ଟିଭି ଓ ଓଟିଟି ଜଗତର ନୂତନ ଯୁଗ
ଭାରତୀୟ ଟେଲିଭିଜନ ଓ ମନୋରଞ୍ଜନ ଶିଳ୍ପର ତିନି ପ୍ରମୁଖ ସଦସ୍ୟ ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍’, ଏହାର ପରିଚାଳନାଧୀନ ‘ଭାୟାକମ ୧୮ ମିଡିଆ’ ଓ ଯୁକ୍ତରାଷ୍ଟ୍ର ଆମେରିକାଭିତ୍ତିକ ‘ଦି ୱଲଟ୍ ଡିସ୍ନି କର୍ପୋରେସନ’ ୨୮ ଫେବୃୟାରୀ ୨୦୨୪ରେ ବ୍ୟବସାୟ ମିଶ୍ରଣ ନିମନ୍ତେ ଚୁକ୍ତି କରିଥିବା ଘୋଷଣା ହୋଇଛି। ୨୦୨୩ର ଆୟ ବିଚାରକୁ ନେଲେ ରିଲାଏନ୍ସ ଓ ଡିସ୍ନିର ଆୟ ପ୍ରାୟ ୨୩, ୩୨୧ କୋଟି ଟଙ୍କା। ‘ବିଜିନେସ ଷ୍ଟାଣ୍ଡାର୍ଡ’ର ତଥ୍ୟ ଅନୁଯାୟୀ, ଭାରତୀୟ ଗଣମାଧ୍ୟମରେ ଏହି ଦୁଇ କମ୍ପାନୀର ମିଳିତ […]
ଭାରତୀୟ ଟେଲିଭିଜନ ଓ ମନୋରଞ୍ଜନ ଶିଳ୍ପର ତିନି ପ୍ରମୁଖ ସଦସ୍ୟ ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍’, ଏହାର ପରିଚାଳନାଧୀନ ‘ଭାୟାକମ ୧୮ ମିଡିଆ’ ଓ ଯୁକ୍ତରାଷ୍ଟ୍ର ଆମେରିକାଭିତ୍ତିକ ‘ଦି ୱଲଟ୍ ଡିସ୍ନି କର୍ପୋରେସନ’ ୨୮ ଫେବୃୟାରୀ ୨୦୨୪ରେ ବ୍ୟବସାୟ ମିଶ୍ରଣ ନିମନ୍ତେ ଚୁକ୍ତି କରିଥିବା ଘୋଷଣା ହୋଇଛି। ୨୦୨୩ର ଆୟ ବିଚାରକୁ ନେଲେ ରିଲାଏନ୍ସ ଓ ଡିସ୍ନିର ଆୟ ପ୍ରାୟ ୨୩, ୩୨୧ କୋଟି ଟଙ୍କା। ‘ବିଜିନେସ ଷ୍ଟାଣ୍ଡାର୍ଡ’ର ତଥ୍ୟ ଅନୁଯାୟୀ, ଭାରତୀୟ ଗଣମାଧ୍ୟମରେ ଏହି ଦୁଇ କମ୍ପାନୀର ମିଳିତ ରାଜସ୍ୱ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଗତବର୍ଷ ରାଜସ୍ୱ ଆଦାୟରେ ‘ଗୁଗୁଲ ଇଣ୍ଡିଆ’ ୨୮, ୦୪୦ ଟଙ୍କା ସହ ପ୍ରଥମ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ଥିବା ମେଟା ୧୮, ୩୦୮ କୋଟି ଟଙ୍କା ରାଜସ୍ୱ ପାଇଥିଲା। ଫେବୃୟାରୀ ୨୦୨୪ର ଚୁକ୍ତି ଅନୁଯାୟୀ, ରିଲାଏନ୍ସ ଓ ଡିସ୍ନିର ମିଶ୍ରଣ ସୁଚାରୁ ରୂପେ କାର୍ଯ୍ୟକାରୀ ହେଲେ ସର୍ବବୃହତ ଟେଲିଭିଜନ ପ୍ରତିଷ୍ଠାନର ମାନ୍ୟତା ଲାଭ କରିବ।
କରୋନା ମହାମାରୀ ପରବର୍ତ୍ତୀ ପରିବେଶରେ ମାନ୍ଦା ବ୍ୟବସାୟକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ମଞ୍ଚଗୁଡିକର ମିଶ୍ରଣ ଅବଶ୍ୟମ୍ଭାବୀ। ଏକପକ୍ଷରେ ଟେଲିଭିଜନ ମଞ୍ଚରେ ବିଜ୍ଞାପନ ରାଜସ୍ୱ କ୍ରମାଗତଭାବେ କମି ଚାଲିଥିବା ତଥା ଭବିଷ୍ୟତରେ ମଧ୍ୟ ଅନୁରୂପ ଧାରା ବଳବତ୍ତର ରହିବା ଆକଳନ କରାଯାଉଥିବା ବେଳେ ଅପରପକ୍ଷରେ ଡିଜିଟାଲ ମଞ୍ଚର ବିକାଶ ନିମନ୍ତେ ଅର୍ଥ ଆବଶ୍ୟକ ପଡୁଛି। ଏହି ଗୋଲକଧନ୍ଦାରୁ ମୁକ୍ତି ପାଇବା ନିମନ୍ତେ ଗଣମାଧ୍ୟମ ମଞ୍ଚଗୁଡିକ ମିଶ୍ରଣକୁ ଗୁରୁତ୍ୱ ଦେଉଛନ୍ତି। ଆଲୋଚ୍ୟ ଚୁକ୍ତି ଘୋଷଣା ପୂର୍ବରୁ ଜାପାନର ସୋନୀ କର୍ପୋରେସନ ଓ ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ମିଶ୍ରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ବ୍ୟବସାୟ ପରିଚାଳନା ମତଭେଦ ହେତୁ ସେଥିରେ ଅଗ୍ରଗତି ଘଟି ନଥିଲା।
ରିଲାଏନ୍ସ-ଡିସନି ବୁଝାମଣା ଅନୁଯାୟୀ ମିଶ୍ରଣ ପରେ ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍’ର ୧୬.୩୪ ପ୍ରତିଶତ, ରିଲାଏନ୍ସ ପରିଚାଳନାଧୀନ ‘ଭାୟାକମ୧୮’ର ୪୬.୮୨ ପ୍ରତିଶତ ଏବଂ ‘ଡିସନି’ର ୩୬.୮୪ ପ୍ରତିଶତ ଅଂଶଧନ ରହିବ। ରିଲାଏନ୍ସର ‘ନେଟୱାର୍କ୧୮’, ‘ଭାୟାକମ୧୮’ ଓ ‘ଡିସନି’ ମିଶ୍ରଣରେ କଲର୍ସ, ଷ୍ଟାରପ୍ଳସ, ଷ୍ଟାର ଗୋଲଡ୍ ଭଳି ମନୋରଞ୍ଜନ ତଥା ଷ୍ଟାର ସ୍ପୋର୍ଟ୍ସ, ସ୍ପୋର୍ଟ୍ସ୧୮ ଭଳି କ୍ରୀଡ଼ା ଚ୍ୟାନେଲ ସାଙ୍ଗକୁ ଜିଓ ସିନେମା ଓ ଡିସନି-ହଟଷ୍ଟାର ଭଳି ଷ୍ଟ୍ରିମିଂ ମଞ୍ଚ ଏକତ୍ର ପରିଚାଳିତ ହେବ। ମିଳିତଭାବେ ଭାରତରେ ପ୍ରାୟ ୭୫ କୋଟି ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ପାରିବ। ରିଲାଏନ୍ସ-ଡିସନି ମିଶ୍ରଣକୁ ପ୍ରାୟ ସତୁରି ହଜାର କୋଟି ଟଙ୍କା ମୂଲ୍ୟାୟନ କରାଯାଉଛି।
ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ-ଡିସନିର ମିଶ୍ରଣ ପରେ ଉଦୟ ଶଙ୍କର ଉପସଭାପତି ରୂପେ ଅବସ୍ଥାପିତ ହୋଇ କାର୍ଯ୍ୟଭାର ତୁଲାଇବେ। ରିଲାଏନ୍ସ ଇଣ୍ଡାଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଆମ୍ୱାନୀଙ୍କ ପତ୍ନୀ ନୀତା ଆମ୍ୱାନୀ ଅଧ୍ୟକ୍ଷ ପଦରେ ରହିବେ। ଭାରତୀୟ ଟେଲିଭିଜନ ଇତିହାସ ପୃଷ୍ଠାରେ ଉଦୟ ଶଙ୍କର ଏକ ଚର୍ଚ୍ଚିତ ନାମ। ସେ ‘ଷ୍ଟାର ଇଣ୍ଡିଆ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ୨୦୦୭ରୁ ୨୦୨୦ ଯାଏଁ କାର୍ଯ୍ୟ କରିଥିଲେ। କୁହାଯାଏ ଯେ ୨୦୦୭ରେ ଷ୍ଟାର ଇଣ୍ଡିଆର ଆୟ ୧, ୬୦୦ କୋଟି ଟଙ୍କା ଥିବା ବେଳେ ୨୦୧୮ରେ ୧୮, ୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା। ଏହାର ଶ୍ରେୟ ଉଦୟ ଶଙ୍କରଙ୍କ ପରିଚାଳନା ଚାତୁର୍ଯ୍ୟକୁ ଯାଏ। ଉଦୟ ଶଙ୍କର ୨୦୨୪ରେ ୬୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଦେଶର ଦ୍ୱିତୀୟ ବୃହତ ଗଣମାଧ୍ୟମ ସଂସ୍ଥାକୁ ସେ କିପରି ଚଳାଇବେ ତାହା ସମୟ କହିବ। ତେବେ ରିଲାଏନ୍ସ ମାଲିକାନାରେ ମହାମାରୀ ପରବର୍ତ୍ତୀ ପରିବେଶରେ ଡିଜିଟାଲ ମଞ୍ଚର ଆଦର ବଢ଼ୁଥିବା ଏବଂ ଟେଲିଭିଜନ ବିଜ୍ଞାପନ ଆୟ ଶିଥିଳ ପଡ଼ିଆସୁଥିବା ଅର୍ଥନୀତି ପ୍ରତି ଗଣମାଧ୍ୟମ ସମୀକ୍ଷକମାନେ ତୀକ୍ଷଣ ଦୃଷ୍ଟି ରଖିବେ। କେତେକ ଆଶା କରୁଛନ୍ତି ରିଲାଏନ୍ସ ଡିଜିଟାଲ ମଞ୍ଚ ପ୍ରତି ଗୁରୁତ୍ୱାରୋପ କରିବ। କୃତ୍ରିମ ବୁଦ୍ଧିମତ୍ତା ଭଳି ପ୍ରଯୁକ୍ତି କୌଶଳ ଉପଯୋଗରେ ଦର୍ଶକଙ୍କ ରୁଚିକୈନ୍ଦ୍ରିକ ପ୍ରଦର୍ଶନ ପ୍ରତି ଧ୍ୟାନ ଦିଆଯିବ। ବିଜ୍ଞାପନ ବଦଳରେ ଗ୍ରାହକ ଦେୟ ରାଜସ୍ୱର ମୁଖ୍ୟ ସୂତ୍ର ପାଲଟିବ।
ଟେଲିଭିଜନ ଦର୍ଶକମାନଙ୍କ ରୁଚି କ୍ରମଶଃ ବଦଳିବାରେ ଲାଗିଛି। ଅଧିକ ସଂଖ୍ୟକ ସ୍ମାର୍ଟ ଟେଲିଭିଜନ ବ୍ୟବହାର ପରେ ଓଟିଟି ମଞ୍ଚର ଆଦର ବଢ଼଼ିଛି। ରିଲାଏନ୍ସ ହାତରେ ଜିଓ ସିନେମା ଓ ଡିସନି-ହଟଷ୍ଟାର ଭଳି ଆପ ଥିବା ହେତୁ ସେହି ମଞ୍ଚଗୁଡ଼ିକର ଗୁଣାତ୍ମକ ଅଭିବୃଦ୍ଧି ପ୍ରାଧାନ୍ୟ ପାଇପାରେ। ଆଲୋଚ୍ୟ ମିଶ୍ରଣରେ ରିଲାଏନ୍ସର ୫୮ ଗୋଟି ଚ୍ୟାନେଲ ସହ ଡିସନିର ଷ୍ଟାର ପ୍ଳସ ସହ ୭୦ ଗୋଟି ଚ୍ୟାନେଲ ସାମିଲ ହେବେ। ଏହାର ଦର୍ଶକ ସଂଖ୍ୟା ସମଗ୍ର ଦେଶର ମୋଟ ଟେଲିଭିଜନ ଦର୍ଶକ ସଂଖ୍ୟାରେ ୩୨ ପ୍ରତିଶତ ଯାଏଁ ସମ୍ପ୍ରସାରିତ ହେବ।
ବ୍ୟାବସାୟିକ ଦିଗରୁ ଗଣମାଧ୍ୟମ ମଞ୍ଚଗୁଡ଼ିକର ଏକତ୍ରୀକରଣ ବାଧ୍ୟବାଧକତାରେ ପରିଣତ ହୋଇଥିବା ବେଳେ ଏହି ବ୍ୟବସ୍ଥା ଗଣତନ୍ତ୍ର ପ୍ରତି ବିପଦର କାରଣ ରୂପେ ବିଚାର କରାଯାଏ। ଏକକ ମାଲିକାନା ଗଣମାଧ୍ୟମ ସ୍ୱାଧୀନତାର ପରିପନ୍ଥୀ। ବିବିଧତା ଗଣତନ୍ତ୍ରକୁ ପରିପୁଷ୍ଟ କରିଥାଏ। କିନ୍ତୁ ଏକତ୍ରୀକରଣ ଧୃବୀକରଣ ଦିଗରେ ଗତି କରିପାରେ। ଆଲୋଚ୍ୟ ଯୌଥ ଉଦ୍ୟୋଗରେ ରିଲାଏନ୍ସ ୧୧, ୫୦୦ କୋଟି ଟଙ୍କା ନିବେଶ କରିବା ସୂଚିତ ହୋଇଛି। ଏତେ ପରିମାଣର ଆର୍ଥିକ କ୍ଷମତା ପ୍ରତିଯୋଗୀ ଚ୍ୟାନେଲଗୁଡ଼ିକ ନିମନ୍ତେ ବ୍ୟବସାୟରେ ବିଘଟନର କାରଣ ପାଲଟିପାରେ।
ହିନ୍ଦୀ ସମେତ ମରାଠୀ ଓ କନ୍ନଡ଼ ଭଳି ଆଞ୍ଚଳିକ ଭାଷାରେ ଉଭୟ ‘ଭାୟକମ୧୮’ ଓ ‘ଡିସନି ଷ୍ଟାର’ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଲୋକାଦୃତି ରହିଛି। ‘ଭାୟାକମ୧୮’ ଓଡ଼ିଆ ସମେତ ଆଠଗୋଟି ଆଞ୍ଚଳିକ ଭାଷାରେ ଚ୍ୟାନେଲ ପ୍ରସାରିତ ହେଉଛି। ସେହିପରି ‘ଡିସନି’ର ମଧ୍ୟ ଆଠଗୋଟି ଆଞ୍ଚଳିକ ଭାଷାରେ ଟେଲିଭିଜନ ଚ୍ୟାନେଲ ଉପଲବ୍ଧ। ଆଲୋଚ୍ୟ ମିଶ୍ରଣରେ ଆଞ୍ଚଳିକ ଭାଷାର ଚ୍ୟାନେଲଗୁଡ଼ିକର ଆର୍ଥିକ ନିବେଶ ବୃଦ୍ଧି ହେଲେ ଗୁଣାତ୍ମକ ବିକାଶ ଆଶା କରାଯାଇପାରେ। ରିଲାଏନ୍ସ-ଡିସନି ମିଶ୍ରଣ ପରେ ଜିଓ ସିନେମା ଓ ଡିସନି-ହଟଷ୍ଟାର ଦୁଇଗୋଟି ଓଟିଟି ମଞ୍ଚ ଜିଓ ଗ୍ରାହକମାନଙ୍କୁ ମାଗଣା ମିଳିପାରେ। ହିସାବ ଅନୁଯାୟୀ ଡିସନି-ହଟଷ୍ଟାର ୩ କୋଟି ୮୩ ଲକ୍ଷ ଓ ଜିଓ ସିନେମା ୨ କୋଟି ୩୭ ଲକ୍ଷ ଉପଭୋକ୍ତା ରହିଛନ୍ତି।
ରିଲାଏନ୍ସ-ଡିସନି ମିଶ୍ରଣ ପର୍ବ ୨୦୨୪ ଶେଷ କିମ୍ୱା ୨୦୨୫ ଆରମ୍ଭ ସୁଦ୍ଧା ସାରିବା ଲକ୍ଷ୍ୟ ରଖାଯାଇଥିବା ଜଣାଯାଏ। ଭାରତରେ ଗଣମାଧ୍ୟମ ପରିସରରେ ଏକ ଶକ୍ତିଶାଳୀ ମଞ୍ଚ ଆବିର୍ଭାବରେ ପ୍ରତିଯୋଗୀ ମଞ୍ଚଗୁଡ଼ିକର ବ୍ୟାବସାୟିକ ଢାଞ୍ଚା ପରିବର୍ତ୍ତନ ଆବଶ୍ୟକ କରିବ। ଅପରପକ୍ଷରେ ଏକତ୍ରୀକରଣ ଓ ଧୃବୀକରଣ ଦର୍ଶକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆନଯାଇପାରେ। ଜିଓ ଫୋନ ଉପଭୋକ୍ତାମାନଙ୍କୁ ଜିଓ ସିନେମା ଓ ଡିସନୀ ହଟଷ୍ଟାର ମାଗଣାରେ ସେବା ପ୍ରଦାନ କରାଗଲେ ପ୍ରତିଯୋଗୀ ଛୋଟ ଓଟିଟି ମଞ୍ଚଗୁଡ଼ିକୁ ନିଜ କାର୍ଯ୍ୟକ୍ରମର କିଛି ଅଂଶ ମାଗଣାରେ ଦର୍ଶକ ମହଲରେ ଉପଲବ୍ଧ କରାଇବା ବାଧ୍ୟବାଧକତାରେ ପରିଣତ ହୋଇପାରେ। ରିଲାଏନ୍ସ-ଡିସନି ମିଶ୍ରଣ ଭାରତୀୟ ଗଣମାଧ୍ୟମ ପରିବେଶରେ ପରିବର୍ତ୍ତନର ସୁଦୂରପ୍ରସାରୀ ପ୍ରଭାବ ଆଶା କରାଯାଇପାରେ।
ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪