ସାର୍ବଜନୀନ ସ୍ବାସ୍ଥ୍ୟ ସେବାରେ ନବୀନ କାର୍ଡ

The Sakala Picture
Published On

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ) ଓଡ଼ିଶା ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ପାଞ୍ଚବର୍ଷ ତଳେ ଆରମ୍ଭ କରାଯାଇଥିଲା। କେନ୍ଦ୍ରର ଆୟୁଷ୍ମାନ ଯୋଜନାଠାରୁ ଏହା ଉଦ୍ଦିଷ୍ଟ ହିତାଧିକାରୀଙ୍କୁ ଅଧିକ ସ୍ୱାସ୍ଥ୍ୟସେବା ଓ ସୁବିଧା ଯୋଗାଉଥିବାରୁ ଅନେକ ବିଶେଷଜ୍ଞ ବିଏସ୍‌‌କେୱାଇକୁ ଅପେକ୍ଷାକୃତ ଭାବେ ଏକ ଭଲ କାର୍ଯ୍ୟକ୍ରମ ଭାବେ ମାନ୍ୟତା ଦେଇଥା’ନ୍ତି। ସବୁ ଯୋଜନାର ସଫଳତା ତାହାର ଉତ୍ତମ ରୂପାୟନ ଉପରେ ନିର୍ଭର କରିଥାଏ। ହିତାଧିକାରୀଙ୍କ ସନ୍ତୋଷ ଏବଂ ଉପକୃତ ହେବା ହାର ଉପରେ ଏହାର ସଫଳତା […]

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ) ଓଡ଼ିଶା ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ପାଞ୍ଚବର୍ଷ ତଳେ ଆରମ୍ଭ କରାଯାଇଥିଲା। କେନ୍ଦ୍ରର ଆୟୁଷ୍ମାନ ଯୋଜନାଠାରୁ ଏହା ଉଦ୍ଦିଷ୍ଟ ହିତାଧିକାରୀଙ୍କୁ ଅଧିକ ସ୍ୱାସ୍ଥ୍ୟସେବା ଓ ସୁବିଧା ଯୋଗାଉଥିବାରୁ ଅନେକ ବିଶେଷଜ୍ଞ ବିଏସ୍‌‌କେୱାଇକୁ ଅପେକ୍ଷାକୃତ ଭାବେ ଏକ ଭଲ କାର୍ଯ୍ୟକ୍ରମ ଭାବେ ମାନ୍ୟତା ଦେଇଥା’ନ୍ତି। ସବୁ ଯୋଜନାର ସଫଳତା ତାହାର ଉତ୍ତମ ରୂପାୟନ ଉପରେ ନିର୍ଭର କରିଥାଏ। ହିତାଧିକାରୀଙ୍କ ସନ୍ତୋଷ ଏବଂ ଉପକୃତ ହେବା ହାର ଉପରେ ଏହାର ସଫଳତା ନିର୍ଭର କରେ। ବିଏସ୍‌‌କେୱାଇର ଲୋକପ୍ରିୟତା ବୃଦ୍ଧି ହିଁ ଏହାର ସଫଳତାକୁ ପ୍ରମାଣ କରୁଛି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ବିଏସ୍‌‌କେୱାଇ ନବୀନ କାର୍ଡ ପ୍ରଦାନ ବ୍ୟବସ୍ଥା ଆରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଯଥାର୍ଥରେ କହିଛନ୍ତି ଯେ ଗରିବ ଓ ଅଭାବୀ ଲୋକଙ୍କୁ ଚିକିତ୍ସା ପାଇଁ ବୀମା ସହାୟତା ଯୋଗାଇ ଦେବା ଏବଂ ବିନା ଖର୍ଚ୍ଚରେ ହିତାଧିକାରୀ ରାଜ୍ୟ ଓ ରାଜ୍ୟ ବାହାରେ ଯେପରି ଉତ୍ତମ ଚିକିତ୍ସା ସୁବିଧା ପାଇବେ ତାଙ୍କ ସରକାର ସେହି ଲକ୍ଷ୍ୟ ରଖି ବିଏସ୍‌‌କେୱାଇ ଆରମ୍ଭ କରିଥିଲେ। ବିଗତ ପାଞ୍ଚବର୍ଷ ମଧ୍ୟରେ ଏହି ଯୋଜନା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ତାହାର ସଫଳତା ଆଧାରରେ ବିଏସ୍‌‌କେୱାଇ ନବୀନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହି ଯୋଜନାର ପରିସରକୁ ସରକାର ବୃଦ୍ଧି କରୁଛନ୍ତି। ଯୋଜନାର ଲକ୍ଷ୍ୟ ହେଲା ରାଜ୍ୟର ସବୁ ଲୋକଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା। ଏହା ନିଶ୍ଚିତ ଏକ ସ୍ୱାଗତଯୋଗ୍ୟ ଓ ଦୂରଦର୍ଶୀ କାର୍ଯ୍ୟ।

କହିବା ବାହୁଲ୍ୟ ଯେ ୨୩ ବର୍ଷ ତଳେ କ୍ଷମତାକୁ ଆସିବା ପରେ ନବୀନବାବୁ ରାଜ୍ୟର ଅନେକ ପ୍ରମୁଖ ସମସ୍ୟା ମଧ୍ୟରେ ରାଜ୍ୟର ତତ୍କାଳୀନ ଦୁର୍ବଳ ସ୍ୱାସ୍ଥ୍ୟସେବାକୁ ସୁଧାରିବା ପାଇଁ ଅଗ୍ରାଧିକାର ଦେଇ କାମ ଆରମ୍ଭ କରିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜାତୀୟ ତାଲିକାରେ ପ୍ରାୟ ଶେଷ ଧାଡ଼ିରେ ଥିବା ଓଡ଼ିଶା ଏହି ୨୩ ବର୍ଷର ସମୟ ମଧ୍ୟରେ ସଫଳତାର ପାହାଚ ଗୋଟିକ ପରେ ଗୋଟିଏ ଅତିକ୍ରମ କରି ଆଗଧାଡ଼ିର ରାଜ୍ୟମାନଙ୍କ ସମକକ୍ଷ ହୋଇପାରିଛି। ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ସ୍ଲୋଗାନକୁ ବାସ୍ତବରୂପ ଦେବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାର ରୂପ ବଦଳାଇବାକୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ଏହି ସ୍ଲୋଗାନ ସରକାରଙ୍କ କାର୍ଯ୍ୟର ଏକ ଚାଳକଶକ୍ତି ପାଲଟିଛି। ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ କରି ସମସ୍ତଙ୍କୁ ଏହାର ସୁଫଳ ଯୋଗାଇ ଦେବାର ସ୍ୱପ୍ନକୁ ସାକାର କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କର ଶାସନର ଏକ ବିଶେଷତ୍ୱ ହେଲା ସେ ସାଧାରଣ ରାଜନେତାଙ୍କ ଭଳି ମିଥ୍ୟା କିମ୍ବା ସୁବିଧାବାଦୀ ପ୍ରତିଶ୍ରୁତି ଦିଅନ୍ତି ନାହିଁ। ଯେଉଁ ପ୍ରତିଶ୍ରୁତି ଦିଅନ୍ତି, ତାହାକୁ ଉତ୍ତମରୂପେ କାର୍ଯ୍ୟକାରୀ କରିଥା’ନ୍ତି। ବିଏସ୍‌‌କେୱାଇରେ ବିଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟର ୨୧ ଲକ୍ଷ ଲୋକ ଉପକୃତ ହୋଇଛନ୍ତି ଏବଂ ସେମାନଙ୍କ ଉତ୍ତମ ଚିକିତ୍ସା ବାବଦରେ ସରକାର ଘରୋଇ ହସ୍ପିଟାଲ୍‌‌କୁ ୪୫୦୦ କୋଟି ଟଙ୍କାର ବୀମା ବାବଦ ଅର୍ଥ ଦେଇଛନ୍ତି। ସୁତରାଂ ଏହା ସାର୍ବଜନୀନ ସ୍ୱାସ୍ଥ୍ୟସେବାର ଏକ ଅଦ୍ୱିତୀୟ ମଡେଲ୍‌‌ ଭାବେ ପ୍ରମାଣିତ ହୋଇଛି। ଉଭୟ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି। ଏବେ ଯେଉଁ ତୃତୀୟ ପର୍ଯ୍ୟାୟ ବିଏସ୍‌‌କେୱାଇ ଆରମ୍ଭ ହେଲା ଏଥିରେ ଗ୍ରାମାଞ୍ଚଳରେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇ ନଥିବା ପରିବାରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ। ସେହି ପରିବାରର ସଦସ୍ୟମାନେ ଉତ୍ତମ ଓ ବିଶେଷ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ୍‌‌ରେ ନିଶ୍ଚିତ ବୀମା ସୁବିଧା ପାଇବେ। ଏହି ପର୍ଯ୍ୟାୟରେ ରାଜ୍ୟର ଗ୍ରାମାଞ୍ଚଳର ସବୁ ଗରିବଙ୍କୁ ବିଏସ୍‌‌କେୱାଇର ଅନ୍ତର୍ଭୁକ୍ତ କରାଯିବ। କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ଏହି ସୁବିଧା ନୀତି ମୁତାବକ ମିଳିବ ନାହିଁ।

ବିଏସ୍‌‌କେୱାଇ ନବୀନ କାର୍ଡଧାରୀଙ୍କ ପରିବାରର ସଦସ୍ୟମାନଙ୍କୁ ବାର୍ଷିକ ପାଞ୍ଚଲକ୍ଷ ଟଙ୍କାର ଚିକିତ୍ସା ବୀମା ସୁବିଧା ମିଳିବ। ମହିଳାଙ୍କ କ୍ଷେତ୍ରରେ ଏହି ବୀମା ରାଶି ପରିମାଣ ବାର୍ଷିକ ୧୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। କେବଳ ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ହସ୍ପିଟାଲ୍‌‌ରେ ଚିକିତ୍ସିତ ହେଲେ ଏହି ବୀମା ସୁବିଧା ମିଳିବ। ବିଏସ୍‌‌କେୱାଇର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଫଳରେ ରାଜ୍ୟର ୧.୧୦ କୋଟିରୁ ଅଧିକ ପରିବାର ସ୍ୱାସ୍ଥ୍ୟବୀମା ସୁବିଧା ପାଇପାରିବେ, ଯାହା ମୋଟ ଜନସଂଖ୍ୟାର ପ୍ରାୟ ୯୦ ଶତାଂଶ। ଏହି ପ୍ରୟାସର ନିଶ୍ଚିତ ତଥା ଉତ୍ସାହଜନକ ବାର୍ତ୍ତା ହେଲା ଆର୍ଥିକ ଅଭାବ ଓ ସମସ୍ୟା ଯୋଗୁଁ ରାଜ୍ୟର କୌଣସି ପରିବାର ଗୁରୁତର ରୋଗବ୍ୟାଧିର ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ। ସମଗ୍ର ଓଡ଼ିଶାବାସୀଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରୁଥିବା ଜଣେ ଦରଦୀ, ଲୋକପ୍ରିୟ, ଯତ୍ନଶୀଳ ଓ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଗ୍ୟାରେଣ୍ଟି ନିଜର ପ୍ରିୟ ରାଜ୍ୟବାସୀଙ୍କୁ। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସୁବିଧା ଓ ଚିକିତ୍ସା ଭିତ୍ତିଭୂମିକୁ ଆହୁରି ଉନ୍ନତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଥିବା ବେଳେ ପ୍ରତି ଜିଲ୍ଲାରେ ମେଡିକାଲ୍‌‌ କଲେଜ୍‌‌ ପ୍ରତିଷ୍ଠା କରିବାକୁ ଦୀର୍ଘମିଆଦୀ ଯୋଜନା ହାତକୁ ନେଇଛନ୍ତି। ଏହାଦ୍ୱାରା ଆମ ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଦୂର ହେବା ସହିତ ଜାତୀୟସ୍ତରରେ ରୋଗୀ-ଡାକ୍ତର ଅନୁପାତରେ ସକାରାତ୍ମକ ବୃଦ୍ଧି ଘଟିବ। ଫଳରେ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ସାଧାରଣ ଗରିବ ଲୋକଟିଏ ସ୍ୱାସ୍ଥ୍ୟ ସେବା ପରି ମୌଳିକ ସୁବିଧା ଓ ଅଧିକାରରୁ ବଞ୍ଚିତ ହେବ ନାହିଁ। ଏହିକ୍ରମରେ ନିକଟରେ ୨୪୭୩ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ରୂପାନ୍ତରଣର ସୁଫଳ ଯେପରି ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଜୀବନକୁ ପ୍ରତ୍ୟେକ ପର୍ଯ୍ୟାୟରେ ସ୍ପର୍ଶ କରିବ ତାହା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ। ଏହି ଲକ୍ଷ୍ୟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅବିଶ୍ରାନ୍ତ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ ସେମାନଙ୍କ ସେବାରେ ଉତ୍ସର୍ଗୀକୃତ ଓ ସକାରାତ୍ମକ ଭାବନା ନେଇ କାମ କରିବା ପାଇଁ ନବନିଯୁକ୍ତ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପରାମର୍ଶ ବର୍ତ୍ତମାନ ଓ ଭବିଷ୍ୟତର ଡାକ୍ତରମାନଙ୍କ ପାଇଁ ଯେତିକି ମୂଲ୍ୟବାନ୍‌‌ ରାଜ୍ୟର ସ୍ୱାସ୍ଥ୍ୟ ସେବାର ସାମଗ୍ରିକ ଗୁଣାତ୍ମକ ବିକାଶ ପାଇଁ ତା’ଠାରୁ ଅଧିକ ଅପରିହାର୍ଯ୍ୟ।

30 Dec 2023 By The Sakala

https://www.thesakala.in/sakala-editorial/sakala-editorial-30-12-2023/article-28720
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର