ୍ରଛାତ୍ରୀମାନଙ୍କ ଜୀବନରେ ପାଠପଢ଼଼ା କିପରି ପ୍ରାସଙ୍ଗିକ ହୋଇପାରିବ ସେ ଉପାୟ ଖୋଜିବା ମଧ୍ୟ ଉଚିତ। ପାଠ୍ୟକ୍ରମରେ ବାସ୍ତବଧର୍ମୀ ବିଷୟବସ୍ତୁ ଓ ଶିକ୍ଷାପଦ୍ଧତିର ପ୍ରଚଳନ ଓ ପ୍ରୟୋଗ ସହିତ ପ୍ରକଳ୍ପ ଆଧାରିତ ଶିକ୍ଷଣକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇପାରେ। ଶିକ୍ଷକମାନେ ମଧ୍ୟ ସେମାନଙ୍କ ଛାତ୍ରଛାତ୍ରୀଙ୍କ ସହିତ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଧ୍ୟାନ କେନ୍ଦ୍ରିତ କରିବା ଦରକାର। ପିଲାମାନଙ୍କୁ ପାଠପଢ଼଼ା ପ୍ରତି କିଭଳି ଆକର୍ଷିତ କରାଯାଇପାରିବ ସେଦିଗରେ ନିଜକୁ ଅଧିକ ତାଲିମଯୁକ୍ତ, ପ୍ରଶିକ୍ଷିତ ଓ ଶିକ୍ଷାଦାନ କୌଶଳକୁ ବିକଶିତ କରିବାକୁ ପଡ଼ିବ।

ଛାତ୍ରଛାତ୍ରୀମାନେ ଉଚ୍ଚ ବିଦ୍ୟାଳୟ ଛାଡ଼ିବାର ଅନ୍ୟ ଏକ ସାଧାରଣ କାରଣ ହେଉଛି ଖରାପ ଶିକ୍ଷଣ ପ୍ରଦର୍ଶନ। ଯେତେବେଳେ ପିଲାମାନେ ସେମାନଙ୍କର ପାଠ୍ୟକ୍ରମ ସହିତ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବାରେ ସଂଘର୍ଷ କରିବା ଭଳି ସ୍ଥିତି ସୃଷ୍ଟି ହୁଏ ସେତେବେଳେ ସେମାନେ ଅତ୍ୟଧିକ ହତାଶ ଓ ନିରାଶ ଅନୁଭବ କରିପାରନ୍ତି। ତେଣୁ ସେମାନଙ୍କ ମନରେ ଶିକ୍ଷାକୁ ସମ୍ପୂର୍ଣ୍ଣ ତ୍ୟାଗ କରିବା ପାଇଁ ଇଚ୍ଛା ଜାଗ୍ରତ ହୋଇଥାଏ। ମୌଳିକ ଦକ୍ଷତା କିମ୍ବା ଜ୍ଞାନର ଅଭାବ, ଘରେ ସହାୟତା ଅଭାବ, ଶିକ୍ଷଣ ଅକ୍ଷମତା ସହିତ ବିଭିନ୍ନ କାରଣରୁ ଖରାପ ଶୈକ୍ଷିକ ପ୍ରଦର୍ଶନ ହୋଇପାରେ।

ଏହି ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଓ ପାରିବାରିକ ସ୍ତରରେ ସହାୟତା ଏବଂ ବିଭିନ୍ନ ସାଧନ ଯୋଗାଇବା ଆବଶ୍ୟକ, ଯାହାଦ୍ୱାରା ସେମାନେ ଧୀରେ ଧୀରେ ଶିକ୍ଷାଗତ ଯୋଗ୍ୟତା ହାସଲ ଲକ୍ଷ୍ୟରେ ସଫଳ ହେବେ। ଏଥିରେ ଶ୍ରେଣୀଗୃହ ଶିକ୍ଷାଦାନ ବ୍ୟତୀତ ବାହ୍ୟ ପରିବେଶ, ଅନ୍‌‌ଲାଇନ୍‌‌ ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ପିଲାମାନଙ୍କୁ ପାଠ୍ୟକ୍ରମ ସହିତ ସମାନ୍ତରାଳ ଜ୍ଞାନ ଆହରଣ ଦିଗରେ ସହାୟତା କରିବା ଆବଶ୍ୟକ। ଏହାଦ୍ୱାରା ଶିକ୍ଷଣୀୟ ପଦ୍ଧତି ଅଧିକ ଆକର୍ଷଣୀୟ ହୋଇପାରିବ। ଶିକ୍ଷକମାନେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ମେଧା ଓ ଦୁର୍ବଳତା ଚିହ୍ନଟ କରିବା ପାଇଁ କାର୍ଯ୍ୟ କଲେ ସ୍କୁଲ୍‌‌ ଡ୍ରପ୍‌‌ଆଉଟ୍‌‌ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ।

ବିରେନ୍ଦ୍ର କୁମାର ପଟେଲ
ମୋ: ୯୪୩୯୩୯୫୦୪୭

02 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର