ରାଷ୍ଟ୍ରଋଷି ସ୍ୱାମୀ ବିବେକାନନ୍ଦ

The Sakala Picture
Published On

ଏକଦା କବିଗୁରୁ ରବୀନ୍ଦ୍ର ନାଥ ଠାକୁର କହିଥିଲେ- ‘ଇଫ୍‌‌ ୟୁ ୱାଣ୍ଟ ଟୁ ନୋ ଇଣ୍ଡିଆ, ଷ୍ଟଡି ଟୁ ସ୍ୱାମୀ ବିବେକାନନ୍ଦ’। ଅର୍ଥାତ ‘ତୁମେ ଯଦି ଭାରତକୁ ଜାଣିବାକୁ ଚାହୁଁଛ, ତେବେ ସ୍ୱାମୀ ବିବେକାନନ୍ଦଙ୍କୁ ଅଧ୍ୟୟନ କର।’ ତେବେ କିଏ ସେ ବିବେକାନନ୍ଦ? କେବଳ ଜଣେ ହିନ୍ଦୁ ସନ୍ନ୍ୟାସୀ? ରାମକୃଷ୍ଣ ମିଶନର ପ୍ରତିଷ୍ଠାତା? ଯୁବ ସାମଜ ସଂସ୍କାରକ? ନା ଆଉ କିଛି? ଉତ୍ତରରେ ଆମେ କହି ପାରିବା ସ୍ୱାମୀ ବିବେକାନନ୍ଦ ଥିଲେ ଗୁରୁ ଶ୍ରୀରାମକୃଷ୍ଣ ପରମହଂସଙ୍କ ଶ୍ରେଷ୍ଠଶିଷ୍ୟ, […]

ଏକଦା କବିଗୁରୁ ରବୀନ୍ଦ୍ର ନାଥ ଠାକୁର କହିଥିଲେ- ‘ଇଫ୍‌‌ ୟୁ ୱାଣ୍ଟ ଟୁ ନୋ ଇଣ୍ଡିଆ, ଷ୍ଟଡି ଟୁ ସ୍ୱାମୀ ବିବେକାନନ୍ଦ’। ଅର୍ଥାତ ‘ତୁମେ ଯଦି ଭାରତକୁ ଜାଣିବାକୁ ଚାହୁଁଛ, ତେବେ ସ୍ୱାମୀ ବିବେକାନନ୍ଦଙ୍କୁ ଅଧ୍ୟୟନ କର।’ ତେବେ କିଏ ସେ ବିବେକାନନ୍ଦ? କେବଳ ଜଣେ ହିନ୍ଦୁ ସନ୍ନ୍ୟାସୀ? ରାମକୃଷ୍ଣ ମିଶନର ପ୍ରତିଷ୍ଠାତା? ଯୁବ ସାମଜ ସଂସ୍କାରକ? ନା ଆଉ କିଛି? ଉତ୍ତରରେ ଆମେ କହି ପାରିବା ସ୍ୱାମୀ ବିବେକାନନ୍ଦ ଥିଲେ ଗୁରୁ ଶ୍ରୀରାମକୃଷ୍ଣ ପରମହଂସଙ୍କ ଶ୍ରେଷ୍ଠଶିଷ୍ୟ, ଚିକାଗୋ ଧର୍ମସଭାରେ ଭାରତୀୟ ସନାତନ ଧର୍ମ ଓ ସଂସ୍କୃତିର ମହାନତା ଓ ପବିତ୍ରତା ସମ୍ୱନ୍ଧରେ ଓଜସ୍ୱିନୀ ଅଭିଭାଷଣ ଦେଇ ବିଶ୍ୱବାସୀଙ୍କ ହୃଦୟ ଜିଣି ବିଶ୍ୱବିଜୟୀ ହୋଇଥିବା ବିଶିଷ୍ଟ ବାଗ୍ମୀ, ପ୍ରବୀଣ ଯୁବ ସନ୍ନ୍ୟାସୀ ତଥା ସ୍ୱଳ୍ପାୟୁ ହୋଇ ବି ଆଗାମୀ ହଜାର ହଜାର ବର୍ଷ ପାଇଁ ଯୁବସମାଜର ପ୍ରେରଣାର ସ୍ରୋତ ସାଜିଥିବା ଜଣେ ମହାନ ଯୁବାଚାର୍ଯ୍ୟ। କିନ୍ତୁ ତାଙ୍କର ଅସଲ ପରିଚୟ ହେଉଛି ସେ ଥିଲେ ଜଣେ ପ୍ରଚଣ୍ଡ ରାଷ୍ଟ୍ରଭକ୍ତ ତଥା ଭାରତ ଜନନୀର ଯଶସ୍ୱୀ ସନ୍ତାନ। ଏକଦା ବାଲ୍‌‌ ଗଙ୍ଗାଧର ତିଳକ ସାଂସାରିକ ବନ୍ଧନରୁ ମୁକୁଳି ଆଧ୍ୟାତ୍ମିକ ପଥ ଅନ୍ୱେଷଣରେ ଏଣେତେଣେ ଭ୍ରମଣ କରୁଥା’ନ୍ତି। ହଠାତ୍‌‌ ଟ୍ରେନରେ ସାକ୍ଷାତ ହେଲା ସ୍ୱାମିଜୀଙ୍କ ସହ। ସ୍ୱାମିଜୀଙ୍କୁ ଏ ସମ୍ୱନ୍ଧରେ ମାର୍ଗଦର୍ଶନ ପାଇଁ ପଚାରିବା କ୍ଷଣି ସ୍ୱାମିଜୀ ସିଧାସିଧା କହିଦେଲେ- ‘ମାତୃଭୂମି ପାଇଁ ଜୀବନ ଦିଅ।’ ବୟସରେ ସ୍ବାମିଜୀଙ୍କଠାରୁ ବଡ଼ ହୋଇଥିଲେ ବି ଲୋକମାନ୍ୟ ସ୍ୱାମିଜୀଙ୍କ କଥାକୁ ମନ୍ତ୍ର ଭଳି ଗ୍ରହଣ କରି ବାକି ସମୟ ରାଷ୍ଟ୍ରମାତା ପାଇଁ ସମର୍ପିତ ହୋଇଯାଇଥିଲେ।

ସ୍ୱାମୀ ବିବେକାନନ୍ଦଙ୍କ ଚୁମ୍ୱକୀୟ କଥା ଓ ଲେଖାରେ ଏତେ ଚମକ ଓ ଆକର୍ଷଣ ଭରି ରହିଛି ଯେ ତାଙ୍କୁ ଯେ ପଢ଼େ, ବୁଝେ ଓ କିଞ୍ଚିତ ନିଜ ଜୀବନରେ ଉତାରିବାକୁ ଚାହେଁ ସେ ଜଣେ ପ୍ରଚଣ୍ଡ ରାଷ୍ଟ୍ରପ୍ରେମୀ ହୋଇଯାଏ। ସେଥିଲାଗି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ କହିଥିଲେ, ‘ସ୍ୱାମୀ ବିବେକାନନ୍ଦଙ୍କ ରଚନାବଳୀଗୁଡ଼ିକୁ ମନପ୍ରାଣ ଦେଇ ପଢ଼଼ିବା ପରେ ମୋର ସ୍ୱଦେଶପ୍ରେମ ସହସ୍ର ଗୁଣ ବୃଦ୍ଧି ପାଇଛି।’ ରାଷ୍ଟ୍ରନାୟକ ସୁଭାଷ ବୋଷ କହିଥିଲେ, ‘ମୁଁ କହିବି ଆଧୁନିକ ଭାରତ ତାଙ୍କର ସୃଷ୍ଟି।…ମୁଁ ଘଣ୍ଟା ଘଣ୍ଟା ଧରି ବକ୍ତୃତା ଦେଇପାରେ। ଦେଶପ୍ରେମର ସ୍ଫୁଲିଙ୍ଗ ସୃଷ୍ଟି କରିପାରେ। ମାତ୍ର ଏ ଜାତିର ଉତ୍ଥାନ ଦିଗରେ ଓଁକାର ଧ୍ୱନି ଆରମ୍ଭ କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ସମ୍ପର୍କରେ କହିବାକୁ ଗଲେ ମୁଁ ନିରବ ରହିବାକୁ ଉଚିତ ମଣୁଛି।’ ଋଷି ଶ୍ରୀଅରବିନ୍ଦ ମଧ୍ୟ କହିଥିଲେ, ‘ଭାରତର ପ୍ରାଣପୁରୁଷ ବୋଲି ଯଦି କାହାରିକୁ ସ୍ୱୀକାର କରିବାକୁ ହେବ, ତେବେ ସେ କେବଳ ବିବେକାନନ୍ଦ, ନରକେଶରୀ ବିବେକାନନ୍ଦ।’

ସ୍ୱାମୀ ବିବେକାନନ୍ଦ ଥିଲେ ଜଣେ ବିପ୍ଳବୀ ସନ୍ନ୍ୟାସୀ। ଭାରତର ସେବା ଓ ବିକାଶ ଥିଲା ତାଙ୍କର ପରମ କର୍ତ୍ତବ୍ୟ। ଭାରତମାତାଙ୍କ ସେବା ପାଇଁ ସେ ନିଜର ସର୍ବସ୍ୱ ତ୍ୟାଗ କରିଥିଲେ। ଭାରତମାତା କଥା କହିବା କ୍ଷଣି ସେ ଗମ୍ଭୀର ହୋଇ ଯାଉଥିଲେ। ଥରେ ଭାରତମାତା ଓ ତା’ର ଉତ୍ଥାନ ନିମନ୍ତେ ଆହ୍ୱାନ ଦେଇ କହିଥିଲେ, ‘ଆଗାମୀ ପଚାଶ ବର୍ଷ ପାଇଁ ଆମର ପରମ ଜନନୀ ମାତୃଭୂମି ଯେପରି ଆମର ଆରାଧ୍ୟା ଦେବୀ ହୁଅନ୍ତି ଅନ୍ୟାନ୍ୟ ଦେବତାମାନଙ୍କୁ ଏହି କେତେକ ବର୍ଷ ପାଇଁ ଭୁଲିଗଲେ କୌଣସି କ୍ଷତି ନାହିଁ। ଏହି ଦେବତା ହିଁ ଏକମାତ୍ର ଜାଗ୍ରତ-ଆମମାନଙ୍କର ସ୍ୱଜାତି ସର୍ବତ୍ର ତାହାଙ୍କର ହସ୍ତ, ସର୍ବତ୍ର ତାଙ୍କର ପାଦ, ସର୍ବତ୍ର ତାଙ୍କର କର୍ଣ୍ଣ, ସେ ସର୍ବତ୍ର ବ୍ୟାପୀ ରହିଛନ୍ତି। ଅନ୍ୟ ସବୁ ଦେବତାମାନେ ଶୋଇଛନ୍ତି। ଆମେ କ’ଣ ଆମ ସମ୍ମୁଖରେ-ଚତୁର୍ଦ୍ଦିଗରେ ଯେଉଁ ବିରାଟ ଦେବତାଙ୍କୁ ଦେଖୁଛୁ ତାଙ୍କର ଉପାସନା ନ କରି ଏହି ବ୍ୟର୍ଥ ଦେବତାଙ୍କ ପଛରେ ଯିବା? ଯେତେବେଳେ ଆମେ ଏହି ଦେବତାଙ୍କ ପୂଜା ସାରିବୁ, ସେତେବେଳେ ଅନ୍ୟ ସମସ୍ତ ଦେବତାଙ୍କ ପୂଜା କରିବାକୁ ସମର୍ଥ ହେବୁ।’

ବାସ୍ତବରେ ସ୍ୱାମିଜୀ ଥିଲେ ଭାରତମାତାଙ୍କ ପ୍ରକୃତ ଉପାସକ। ରାଷ୍ଟ୍ରମାତାଙ୍କ ଉନ୍ନତି ପାଇଁ ସେ ଥିଲେ ସର୍ବଦା ବ୍ୟାକୁଳ ଓ ବ୍ୟଥିତ। ଏପରିକି ସେ ଜନ୍ମ ଜନ୍ମ ଏ ଦେଶ ମାତୃକାର ସେବା ପାଇଁ ଜନ୍ମ ନେବାକୁ ଆଗ୍ରହୀ ବୋଲି ବାରମ୍ୱାର ସର୍ବସାଧାରଣରେ ମତବ୍ୟକ୍ତ କରୁଥିଲେ। ସେ କହୁଥିଲେ, ‘ଏହି ମାତୃଭୂମି ପ୍ରତି ମୋର ସାରା ଜୀବନର ଆନୁଗତ୍ୟ ଏବଂ ମୋତେ ଯଦି ସହସ୍ର ଥର ଜନ୍ମଗ୍ରହଣ କରିବାକୁ ହୁଏ, ତେବେ ହେ ବନ୍ଧୁଗଣ ସେହି ସହସ୍ର ଜୀବନର ପ୍ରତିଟି ମୂହୁର୍ତ୍ତ ମୋର ଦେଶବାସୀଙ୍କ ସେବାରେ ବ୍ୟୟ ହେବ।’ ଭାରତବାସୀଙ୍କୁ ଉଦ୍‌‌ବୋଧନ ଦେଇ ସେ କହନ୍ତି, ‘ହେ ଭାରତ! ଭୁଲ ନାହିଁ ତୁମ ନାରୀ ଜାତିର ଆଦର୍ଶ ସୀତା, ସାବିତ୍ରୀ, ଦମୟନ୍ତୀ। ଭୁଲ ନାହିଁ ତୁମର ଉପାସ୍ୟ ଉମାନାଥ ସର୍ବତ୍ୟାଗୀ ଶଙ୍କର। ଭୁଲ ନାହିଁ ନୀଚ ଜାତି, ମୂର୍ଖ, ଦରିଦ୍ର, ଅଜ୍ଞ, ମୋଚି, ମେହେନ୍ତର ତୁମର ରକ୍ତ, ତୁମର ଭାଇ। ହେ ବୀର, ସାହସ ଅବଲମ୍ୱନ କର। ସଦର୍ପରେ କହ- ମୁଁ ଭାରତବାସୀ, ଭାରତବାସୀ ମୋର ଭାଇ।’

୧୮୯୩ ମସିହା ସେପ୍ଟେମ୍ୱର ୧୧ ତାରିଖରେ ଚିକାଗୋ ବିଶ୍ୱଧର୍ମ ମହାସମ୍ମେଳନରୁ ଫେରି ସାରା ଭାରତ ଭ୍ରମଣ କରି ସ୍ୱାମିଜୀ ଭାରତବର୍ଷର ମହାନତା, ସନାତନ ଧର୍ମ ଓ ସଂସ୍କୃତିର ପବିତ୍ରତା ସମ୍ପର୍କରେ ସଗର୍ବରେ ଦେଶବାସୀଙ୍କୁ କହୁଥିଲେ, ‘ପାଶ୍ଚାତ୍ୟ ଦେଶକୁ ଯିବା ପୂର୍ବରୁ ମୁଁ ଭାରତକୁ ଭଲ ପାଉଥିଲି; କିନ୍ତୁ ବର୍ତ୍ତମାନ ଭାରତବର୍ଷର ଧୂଳିକଣା ପର୍ଯ୍ୟନ୍ତ ମୋ ପାଖରେ ପବିତ୍ର; ଭାରତର ବାୟୁ ମୋ ନିକଟରେ ପବିତ୍ର। ଭାରତ ପୁଣ୍ୟଭୂମି, ମହାତୀର୍ଥ।’ ନିଜକୁ ଭାରତୀୟ ଭାବେ ସଗର୍ବେ ପରିଚୟ ଦେଇ ନିଜକୁ ଭାଗ୍ୟବାନ ମନେ କରିବାକୁ ସ୍ୱାମିଜୀ କହୁଥିଲେ, ‘ହେ ବୀର! ସାହସ ଅବଲମ୍ୱନ କର, ସଦର୍ପ କହ-ମୂର୍ଖ ଭାରତବାସୀ, ଦରିଦ୍ର ଭାରତବାସୀ, ବ୍ରାହ୍ମଣ ଭାରତବାସୀ, ଚଣ୍ଡାଳ ଭାରତବାସୀ ମୋର ଭାଇ। ତୁମେ ମଧ୍ୟ ତାଙ୍କ ପରି କଟିମାତ୍ର ବସ୍ତ୍ରାବୃତ ହୋଇ ସଦର୍ପେ କୁହ-ଭାରତବାସୀ ମୋର ଭାଇ, ଭାରତବାସୀ ମୋର ପ୍ରାଣ, ଭାରତର ଦେବାଦେବୀ ମୋର ଈଶ୍ୱର, ଭାରତର ସମାଜ ମୋର ଶିଶୁ ଶଯ୍ୟା, ଜୀବନର ଉପବନ, ବାର୍ଦ୍ଧକ୍ୟର ବାରଣାସୀ। କୁହ ଭାଇ, ଭାରତର ମୃତ୍ତିକା ମୋର ସ୍ୱର୍ଗ, ଭାରତର କଲ୍ୟାଣରେ ମୋର କଲ୍ୟାଣ, ଆଉ ପୁଣି ଦିନରାତି କହ- ହେ ଗୌରୀନାଥ! ହେ ଜଗଦମ୍ୱେ! ମୋତେ ମନୁଷ୍ୟତ୍ୱ ଦିଅ; ମାଆ, ମୋର ଦୁର୍ବଳତା, କାପୁରୁଷତା ଦୂର କର, ମୋତେ ମଣିଷ କର।’

ସ୍ୱାମିଜୀଙ୍କ ଗୋଟିଏ ଗୋଟିଏ ଅଭିବ୍ୟକ୍ତି ରାଷ୍ଟ୍ରଭକ୍ତି ଓ ଭାରତପ୍ରୀତିର ଯଥାର୍ଥ ନମୁନା। ସେଥିପାଇଁ ସ୍ୱାମିଜୀଙ୍କୁ ସେ କିପରି ବୁଝନ୍ତି ଏକ ପ୍ରଶ୍ନର ଉତ୍ତର ଦେଇ ଭଗିନୀ ନିବେଦିତା କହନ୍ତି, ‘ପାଞ୍ଚ ହଜାର ବର୍ଷର ଭାରତବର୍ଷ ଯାହା ଜଗତକୁ ଦେଇଛି ତାହା ରାମକୃଷ୍ଣ, ଦେଢ଼ହଜାର ବର୍ଷ ପର୍ଯନ୍ତ ଯାହା ଜଗତକୁ ଦେବ ତାହା ବିବେକାନନ୍ଦ।’ ସ୍ୱାମିଜୀ ଏ ଦେଶ ଓ ଦେଶବାସୀଙ୍କ ପାଇଁ ସର୍ବଦା କାନ୍ଦୁଥିଲେ। ବ୍ୟାକୁଳ ହେଉଥିଲେ ଏ ଦେଶର ଅଧିବାସୀମାନଙ୍କ ଦୁଃଖ, ଶୋକ ଓ କ୍ଲେଶ ଲାଘବ ପାଇଁ। ସମସ୍ତ ଶକ୍ତି, ସାମର୍ଥ୍ୟ ଓ ପ୍ରଜ୍ଞା ଥାଇ ବି ନିଜ ଓ ନିଜ ପରିବାର ସୁଖ ପରିହାର କରି ଦେଶମାତୃକାର ସେବା ତଥା ଉତ୍ଥାନ ପାଇଁ ଜଣେ ‘ବିପ୍ଳବୀ ଋଷି’ ଭାବରେ ସାରା ଦେଶ ବୋଲି ଆଜୀବନ ସେବା କରିଛନ୍ତି। ସମସ୍ତ ବାଧାବିଘ୍ନ ସତ୍ତ୍ବେ ବିଦେଶ ମାଟିରେ ଠିଆ ହୋଇ ଭାରତର ମହାନତାକୁ ସ୍ୱୀକାର କରିବାକୁ ବିଶ୍ୱବାସୀଙ୍କୁ ପ୍ରେରିତ କରିଛନ୍ତି।

ସ୍ୱାମିଜୀଙ୍କ ପ୍ରାରମ୍ଭ ସମ୍ୱୋଧନ ହିଁ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଭାରତର ସଂସ୍କାର, ସଂସ୍କୃତି, ଉଚ୍ଚବିଚାର ଓ ମାର୍ଜିତ ଆଚାର ସମ୍ୱନ୍ଧରେ ଅଧିକରୁ ଅଧିକ ଜାଣିବା ପାଇଁ ବିବଶ କରିଥିଲା। ତେଣୁ ଆଜିର ଯୁବ ସମାଜ ସ୍ୱାମିଜୀଙ୍କ ତ୍ୟାଗ, ସମର୍ପଣ ଓ ସେବାର ମହତ୍ତ୍ୱ ବୁଝିବା ଦରକାର। ଦେଶ ପାଇଁ ଥିବା ତାଙ୍କ ସ୍ୱପ୍ନ ଜାଣିବା ଦରକାର। ଆଉ ସଂକଳ୍ପ ନେବା ଉଚିତ କି ଏ ଦେଶ ଆମର ମାଆ। ଦେଶର ବିକାଶ ହିଁ ସେମାନଙ୍କର ବିକାଶ। ଶରୀରର ଗୋଟିଏ ଅଙ୍ଗ ଖରାପ ହେଲେ ଯେପରି ସାରା ଶରୀର ଉପରେ ଗଭୀର ପ୍ରଭାବ ପଡ଼େ, ସେଭଳି ଦେଶର କୌଣସି ଲୋକର ଦୁଃଖ, ଅଭାବ, ଅନଟନ ଓ ଦୁର୍ଦ୍ଦଶା ନିଜର ବୋଲି ଅନୁଭବ କରି ପାରିଲେ ସ୍ୱାମିଜୀଙ୍କ ପାଇଁ ଶ୍ରେଷ୍ଠ ସମର୍ପଣ ଓ ଶ୍ରଦ୍ଧାଞ୍ଜଳି ହେବ। ଆଜି ଯୁବଦେଶ ଭାରତ ବର୍ଷର ସିଂହଭାଗ ଜନସଂଖ୍ୟା(ପ୍ରାୟ ୬୫%) ଯୁବକଯୁବତୀ। ସେମାନେ ଯଦି ସ୍ୱାମିଜୀଙ୍କୁ ପଢ଼଼ନ୍ତି, ଜାଣନ୍ତି, ବୁଝନ୍ତି ଓ ତାଙ୍କ ଜୀବନାଦର୍ଶକୁ ନିଜ ଜୀବନରେ ଉତ୍ତାରି ରାଷ୍ଟ୍ରସେବାରେ ନିଜକୁ ସମର୍ପିତ କରିପାରିବେ, ତେବେ ଏ ଦେଶକୁ ବିଶ୍ୱଗୁରୁ ଆସନରେ ଅଧିଷ୍ଠିତ କରିବାରେ କେହି ରୋକି ପାରିବେ ନାହିଁ। ଶେଷରେ ସ୍ୱାମିଜୀଙ୍କ ସେହି ମହାମନ୍ତ୍ର ଉଦ୍ଧାର କରି ଯୁବଗଣକୁ ଏତିକି କୁହାଯାଇ ପାରେ – ଉଠ, ଜାଗ, ଯେତେଦିନ ଯାଏଁ ସେହି ଅଭିଳଷିତ ଲକ୍ଷ୍ୟ ପ୍ରାପ୍ତ ନ ହୋଇଛି, ସେତେଦିନ ଯାଏଁ ପ୍ରବଳ ଉଦ୍ୟମ, ଅସୀମ ଚେଷ୍ଟା କରିବାରୁ ବିରତ ହୁଅ ନାହିଁ।

ମନୋରଞ୍ଜନ ପ୍ରଧାନ
ଜୟପୁର, ମୋ: ୯୪୩୭୯୧୪୮୧୮

21 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର