ମନୋରଞ୍ଜନ
ଓଡ଼ିଶା
ଆଜିର ଚୀନ୍ ଓ ସଭ୍ୟତା ତତ୍ତ୍ବ
ଗତ ଏପ୍ରିଲ୍ ମାସର ଶେଷ ସପ୍ତାହ। ଚୀନ୍ର ଅର୍ଥନୈତିକ ରାଜଧାନୀ ସାଂଘାଇରେ ଅପେକ୍ଷାକୃତ ଭାବେ ବେଶୀ ଗହଳ ଚହଳ ଜଣାପଡୁଥିଲା। ଚୀନ୍ ସରକାରଙ୍କ ପ୍ରଶାସନ ତଥା ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ କିଛି ପ୍ରଶ୍ନ ଓ କିଛି କୌତୁହଳ ଉଙ୍କି ମାରୁଥିଲା। ଚୀନ୍ରେ ଅବସ୍ଥାପିତ କିଛି ବିଦେଶୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ କିଛି ଅସ୍ପଷ୍ଟ ଗୁଞ୍ଜରଣର ପ୍ରତିଫଳନ ଦେଖା ଯାଇଥିଲା। ସାଧାରଣତଃ ଏପ୍ରିଲ୍ ମାସରେ ସାଂଘାଇରେ ଏତେଟା ଗ୍ରୀଷ୍ମ ତାତି ପରିଲକ୍ଷିତ ହୁଏ ନାହିଁ। […]
ଗତ ଏପ୍ରିଲ୍ ମାସର ଶେଷ ସପ୍ତାହ। ଚୀନ୍ର ଅର୍ଥନୈତିକ ରାଜଧାନୀ ସାଂଘାଇରେ ଅପେକ୍ଷାକୃତ ଭାବେ ବେଶୀ ଗହଳ ଚହଳ ଜଣାପଡୁଥିଲା। ଚୀନ୍ ସରକାରଙ୍କ ପ୍ରଶାସନ ତଥା ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ କିଛି ପ୍ରଶ୍ନ ଓ କିଛି କୌତୁହଳ ଉଙ୍କି ମାରୁଥିଲା। ଚୀନ୍ରେ ଅବସ୍ଥାପିତ କିଛି ବିଦେଶୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ କିଛି ଅସ୍ପଷ୍ଟ ଗୁଞ୍ଜରଣର ପ୍ରତିଫଳନ ଦେଖା ଯାଇଥିଲା। ସାଧାରଣତଃ ଏପ୍ରିଲ୍ ମାସରେ ସାଂଘାଇରେ ଏତେଟା ଗ୍ରୀଷ୍ମ ତାତି ପରିଲକ୍ଷିତ ହୁଏ ନାହିଁ। ପରିବେଶ ଆପାତତଃ ସୁଖଦ ରହିଥାଏ। କିନ୍ତୁ ଗତ ଏପ୍ରିଲ୍ ମାସରେ ସହରରେରେ ଏକ ଅନନୁଭୂତ ଉଷ୍ମତା ପରିଲକ୍ଷିତ ହେଉଥିଲା। କାରଣ ସେଠାରେ ସରକାରୀ ସ୍ତରରେ ଆୟୋଜିତ ହେଉଥିବା ଏକ ମହତ୍ତ୍ୱପୂର୍ଣ୍ଣ ବୌଦ୍ଧିକ ଆଲୋଚନା କାର୍ଯ୍ୟକ୍ରମ ଏବଂ ଚୀନ୍ର ସର୍ବକ୍ଷମତା ସମ୍ପନ୍ନ ରାଷ୍ଟ୍ରପତି ଜୀନ୍ପିଙ୍ଗ୍ଙ୍କ ଦ୍ବାରା ଏହାର ପ୍ରତ୍ୟକ୍ଷ ପରିଚାଳନା କରିବା ଖବର !
ରାଷ୍ଟ୍ରପତି ଜୀନ୍ପିଙ୍ଗ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବୌଦ୍ଧିକ ଆଲୋଚନାର ବିଷୟ ଥିଲା ‘ଆଗାମୀ ଦିନର ବିଶ୍ୱ ରାଜନୀତି ଏବଂ ସଭ୍ୟତା ସମ୍ପନ୍ନ ରାଷ୍ଟ୍ର ଚୀନ୍’! ଏହି ବୌଦ୍ଧିକ ଆଲୋଚନା ଚକ୍ର ର ଶୀର୍ଷକ ତଥା ଚୀନ୍ ରାଷ୍ଟ୍ରପତିଙ୍କ ପ୍ରତ୍ୟକ୍ଷ ପରିଚାଳନା ହିଁ ସାରା ଚୀନ୍ରେ ଅନେକ କିଛି ରାଜନୈତିକ ଉଷ୍ମତା ଆଣିଥିଲା। ଏକଥା ମଧ୍ୟ ଜଣାପଡ଼ିଥିଲା ଯେ ଚୀନ୍ର ରାଷ୍ଟ୍ରପତି ଜୀନ୍ପିଙ୍ଗ୍ କୁଆଡ଼େ ଏହି ଆଲୋଚନାର ବିଷୟ ଶୀର୍ଷକକୁ ନିଜେ ଶେଷସ୍ପର୍ଶ ଦେଇଥିଲେ।
ପ୍ରକୃତରେ ସାଂଘାଇରେ ହୋଇଥିବା ଆଲୋଚନାଚକ୍ର ‘ଆଗାମୀ ଦିନର ବିଶ୍ୱ ରାଜନୀତି ଏବଂ ସଭ୍ୟତା ସମ୍ପନ୍ନ ରାଷ୍ଟ୍ର’ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଚୀନ୍ ଏବେ ନିଜକୁ ଏକ ‘ସଭ୍ୟତା ସମ୍ପନ୍ନ ରାଷ୍ଟ୍ର’ (ସିଭିଲାଇଜେସନାଲ ଷ୍ଟେଟ୍) ଭାବରେ ପ୍ରତିଷ୍ଠିତ କରିବାକୁ ଚାହୁଁଛି। ଜୀନ୍ପିଙ୍ଗ୍ ତୃତୀୟ ଥର ଚୀନ୍ର ରାଷ୍ଟ୍ରପତି ହେଲାପରେ ତାଙ୍କର ଏକ ନୂତନ ରାଜନୈତିକ ଚିନ୍ତନ ବା ଦର୍ଶନ ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରିଛି। ରାଷ୍ଟ୍ରପତି ଜୀନ୍ପିଙ୍ଗ୍ଙ୍କ ନୂତନ ରାଜନୈତିକ ଦର୍ଶନ ହେଉଛି ଯେ ବର୍ତ୍ତମାନ ସମୟରେ (କୋଭିଡ୍ ପରବର୍ତ୍ତୀ) ଚାଲିଥିବା ହିଂସାତ୍ମକ ଯୁଦ୍ଧ ସମଗ୍ର ବିଶ୍ୱକୁ ବିପଦରେ ପକାଇଛି ଏବଂ ଯଦି ଏ ସମୟରେ ଆଣବିକ ଯୁଦ୍ଧ ହୁଏ ତେବେ କାହାରି ଲାଭ ହେବ ନାହିଁ। କାରଣ ଆଣବିକ ଯୁଦ୍ଧରେ କୌଣସି ପକ୍ଷ ସମ୍ପୂର୍ଣ୍ଣ ରୂପେ ବିଜୟୀ ହୋଇପାରିବ ନାହିଁ। କୁହାଯାଉଛି, ଜିନ୍ପିଙ୍ଗ୍ଙ୍କ ଏହି ଉକ୍ତି ୟୁକ୍ରେନ୍-ରୁଷିଆ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧର ପରିପ୍ରେକ୍ଷୀରେ କୁହାଯାଇଛି କିନ୍ତୁ ତା’ର ପ୍ରାସଙ୍ଗିକତା ସାରା ପୃଥିବୀ ପାଇଁ ଉଦ୍ଦିଷ୍ଟ।
ଦ୍ୱିତୀୟରେ, ଚୀନ୍ର ଏପର୍ଯ୍ୟନ୍ତ ସବୁଠାରୁ ବେଶୀ ଶକ୍ତିଶାଳୀ ରାଷ୍ଟ୍ରପତି ଜୀନ୍ପିଙ୍ଗ୍ଙ୍କ ନୂତନ ରାଜନୈତିକ ଦର୍ଶନରେ ଚୀନ୍କୁ ଏକ ପୁରାତନ ସଭ୍ୟତା ଆଧାରିତ ପ୍ରଗତିଶୀଳ ଚିନ୍ତନ-ସମ୍ପନ୍ନ ବିକଶିତ ଦେଶ ଭାବେ ସମଗ୍ର ପୃଥିବୀରେ ପରିଚିତ କରେଇବା ଲକ୍ଷ୍ୟ ରଖାଯାଇଛି। ଜୀନ୍ପିଙ୍ଗ୍ଙ୍କ ଦର୍ଶନ ଅନୁସାରେ ଏଯାବତ୍ ଚୀନ୍ର ସଭ୍ୟତା ଏକ ଅନ୍ତର୍ମୁଖୀ ସଭ୍ୟତା ତଥା ଅନ୍ୟ ପ୍ରମୁଖ ସଭ୍ୟତାମାନଙ୍କ ସହ ଅମେଳ ହୋଇ ରହିଆସିଛି। ବର୍ତ୍ତମାନ ସମୟ ଆସିଛି, ଚୀନ୍ ସଭ୍ୟତାକୁ ଅନ୍ୟ ସଭ୍ୟତାମାନଙ୍କ ସହ ହାତ ମିଳାଇବା ସହ ସଂଳାପ କରିବାକୁ ପଡ଼ିବ। ଏହା ଦ୍ୱାରା ଚୀନ୍ର ପ୍ରାଧାନ୍ୟ ବଢ଼଼ିବା ସହ ଅନ୍ୟ ଦେଶମାନଙ୍କ ପାଖରେ ଚୀନ୍ର ଏକ ନୂତନ ସମ୍ବେଦନଶୀଳ ଓ ଗ୍ରହଣଯୋଗ୍ୟ ପରିଚୟ ସୃଷ୍ଟି କରାଯାଇପାରିବ। ଜୀନ୍ପିଙ୍ଗ୍ଙ୍କ ଏହି ନୂତନ ରାଜନୈତିକ ଚିନ୍ତନରେ ‘ସଭ୍ୟତା ସହଭାଗିତା ବା ସଭ୍ୟତା ସହଯୋଗ’ ଉପରେ ପ୍ରାଧାନ୍ୟ ଦିଆଯାଇଛି।
ତୃତୀୟରେ ସର୍ବୋଚ୍ଚ କ୍ଷମତାଶାଳୀ ଜୀନ୍ପିଙ୍ଗ୍ଙ୍କ ‘ସଭ୍ୟତା-ସହଭାଗିତା ବା ସଭ୍ୟତା ସହଯୋଗ’ ଭଳି ରାଜନୈତିକ ତତ୍ତ୍ୱକୁ ଆମେରିକାର ପ୍ରଭାବଶାଳୀ ଲେଖକ ସାମୁଏଲ୍ ପି. ହଣ୍ଟିଙ୍ଗଟନ୍ଙ୍କ ବିବାଦୀୟ ‘ସଭ୍ୟତା-ଯୁଦ୍ଧ ବା ସଭ୍ୟତା-ସଂଘର୍ଷ’ ( କ୍ଳାଶ୍ ଅଫ୍ ସିଭିଲାଇଜେସନ) ତତ୍ତ୍ୱ ବିରୋଧରେ ଏକ ବଳିଷ୍ଠ ବିକଳ୍ପ ଭାବରେ ଉପସ୍ଥାପିତ କରାଯାଇଛି। ଏଠାରେ ଉଲ୍ଲେଖନୀୟ ଯେ ନବେ ଦଶକ ଉପରାର୍ଦ୍ଧରେ ଆମେରିକୀୟ ଲେଖକ ସାମୁଏଲ୍ ହଣ୍ଟିଙ୍ଗଟନ୍ ଏକ ପୁସ୍ତକ ଲେଖିଥିଲେ, ଯାହାର ଶୀର୍ଷକ ଥିଲା ‘କ୍ଳାଶ୍ ଅଫ୍ ସିଭିଲାଇଜେସନ’ (ସଭ୍ୟତା ଯୁଦ୍ଧ ବା ସଭ୍ୟତା ସଂଘର୍ଷ)। ଏହି ବହିଟି ଖୁବ୍ ଚର୍ଚ୍ଚିତ ହେବା ସାଙ୍ଗକୁ ଖୁବ୍ ବିବାଦୀୟ ମଧ୍ୟ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ପୃଥିବୀରେ ସଂଘଟିତ ହେଉଥିବା ହିଂସ୍ରକ ଯୁଦ୍ଧ ଗୁଡ଼ିକର କାରଣ ବାହାରକୁ ଅନ୍ୟ କିଛି ଦେଖାଯଉଥିଲେ ମଧ୍ୟ, ଏହାର ମୌଳିକ କାରଣ ହେଲା ‘ସଭ୍ୟତା ମାନଙ୍କ ଭିତରେ ଥିବା ଫାଟ ବା ଅନ୍ତର୍ବିରୋଧ। ସାମୁଏଲ୍ ହଣ୍ଟିଙ୍ଗଟନ୍ଙ୍କ ମତରେ କିଛି ଦେଶ ବା ଦେଶ ସମୂହକୁ ଭିନ୍ନଭିନ୍ନ ସଭ୍ୟତା ଭାବେ ଭାଗକରି ଦିଆଯାଇପାରେ ଏବଂ ସେହି ସଭ୍ୟତାମାନେ ଧର୍ମ, ଧାର୍ମିକ ସଂସ୍କୃତି ଏବଂ ଏସବୁ ଉପରେ ଆଧାରିତ ନାଗରିକମାନଙ୍କ ପରିଚୟକୁ ନେଇ ନିଜର ସ୍ୱତନ୍ତ୍ରତା ଗଢ଼ିଥାନ୍ତି। ତେଣୁ ଏଯାବତ୍ ପୃଥିବୀରେ ହୋଇଥିବା ଯୁଦ୍ଧମାନଙ୍କ ପୃଷ୍ଠଭୂମିରେ ରହିଛି ‘ଧର୍ମ ଓ ସଂସ୍କୃତି ଆଧାରିତ ସଭ୍ୟତା’ ମାନଙ୍କର ପରିଚୟ। ହଣ୍ଟିଙ୍ଗଟନ୍ ପୃଥିବୀର ସବୁ ଦେଶମାନଙ୍କୁ ୮ଟି ସଭ୍ୟତାରେ ବିଭକ୍ତ କରିଥିଲେ। ସେ ତର୍କ ବାଢ଼ିଥିଲେ ଯେ ଏହି ୮ଟି ସଭ୍ୟତାମାନେ ନିଜ ନିଜର ସ୍ୱତନ୍ତ୍ର ପରିଚୟ ପାଇଁ ପରସ୍ପର ଭିତରେ ହିଂସ୍ରକ ଯୁଦ୍ଧ କରିବେ ଏବଂ ଏକବିଂଶ ଶତାବ୍ଦୀର ବିଶ୍ୱ ରାଜନୀତି ‘ସଭ୍ୟତା ଯୁଦ୍ଧ ବା ‘କ୍ଳାଶ୍ ଅଫ୍ ସିଭିଲାଇଜେସନ’ ଭିତ୍ତିରେ ହେବ। ଉଦାହରଣ ସ୍ୱରୂପ ଭାରତ-ଚୀନ୍ ମଧ୍ୟରେ ତିକ୍ତତା ଦୁଇଟି ଦେଶ ମଧ୍ୟରେ ନୁହେଁ ବରଂ ଦୁଇଟି ସଭ୍ୟତା (ହିନ୍ଦୁ ସଭ୍ୟତା ବନାମ ସିନିକ୍ ସଭ୍ୟତା) ଭିତରେ ହେଉଥିବା ଲଢ଼େଇର ଅସଲ ରୂପ। ସେମିତି ଆମେରିକା-ରୁଷ ଭିତରେ ତିକ୍ତତା ଦୁଇଟି ଦେଶ ମଧ୍ୟରେ ନୁହେଁ, ଅଥଚ ଦୁଇଟି ସଭ୍ୟତା (ପାଶ୍ଚାତ୍ୟ ସଭ୍ୟତା ବନାମ ଅର୍ଥୋଡକ୍ସ୍ ଖ୍ରୀଷ୍ଟିଆନ୍ ସଭ୍ୟତା) ଭିତରେ ସଂଘର୍ଷ। ହଣ୍ଟିଙ୍ଗଟନଙ୍କ ଏହି ‘ସଭ୍ୟତା ଯୁଦ୍ଧ’ ମତବାଦ ନିଶ୍ଚିତ ଭାବେ ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ବିବାଦୀୟ ହେବା ସତ୍ତ୍ବେ ଆନ୍ତର୍ଜାତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭାବେ ଚର୍ଚ୍ଚିତ ହୋଇ ଆସିଥିଲା। ୨୦୨୩ ମସିହାରେ ଚୀନ୍ ରାଷ୍ଟ୍ରପତି ଜୀନ୍ପିଙ୍ଗ୍ଙ୍କ ନୂତନ ରାଜନୈତିକ ଦର୍ଶନ ‘ସଭ୍ୟତାମାନଙ୍କ ସହ ସଂଳାପ ଓ ସମ୍ପର୍କ’ ଉପରେ ଆଧାରିତ। ଚୀନ୍ର କମ୍ୟୁନିଷ୍ଟ ରାଷ୍ଟ୍ରମୁଖ୍ୟଙ୍କ ଏହି ନୂତନ ରାଜନୈତିକ ଦର୍ଶନକୁ ଚୀନ୍ରେ ଏବଂ ଚୀନ୍ ଗଣମାଧ୍ୟମରେ ଆମେରିକୀୟ ଲେଖକ ସାମୁଏଲ୍ ପି. ହଣ୍ଟିଙ୍ଗଟନ୍ଙ୍କ ସଭ୍ୟତା ଯୁଦ୍ଧ ତତ୍ତ୍ୱର ବଳିଷ୍ଠ ବିକଳ୍ପ ଭାବେ ଚିତ୍ରିତ କରାଯାଉଛି।
ଚତୁର୍ଥରେ ଚୀନ୍ ରାଷ୍ଟ୍ରପତି ଜୀନ୍ପିଙ୍ଗ୍ଙ୍କ ନୂତନ ରାଜନୈତିକ ଚିନ୍ତନରେ ଚୀନ୍ର ପ୍ରସିଦ୍ଧ କନ୍ଫୁସିଅସ୍ବାଦକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ଏଯାବତ୍ ଚୀନ୍ର କମ୍ୟୁନିଷ୍ଟ ଦଳ କନ୍ଫୁସିଅସ୍ବାଦକୁ କ୍ରମାଗତ ଭାବେ ଅବହେଳା କରି ଆସିଥିଲା। ଜୀନ୍ପିଙ୍ଗ୍ ଏବେ ଚୀନ୍ର ଏହି ପୁରାତନ ଦର୍ଶନତତ୍ତ୍ୱକୁ ପ୍ରାଧାନ୍ୟ ଦେବା ସହ ସମଗ୍ର ପୃଥିବୀରେ ତା’ର ପ୍ରଚାର ଓ ପ୍ରସାର କରିବାକୁ ମନ ବଳଉଛି।
୨୦୨୩ ଏପ୍ରିଲ୍ରେ ସାଂଘାଇରେ ଅପୁଷ୍ଠିତ ଆଲୋଚନାଚକ୍ରରେ ଚୀନ୍ ରାଷ୍ଟ୍ରପତି ଜୀନ୍ପିଙ୍ଗ୍ଙ୍କ ନିର୍ଦ୍ଦେଶ କ୍ରମେ ଦୁଇଜଣ ଲେଖକଙ୍କୁ ବିଶେଷ ଭାବେ ନିମନ୍ତ୍ରିତ କରାଯାଇଥିଲା। ସେହି ଦୁଇଜଣ ଲେଖକ ହେଲେ ଚୀନ୍ ଲେଖକ ଝାଙ୍ଗ୍ ୱେଇୱେଇ ଏବଂ ବ୍ରିଟିଶ୍ ଲେଖକ ମାର୍ଟିନ୍ ଜେକ୍ୱେସ। ୬୪ ବର୍ଷୀୟ ଝାଙ୍ଗ୍ ୱେଇୱେଇ ହେଉଛନ୍ତି ବୁଦାନ ୟୁନିଭର୍ସଟିର ଅନ୍ତରାଷ୍ଟ୍ରୀୟ ଅଧ୍ୟୟନର ପ୍ରଫେସର। ତାଙ୍କୁ ରାତାରାତି ପ୍ରସିଦ୍ଧି ଆଣିଦେଇଥିବା ଚର୍ଚ୍ଚିତ ବହିଟି ହେଉଛି; ଦି ଚାଇନା ୱେଭ: ରାଇଜ୍ ଅଫ୍ ଏ ସିଭିଲାଇଜେସନ ଷ୍ଟେଟ୍। ୨୦୨୨ ବେଳକୁ ଝାଙ୍ଗ୍ ୱେଇୱେଇଙ୍କୁ ଚୀନ୍ର ସବୁଠାରୁ ବେଶୀ ଶକ୍ତିଶାଳୀ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପଲିଟିବ୍ୟୁରୋରେ ତାଙ୍କ ମତବାଦକୁ ବୁଝେଇବା ପାଇଁ ଆମନ୍ତ୍ରଣ କରାଯାଇଥିଲା। ୨୦୨୩ ଏପ୍ରିଲ୍ ମାସରେ ସାଂଘାଇ ଆଲୋଚନାଚକ୍ରରେ ଝାଙ୍ଗ୍ ୱେଇୱେଇଙ୍କୁ ନିମନ୍ତ୍ରିତ କରି ତାଙ୍କ ମତବାଦକୁ ପ୍ରାଧାନ୍ୟ ଦେବାରେ ଚୀନ୍ ରାଷ୍ଟ୍ରପତି ଜୀନ୍ପିଙ୍ଗ୍ ସକ୍ରିୟ ଭୂମିକା ନେଇଥିଲେ। ଏବେ ପ୍ରଫେସର ଝାଙ୍ଗ୍ ୱେଇୱେଇଙ୍କୁ ଚୀନ୍ ଭାଷାରେ ‘ଗୌସୀ ବା ରାଜନୈତିକ ଗୁରୁ’ ବୋଲି କୁହାଯାଉଛି। ଚୀନ୍ ର ଭାବମୂର୍ତ୍ତିକୁ ଆଗାମୀ ୧୦ ବର୍ଷ ଭିତରେ ଗୋଟିଏ ‘ସଭ୍ୟତା ସମ୍ପନ୍ନ ରାଷ୍ଟ୍ର’ (ସିଭିଲାଇଜେସନ୍ ଷ୍ଟେଟ୍) ଭାବରେ ଗଢ଼ି ବିଶ୍ୱ ରାଜନୀତିର ନେତୃତ୍ୱ ନେବାର ସ୍ଥିତିରେ ପହଞ୍ଚେଇବା ତତ୍ତ୍ୱଟି ଏବେ ଚୀନ୍ ରାଷ୍ଟ୍ରପତି ଜୀନ୍ପିଙ୍ଗ୍ଙ୍କ ସ୍ୱୀକୃତି ଓ ସମର୍ଥନ ପାଇଛି।
୨୦୨୩ ଏପ୍ରିଲ୍ ମାସରେ ସାଂଘାଇ ଆଲୋଚନାଚକ୍ରରେ ଖୁବ୍ ପ୍ରାଧାନ୍ୟ ପାଇଥିବା ଆଉ ଜଣେ ଲେଖକ ହେଉଛନ୍ତି ବ୍ରିଟିଶ ନାଗରିକ ମାର୍ଟିନ୍ ଜେକ୍ୱେସ୍। ୭୭ ବର୍ଷ ବୟସ୍କ ମାର୍ଟିନ୍ ଜେକ୍ୱେସ୍ଙ୍କ ଚର୍ଚ୍ଚିତ ବହିଟି ହେଉଛି ‘ହ୍ୱେନ୍ ଚାଇନା ରୁଲ୍ସ ଦି ୱାର୍ଲଡ୍’। ୨୦୨୨-୨୦୨୩ ବେଳକୁ ଏହି ବହିଟି ଚୀନ୍ର ସର୍ବୋଚ୍ଚ ଶାସକ ଜୀନ୍ପିଙ୍ଗ୍ଙ୍କ ନଜରରେ ଆସି ତାଙ୍କ ସ୍ୱୀକୃତି ଲାଭ କରିଥିଲା। ମାର୍ଟିନ୍ ଜେକ୍ୱେସ୍ଙ୍କ ମତରେ ୨୦୧୦ ପରେ ଚୀନ୍ କ୍ରମାଗତ ଭାବେ ଆର୍ଥିକ ମହାଶକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିଆସିଛି। ଆର୍ଥିକ ମହାଶକ୍ତି ହେବା ଛଡ଼ା ଚୀନ୍ ତା’ର ସାମାଜିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ ଓ ସୁପରିଚାଳିତ କରି ଏକ ଉନ୍ନତ ସମାଜ ବ୍ୟବସ୍ଥା ନିର୍ମାଣ କରିଛି। ମାର୍ଟିନ୍ ଜେକ୍ୱେସ୍ଙ୍କ ମତରେ ଚୀନ୍ ନିଜର ଅତ୍ୟାଧୁନିକ ଓ ବିକଶିତ ସ୍ଥିତି ସାଙ୍ଗରେ ତା’ର ପୁରାତନ ସଭ୍ୟତାକୁ ପ୍ରାଧାନ୍ୟ ଦେଇ ଅନ୍ୟ ଦେଶମାନଙ୍କ ସହ କଥାବାର୍ତ୍ତା ତଥା ସୁସମ୍ପର୍କ ରଖିଲେ ଅତ୍ୟଳ୍ପ ସମୟରେ ବିଶ୍ୱରେ ଏକ ସଭ୍ୟତା ସମ୍ପନ୍ନ ରାଷ୍ଟ୍ର (ସିଭିଲାଇଜେସନାଲ୍ ଷ୍ଟେଟ୍) ଭାବରେ ପ୍ରତିଷ୍ଠିତ ହେବ। ଏଥିସହ ଚୀନ୍, ଆମେରିକୀୟ ନେତୃତ୍ୱରେ ଥିବା ପାଶ୍ଚାତ୍ୟ ସଭ୍ୟତାକୁ ଅଚିରେ ପଛରେ ପକାଇ ପାରିବ।
ଚୀନ୍ ଲେଖକ ପ୍ରଫେସର ଝାଙ୍ଗ ୱେଇୱେଇ ତଥା ବ୍ରିଟିଶ ଲେଖକ ମାର୍ଟିନ୍ ଜେକ୍ୱେସ୍ଙ୍କ ଚୀନ୍କୁ ‘ସଭ୍ୟତା ସମ୍ପନ୍ନ ରାଷ୍ଟ୍ର’ ଭାବେ ଗଢ଼ିବାର ଯୋଜନା ସାଙ୍ଗକୁ ଆଗାମୀ ଦିନରେ ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ଚୀନ୍କୁ ପ୍ରମୁଖ ମହାଶକ୍ତି ଭାବରେ ପ୍ରତିଷ୍ଠିତ କରିବାର ତତ୍ତ୍ୱ ୨୦୨୩ ଏପ୍ରିଲ୍ରେ ସାଂଘାଇ ଆଲୋଚନାଚକ୍ରରେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ ନେତା ସହିତ, ଚୀନ୍ ସେନାର ବରିଷ୍ଠ ଅଧିକାରୀଗଣ, ଚୀନ୍ ଆର୍ଥିକ ବ୍ୟବସ୍ଥାର ପ୍ରମୁଖ ଅଧିକାରୀଗଣ, ବୁଦ୍ଧିଜୀବୀଗଣ ଖୁବ୍ ମନଯୋଗ ସହକାରେ ଶୁଣିଥିଲେ ଯେହେତୁ ଖୋଦ୍ ଚୀନ୍ ରାଷ୍ଟ୍ରପତି ଜୀନ୍ପିଙ୍ଗ୍, ଏହି ଦୁଇ ଲେଖକଙ୍କୁ ଆମନ୍ତ୍ରିତ କରେଇଥିଲେ। ସେମାନଙ୍କ ଦ୍ୱାରା ଚୀନ୍କୁ ଏକ ଅତ୍ୟାଧୁନିକ, ବିକଶିତ ଦେଶ ସହିତ ଏକ ସଭ୍ୟତା-ସମ୍ପନ୍ନ ରାଷ୍ଟ୍ର ଭାବେ ଗଢ଼ିବାର ତତ୍ତ୍ୱଟି ମଧ୍ୟ ଚୀନ୍ର ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ମାନଙ୍କୁ ପ୍ରଭାବିତ କରିବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ।
ଡ. ସୁଜିତ କୁମାର ପୃଷେଠ୍
ସମ୍ବଲପୁର, ମୋ: ୯୮୬୮୭୬୬୭୦୫