ଜନ୍ମଦାତ୍ରୀର ଦୁଃଖ ବୁଝିବ କିଏ!

The Sakala Picture
Published On

ସାମ୍ପ୍ରତିକ ସମାଜରେ ବୃଦ୍ଧବୃଦ୍ଧାମାନେ ଦିନକୁ ଦିନ କିପରି ଅବହେଳିତ, ଅଣଦେଖା ଓ ଅଲୋଡ଼ା ହୋଇ ପଡୁଛନ୍ତି ଏହାର ଦୃଷ୍ଟାନ୍ତ ଖୋଜିବା ଅନାବଶ୍ୟକ। କାରଣ ଏହା ଏବେ ଘର ଘରର କାହାଣୀ। ଏବର ଯୁବପିଢ଼ି ପାଖରେ ସେମାନଙ୍କୁ ଦେଖାଶୁଣା କରିବା ପାଇଁ ସମୟ, ଆଗ୍ରହ ଓ ମନୋବୃତ୍ତି ନାହିଁ। କେତେକ ତ ପିତାମାତାଙ୍କୁ ଏକୁଟିଆ ଛାଡ଼ିଦେଇ ବିଦେଶରେ ସ୍ଥାୟୀ ବାସିନ୍ଦା ହୋଇ ରହି ଯାଉଛନ୍ତି। ଆମର ଚିରାଚରିତ ଯୌଥ ପରିବାରର ସଂସ୍କୃତି ଭାଙ୍ଗିରୁଜି ଅଣୁରେ ପରିଣତ ହୋଇ ଗଲାଣି। […]

ସାମ୍ପ୍ରତିକ ସମାଜରେ ବୃଦ୍ଧବୃଦ୍ଧାମାନେ ଦିନକୁ ଦିନ କିପରି ଅବହେଳିତ, ଅଣଦେଖା ଓ ଅଲୋଡ଼ା ହୋଇ ପଡୁଛନ୍ତି ଏହାର ଦୃଷ୍ଟାନ୍ତ ଖୋଜିବା ଅନାବଶ୍ୟକ। କାରଣ ଏହା ଏବେ ଘର ଘରର କାହାଣୀ। ଏବର ଯୁବପିଢ଼ି ପାଖରେ ସେମାନଙ୍କୁ ଦେଖାଶୁଣା କରିବା ପାଇଁ ସମୟ, ଆଗ୍ରହ ଓ ମନୋବୃତ୍ତି ନାହିଁ। କେତେକ ତ ପିତାମାତାଙ୍କୁ ଏକୁଟିଆ ଛାଡ଼ିଦେଇ ବିଦେଶରେ ସ୍ଥାୟୀ ବାସିନ୍ଦା ହୋଇ ରହି ଯାଉଛନ୍ତି। ଆମର ଚିରାଚରିତ ଯୌଥ ପରିବାରର ସଂସ୍କୃତି ଭାଙ୍ଗିରୁଜି ଅଣୁରେ ପରିଣତ ହୋଇ ଗଲାଣି। ଏହାର ପରିଣାମ ସ୍ୱରୂପ ଯେଉଁମାନେ ଦିନେ ପରିବାରର ମଙ୍ଗୁଆଳ ଭାବରେ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ଥିଲେ ଏବେ ସେମାନେ ବିସ୍ମୃତ, ଉପେକ୍ଷିତ।

ଉଭୟ ପୁରୁଷ ଓ ନାରୀ ସମଦଶାପନ୍ନ ହେଉଥିଲେ ବି ପୁରୁଷଙ୍କ କଥା ନିଆରା। ଘର ଛାଡ଼ିଲେ ସେମାନେ କୌଣସି ମତେ ନିଜକୁ ସମ୍ଭାଳି ନେବେ। ହେଲେ ନାରୀଟିଏ? ଗୃହଲକ୍ଷ୍ମୀ ଭାବରେ ଯେଉଁ ଘରର ଚାରିକାନ୍ଥ ଭିତରେ ସାରା ସଂସାରର ସୁଖସ୍ୱପ୍ନରେ ବୁଡ଼ିରହି ଯିଏ ବାହାର ଦୁନିଆ କ’ଣ ଜାଣି ନଥାଏ, ସେହି ଘରୁ ଅଚାନକ ବିତାଡ଼ିତ ହୋଇଗଲେ ଚାରିଆଡ଼ ତା’କୁ ଅନ୍ଧାର ଦିଶେ। କ’ଣ କରିବ? କୁଆଡ଼େ ଯିବ? ଜନ୍ମରୁ ଜରା ପର୍ଯ୍ୟନ୍ତ ଯିଏ ଅସୁରକ୍ଷିତ ଘରୁ ବାହାରି ଗଲେ ସେ କେଉଁଠି ପାଇବ ନିରାପଦ ଆଶ୍ରୟ? ଏଇ ଚିନ୍ତା ତା’କୁ ଘାରେ। ତେଣୁ ଅନନ୍ୟୋପାୟ ହୋଇ ପରିବାର ସହିତ ସାଲିସ କରିବାକୁ ସେ ବାଧ୍ୟ ହୁଏ ଏବଂ ଅକଥନୀୟ ପାରିବାରିକ ଅତ୍ୟାଚାର ସହିନିଏ। ମିଳିତ ଜାତସଂଘ ସ୍ୱୀକୃତ ‘ଏଜ୍‌‌ ୱେଲ୍‌‌ ଫାଉଣ୍ଡେସନ’ ଏ ବିଷୟରେ ଅନୁ୍‌‌ଧ୍ୟାନ କରି ୨୦୧୬ ରେ ଦେଇଥିବା ଏକ ରିପୋର୍ଟ ଅନୁସାରେ ଭାରତରେ ୨୦% ବୃଦ୍ଧା ଦୃଢ଼ ପାରିବାରିକ କଟକଣା ଭିତରେ ରୁହନ୍ତି, ୩୭%ଙ୍କୁ ଦୁର୍ବ୍ୟବହାର କରାଯାଏ,୧୩%ଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଏ, ୧୩% ଙ୍କୁ ମୌଳିକ ଆବଶ୍ୟକତାରୁ ବଞ୍ଚିତ କରାଯାଏ, ୯%ଙ୍କୁ ଶାରୀରିକ ଯନ୍ତ୍ରଣା ଦିଆଯାଏ ଏବଂ ୮%ଙ୍କୁ ଅନ୍ୟ ପ୍ରକାରର ଯାତନା ଦିଆଯାଏ। କିନ୍ତୁୁ ନାରୀଟିଏ ବିନା ପ୍ରତିବାଦରେ ଏ ସବୁକୁ ମୁଣ୍ଡ ପାତି ସହିଯାଏ। କାରଣ ସହନଶୀଳତା ଓ ଧୈର୍ଯ୍ୟ ତା’ର ସହଜାତ ପ୍ରବୃତ୍ତି। ଏଭଳି ଦୁଃସ୍ଥିତିର ବିଶେଷ ଶିକାର ହୁଅନ୍ତି ବିଧବା, ସ୍ୱାମୀ ପରିତ୍ୟକ୍ତା, ଅବିବାହିତା, ନିଃସନ୍ତାନ ଏବଂ ବାର୍ଦ୍ଧକ୍ୟରେ ଏକାକିନୀ ହୋଇଯାଇଥିବା ମହିଳାମାନେ। ଏଥିରେ ଯୋଡ଼ି ହୋଇଯାଏ ଲିଙ୍ଗଗତ ବୈଷମ୍ୟ, ଅଧିକ ଆୟୂଷ, ରୋଜଗାରହୀନତା, ନିରକ୍ଷରତା ବା କମ୍‌‌ ସାକ୍ଷରତା, ଆଇନ୍‌‌ କାନୁନ୍‌‌ ଜାଣି ନଥିବା, ନିଜର ଅଧିକାର ବିଷୟରେ ଅଜ୍ଞତା, ପ୍ରତିକାର, ପ୍ରତିରୋଧ ବା ପ୍ରତିଷେଧ ପାଇଁ ଅକ୍ଷମତା, ବାସସ୍ଥାନ ନଥିବା ଆଦି ସମସ୍ୟା।

୨୦୧୧ ଜନଗଣନା ତଥ୍ୟ ଅନୁସାରେ ଆମ ଦେଶରେ ବୃଦ୍ଧ ବୃଦ୍ଧାଙ୍କ(୬୦ ବର୍ଷ ବା ତଦୂଦ୍ଧ୍ୱର୍) ସଂଖ୍ୟା ୧୦୪ ନିୟୁତ (ବୃଦ୍ଧ ୫୧ ନିୟୁତ ଓ ବୃଦ୍ଧା ୫୩ ନିୟୁତ) ଥିଲା, ଯାହା ୨୦୨୬ ବେଳକୁ ୧୭୩ ନିୟୁତ ଏବଂ ୨୦୫୦ ବେଳକୁ ୩୦୦ ନିୟୁତରେ ପହଞ୍ଚିବ ବୋଲି ଅନୁମାନ କରାଯାଏ। ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦୃଷ୍ଟିରୁ ଏବେ ପୃଥିବୀରେ ଭାରତର ସ୍ଥାନ ଦ୍ୱିତୀୟ। ଦ୍ରୁତଗତିରେ ବଢ଼଼ି ଚାଲିଥିବା ଏହି ସଂଖ୍ୟା ଏକ ଗମ୍ଭୀର ସାମାଜିକ ସମସ୍ୟା ରୂପେ ସାରା ଦେଶ ପାଇଁ ଉଦବେଗର କାରଣ ପାଲଟିଲାଣି। ତେଣୁ ଏହାର ସମାଧାନ ପାଇଁ ସରକାରୀ, ବେସରକାରୀ ଓ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି। ସରକାରୀ ସ୍ତରରେ ବରିଷ୍ଠ ନାଗରିକ ସୁରକ୍ଷା ଆଇନ୍‌‌ ୨୦୦୭, ୨୦୧୬ ଏବଂ ୨୦୧୯, ବରିଷ୍ଠଙ୍କ ପାଇଁ ସମନ୍ୱିତ ଯୋଜନା (ଆଇପିଓପି)ଠାରୁ ବେସରକାରୀ ସ୍ତରରେ ମିଳିତ ଜାତିସଂଘର ଇକୋଏକ୍‌‌ ସହଯୋଗରେ ‘ସ୍ତ୍ରୀ ଶକ୍ତି’ ନାମକ ସଂସ୍ଥାର ‘ଇନୋଭେଟିଭ ପ୍ରାକ୍‌‌ଟିସ୍‌‌ ଫର୍‌‌ କେୟାର ଅଫ୍‌‌ ଏଲ୍ଡର୍ଲି ୱିମେନ୍‌‌’ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସମସ୍ୟାର ଲାଘବ ପାଇଁ ଉଦ୍ୟମ ଜାରି ରହିଛି।

ଏଥିସହିତ ଆଉ କେତେକ ପଦକ୍ଷେପ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ସହାୟକ ହୋଇପାରେ। ସମ୍ପ୍ରତି କାର୍ଯ୍ୟକ୍ଷମ ଥିବା ବୃଦ୍ଧାଶ୍ରମ, ଜରାନିବାସ, ଆଶ୍ରୟସ୍ଥଳ, ରାତ୍ରି ଆଶ୍ରୟସ୍ଥଳ, ଡେ କେୟାର ସେଣ୍ଟର୍‌‌ ଇତ୍ୟାଦିକୁ ଅଧିକ ଆକର୍ଷଣୀୟ କରାଯାଇପାରିଲେ ବୟସ୍କବୟସ୍କାମାନେ ସେଠାରେ ରହିବାକୁ ଆକୃଷ୍ଟ ହେବେ। ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ସହିତ ସେମାନଙ୍କୁ ସଂଶ୍ଳିଷ୍ଟ କରାଗଲେ ସେମାନଙ୍କର ମାନସିକ ଅଶାନ୍ତି ଦୂର ହୋଇପାରିବ। ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ସେମାନଙ୍କୁ ସୁଯୋଗ ଦେଲେ ସେମାନେ ଏକୁଟିଆ ଅନୁଭବ କରିବେ ନାହିଁ। ସେମାନଙ୍କର ଦୀର୍ଘ ଅଭିଜ୍ଞତା ଓ ଦକ୍ଷତାର ଉପଯୁକ୍ତ ବିନିଯୋଗ କଲେ ଉଭୟ ପକ୍ଷ ଉପକୃତ ହେବେ। ଇଚ୍ଛା ଓ ସାମର୍ଥ୍ୟ ଭିତ୍ତିରେ ସେମାନଙ୍କ ପାଇଁ ଆୟର ପନ୍ଥା ସ୍ଥିର କଲେ ସେମାନେ ସ୍ୱାବଲମ୍ୱୀ ହୋଇ ପାରିବେ। ଏହାଛଡ଼ା ପେନସନ ବ୍ୟବସ୍ଥା, ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ମାଗଣା ପାସ୍‌‌, ସଚେତନତା ସୃଷ୍ଟି ଅଭିଯାନ, ସମ୍ପତ୍ତିର ଉତ୍ତରାଧିକାର ପାଇଁ ଆଇନ୍‌‌ର ସରଳୀକରଣ ଆଦି ବିଷୟରେ ମଧ୍ୟ ଚିନ୍ତା କରା ଯାଇପାରେ।

ଅଲେଖ ଚନ୍ଦ୍ର ମିଶ୍ର
ଭୁବନେଶ୍ୱର, ମୋ: ୯୪୩୮୬୭୩୮୯୮

23 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର