‘ହକି ଇଣ୍ଡିଆ’ର ଆଉ ଦଶବର୍ଷ ପାଇଁ ପୃଷ୍ଠପୋଷକ ଓଡ଼ିଶା
ହକି ଇଣ୍ଡିଆର ପରବର୍ତ୍ତୀ ପ୍ରାୟୋଜକ କିଏ ହେବ, ସେ ନେଇ କେତେକଙ୍କ ମହଲରେ ଯେଉଁ ସଂଶୟ ପ୍ରକାଶ ପାଇଥିଲା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେହି କଳ୍ପନାଜଳ୍ପନାର ଅବସାନ ଘଟାଇଛନ୍ତି। ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଦଳର ପ୍ରାୟୋଜକ ରହିବା ନେଇ ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରି ଦେଇଛନ୍ତି। ଏ ବାବଦରେ ରାଜ୍ୟ ସରକାର ମୋଟ ୪୩୪ କୋଟି ଟଙ୍କାର ବ୍ୟୟଭାର ବହନ କରିବେ। ଓଡ଼ିଶା […]
ହକି ଇଣ୍ଡିଆର ପରବର୍ତ୍ତୀ ପ୍ରାୟୋଜକ କିଏ ହେବ, ସେ ନେଇ କେତେକଙ୍କ ମହଲରେ ଯେଉଁ ସଂଶୟ ପ୍ରକାଶ ପାଇଥିଲା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେହି କଳ୍ପନାଜଳ୍ପନାର ଅବସାନ ଘଟାଇଛନ୍ତି। ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଦଳର ପ୍ରାୟୋଜକ ରହିବା ନେଇ ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରି ଦେଇଛନ୍ତି। ଏ ବାବଦରେ ରାଜ୍ୟ ସରକାର ମୋଟ ୪୩୪ କୋଟି ଟଙ୍କାର ବ୍ୟୟଭାର ବହନ କରିବେ। ଓଡ଼ିଶା ଖଣି ନିଗମ ଏହି ଅର୍ଥରାଶି ହକି ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଆସନ୍ତା ୧୦ ବର୍ଷ ପାଇଁ ଯୋଗାଇ ଦେବ।
ଭାରତର ଜାତୀୟ କ୍ରୀଡ଼ା ହକି ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ମଝିରେ ତାହାର ପୂର୍ବ ଗର୍ବ ଓ ଗୌରବ ହରାଇ ଏକ ପ୍ରକାର ମୁମୂର୍ଷୁ ଅବସ୍ଥାରେ ପହଞ୍ଚିଥିଲା। କ୍ରିକେଟ୍ ପାଗଳ ଭାରତରେ ନା କେନ୍ଦ୍ର ସରକାର, ଅଥବା ଧନାଢ଼୍ୟ କର୍ପୋରେଟ୍ ଉଦ୍ୟୋଗ ହକି ପ୍ରତି ସାମାନ୍ୟ ନଜର ପକାଇ ନଥିଲେ। କହିବା ବାହୁଲ୍ୟ ଯେ ରାଜକୃପା ଓ ରାଜନୀତିକ ଇଚ୍ଛାଶକ୍ତିର ଅଭାବରେ ଆଜିର ସମୟରେ କୌଣସି କ୍ରୀଡ଼ା ଉଧେଇବା କଷ୍ଟସାଧ୍ୟ। ଭାରତୀୟ ହକିର ଚରମ ଦୁର୍ଦ୍ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଜାତୀୟ କ୍ରୀଡ଼ାର ପୁନରୁଦ୍ଧାର ପାଇଁ ମନୋନିବେଶ କରିବା ସହ ଏଥିପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଆଗେଇ ଆସିଥିଲେ। ତା’ପରଠାରୁ ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଘଟିଛି, ତାହା ଇତିହାସ ପାଲଟିଛି ଏବଂ ତାହାର ପୁନରାବୃତ୍ତି କରିବା ଅନାବଶ୍ୟକ।
୨୦୧୮ ରୁ ଓଡ଼ିଶା ହକି ଇଣ୍ଡିଆର ପ୍ରାୟୋଜକ ରହି ଆସିଛି। ଏଥି ସହିତ ଏହି ଖେଳର ବିକାଶ ସହିତ ହକି ପ୍ରତିଭାମାନଙ୍କୁ ଉତ୍ସାହିତ କରିବାକୁ ଷ୍ଟାଡ଼ିୟମ ଓ ହଷ୍ଟେଲ୍ ନିର୍ମାଣ, ବିଶ୍ୱକପ୍ ମ୍ୟାଚ୍ର ଆୟୋଜନ, ଶ୍ରେଷ୍ଠ ପ୍ରଶିକ୍ଷଣ ସୁବିଧା ପ୍ରଦାନ ଓ ଅନ୍ୟାନ୍ୟ ପଦକ୍ଷେପମାନ ଗ୍ରହଣ କରୁଛି। ଏଥିରେ ଓଡ଼ିଶାର କେବଳ ବ୍ରାଣ୍ଡିଂ ବଢ଼଼ୁ ନାହିଁ, ରାଜ୍ୟର ପଶ୍ଚିମାଞ୍ଚଳରେ ବିଶେଷ ଲୋକପ୍ରିୟ ହକିର ପ୍ରସାର ଓ ବିକାଶ କ୍ଷେତ୍ରରେ ଏହା ନୂଆ ଉତ୍ସାହ ଆଣିଛି। ଏହା ଫଳରେ ରାଜ୍ୟରେ ହକି ପ୍ରତିଭାମାନଙ୍କର ବିକାଶ ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି ହୋଇଛି ଏବଂ ସର୍ବୋପରି ଏହି ଜାତୀୟ କ୍ରୀଡ଼ାର ପୁନରୁତ୍ଥାନ ସମ୍ଭବ ହୋଇଛି। ଏହା ଫଳରେ ଦେଶ ବିଦେଶରେ ଓଡ଼ିଶାର ସାମ୍ପ୍ରତିକ ପରିଚୟ ଏକ ଖେଳ-ପ୍ରୋତ୍ସାହକ ରାଜ୍ୟ ଭାବେ ପରିଗଣିତ ହେଉଛି।
ଓଡ଼ିଶାଠାରୁ ଯଥେଷ୍ଟ ଧନାଢ଼୍ୟ ରାଜ୍ୟ ଭାରତରେ ଅଛନ୍ତି। କିନ୍ତୁ ହକି ଭଳି ଏକ ଜାତୀୟ ଖେଳର ବିକାଶ ଓ ପ୍ରସାର ପାଇଁ ସେମାନଙ୍କ କୁଣ୍ଠା ଏବଂ ଅନାଗ୍ରହ ବାସ୍ତବିକ ଚିନ୍ତାଜନକ। ନବୀନ ବାବୁ ଏ କ୍ଷେତ୍ରରେ ଏକ ନୂଆ ପରମ୍ପରା ଓ ନୂତନ ଆରମ୍ଭ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। କ୍ରମାଗତଭାବେ ଦୁଇଟି ପୁରୁଷ ବିଶ୍ୱକପ୍ ହକି ଓଡ଼ିଶାରେ ଆୟୋଜନ କରିବା, ରେକର୍ଡ ସମୟରେ ରାଉରକେଲାରେ ବିଶ୍ୱର ସର୍ବବୃହତ୍ ଆଧୁନିକ ହକି ଷ୍ଟାଡ଼ିୟମ ନିର୍ମାଣ କରିବା, ଏକାଧିକ ହକି ତାଲିମ୍ କେନ୍ଦ୍ର ପ୍ରତିଷ୍ଠା, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମକୁ ନୂଆ ରୂପ ଦେବା ଆମ ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତିଥିବା ଶ୍ରଦ୍ଧା ଓ ନିଷ୍ଠାର ପରିଚୟ ବହନ କରେ। ତେବେ ଏଥି ସହିତ ସେ ନିଶ୍ଚିତ କରି ଦେଇଛନ୍ତି ଯେ ହକିକୁ ଅଗ୍ରାଧିକାରର ଅର୍ଥ ନୁହେଁ, ଓଡ଼ିଶାରେ ଫୁଟ୍ବଲ୍ ଓ ଅନ୍ୟାନ୍ୟ ପାରମ୍ପରିକ କ୍ରୀଡ଼ା ପ୍ରତି ଗୁରୁତ୍ୱ ନ ଦେବା, ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର କ୍ରୀଡ଼ା ନୀତି କାର୍ଯ୍ୟକାରୀ ହେଉଛି। ଏପରିକି ଜିଲ୍ଲାସ୍ତରରେ ଆଧୁନିକ ଷ୍ଟାଡ଼ିୟମ ଏବଂ ଅନ୍ୟାନ୍ୟ କ୍ରିଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଛି। କୌଣସି ଗୋଟିଏ କାମକୁ ଆରମ୍ଭ କରି ଅଧାରୁ ଛାଡ଼ିବାର ଅର୍ଥ ତାହାକୁ ପୁନର୍ବାର ଅସ୍ଥିରତା ମଧ୍ୟକୁ ଠେଲିଦେବା। ହକି କ୍ଷେତ୍ରରେ କିନ୍ତୁ ନବୀନ ବାବୁ ଏହି ଅସ୍ଥିରତାର ଅବକାଶ ରଖି ନାହାନ୍ତି। ସେ ଏକ ଦୀର୍ଘ ମିଆଦୀ ପଦକ୍ଷେପ ନେଇ ଆଉ ୧୦ ବର୍ଷ ପାଇଁ ଏହାର ପ୍ରାୟୋଜକ ବ୍ୟବସ୍ଥା ସୁନିଶ୍ଚିତ କରିଛନ୍ତି। ଆଶା କରିବା, ଏହି ସମୟରେ ହକି ଇଣ୍ଡିଆର ପ୍ରଦର୍ଶନ ଭଲ ହେଲେ ତାହା ଆପଣାର ଯୋଗ୍ୟତା ଅନୁସାରେ ଦେଶ ବିଦେଶର ଘରୋଇ ପ୍ରାୟୋଜକଙ୍କୁ ମଧ୍ୟ ଆକର୍ଷଣ କରିବ। ଭାରତ ଭଳି ଦେଶରେ ଘରୋଇ କ୍ଷେତ୍ରର ଏଥିପାଇଁ ଅଭାବ ନାହିଁ; ଅଭାବ ଅଛି ତ କେବଳ ଉପଯୁକ୍ତ ଖେଳପ୍ରେମୀ ମାନସିକତା। ଏଥିରେ ଆଉ ଗୋଟିଏ କଥା ଲକ୍ଷ୍ୟ କରିବାର ଅଛି ଯେ ଓଡ଼ିଶା ସରକାରଙ୍କର ହକି ପାଇଁ ଦୀର୍ଘ ମିଆଦୀ ପ୍ରୋତ୍ସାହନ ଓଡ଼ିଶାବାସୀଙ୍କୁ ଗର୍ବିତ ଓ ଆନନ୍ଦିତ ନିଶ୍ଚିତ କରିବ, କିନ୍ତୁ ତା’ ସାଙ୍ଗକୁ ଭାରତରେ ହକିର ଅନ୍ୟତମ ଅନ୍ତୁଡ଼ିଶାଳ ବୋଲାଉଥିବା ସୁନ୍ଦରଗଡ଼ ସମେତ ପଶ୍ଚିମାଞ୍ଚଳ ଜିଲ୍ଲା ସମେତ ହକି ଖେଳାଳିମାନଙ୍କର ହୃଦୟରେ ଯେଉଁ ଅନୁପମ, ଉଲ୍ଲାସ ଓ ସଂକଳ୍ପ ସୃଷ୍ଟି କରିବ, ତାହା ଅକଳନୀୟ।
ନବୀନ ବାବୁ ହକିର ବିକାଶ କରିବା ସହିତ ବିଶ୍ୱ ଦରବାରରେ ଓଡ଼ିଶା ବ୍ରାଣ୍ଡକୁ ମଧ୍ୟ ଅଧିକ ଦୃଶ୍ୟମାନ କରାଇଚାଲିଛନ୍ତି। ଏହା ଦ୍ୱାରା ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିରେ ବଡ଼ ଧରଣର ବିକାଶ ଘଟିଛି। ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇ ଓଡ଼ିଶା କେବଳ ନୂଆ ପରିଚୟ ଓ ଠିକଣା ବିଦେଶରେ ପାଇନାହିଁ, ଏହି ପ୍ରକ୍ରିୟାରେ ନିଜର ପର୍ଯ୍ୟଟନ ଓ ଆତିଥ୍ୟ ଉଦ୍ୟୋଗର ମଧ୍ୟ ବିକାଶ ଘଟାଇ ରୋଜଗାରର ନୂଆ ସମ୍ଭାବନା ସୃଷ୍ଟି କରିଛି। ଓଡ଼ିଶା ସରକାରଙ୍କର ଅଳ୍ପଦିନର ପ୍ରୟାସ ଫଳରେ ଭାରତୀୟ ହକି ଦଳର ପ୍ରଦର୍ଶନ ଅଲିମ୍ପିକ୍ସ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭଲ ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଆମ ଝିଅମାନେ ହକିରେ ବ୍ରୋଞ୍ଜ ପଦକ ପାଇଥିବାବେଳେ ପୁରୁଷ ଦଳର ମୋଟାମୋଟି ପ୍ରଦର୍ଶନ ଭଲ ଥିଲା। ଏବେ ପ୍ରାୟୋଜନ ବ୍ୟବସ୍ଥା ବଢ଼଼ିଥିବାରୁ ଭାରତୀୟ ହକି ଦଳ ଅବଶ୍ୟ ତାହାର ଫାଇଦା ଉଠାଇବ, ଏଥିରେ ସନ୍ଦେହର ଅବକାଶ ନାହିଁ।
ହକି ପାଇଁ ନବୀନ ବାବୁ ଯାହା କରୁଛନ୍ତି, ତାହା ପ୍ରଶଂସନୀୟ ଏବଂ ଏଥିରେ ଦ୍ୱିମତ ହେବାର କିଛି ନାହିଁ। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶାରେ ଯେଭଳି ସ୍ଥିର ଶାସନ, ସମାବେଶୀ ବିକାଶ, ବ୍ୟାପକ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ପ୍ରଶାସନକୁ ଲୋକ କେନ୍ଦ୍ରିକ କରିବା ପାଇଁ ୫ଟି ଓ ମୋ ସରକାର ଆଦି ବୈପ୍ଳବିକ ବ୍ୟବସ୍ଥା କରାଯାଉଛି, ତାହା ସାଙ୍ଗରେ ହକି ଓ ଅନ୍ୟାନ୍ୟ କ୍ରୀଡ଼ାର ଭିତ୍ତିଭୂମି ନିର୍ମାଣ ଓ ବିଶ୍ୱସ୍ତରରେ ବିଭିନ୍ନ ପ୍ରତିଯୋଗିତାର ସଫଳ ଆୟୋଜନ ଓଡ଼ିଶା ଶାସନ ପାଇଁ ତଥା ଓଡ଼ିଆ ଅସ୍ମିତା ପାଇଁ ଏକ ନୂତନ ସ୍ତରର ପରିଚୟ ସୃଷ୍ଟି କରିଛି। ଏଥିରେ ଦୃଶ୍ୟମାନ ଭିତ୍ତିଭୂମି ଯେତିକି, ତା’ ଅପେକ୍ଷା ଅଣଦୃଶ୍ୟମାନ ଶୁଭ ସଂକଳ୍ପ ଓ ଆତ୍ମ ପ୍ରତ୍ୟୟର ଅମୂଲ୍ୟ ଅନୁଭବର ବାତାବରଣ ସୃଷ୍ଟି ହୋଇଛି। ନବୀନ ବାବୁଙ୍କର ‘ନୂଆ ଓଡ଼ିଶା’ ସ୍ୱପ୍ନର ଅଭ୍ୟୁଦୟ ଏଥିପାଇଁ ସ୍ପଷ୍ଟରୁ ସ୍ପଷ୍ଟତର ହୋଇଚାଲିଛି।