ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ଗୋସ୍ୱାମୀ

The Sakala Picture
Published On

ବିଗତ ଶତାବ୍ଦୀର ତିରିଶ ଦଶକରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନକୁ ରାମାୟଣ ଓ ମହାଭାରତ ଭଳି ପୁରାଣ ଆଚ୍ଛନ୍ନ କରି ରଖିଥିଲା। ବିଶେଷଭାବେ ରାସଦଳ ଦ୍ୱାରା ପରିବେଷିତ ବିଭିନ୍ନ ପୌରାଣିକ ଉପାଖ୍ୟାନ ସବୁଶ୍ରେଣୀର ଦର୍ଶକଙ୍କ ମନ ଜିଣି ପାରିଥିଲା। ଏହି ରାସଦଳ ମଧ୍ୟରୁ ବୈଷ୍ଣବ ପରମ୍ପରାର ପ୍ରବକ୍ତା ପ୍ରଭୁପାଦ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ‘ଶ୍ରୀରାଧା କୁଞ୍ଜବିହାରୀ ରାସପାର୍ଟି’ ଅନ୍ୟତମ। ପୁରୀଠାରେ ୧୯୧୮ ମସିହାରେ ଗଠିତ ଏହି ରାସଦଳ ଓଡ଼ିଶାର ପୁରପଲ୍ଲୀ ତଥା ସୁଦୂର କଲିକତା, ନବଦ୍ୱୀପ, […]

ବିଗତ ଶତାବ୍ଦୀର ତିରିଶ ଦଶକରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନକୁ ରାମାୟଣ ଓ ମହାଭାରତ ଭଳି ପୁରାଣ ଆଚ୍ଛନ୍ନ କରି ରଖିଥିଲା। ବିଶେଷଭାବେ ରାସଦଳ ଦ୍ୱାରା ପରିବେଷିତ ବିଭିନ୍ନ ପୌରାଣିକ ଉପାଖ୍ୟାନ ସବୁଶ୍ରେଣୀର ଦର୍ଶକଙ୍କ ମନ ଜିଣି ପାରିଥିଲା। ଏହି ରାସଦଳ ମଧ୍ୟରୁ ବୈଷ୍ଣବ ପରମ୍ପରାର ପ୍ରବକ୍ତା ପ୍ରଭୁପାଦ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ‘ଶ୍ରୀରାଧା କୁଞ୍ଜବିହାରୀ ରାସପାର୍ଟି’ ଅନ୍ୟତମ। ପୁରୀଠାରେ ୧୯୧୮ ମସିହାରେ ଗଠିତ ଏହି ରାସଦଳ ଓଡ଼ିଶାର ପୁରପଲ୍ଲୀ ତଥା ସୁଦୂର କଲିକତା, ନବଦ୍ୱୀପ, ମାନ୍ଦ୍ରାଜ, ମୁମ୍ବାଇ ତଥା ଭାରତର ଅନ୍ୟାନ୍ୟ ସ୍ଥାନରେ ଅପୂର୍ବ ସଫଳତାର ସହ ବିଭିନ୍ନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ରାସ ପରିବେଷଣ କରି ଅଦମ୍ୟ ପ୍ରଶଂସା ଲାଭ କରିଥିଲେ। ଏହି ସଫଳତାର ସମସ୍ତ ଶ୍ରେୟର ହକଦାର ଥିଲେ ଦଳର ପ୍ରତିଷ୍ଠାତା ପ୍ରଭୁପାଦ ମୋହନ ସୁନ୍ଦର ଦେବଗୋସ୍ୱାମୀ।

ଶ୍ରୀଶ୍ରୀ ନିତ୍ୟାନନ୍ଦ ମହାପ୍ରଭୁଙ୍କ ବଂଶଜ ପୁରୀ ମରିଚକୋଟ ନିବାସୀ ହରିଶ୍ଚନ୍ଦ୍ର ଦେବଗୋସ୍ୱାମୀଙ୍କ ଔରସରୁ ୧୮୯୨ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ମୋହନ ଗୋସ୍ୱାମୀ। ମୋହନଙ୍କ ପ୍ରକୃତ ନାମ ଥିଲା ଶ୍ୟାମସୁନ୍ଦର ଦେବଗୋସ୍ୱାମୀ। ବଡ଼ଭଉଣୀ ଆହ୍ଲାଦିନୀ ଆଦରରେ ନିଜ ସାନଭାଇକୁ ମୋହନ ବୋଲି ଡାକୁଥିଲେ। କାଳକ୍ରମେ ବାଳକ ଶ୍ୟାମସୁନ୍ଦର ମୋହନ ସୁନ୍ଦର ଦେବଗୋସ୍ୱାମୀ ଭାବେ ପରିଚିତ ହେଲେ। ମୋହନଙ୍କ ପ୍ରତିଷ୍ଠିତ ରାସଦଳ ଓଡ଼ିଶା ବାହାରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ରାସ ମାଧ୍ୟମରେ ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ସେ ସମୟରେ ପୁରୀରେ ଜଗନ୍ନାଥ କ୍ଲବ ନାମରେ ଏକ ନାଟକ ସଂଘ ଥିଲା। ପୁରୀର ଅଧିକାଂଶ ସଂସ୍କୃତି ଓ କଳାପ୍ରେମୀ ଏହି ସଂଘ ସହ ସଂଶ୍ଳିଷ୍ଟ ଥିଲେ। ସଂଘର ଅନ୍ୟତମ ସଦସ୍ୟ ଶିରୀଶ ଚନ୍ଦ୍ର ଘୋଷ କଲିକତାର ମଦନ କମ୍ପାନୀ ଆନୁକୂଲ୍ୟରେ ୧୯୨୮ ଡିସେମ୍ବର ୨୯ ତାରିଖ ଏଲଫିଣ୍ଟୋନ ପିକ୍‌‌ଚର ପ୍ୟାଲେସରେ ଏକ ସବାକ୍‌‌ ଇଂରାଜୀ ଚଳଚ୍ଚିତତ୍ର ଦେଖି ଏପରି ପ୍ରଭାବିତ ହୋଇଯାଇଥିଲେ ଯେ ଓଡ଼ିଆରେ ଏମିତି ଏକ କଥାକୁହା ଚଳଚ୍ଚିତ୍ର ନିର୍ମାଣ ପାଇଁ ନିଜର ଅଭିପ୍ରାୟ ପ୍ରଭୁପାଦ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କୁ ଜଣାଇଥିଲେ। ଏ ନେଇ ମୋହନ ଗୋସ୍ୱାମୀ ମଧ୍ୟ ମନେମନେ କିଛି କରିବା ପାଇଁ ସିଦ୍ଧାନ୍ତ ନେଲେ। ଠିକ୍‌‌ ଏତିକିବେଳେ ୧୯୩୧ ମସିହା ମେ ୩ ତାରିଖ ଧୁଣ୍ଡିରାଜ ଗୋବିନ୍ଦ ଫାଲକେଙ୍କ ପ୍ରଯୋଜିତ ନିର୍ଦ୍ଦେଶିତ ‘ରାଜା ହରିଶ୍ଚନ୍ଦ୍ର’ ମୁକ୍ତିଲାଭ କରି ପ୍ରଥମ ଭାରତୀୟ ଫିଚର ଫିଲ୍ମ ମାନ୍ୟତା ପାଇଥାଏ। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ମଧ୍ୟ ସେହି ବର୍ଷ ନିର୍ବାକ ବଙ୍ଗଳା ଚିତ୍ର ‘ଜାମାଇ ବାବୁ’ ମୁକ୍ତିଲାଭ କରେ।

ଅସମୀୟା ଚିତ୍ର ‘ଜୟମାଟି’ ୧୯୩୫ ମସିହା ମାର୍ଚ୍ଚ ୧୦ ତାରିଖ ମୁକ୍ତିଲାଭ ପରେପରେ ଜଗନ୍ନାଥ ଡ୍ରାମାଟିକ୍‌‌ କ୍ଲବର ସଦସ୍ୟମାନେ ପ୍ରଭୁପାଦ ମୋହନ ସୁନ୍ଦର ଦେବଙ୍କୁ ଅନୁରୋଧ କରନ୍ତି ଯଥାଶୀଘ୍ର ଓଡ଼ିଆରେ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ। ଓଡ଼ିଆରେ ଏକ ସବାକ୍‌‌ ଚିତ୍ର ନିର୍ମାଣ ପାଇ ସ୍ୱପ୍ନ ଦେଖୁଥିବା ମୋହନ ସୁନ୍ଦର ଦେବଙ୍କ ପରିକଳ୍ପନାକୁ ସାକାର କରିବା ପାଇଁ ଆଗେଇ ଆସନ୍ତି ତାଙ୍କର ଅନ୍ୟତମ ଶିଷ୍ୟ ତଥା କଲିକତାରେ ଅବସ୍ଥିତ କାଳୀ ଫିଲ୍ମସ୍‌‌ର ମାଲିକ ପ୍ରିୟନାଥ ଗାଙ୍ଗୁଲି। କ୍ଲବର ସଦସ୍ୟମାନଙ୍କ ସହ ବିଚାରବିମର୍ଶ ପରେ ଯାଜପୁର ସହରସ୍ଥିତ ସପନପୁର ନିବାସୀ କାମପାଳ ମିଶ୍ରଙ୍କ ୧୮୯୯ରେ ରଚିତ ‘ସୀତା ବିବାହ’ ନାଟକକୁ ଚଳଚ୍ଚିତ୍ର ରୂପ ଦେବା ପାଇଁ ସର୍ବସମ୍ମତି ପ୍ରକାଶ ପାଏ। ବହୁ ଘାତପ୍ରତିଘାତ ମଧ୍ୟରେ ୧୯୩୬ ମସିହା ଏପ୍ରିଲ ୨୮ ତାରିଖ ପୁରୀର ଲକ୍ଷ୍ମୀ ଟକିଜ୍‌‌ରେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରେ। ଚଳଚ୍ଚିତ୍ର ପାଇଁ ବର୍ଷବର୍ଷ ଧରି ସମୟ ଦେବା ଫଳରେ ମୋହନ ସୁନ୍ଦର ଦେବଗୋସ୍ୱାମୀ ରାସ ଦଳ ବହୁ ଆର୍ଥିକ ଅନଟନ ଦେଇ ଗତି କରେ।

ପ୍ରଭୁପାଦ ମୋହନ ସୁନ୍ଦର ଦେବଗୋସ୍ୱାୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଅଭିନୟ ଓ ନୃତ୍ୟ ସହ ନାଟ୍ୟ ରଚନାରେ ଥିଲା ତାଙ୍କର ଅସୀମ ଦକ୍ଷତା। ହାରମୋନିୟମ, ପୋଖଜ, ତବଲା, ମୃଦଙ୍ଗ, ଢାଲ, ଯୋଡ଼ିନାଗରା, ସୀତାର୍‌‌ ଓ ବଂଶୀ ସହ ପ୍ରାୟ ୨୭ ପ୍ରକାର ବାଦ୍ୟଯନ୍ତ୍ର ବଜାଇବାରେ ଥିଲା ତାଙ୍କର ଅପୂର୍ବ ଦକ୍ଷତା। ୨୮ ବର୍ଷ ବୟସରେ ୧୩ ବର୍ଷର କନ୍ୟା ମୁକୁଲମାଲାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ନିଜ ଜୀବଦ୍ଦଶାରେ ପ୍ରଭୁପାଦ ମୋହନସୁନ୍ଦର ଦେବଗୋସ୍ୱାମୀ ୨୫ରୁ ଅଧିକ ଗୀତିନାଟ୍ୟ ରଚନା କରିଥିଲେ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ବାବାଜୀ ବୈଷ୍ଣବ ଚରଣ ଦାସ, ପ୍ରଖ୍ୟାତ ପଟ୍ଟଚିତ୍ର ଶିଳ୍ପୀ ଜଗନ୍ନାଥ ମହାପାତ୍ର, ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ଠାରୁ ଅଭିନୟ, ନୃତ୍ୟ ଓ ସଙ୍ଗୀତ ଶିକ୍ଷାଲାଭ କରିଥିଲେ।

ନିଜର ସମଗ୍ର ଜୀବନ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଏହି ମହାନ ସାଧକ ଶେଷ ଜୀବନରେ ବହୁ ଆର୍ଥିକ ଅନଟନର ସମ୍ମୁଖୀନ ହେବା ସହ ଦୁଃସାଧ୍ୟ କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ୧୯୪୮ ମସିହା ଜାନୁଆରୀ ୧୧ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବହୁ ଝଡ଼ଝଞ୍ଜା ମଧ୍ୟରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ କରି ଓଡ଼ିଆ ଜାତି ପାଇଁ ଯେଉଁ ଗୌରବମୟ କୀର୍ତ୍ତି ପ୍ରତିଷ୍ଠା କରିଯାଇଛନ୍ତି ତାହା ଚିରଦିନ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

ଅଶୋକ ପାଲିତ୍‌‌
ଭୁବନେଶ୍ୱର, ମୋ: ୯୮୬୧୦୮୭୪୯୭

28 Apr 2023 By The Sakala

https://www.thesakala.in/sakala-editorial/sakala-article-28-04-2023-2/article-21169
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର