ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ପ୍ରାଚ୍ୟରୁ ପୁଞ୍ଜି ନିବେଶ ଆମନ୍ତ୍ରଣ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକସପ୍ତାହ ବ୍ୟାପୀ ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ସେ ତିନିଟି ପ୍ରମୁଖ ସହର ଗସ୍ତ କରିବା ସହିତ ସେଠାକାର ଶିଳ୍ପପତି ଓ ନିବେଶକଙ୍କ ସହିତ ଓଡ଼ିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରି ସେମାନଙ୍କୁ ରାଜ୍ୟରେ ଶିଳ୍ପ ଓ ବାଣିଜ୍ୟ ଆରମ୍ଭ କରିବାକୁ ପ୍ରବର୍ତ୍ତାଇବେ। ଏକ ତୀବ୍ର ପ୍ରତିଯୋଗିତାମୂଳକ ଭାରତରେ ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀମାନେ ପ୍ରବଳ ଉଦ୍ୟମ […]
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକସପ୍ତାହ ବ୍ୟାପୀ ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ସେ ତିନିଟି ପ୍ରମୁଖ ସହର ଗସ୍ତ କରିବା ସହିତ ସେଠାକାର ଶିଳ୍ପପତି ଓ ନିବେଶକଙ୍କ ସହିତ ଓଡ଼ିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରି ସେମାନଙ୍କୁ ରାଜ୍ୟରେ ଶିଳ୍ପ ଓ ବାଣିଜ୍ୟ ଆରମ୍ଭ କରିବାକୁ ପ୍ରବର୍ତ୍ତାଇବେ। ଏକ ତୀବ୍ର ପ୍ରତିଯୋଗିତାମୂଳକ ଭାରତରେ ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀମାନେ ପ୍ରବଳ ଉଦ୍ୟମ ଚଳାଇଛନ୍ତି। ନବୀନବାବୁ ମଧ୍ୟ ଏହି ପ୍ରକ୍ରିୟାରେ ପଛରେ ପଡ଼ିନାହାନ୍ତି ଏବଂ ସେ ଯଥାସାଧ୍ୟ ନିଜର ଉଦ୍ୟମ ଚଳାଇଛନ୍ତି। ତାଙ୍କ ସହିତ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଯାଇଛି। ଏହି ଦଳ ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶର ସୁବିଧା ସୁଯୋଗ ବିଷୟରେ ଅବଗତ କରାଇବେ। ପ୍ରତିଯୋଗିତାମୂଳକ ବଜାରରେ ଆପଣା ତୂରୀ ବଜାଇବାର ଆବଶ୍ୟକତା ଥାଏ ଏବଂ ନିବେଶକଙ୍କୁ ସୁବିଧା ସୁଯୋଗ ଓ ସମ୍ଭାବନା ଆଦି ସମ୍ପର୍କରେ ଜଣାଇବାକୁ ପଡ଼େ। ଓଡ଼ିଶା ଭାରତର ଏକ ଖଣିଜଦ୍ରବ୍ୟ ସମୃଦ୍ଧ ରାଜ୍ୟ। ଏଠାରେ ବିଜୁଳି, ପାଣି, ଶ୍ରମିକ ସୁବିଧାରେ ମିଳିବା ସହିତ ଶିଳ୍ପସ୍ଥାପନ ପାଇଁ ପର୍ଯ୍ୟାପ୍ତ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ। ଓଡ଼ିଶାରୁ ପ୍ରଥମ ବିଦେଶୀ ରାଷ୍ଟ୍ରଭାବେ ଜାପାନ୍ ପାରାଦ୍ୱୀପ ବନ୍ଦର ଦେଇ ଲୁହାପଥର ଆମଦାନୀ କରି ଆମ ରାଜ୍ୟ ସହିତ ତାହାର ଅନୁଭବ ଓ ବାଣିଜ୍ୟିକ ମୈତ୍ରୀର ସ୍ୱାଦ ବହୁବର୍ଷ ଧରି ଚାଖିଛି।
ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତକାଳର ପ୍ରଥମ ଦିନରେ ବିଶ୍ୱର ଅନ୍ୟତମ ବୃହତ୍ତମ ଇସ୍ପାତ କମ୍ପାନୀ ନିପ୍ପନ ଷ୍ଟିଲ୍ର ଅଧ୍ୟକ୍ଷ ଇଜି ହାସିମୋତୋ ଏବଂ ଏହାର ନିର୍ଦ୍ଦେଶକ ତଥା ତୁଙ୍ଗ ଅଧିକାରୀମାନଙ୍କୁ ଭେଟିଛନ୍ତି। ଏହି ଅବସରରେ ଓଡ଼ିଶାରେ ବାର୍ଷିକ ୩୦ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଓ ସର୍ବବୃହତ୍ ଇସ୍ପାତ୍ କାରଖାନା ନିର୍ମାଣ କରିବାକୁ ନିପ୍ପନ୍ ଷ୍ଟିଲ୍ ଯୋଜନା କରିଛି ବୋଲି ହାସିମୋତୋ କହିଛନ୍ତି। ଏହି ଘୋଷଣା ଓ ସାକ୍ଷାତ ଆଲୋଚନା ବିଶେଷ ଗୁରୁତ୍ୱପୂର୍ଣ୍ଣ; କାରଣ ପୂର୍ବରୁ ଓଡ଼ିଶାରେ ୯୩ ହଜାର କୋଟି ଟଙ୍କା ବ୍ୟୟରେ ଆର୍ସେଲର ମିତ୍ତଲ ଓ ନିପ୍ପନ୍ ଷ୍ଟିଲ୍ ମିଳିତ ଭାବେ ଦୁଇଟି ଇସ୍ପାତ କାରଖାନା ସ୍ଥାପନ କରିବାକୁ ବୁଝାମଣାପତ୍ର ସ୍ୱାକ୍ଷର କରିସାରିଛନ୍ତି। ଏହି ଚୁକ୍ତି ଅନୁସାରେ ସମ୍ପୃକ୍ତ ଦୁଇ ସଂସ୍ଥାର ମିଳିତ ଉଦ୍ୟମରେ ଏଏମ୍ଏନ୍ଏସ୍ ଇଣ୍ଡିଆ କମ୍ପାନୀ ଏହି ଦୁଇ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବ। ଏହି ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଓଡ଼ିଶା ଆଗ୍ରହୀ ଏବଂ ଏହା ଦ୍ୱାରା ୨୮ ହଜାର ପ୍ରତ୍ୟକ୍ଷ ଓ ଲକ୍ଷାଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨୦୨୧ର ଏହି ବୁଝାମଣାପତ୍ର ଅନୁସାରେ ଏଏମ୍ଏନ୍ଏସ୍ ଇଣ୍ଡିଆ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଷିକ ୧୨ ନିୟୁତ ଟନ୍ ଉତ୍ପାଦନକ୍ଷମ ଏକ ଇସ୍ପାତ କାରଖାନା ସ୍ଥାପନ କରିବ। ଏଥିରେ ୫୦ ହଜାର କୋଟି ଟଙ୍କା ବିନିଯୋଗ କରାଯିବା ସହିତ ପରବର୍ତ୍ତୀ ସମୟରେ ସମାନ ଅର୍ଥ ନିବେଶ କରି ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରାଯିବ। ଏହି ପ୍ରକଳ୍ପର ଫିଜିବିଲିଟି ଅଧ୍ୟୟନ କାମ ଚାଲିଛି ଏବଂ ରାଜ୍ୟ ସରକାର ୮୦୦୦ ଏକର ଜମି ଏଥିପାଇଁ ଚିହ୍ନଟ କରିଛନ୍ତି। ସେହିଭଳି ସମ୍ପୃକ୍ତ କମ୍ପାନୀ ପାରାଦ୍ୱୀପଠାରେ ୪୦ ହଜାର କୋଟି ଟଙ୍କା ବ୍ୟୟରେ ବାର୍ଷିକ ୭ ନିୟୁତ ଟନ୍ ଉତ୍ପାଦନକ୍ଷମ ଆଉ ଏକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଗତ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ସୂଚନାଯୋଗ୍ୟ ଯେ ଏହି ଦୁଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟି ଅନୁମୋଦନ ପ୍ରଦାନ କରିଛି।
ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଦେଇ ଯିବାବେଳେ ସେଠାରୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କର ଏହି ଗସ୍ତକାଳରେ ସେ ବିଭିନ୍ନ କ୍ଷେତ୍ର ସହିତ ସ୍ୱତନ୍ତ୍ର ଭାବେ ଆଇଟି ଓ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ବିଦେଶୀ ପୁଞ୍ଜି ଆକର୍ଷଣ କରିବାରେ ବିଶେଷ ପ୍ରୟାସ କରିବେ। ତାଙ୍କର ଏହି ଦୃଢ଼ ଆଶାବାଦ ପଛରେ ଓଡ଼ିଶାର ଅପାର ସୁଯୋଗ ଓ ସମ୍ଭାବନା ବିଶେଷ କାମ କରୁଛି। ଓଡ଼ିଶା ଆଉ କେବଳ ଲୌହଭିତ୍ତିକ ଉଦ୍ୟୋଗ ନୁହେଁ, ନୂଆ ଯୁଗର ନବୀନତମ କ୍ଷେତ୍ରରେ ପୁଞ୍ଜି ଆକର୍ଷଣ ପାଇଁ ଉପଯୁକ୍ତ ଭିତ୍ତିଭୂମି ଓ ସୁଯୋଗ ସୃଷ୍ଟି କରିଛି। ଓଡ଼ିଶା ସରକାର ଏବେ କ୍ରୀଡ଼ାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏକ ଅତ୍ୟାଧୁନିକ ଜିମ୍ନାଷ୍ଟିକ୍ କେନ୍ଦ୍ର ସ୍ଥାପନ ପାଇଁ ଏଏମ୍ଏନ୍ଏସ୍ ମଧ୍ୟ ବୁ୍ଝାମଣାପତ୍ର ସ୍ୱାକ୍ଷର କରିଛି। ଏଏମ୍ଏନ୍ଏସ୍ କମ୍ପାନୀ ଏକ ବିଶ୍ୱସ୍ତ ଉଦ୍ୟୋଗ ଭାବେ ପରାଦ୍ୱୀପରେ ଦେଶର ସର୍ବବୃହତ୍ ପେଲେଟ୍ ପ୍ଲାଣ୍ଟ ସ୍ଥାପନ କରିଛି ଏବଂ ଏହାର କଞ୍ଚାମାଲ ଯୋଗାଣ କାରଖାନା କେନ୍ଦୁଝରରେ କାର୍ଯ୍ୟ କରୁଛି। ୨୫୦ କିମି ପାଇପ୍ ଲାଇନ୍ ମାଧ୍ୟମରେ କେନ୍ଦୁଝରରୁ ପାରାଦ୍ୱୀପକୁ ଅର୍ଦ୍ଧତରଳ କଞ୍ଚାମାଲ (ସ୍ଲରୀ) ପ୍ରେରଣର ବ୍ୟବସ୍ଥା ରହିଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଖ୍ୟମନ୍ତ୍ରୀ ଆଜି (ବୁଧବାର) ଟୋକିଓରେ ଆୟୋଜିତ ‘ଓଡ଼ିଶା ବିଜ୍ନେସ୍ ମିଟ୍-୨୦୨୩’ରେ ଉଦ୍ବୋଧନ ଦେଇ ବିଭିନ୍ନ କ୍ଷେତ୍ରର ନିବେଶକଙ୍କୁ ଓଡ଼ିଶା ଆସିବାକୁ ଆନୁଷ୍ଠାନିକ ଆମନ୍ତ୍ରଣ ଜଣାଇବେ। ଏଥିରେ ଇସ୍ପାତ, ଆଲୁମିନା, ବୟନ, ଖାଦ୍ୟ, ପର୍ଯ୍ୟଟନ, କ୍ରୀଡ଼ା, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସବୁଜ ଉଦ୍ଯାନ ଓ ଆମୋନିଆ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଅନ୍ୟକେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭୁବନେଶ୍ୱର ରାଜଧାନୀ କ୍ଷେତ୍ର ସହିତ କଟକ, ପୁରୀ ଓ ଖୋର୍ଦ୍ଧା ଆଦି ସହରପୁଞ୍ଜ ସହ ଆଧୁନିକ ମେଟ୍ରୋ ରେଳ ଯୋଗାଯୋଗ ବ୍ୟବସ୍ଥା ପାଇଁ ଜାପାନ୍ ପ୍ରଯୁକ୍ତି ବିଦ୍ୟାର ସହଯୋଗ ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ଓଡ଼ିଶା ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ରାଜ୍ୟର ଶିଳ୍ପ ବିକାଶ ଧାରା କେବଳ ତ୍ୱରାନ୍ୱିତ ହୋଇନାହିଁ, ଏଥିରେ ବିବିଧତା ମଧ୍ୟ ଆସିଛି। ଉତ୍ତମ ଶିଳ୍ପାୟନ ବାତାବରଣ ସୃଷ୍ଟି ପାଇଁ ଓଡ଼ିଶା ସରକାର ତାଙ୍କ ‘ଇଜି ଅଫ୍ ଡୁଇଙ୍ଗ ବିଜ୍ନେସ୍’ ବା ବ୍ୟାବସାୟିକ ସୁଗମତା ଏବଂ ମୌଳିକ ଭିତ୍ତିଭୂମି ନିର୍ମାଣ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣିଛନ୍ତି। ‘ମେକ୍ ଇନ୍ ଓଡ଼ିଶା’ ଅଭିଯାନରେ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ସଫଳ କରିବାକୁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି।
କଥାରେ ଅଛି ‘ଚେଷ୍ଟା କରିବ ନାନା ମତେ…।’ ତେଣୁ ରାଜ୍ୟ ସରକାର ସବୁମନ୍ତେ ଏ କ୍ଷେତ୍ରରେ ଉଦ୍ୟମ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏହାର ଆଗରେ ରହି ଏ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି। ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ସଫଳତା ଆମେ କାମନା କରୁଛୁ।