ଚିତାବାଘ ଅପମୃତ୍ୟୁ ଅପବାଦ

The Sakala Picture
Published On

ଭାରତରୁ ଏସୀୟ ‘ଚିତା’ ଲୋପ ପାଇବାର ପ୍ରାୟ ସାତ ଦଶନ୍ଧି ପରେ ଟ୍ରାନ୍ସଲୋକେସନ ବା ସ୍ଥାନାନ୍ତରଣ ପ୍ରକ୍ରିୟାରେ ଆଫ୍ରିକୀୟ ଚିତାଙ୍କୁ ଆଣି ଥଇଥାନ କରିବା ସହିତ ସେମାନଙ୍କ ବଂଶବୃଦ୍ଧି ପାଇଁ ଭାରତ ସରକାର ଯେଉଁ ‘ପ୍ରୋଜେକ୍ଟ ଚିତା’ ଆରମ୍ଭ କରିଛନ୍ତି, ତାହା ଆରମ୍ଭରୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆଫ୍ରିକା ଓ ନାମ୍ବିଆରୁ ଅଣାଯାଇଥିବା ୨୦ଟି ଚିତାଙ୍କ ମଧ୍ୟରୁ ୧୫ଟିଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୬୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ତିଆରି କରାଯାଇଥିବା ସ୍ୱତନ୍ତ୍ର […]

ଭାରତରୁ ଏସୀୟ ‘ଚିତା’ ଲୋପ ପାଇବାର ପ୍ରାୟ ସାତ ଦଶନ୍ଧି ପରେ ଟ୍ରାନ୍ସଲୋକେସନ ବା ସ୍ଥାନାନ୍ତରଣ ପ୍ରକ୍ରିୟାରେ ଆଫ୍ରିକୀୟ ଚିତାଙ୍କୁ ଆଣି ଥଇଥାନ କରିବା ସହିତ ସେମାନଙ୍କ ବଂଶବୃଦ୍ଧି ପାଇଁ ଭାରତ ସରକାର ଯେଉଁ ‘ପ୍ରୋଜେକ୍ଟ ଚିତା’ ଆରମ୍ଭ କରିଛନ୍ତି, ତାହା ଆରମ୍ଭରୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆଫ୍ରିକା ଓ ନାମ୍ବିଆରୁ ଅଣାଯାଇଥିବା ୨୦ଟି ଚିତାଙ୍କ ମଧ୍ୟରୁ ୧୫ଟିଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୬୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ତିଆରି କରାଯାଇଥିବା ସ୍ୱତନ୍ତ୍ର ମୁକ୍ତ ଖୁଆଡ଼ରେ ରେଡିଓ କୋଲାର ଦେଇ ଛଡ଼ାଯାଇଥିଲା। ଅବଶିଷ୍ଟ ୫ଟିଙ୍କୁ ସ୍ୱତନ୍ତ୍ର ଖୁଆଡ଼ରେ ରଖି ସେମାନଙ୍କ ଗତିବିଧି ଉପରେ କର୍ତ୍ତୃପକ୍ଷ ନଜର ରଖିଥିଲେ।

୨୦୨୨ ସେପ୍ଟେମ୍ବରରେ ପ୍ରଥମ ଦଫାରେ ନାମ୍ବିଆରୁ ଆଠଟି ଚିତା ଭାରତରେ ଆସି ପହଞ୍ଚିବା ପରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌‌ରେ ରଖି ପରେ କୁନୋ ଜାତୀୟ ଉଦ୍ୟାନରେ ଉଦ୍ଦିଷ୍ଟ ଖୁଆଡ଼ରେ ଛଡ଼ା ଯାଇଥିଲା। ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାଙ୍କୁ ଅଣାଯାଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଏକବର୍ଷ ନ ପୁରୁଣୁ ଗତ ଚାରିମାସରେ ଆଠଟି ଚିତାଙ୍କର ଏହି ଅଭୟାରଣ୍ୟ ମଧ୍ୟରେ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରେ ଭାରତରେ ଜନ୍ମ ହୋଇଥିବା ତିନିଟି ଛୁଆ ଅନ୍ତର୍ଭୁକ୍ତ। ଏହି ଚିତା ପ୍ରକଳ୍ପ ଭାରତ ସରକାରଙ୍କର ଏକ ଉଚ୍ଚାଭିଳାଷୀ ଯୋଜନା। ତେଣୁ ଏହି ଘଟଣାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହେବା ସ୍ୱାଭାବିକ। ଗଣମାଧ୍ୟମ ମଧ୍ୟ ଏହି ଚିତା ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶ କରୁଛି। ଏହାଫଳରେ ପ୍ରକଳ୍ପର ଭବିଷ୍ୟତ ଘେନି ସନ୍ଦେହ ସୃଷ୍ଟି ହୋଇଛି।

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌‌ଟିସିଏ) ଏହି ପ୍ରକଳ୍ପକୁ ମଧ୍ୟପ୍ରଦେଶ ସରକାରଙ୍କ ସହଯୋଗରେ କାର୍ଯ୍ୟକାରୀ କରୁଛି। ଗଣମାଧ୍ୟମରେ ବାଘ ମୃତ୍ୟୁକୁ ନେଇ ଯେଉଁ ସବୁ ଖବର ପ୍ରକାଶ ପାଉଛି, ତାହାକୁ ଏନ୍‌‌ଟିସିଏ ଖଣ୍ଡନ କରି କହିଛି ଯେ ଏସବୁ କପୋଳକଳ୍ପିତ ଏବଂ ଭିତ୍ତିହୀନ। ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଚାଲିଛି। ସତକଥା ହେଲା ବାଘ ଏହି ପ୍ରକଳ୍ପରେ ନିୟମିତ ବ୍ୟବଧାନରେ ମରୁଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ କର୍ତ୍ତୃପକ୍ଷ ତଥ୍ୟ ନ ରଖିବା କାରଣରୁ ଗଣମାଧ୍ୟମ କାଳ୍ପନିକ କାହାଣୀ ଲେଖିବାକୁ ବାଧ୍ୟ ହୋଇପାରେ। ଏହାଦ୍ୱାରା ସତ ହୁଏତ ପଦାକୁ ଆସିପାରେ।

ତେବେ ଏନ୍‌‌ଟିସି କର୍ତ୍ତୃପକ୍ଷ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି ତାହା ବେଶ୍‌‌ ସ୍ପଷ୍ଟ ଏବଂ ବୋଧଗମ୍ୟ। ଏହାଦ୍ୱାରା ଲୋକଙ୍କ ମନରୁ ସନ୍ଦେହ ଦୂର ହେବ। ସରକାରଙ୍କ କହିବା କଥା ହେଲା ଚିତା ଭଳି ଟ୍ରାନ୍ସଲୋକେସନ ପ୍ରକଳ୍ପର ସଫଳତା ବିଫଳତା କଳନା କରିବାକୁ ଗୋଟିଏ ବର୍ଷ ଯଥେଷ୍ଟ ନୁହେଁ। ଏହା ଏକ ଦୀର୍ଘମିଆଦୀ ପ୍ରକ୍ରିୟା। ତେଣୁ ଭାରତର ଚିତା ପ୍ରକଳ୍ପକୁ ଏକ ବର୍ଷ ପୂରଣ ହୋଇନଥିବା ବେଳେ ଚିତା ମୃତ୍ୟୁ ସଂଖ୍ୟାକୁ ନେଇ ସଂଶୟ ପ୍ରକଟ କରିବା ଠିକ୍‌‌ ନୁହେଁ। ଆହୁରି ମଧ୍ୟ ଦକ୍ଷିଣ ଆଫ୍ରିକାର ଗବେଷଣା ତଥ୍ୟ ଅନୁସାରେ ଚିତାଙ୍କ ମୃତ୍ୟୁହାର ଅଧିକ ଓ ସ୍ଥାନାନ୍ତରିତ ଚିତାଙ୍କ ମୃତ୍ୟୁହାର ତା’ଠାରୁ ଆହୁରି ବେଶୀ। ସ୍ଥାନାନ୍ତରିତ ହୋଇଥିବା ଚିତାଙ୍କ ମଧ୍ୟରୁ ଗୋଟିଏ ବର୍ଷରେ ଯଦି ଅଧେ ବଞ୍ଚିଗଲେ ତେବେ ଏହା ଏକ ବଡ଼ ସଫଳତା। ଚିତା ମୃତ୍ୟୁର କାରଣ ଅନେକ। ଏମାନେ ଜଙ୍ଗଲରେ ବୁଲୁଥିବାବେଳେ ସିଂହ, ହାତୀ, କଲରା ପତ୍ରିଆ, ଗଧିଆ, ସାପ, ବିଲୁଆ, କୁକୁର, ଶିଆଳ ଆଦି ଏମାନଙ୍କୁ ଆକ୍ରମଣ କରି ମୃତାହତ କରିଥା’ନ୍ତି। ଏହି ପ୍ରକ୍ରିୟାରେ ପ୍ରାୟ ୫୩% ଚିତାଙ୍କର ମୃତ୍ୟୁ ହୋଇଥାଏ। ଆଉ ମଧ୍ୟ କେତେକ ଶିକାର ବେଳେ ଆହତ ହୋଇ ମୃତ୍ୟୁମୁଖରେ ପଡ଼ନ୍ତି। ଏହା ଛଡ଼ା ନାନା ପ୍ରକାର ରୋଗରେ ଚିତାଙ୍କର ମୃତ୍ୟୁ ହୋଇଥାଏ ଏବଂ ସେମାନଙ୍କୁ ଧରି ଆଣି ନୂଆ ଯାଗାରେ ଛାଡ଼ିବାବେଳେ ଦୁର୍ଘଟଣାରେ ସେମାନେ ମଧ୍ୟ ମୃତାହତ ହୁଅନ୍ତି। ଆହୁରି ମଧ୍ୟ ସୁରକ୍ଷିତ ଇଲାକାରେ ଚିତା ଶାବକଙ୍କ ମୃତ୍ୟୁହାର ୯୦% ଯାଏ ହୋଇଥାଏ। ଏଥିରେ ସେମାନଙ୍କୁ ଶିକାରୀ ପଶୁପକ୍ଷୀ ଅଧିକ ଶିକାର କରିଥା’ନ୍ତି।

ସେ ଦୃଷ୍ଟିରୁ ଦେଖିଲେ ଭାରତରେ ଏହି ଚିତା ପ୍ରକଳ୍ପକୁ ନେଇ ନିରାଶ ହେବାର ବିଶେଷ କିଛି କାରଣ ନାହିଁ। ଏଥିପାଇଁ ଗଠିତ ଷ୍ଟିୟରିଂ କମିଟି ଦକ୍ଷିଣ ଆଫ୍ରିକା ଓ ନାମ୍ବିଆର ଚିତା ବିଶେଷଜ୍ଞ, ପଶୁ ଚିକିତ୍ସକ ଓ ଅନ୍ୟାନ୍ୟ ବିଶାରଦମାନଙ୍କ ସହ ନିୟମିତ ପରାମର୍ଶରେ ଅଛନ୍ତି। କେଉଁ କାରଣରୁ ଚିତାଙ୍କର ମୃତ୍ୟୁ ଘଟୁଛି, ପ୍ରତ୍ୟେକ ଘଟଣାରେ ତାହାର ବ୍ୟବଚ୍ଛେଦ କରାଯାଇ କାରଣ ନିର୍ଦ୍ଧାରଣ କରାଯାଉଛି। ଯେଉଁଠି ପ୍ରତିକାରର ଆବଶ୍ୟକତା ରହିଛି, ତାହାକୁ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ଏସୀୟ ଚିତା ଓ ଆଫ୍ରିକୀୟ ଚିତା ଦୁଇ ଭିନ୍ନ ପ୍ରଜାତିର। ସେମାନଙ୍କ ଆବାସ ଓ ଅଭ୍ୟାସ ଭିନ୍ନ। ତେଣୁ ଭାରତରେ ଆଫ୍ରିକୀୟ ଚିତାଙ୍କୁ ଆଣି ପାଳିବା ଓ ସେମାନଙ୍କ ବଂଶ ବିସ୍ତାର କରାଇବା ନିଶ୍ଚିତ ଏକ ବଡ଼ ଆହ୍ୱାନ। ସରକାର ଏହାକୁ ଏକ ଆହ୍ୱାନ ଭାବେ ନେଇଛନ୍ତି ଏବଂ ପ୍ରକଳ୍ପ ସଫଳ ହେବ ବୋଲି ଦୃଢ଼ ଆଶାବାଦୀ। କୁନୋରେ ପ୍ରାଣ ହରାଇଥିବା ଚିତାଙ୍କ ମଧ୍ୟରୁ ଅଧିକାଂଶ ପ୍ରାକୃତିକ କାରଣ ଯୋଗୁଁ ମରିଥିବା ସରକାର କହୁଛନ୍ତି।

ସରକାରଙ୍କ କଥା ଯଦି ସତ ହୋଇଥାଏ, ତା’ ହେଲେ ଆମକୁ ଆଉ କିଛି କାଳ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଆମ ଗଣମାଧ୍ୟମ ସଂଯମ ଅବଲମ୍ବନ କରି ଏ ସମ୍ପର୍କରେ ତଥ୍ୟ ଦେବା ଉଚିତ। ଗଣମାଧ୍ୟମକୁ ନିୟମିତ ତଥ୍ୟ କର୍ତ୍ତୃପକ୍ଷ ଯୋଗାଇଲେ ସେମାନେ ମନଗଢ଼ା ସମ୍ବାଦ ପ୍ରକାଶ କରିବେ ନାହିଁ ବୋଲି ଆମର ଆଶା ଓ ବିଶ୍ୱାସ। ଏହି ପ୍ରକଳ୍ପର ସଫଳତା ଆମେ କାମନା କରୁଛୁ।

18 Jul 2023 By The Sakala

https://www.thesakala.in/sakala-editorial/sakala-editorial-18-07-2023/article-23590
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର