ଚାଷବାସ କ୍ଷେତ୍ରରୁ ଓଡ଼ିଶା ପାଇଁ ସୁଖବର; ଶ୍ରୀଅନ୍ନକୁ ଅଧିକ ଗୁରୁତ୍ୱ ଦେବାର ବେଳ

The Sakala Picture
Published On

ଓଡ଼ିଶାର କୃଷିକ୍ଷେତ୍ରରୁ ଯେଉଁ ସୂଚନା ଆସୁଛି ତାହା କେବଳ ଉତ୍ସାହଜନକ ନୁହେଁ, ସ୍ଥିତି ପରିବର୍ତ୍ତନକାରୀ ମଧ୍ୟ। କ୍ରମାଗତ ଭାବେ ଗୋଟିଏ ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରି ସେଥିରେ ଯଥାର୍ଥ ଅବଦାନ ରଖିଲେ ସୁଫଳ ଯେ ନିଶ୍ଚିତ ମିଳିବ କୃଷିକ୍ଷେତ୍ରର ସଦ୍ୟତମ ଉପଲବ୍ଧି ତାହା ପ୍ରମାଣିତ କରିଛି। ରାଜ୍ୟ କୃଷି ଓ କୃଷକ କଲ୍ୟାଣ ବିଭାଗର ସୂଚନା ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ମୋଟ ଶସ୍ୟ ଉତ୍ପାଦନ ପରିମାଣ ପ୍ରାୟ ୧୨୫.୪୯ ଲକ୍ଷ ମେଟ୍ରିକ ଟନ୍‌‌। […]

ଓଡ଼ିଶାର କୃଷିକ୍ଷେତ୍ରରୁ ଯେଉଁ ସୂଚନା ଆସୁଛି ତାହା କେବଳ ଉତ୍ସାହଜନକ ନୁହେଁ, ସ୍ଥିତି ପରିବର୍ତ୍ତନକାରୀ ମଧ୍ୟ। କ୍ରମାଗତ ଭାବେ ଗୋଟିଏ ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରି ସେଥିରେ ଯଥାର୍ଥ ଅବଦାନ ରଖିଲେ ସୁଫଳ ଯେ ନିଶ୍ଚିତ ମିଳିବ କୃଷିକ୍ଷେତ୍ରର ସଦ୍ୟତମ ଉପଲବ୍ଧି ତାହା ପ୍ରମାଣିତ କରିଛି। ରାଜ୍ୟ କୃଷି ଓ କୃଷକ କଲ୍ୟାଣ ବିଭାଗର ସୂଚନା ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ମୋଟ ଶସ୍ୟ ଉତ୍ପାଦନ ପରିମାଣ ପ୍ରାୟ ୧୨୫.୪୯ ଲକ୍ଷ ମେଟ୍ରିକ ଟନ୍‌‌। ସେଥିମଧ୍ୟରେ ସର୍ବାଧିକ ୧୧୫ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଧାନ ରହିଛି, ଯାହା ରାଜ୍ୟର ସବୁଠୁ ଅଧିକ ଚାଷ ହେଉଥିôବା ଖାଦ୍ୟ ଶସ୍ୟ। ଏହାଛଡ଼ା ମୋଟା ଶସ୍ୟ ଆକାରରେ ୮.୬୦ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ମକା, ୧.୬୧ ଲକ୍ଷ ମେଟ୍ରିକ ଟନ୍‌‌ ଗହମ ଓ ଅନ୍ୟାନ୍ୟ ମିଲେଟ୍‌‌ ଜାତୀୟ ଶସ୍ୟ ଏବଂ ୨୮ ହଜାର ମେଟ୍ରିକ୍‌‌ ଟନ୍‌‌ ମାଣ୍ଡିଆ ଉତ୍ପାଦିତ ହୋଇଛି। ଧାନ ଉଭୟ ଖରିଫ୍‌‌ ଓ ରବି ଋତୁରେ ଚାଷ ହେଉଥିବାରୁ ଏବଂ ଅନେକ ଚାଷୀ ଏହାକୁ ବ୍ୟାବସାୟିକ ଭିତ୍ତିରେ ଚାଷ କରୁଥିବାରୁ ଏହାର ଅମଳ ବଢ଼଼ିବା ସ୍ୱାଭାବିକ। ତେବେ ଅନ୍ୟାନ୍ୟ ମୋଟା ଶସ୍ୟର ଚାଷ ପ୍ରତି ଚାଷୀ ଆକୃଷ୍ଟ ହେବା ଓ ଏହାର ଉତ୍ପାଦନ ବଢ଼଼ିବା ନିଶ୍ଚିତ ଏକ ଉତ୍ସାହଜନକ ଖବର। କାରଣ ଏ ସବୁ ଫସଲ ଧାନ ଅପେକ୍ଷା କମ୍‌‌ ପାଣି, ସାର ଓ କୀଟନାଶକ ଆବଶ୍ୟକ କରେ ଏବଂ ଏହାର ଚାଷ ଖର୍ଚ୍ଚ କମ୍‌‌। ଏହାଛଡ଼ା ଏହି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ତଥା ଚାହିଦା ମଧ୍ୟ ତୁଳନାତ୍ମକ ଭାବେ ଅଧିକ। ତେଣୁ ଏହି ସବୁ ଅଣଧାନ ଶସ୍ୟର ଚାଷ ଯେତେ ବଢ଼଼ିବ ଚାଷୀଙ୍କ ଆୟ ସେତେ ବୃଦ୍ଧି ପାଇବ। ଏବେ ତ ରବି ଫସଲ ଅମଳ ଚାଲିଛି ଏବଂ ଖରିଫ୍‌‌ ଚାଷ କାମ ଆରମ୍ଭ ହୋଇଛି। ତେଣୁ ରବି ଚାଷର ସଫଳତାକୁ ଚାଷୀ ଖରିଫରେ ଯେପରି ଦୋହରାଇବେ ରାଜ୍ୟ କୃଷି ବିଭାଗ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ।

ଉତ୍ପାଦନ ହିସାବରେ ଦେଖିଲେ ୨୦୨୨-୨୩ରେ ଓଡ଼ିଶାରେ ୧୦.୫୫ ଲକ୍ଷ ମେଟ୍ରିନ୍‌‌ ଟନ୍‌‌ ଡାଲି ଉତ୍ପାଦିତ ହୋଇଥିଲା। ସେଥିମଧ୍ୟରୁ ୪.୨୧ ଟନ୍‌‌ ମୁଗ, ୧.୯୭ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ବିରି, ୧.୩୭ ଲକ୍ଷ ଟନ୍‌‌ ହରଡ଼ ସମେତ କୋଳଥ, ମଟର, ମସୁର ଓ ଅନ୍ୟାନ୍ୟ ଡାଲି ଓ ଚଣାଜାତୀୟ ଫସଲ ଉତ୍ପାଦନ ମଧ୍ୟ ଭଲ ରହିଛି। ଡାଲି କ୍ଷେତ୍ରରେ ଓଡ଼ିଶା ଆତ୍ମନିର୍ଭରଶୀଳ ନୁହେଁ, କିନ୍ତୁ ଏହାର ଚାହିଦା ଅଧିକ। ତେବେ ରାଜ୍ୟରେ ଯେଉଁ ପରିମାଣର ଡାଲି ଜାତୀୟ ଫସଲ ଉତ୍ପାଦିତ ହେଉଛି ତାହା ମୁଖ୍ୟତଃ ଘରୋଇ ଚାହିଦା ଆବଶ୍ୟକତା କେତେକାଂଶରେ ପୂରଣ କରିଥାଏ।

ରାଜ୍ୟରେ ଖାଦ୍ୟ ଶସ୍ୟର ରେକର୍ଡ ଉତ୍ପାଦନ ଯେକୌଣସି ସରକାରଙ୍କ ପାଇଁ ଏକ ଉତ୍ସାହଜନକ ବିଷୟ। ଏଠି ଗୋଟିଏ ବିଷୟ ପ୍ରଣିଧାନଯୋଗ୍ୟ ଯେ ପ୍ରାୟ ଦୁଇ ଦଶନ୍ଧି ତଳେ ଓଡ଼ିଶା ଖାଦ୍ୟ ଶସ୍ୟ ଓ ଅନ୍ୟାନ୍ୟ ଫସଲ ଉତ୍ପାଦନରେ ଏକ ନିଅଣ୍ଟିଆ ରାଜ୍ୟ ହୋଇଥିବା ବେଳେ ଏବେ ଏଥିରେ ବଳକା ପ୍ରଦେଶ ଭାବେ ପରିଗଣିତ ହେଉଛି। ଏହାପଛରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଆଗ୍ରହ, ନିଷ୍ଠା ଓ ପ୍ରେରଣା। କୃଷି ଓ କୃଷକର ଉନ୍ନତି ସହିତ ଉତ୍ପାଦନ ବଢ଼଼ାଇ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଗତ କିଛିବର୍ଷ ଧରି ସେ ଯେଉଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରୁଛନ୍ତିି ତାହାର ସୁଫଳ ଏବେ ମିଳୁଛି। ସ୍ୱତନ୍ତ୍ର କୃଷି ବଜେଟ୍‌‌, ଜଳସେଚନର ସୁବିଧା ବୃଦ୍ଧି, ଫସଲର ବିବିଧକରଣ ବା ନାନା ପ୍ରକାର ଫସଲ ଚାଷ, ଅର୍ଥକରୀ ଫସଲ ଚାଷକୁ ଗୁରୁତ୍ୱ, ନିପାଣିଆ ବା ଅଳ୍ପପାଣିରେ ଅଧିକ ଅମଳ ହେଉଥିବା ଫସଲ ଚାଷ ସହିତ ଗୋପାଳନ, କୁକୁଡ଼ା ପାଳନ ଓ ମତ୍ସ୍ୟ ଚାଷ ତଥା ଉଦ୍ୟାନ କୃଷିକୁ ସରକାର ଅଗ୍ରାଧିକାରଭିତ୍ତିରେ କାର୍ଯ୍ୟକାରୀ କରୁଛନ୍ତି।

ଯୋଜନାର ରୂପାୟନ ପ୍ରକ୍ରିୟା ଠିକ୍‌‌ଠାକ୍‌‌ ଥିବାରୁ ଓଡ଼ିଶା ବାରମ୍ବାର କୃଷି କର୍ମଣ ପୁରସ୍କାର ପାଇବା ସହିତ ମିଲେଟ୍‌‌ ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ବେଶ୍‌‌ ସଫଳତା ହାସଲ କରିଛି। ମାଛ, ମାଂସ, ଅଣ୍ଡା ଭଳି ଆମିଷ ଦ୍ରବ୍ୟରେ ଓଡ଼ିଶା ଏବେ ଏକପ୍ରକାରେ ଆତ୍ମନିର୍ଭରଶୀଳ ହେବା ନିଶ୍ଚିତ ଏକ ସନ୍ତୋଷର ବିଷୟ। ତେବେ ଏସବୁ ଉପଲବ୍ଧିରେ ଆତ୍ମହରା ହେବାର ନାହିଁ। ଆମକୁ ଧାନଚାଷ ପରିମାଣ ଉଲ୍ଲେଖନୀୟ ଭାବେ କମାଇ ଅଣଧାନ ଓ ଅର୍ଥକରୀ ଫସଲକୁ ଅଧିକ ଗୁରୁତ୍ୱ ଦେବାକୁ ହେବ। ଆହୁରି ମଧ୍ୟ ଡାଲି, ତୈଳବୀଜ, ଆଳୁ, ପିଆଜ ଓ ପନିପରିବା ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର ହେବାକୁ ପଡ଼ିବ। ଓଡ଼ିଶାରେ ସହରାୟନ ପ୍ରକ୍ରିୟାର ବେଗ ତୀବ୍ର। ଅଧିକରୁ ଅଧିକ ଲୋକେ ଏବେ ସହରମୁହାଁ ହେଉଛନ୍ତି। ତେଣୁ ପନିପରିବା, ମାଛ, ଅଣ୍ଡା, ଡାଲି, ତୈଳବୀଜ ଓ ମିଲେଟ୍‌‌ ଜାତୀୟ ଫସଲର ଚାହିଦା ଓ ବଜାର ବଢ଼଼ୁଛି। ଆମ ଚାଷୀଙ୍କୁ ସେ ସୁଯୋଗର ଫାଇଦା ଉଠାଇବାକୁ ପଡ଼ିବ।

‘କାଳିଆ’ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ଓଡ଼ିଶା ସରକାର ରାଜ୍ୟର ଗରିବ ଓ ନାମମାତ୍ର ଚାଷୀଙ୍କୁ ସହାୟତା ଯୋଗାଉଛନ୍ତି। ଚାଷୀଙ୍କ ବିଲମୁଣ୍ଡରେ ଅଧିକାରୀମାନେ ପହଞ୍ଚି ଉନ୍ନତ କୃଷି ପ୍ରଣାଳୀ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ଚାଷୀଙ୍କୁ ବ୍ୟାଙ୍କ ଋଣ କିପରି ସହଜରେ ମିଳିବ ଏବଂ ସେମାନଙ୍କର ଉତ୍ପାଦିତ ଫସଲ ଉଚିତ ମୂଲ୍ୟରେ ବିକ୍ରି ହେବ, ତାହାକୁ ନିଶ୍ଚିତ କରାଯାଉଛି। କୃଷକ ସଶକ୍ତୀକରଣର ଏହା ଏକ ନିରନ୍ତର ପ୍ରକ୍ରିୟା। ଅତଏବ ଏହି ବହୁମୁଖୀ ପଦକ୍ଷେପ କୃଷି କ୍ଷେତ୍ରରେ ଆଉ କିଛିକାଳ ଲାଗି ରହିଲେ ଆମ ଚାଷବାସର ଲାଭ ଓ ଚାଷୀଙ୍କ ସ୍ଥିତି ଅବଶ୍ୟ ବଦଳିଯିବ। ଆମେ କୃଷିର ସବୁକ୍ଷେତ୍ରରେ ଯେଉଁଦିନ ଆତ୍ମନିର୍ଭର ବା ବଳକା ରାଜ୍ୟରେ ପରିଣତ ହେବା ସେ ଦିନଟି ହିଁ ହେବ ଆମର ଅସଲ ସଫଳତା ଓ ଉପଲବ୍ଧିର ଦିବସ। ଆସନ୍ତୁ ମିଳିତ ଭାବେ ସେ ଲକ୍ଷ୍ୟ ପୂରଣ କରିବାରେ ସହଯୋଗ କରିବା।

13 May 2023 By The Sakala

https://www.thesakala.in/sakala-editorial/sakala-editorial-13-05-2023/article-21607
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର