ଜାତୀୟ ଧାନ ଗବେଷଣା କେନ୍ଦ୍ରର ଅଭିନବ ଉଦ୍ୟମ; ଓଡ଼ିଶାରେ ବାସନା ଧାନର ଜୈବିକ ଚାଷ ପ୍ରକଳ୍ପ

The Sakala Picture
Published On

ଓଡ଼ିଶା ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନରେ ବଳକା ହୋଇପାରିଛି। ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାର ସେ ସ୍ଥିତି ବହୁଦିନରୁ ଆଉ ନାହିଁ। ଚାଷୀମାନଙ୍କର ନିରଳସ ଉଦ୍ୟମ ତଥା ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ଯୋଗୁଁ ଆଜି ଏହି ସଫଳତା ଆମକୁ ମିଳିଛି। ଧାନ ଓଡ଼ିଶାର ପ୍ରଧାନ ଚାଷ। ତେଣୁ ଭାତ ଲୋକଙ୍କର ମୁଖ୍ୟ ଖାଦ୍ୟ। ଏବେ ଉଭୟ ଖରିଫ ଓ ରବି […]

ଓଡ଼ିଶା ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନରେ ବଳକା ହୋଇପାରିଛି। ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାର ସେ ସ୍ଥିତି ବହୁଦିନରୁ ଆଉ ନାହିଁ। ଚାଷୀମାନଙ୍କର ନିରଳସ ଉଦ୍ୟମ ତଥା ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ଯୋଗୁଁ ଆଜି ଏହି ସଫଳତା ଆମକୁ ମିଳିଛି। ଧାନ ଓଡ଼ିଶାର ପ୍ରଧାନ ଚାଷ। ତେଣୁ ଭାତ ଲୋକଙ୍କର ମୁଖ୍ୟ ଖାଦ୍ୟ। ଏବେ ଉଭୟ ଖରିଫ ଓ ରବି ଋତୁରେ ରାଜ୍ୟରେ ଏତେ ପ୍ରଚୁର ଧାନ ଅମଳ ହେଉଛି ଯେ ସେ ସବୁକୁ ଚାଷୀ ସରକାରୀ ଧାର୍ଯ୍ୟ ମୂଲ୍ୟରେ ମଧ୍ୟ ବିକିବା ସମ୍ଭବ ହେଉନାହିଁ। ଭାରତୀୟ ଖାଦ୍ୟ ନିଗମର ଧାର୍ଯ୍ୟ କୋଟା ଅନୁସାରେ ଚାଷୀଙ୍କଠାରୁ ଧାନ କିଣା ଯାଉଥିବାରୁ ବେଳେବେଳେ ଉତ୍ପାଦିତ ବଳକା ଧାନକୁ କିଣିବାକୁ ରାଜ୍ୟ ସରକାର ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ଚାଷୀଙ୍କୁ ଅଭାବୀ ବିକ୍ରିରୁ ରକ୍ଷା କରିବା ପାଇଁ। ତେଣୁ ଆବଶ୍ୟକତା ଅନୁସାରେ ଧାନ ଚାଷ କରି ଅନ୍ୟାନ୍ୟ ଅର୍ଥକରୀ ଫସଲ ଉତ୍ପାଦନରେ ମନୋନିବେଶ କରିବାକୁ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏବେ କଟକସ୍ଥିତ ଜାତୀୟ ଧାନ ଗବେଷଣାକେନ୍ଦ୍ର (ଏନ୍‌‌ଆର୍‌‌ଆର୍‌‌ଆଇ) ପକ୍ଷରୁ ଓଡ଼ିଶାରେ ସୁବାସିତ ଧାନ ଚାଷକୁ ଉତ୍ସାହିତ କରିବାକୁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହା ସ୍ୱାଗତଯୋଗ୍ୟ।

ଆମ ଧାନଚାଷୀମାନେ ବାସନା ଧାନ ଅତି ଚାଷ ବହୁତ କମ୍‌‌ କରିଥା’ନ୍ତି। ବାସନା ଚାଉଳର ବଜାର ଚାହିଦା କିନ୍ତୁ ଅତି ଅଧିକ। ବ୍ୟବସାୟୀ ଓ ରପ୍ତାନିକାରୀମାନେ ଏହାକୁ ଆଗ ସଂଗ୍ରହ କରିନିଅନ୍ତି ଏବଂ ଏ ଧାନ ଓ ଚାଉଳ ବଜାର ମୂଲ୍ୟ ମଧ୍ୟ ଅଧିକ। ବିଡ଼ମ୍ବନା ହେଉଛି ଆମ ଚାଷୀ ଏହା ଉପରେ ଅଧିକ ଗୁରୁତ୍ୱ ଦେଇନଥା’ନ୍ତି। କୃଷି ବିଭାଗର ପ୍ରୋତ୍ସାହନ ସତ୍ତ୍ବେ ଏହି କିସମର ଧାନ ଚାଷ ରାଜ୍ୟରେ ସେତେ ଉତ୍ସାହଜନକ ନୁହେଁ। ଧାନ ଉତ୍ପାଦନରେ ଓଡ଼ିଶା ଭାରତରେ ଅଷ୍ଟମ ସ୍ଥାନରେ ରହିଛି। କିନ୍ତୁ ବାସନା ଧାନ ଚାଷ କ୍ଷେତ୍ରରେ ଏହାର ସ୍ଥାନ ବହୁ ତଳେ। ବାସନା ଧାନ ସୁକୁମାରିଆ ଓ କମ୍‌‌ ଅମଳକ୍ଷମ ତଥା ଅଧିକ ଯତ୍ନ ଖୋଜୁଥିବାରୁ ଆମ ଓଡ଼ିଆ ଚାଷୀ ବୋଧହୁଏ ଏହାର ବ୍ୟାବସାୟିକ ଚାଷ ପ୍ରତି ବିଶେଷ ଆଗ୍ରହୀ ନୁହନ୍ତି।

ଭାରତରେ ବାସୁମତୀ (ବାସ୍‌‌ମତୀ) ଓ ଅଣବାସ୍‌‌ମତୀ ସୁଗନ୍ଧିତ ଧାନ ଚାଷ ଉତ୍ତର ପ୍ରଦେଶ, ବିହାରର ହିମାଳୟ ସଂଲଗ୍ନ ଅଞ୍ଚଳ ଓ ଉତ୍ତରାଖଣ୍ଡରେ ଅଧିକ ହୁଏ। ଏହାଛଡ଼ା ପଶ୍ଚିମବଙ୍ଗ, ପଞ୍ଜବ ଓ ହରିଆଣାରେ ଏହି ଧାନଚାଷ ଆଜିକାଲି ହେଉଛି। ସେଠାକାର ଚାଷୀ ଏହି ରପ୍ତାନିଯୋଗ୍ୟ ଓ ସୁବାସିତ ଧାନ ଅମଳ କରି ବିଶେଷ ଲାଭବାନ ହେଉଛନ୍ତି। କଳାଜିରା, କଳାଲୁଣ, ସୋନା ମସୁରୀ, ତେଜମତି, କଳାମୂଚ, ଚିନିଗୁଡ଼ା, ଗୋବିନ୍ଦଭୋଗ ଓ ତୁଳସୀମାଳା ଆଦି ଅଣବାସୁମତୀ ଅଥଚ ବାସନାଯୁକ୍ତ ଧାନ ଆମ ରାଜ୍ୟ ପାଇଁ ନୂଆ ନୁହେଁ। ବିଭିନ୍ନ ଅଞ୍ଚଳରେ ଏହା କିନ୍ତୁ ସୀମିତ ଭାବେ ଚାଷ ହୋଇଥାଏ। କିଛି ଚାଷୀ ମଧ୍ୟ ବାସୁମତୀ ଓ ଜସ୍ମିନ ଧାନ ଚାଷ କରନ୍ତି। ଏକର ପିଛା ଉତ୍ପାଦନ ଦୃଷ୍ଟିରୁ ଏସବୁ ବାସନାଧାନ ଅଣବାସନାଧାନ ଭଳି ଅଧିକ ଅମଲକ୍ଷମ ନୁହେଁ। କିନ୍ତୁ ମୂଲ୍ୟ ଓ ଚାହିଦା ଦୃଷ୍ଟିରୁ ଏହା ସବା ଆଗରେ। ସରୁ ସଫା ଚାଉଳ, ବାସନାଯୁକ୍ତ ଓ ମିଠା ସ୍ୱାଦର ଏହି ଚାଉଳ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ତେବେ ଓଡ଼ିଆଙ୍କ ପଖାଳ ଆବଶ୍ୟକତା ମେଣ୍ଟାଇବାକୁ ଏହା ଉପଯୁକ୍ତ ନୁହେଁ।

ତେବେ ସେ ଯା’ହେଉ କଟକର ଜାତୀୟ ଧାନ ଗବେଷଣାଗାର (ଏନ୍‌‌ଆର୍‌‌ଆର୍‌‌ଆଇ) ସୁବାସିତ ଧାନ ଚାଷ ପାଇଁ ରାଜ୍ୟର ଚାଷୀଙ୍କୁ ଉତ୍ସାହିତ କରିବାକୁ ଯେଉଁ ପ୍ରକଳ୍ପ ଆରମ୍ଭ କରିଛି, ତାହା ନିଶ୍ଚିତ ସ୍ୱାଗତଯୋଗ୍ୟ। ଏହି କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଯେ ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ଏହି ଧାନର ପରୀକ୍ଷାମୂଳକ ଚାଷ କରାଯିବ। ଏନ୍‌‌ଆର୍‌‌ଆର୍‌‌ଆଇ ଏଥିପାଇଁ ଉପଯୁକ୍ତ ବିହନ କୃଷକ-ଉତ୍ପାଦକ ସଂଗଠନ (ଏଫପିଓ) ମାଧ୍ୟମରେ ଚାଷୀଙ୍କୁ ଯୋଗାଇବା ସହିତ ଏହାର ଚାଷ ପାଇଁ ନିୟମିତ ପରାମର୍ଶ ଯୋଗାଇବ। ଆହୁରି ମଧ୍ୟ ଉତ୍ପାଦିତ ଧାନ ଓ ଚାଉଳ ସଂଗ୍ରହ କରି ତାହାର ବିକ୍ରିବଟା ଏବଂ ରପ୍ତାନିକାମ ଦେଖିବାକୁ ଏକ ରପ୍ତାନକାରୀ ସଂସ୍ଥା ସହ ଏହି କେନ୍ଦ୍ର ତ୍ରିପାକ୍ଷିକ ଚୁକ୍ତି କରିଛି। ଚାଷର ବୈଷୟିକ ସହାୟତା, ଉନ୍ନତ ଫସଲ କିସମ ନିର୍ବାଚନ, ଚାଷ ପଦ୍ଧତି, ଉତ୍ପାଦନ, କ୍ରୟ, ପ୍ୟାକେଜିଂ ଓ ବିପଣନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ। ଏନ୍‌‌ଆରଆରଆଇ ଏସବୁ ଦାୟିତ୍ୱ ନିଜେ ବହନ କରିଛି।

ଅଣବାସୁମତୀ ବାସନା ଧାନ ଚାଷକୁ ନେଇ ଏନ୍‌‌ଆରଆରଆଇର ଏହି ପରୀକ୍ଷାମୂଳକ ପ୍ରକଳ୍ପ ଯଦି ସଫଳ ହୁଏ ତେବେ ଓଡ଼ିଶାର କୃଷକମାନଙ୍କ ପାଇଁ ଭବିଷ୍ୟତରେ ବହୁତ ଲଭଦାୟକ ହୋଇପାରିବ। ଓଡ଼ିଶାର ନିଜସ୍ୱ କେତେକ ଧାନ ପ୍ରଜାତିକୁ ନେଇ ଏହି ନୂତନ ପଦ୍ଧତିରେ ଚାଷ କରାଗଲେ ଏବଂ ସେଥିରୁ ଉତ୍ପାଦିତ ଚାଉଳକୁ ବିଶେଷ ପ୍ରକ୍ରିୟାକରଣ ମାଧ୍ୟମରେ ଦେଶ ବିଦେଶରେ ବିକ୍ରି ପାଇଁ ବହୁଳ ସୁଯୋଗ ମିଳିବ। ଆମ ରାଜ୍ୟରେ ମିଶନ୍‌‌ ଶକ୍ତି ଅଭିଯାନ ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସମ୍ପ୍ରତି ଅନେକ ଖାଦ୍ୟ ପ୍ରକ୍ରିୟାକରଣ କାମ ହାତକୁ ନେଉଛନ୍ତି। ତେଣୁ ରାଜ୍ୟରେ ଉତ୍ପାଦିତ ଏହି ବିରଳ ଚାଉଳ କିସମ, ବିଶେଷକରି ଜୈବିକ ଚାଷ ପ୍ରକ୍ରିୟା ଦ୍ୱାରା କରାଯାଉଥିବାରୁ, ଉପଯୁକ୍ତ ପ୍ରମାଣପତ୍ର ସହ ଏଥିରୁ ପ୍ରକ୍ରିୟାକୃତ ବିଭିନ୍ନ ଉତ୍ପାଦ ବଜାରକୁ ଛଡ଼ାଯାଇପାରିବ। ଭାରତ ଯଦି ଭିଏତ୍‌‌ନାମ ଓ ଅନ୍ୟ ଦକ୍ଷିଣ-ପୂର୍ବ ଏସିଆ ଦେଶମାନଙ୍କରୁ ପ୍ରକ୍ରିୟାକୃତ ଧାନ, ଚାଉଳ ଭିତ୍ତିକ ଉତ୍ପାଦ ଆମଦାନୀ କରିପାରୁଛି ତେବେ ଆମ ରାଜ୍ୟରୁ ପ୍ରସ୍ତୁତ ଜୈବିକ ଚାଷ ଭିତ୍ତିରେ ଉତ୍ପାଦିତ ବିରଳ ଚାଉଳ ପ୍ରଜାତିର ମଧ୍ୟ ପ୍ରକ୍ରିୟାକରଣ ଉତ୍ପାଦନର ବେଶ୍‌‌ ଚାହିଦା ରହିବ। ଏନ୍‌‌ଆରଆରଆଇ ଏ ଦିଗରେ ରାଜ୍ୟ ସରକାରଙ୍କ ସହ ମିଳିତ ଭାବରେ ବଜାର ବ୍ୟବସ୍ଥା ପ୍ରସ୍ତୁତ କଲେ ଉଭୟ ଚାଷୀ ଓ ମିଶନ୍‌‌ ଶକ୍ତିର ସ୍ୱୟଂ ସହାୟିକା ଗୋଷ୍ଠୀ ସମ୍ପୃକ୍ତ ଜିଲ୍ଲାମାନଙ୍କରେ ବହୁ ଲାଭବାନ୍‌‌ ହେବେ। ଆମ ଆଶା କରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ସହଯୋଗର ହାତ ମିଳାଇବେ।

ଏହା ଏକ ପରୀକ୍ଷାମୂଳକ ପ୍ରକଳ୍ପ। ଗୋଟିଏ ଗୋଟିଏ ଛୋଟ ଛୋଟ ପରୀକ୍ଷା ନିରୀକ୍ଷା ବେଳେବେଳେ ଐତିହାସିକ ସଫଳତା ଆଣି ସମଗ୍ର ଧାରା ବଦଳାଇବାରେ ସହାୟକ ହୋଇଥାଏ। ଏହି ପରୀକ୍ଷା ଜୈବିକ ଚାଷ ପ୍ରଣାଳୀରେ କରାଯାଉଥିବାରୁ ଏହାର ଗୁରୁତ୍ୱ ଅଧିକ। ଏହି ପରୀକ୍ଷା ଯଦି ସଫଳ ହୁଏ, ଏହା ଓଡ଼ିଶା ଚାଷୀଙ୍କ ଭାଗ୍ୟ ବଦଳାଇ ଦେବ। ଏଭଳି ପ୍ରୟାସକୁ ସବୁମନ୍ତେ ଉତ୍ସାହିତ କରିବା ସମସ୍ତଙ୍କର ଦାୟିତ୍ୱ।

08 Dec 2023 By The Sakala

https://www.thesakala.in/sakala-editorial/sakala-editorial-08-12-2023/article-28029
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର