ଏବେ ଓଡ଼ିଶାର ନିଜସ୍ୱ ମେଟ୍ରୋ-ରେଳ ଯୋଜନା
ସମୃଦ୍ଧ ଓ ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଗତକାଲି ଉତ୍କଳ ଦିବସ ଅବସରରେ ଓଡ଼ିଶାର ବହୁ ପ୍ରତୀକ୍ଷିତ ମେଟ୍ରୋ ଟ୍ରେନ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହିତ ରାଜ୍ୟର ଗମନାଗମନ ବିକାଶ କ୍ଷେତ୍ରରେ ଆଉ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରୁ କଟକ ନିକଟସ୍ଥ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୩୦ କି.ମି ଦୂରତ୍ୱର […]
ସମୃଦ୍ଧ ଓ ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଗତକାଲି ଉତ୍କଳ ଦିବସ ଅବସରରେ ଓଡ଼ିଶାର ବହୁ ପ୍ରତୀକ୍ଷିତ ମେଟ୍ରୋ ଟ୍ରେନ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହିତ ରାଜ୍ୟର ଗମନାଗମନ ବିକାଶ କ୍ଷେତ୍ରରେ ଆଉ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରୁ କଟକ ନିକଟସ୍ଥ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୩୦ କି.ମି ଦୂରତ୍ୱର ଏହି ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଥିବା ବେଳେ, ପରବର୍ତ୍ତୀ ପର୍ଯ୍ୟାୟରେ ଏହା କଟକ, ପୁରୀ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବାର ଯୋଜନା ମଧ୍ୟ ରହିଛି। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପରେ ଏହି ବହୁ ଆକାଂକ୍ଷିତ ପ୍ରକଳ୍ପର ସ୍ୱପ୍ନ ଶୀଘ୍ର ସାକାର ହେବାକୁ ଯାଉଛି। ଉଲ୍ଳେଖନୀୟ ବିଷୟ ହେଲା ରେଳବାଇ କ୍ଷେତ୍ରରେ କେନ୍ଦ୍ର ଦ୍ୱାରା କ୍ରମାଗତ ଅବହେଳାର ଶିକାର ହୋଇ ଆସୁଥିବା ଓଡ଼ିଶା ଏବେ ତାର ନିଜସ୍ୱ ବଳ ଓ ସମ୍ବଳରେ ଏହି ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି। କଟକ- ଭୁବନେଶ୍ୱର ଦ୍ୱୈତନଗରୀ ମଧ୍ୟରେ ମେଟ୍ରୋ ରେଳଯୋଜନା ହାତକୁ ନେବାକୁ, ଓଡିଶା ବହୁ ବର୍ଷ ଧରି କେନ୍ଦ୍ର ସରକାରଙ୍କୁ କହି ଆସୁଥିଲେ ମଧ୍ୟ ରେଳ ମନ୍ତ୍ରଣାଳୟ ଏଯାଏଁ ଏଥିରେ କର୍ଣ୍ଣପାତ କରି ନାହାନ୍ତି। ଏବେ ଆମ ରାଜ୍ୟ ଆର୍ଥିକ ଓ ରାଜନୈତିକ ଦୃଷ୍ଟିରୁ ବେଶ୍ ସଶକ୍ତ ଥିବାରୁ, ରାଜ୍ୟବାସୀଙ୍କ କଲ୍ୟାଣ ତଥା ଦ୍ରୁତ ବିକାଶ ପାଇଁ ମେଟ୍ରୋ ରେଳ ଯୋଜନା ପାଇଁ ନିଜସ୍ୱ କାର୍ଯ୍ୟକ୍ରମ କରିବା ପାଇଁ ଆମ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି, ତାହାକୁ ସମଗ୍ର ରାଜ୍ୟବାସୀ ହାର୍ଦ୍ଦିକ ସ୍ୱାଗତ ଜଣାଇଛନ୍ତି।
କୌଣସି ଅଞ୍ଚଳର ବିକାଶରେ ଗମନାଗମନ ଓ ପରିବହନ ଭିତ୍ତିଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୨୦୩୬ ସୁଦ୍ଧା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶକୁ ଶହେ ବର୍ଷ ପୂରିବାକୁ ଯାଉଥିବା ବେଳେ ଦ୍ୱୈତ ନଗରୀ ଭୁବନେଶ୍ୱର-କଟକରେ ମେଟ୍ରୋ ଟ୍ରେନ୍ ଚଳାଚଳ ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶା କେବଳ ଅତ୍ୟାଧୁନିକ ସହରାଞ୍ଚଳ ଗମନାଗମନ କ୍ଷେତ୍ରରେ ଏକ କୀର୍ତ୍ତିମାନ ସ୍ଥାପନ କରିବ ନାହିଁ, ବରଂ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହୋଇପାରିବ। ବାଣିଜ୍ୟ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବା ସହିତ ବିପୁଳ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଇତିମଧ୍ୟରେ ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ୧୨ ଲକ୍ଷ ଟପିଥିବା ବେଳେ ଭୁବନେଶ୍ୱର, କଟକ, ଚୌଦ୍ୱାର, ପୁରୀ ଓ ଖୋର୍ଦ୍ଧାକୁ ମିଶାଇ ଯେଉଁ ‘ବୃହତ୍ ମେଟ୍ରୋନଗରୀ’ର ପରିକଳ୍ପନା କରାଯାଇଛି, ତାହାର ଜନସଂଖ୍ୟା ୩୦ ଲକ୍ଷ ଛୁଇଁବାକୁ ଯାଉଛି। ଜନସଂଖ୍ୟା ବୃଦ୍ଧି ସହିତ ଏହି ସହରପୁଞ୍ଜରେ ଗମନାଗମନ ଆହୁରି କ୍ଷୀପ୍ର ଓ ଚଳଚଞ୍ଚଳ ହୋଇଛି। ଏହି କ୍ରମବର୍ଦ୍ଧିଷ୍ଣୁ ଟ୍ରାଫିକ୍ ନିୟନ୍ତ୍ରଣ ଓ ପରିଚାଳନାରେ ମେଟ୍ରୋ ଟ୍ରେନ୍ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଆହୁରି ମଧ୍ୟ ଓଡ଼ିଶା ଏବେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତର ଏକ ପ୍ରମୁଖ କେନ୍ଦ୍ର ହୋଇସାରିଛି। ଭୁବନେଶ୍ୱର ଆଗାମୀ ଦିନରେ ବିଶ୍ୱର ପ୍ରମୁଖ କ୍ରୀଡ଼ା ହବର ମାନ୍ୟତା ପାଇବାକୁ ଯାଉଛି। ସେହିପରି ନିକଟରେ ରାଜ୍ୟ ସରକାର ପ୍ରାୟ ୩୬ ହଜାର କୋଟି ଟଙ୍କାର ପାଞ୍ଚଟି ଶିଳ୍ପ କରିଡରକୁ ମଧ୍ୟ ଅନୁମୋଦନ କରିଛନ୍ତି। ଏ ସବୁଦୃଷ୍ଟିରୁ ରାଜ୍ୟ ରାଜଧାନୀ କ୍ଷେତ୍ରରେ ମେଟ୍ରୋ ଟେନ୍ ସେବାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପରିକଳ୍ପନା ଆଜିର ନୁହେଁ। ୨୦୧୦ ମସିହାରୁ ଓଡ଼ିଶା ସରକାର ଏ ଦିଗରେ ଉଦ୍ୟମ କରି ଆସୁଥିଲେ ମଧ୍ୟ କେନ୍ଦ୍ରୀୟ ଅବହେଳା ଯୋଗୁଁ ଏହା ସାକାର ହୋଇପାରୁନଥିଲା। ବିଭିନ୍ନ ଜାତୀୟ ବୈଷୟିକ ସଂସ୍ଥା ମଧ୍ୟ ଓଡ଼ିଶାର ଏହି ପ୍ରକଳ୍ପ ଦାବିକୁ ଗୁରୁତ୍ୱ ଦେଉ ନଥିଲେ। ୨୦୧୦ ଜୁଲାଇ ମାସରେ ଓଡ଼ିଶା ସରକାର ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଏକ ଚିଠି ଲେଖି ଭୁବନେଶ୍ୱର-କଟକ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ଏକ ସର୍ବେକ୍ଷଣ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ଏହି ପ୍ରସ୍ତାବିତ ପ୍ରକଳ୍ପ ଆଦୌ ଅନୁକୂଳ ନୁହେଁ ବୋଲି ୨୦୧୩ ଜାନୁଆରୀ ମାସରେ ଉକ୍ତ ସଂସ୍ଥାର ପ୍ରମୁଖ ପରାମର୍ଶଦାତା ନାସ୍ତିବାଣୀ ଶୁଣାଇଥିଲେ। ଏହା ବଦଳରେ ବରଂ ଟ୍ରାମ୍ କିମ୍ବା ବସ୍-ରାପିଡ୍- ଟ୍ରାନ୍ଜିଟ୍ ସିଷ୍ଟମ୍ ପାଇଁ ପ୍ରସ୍ତାବ ଦେଇଥିଲେ। ସେହି ସମୟରେ ଇଞ୍ଜିନିୟରିଂ ପ୍ରୋଜେକ୍ଟ ଇଣ୍ଡିଆ ଲିମିଟେଡ୍ ନାମକ ଆଉ ଏକ କେନ୍ଦ୍ରୀୟ ସଂସ୍ଥା ମଧ୍ୟ ଆମ ଦ୍ୱୈତନଗରୀ ମଧ୍ୟରେ ମନୋ-ରେଳ ଚଳାଚଳ ପାଇଁ ଓଡ଼ିଶା ସରକାର ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଏଥିରେ ହତୋତ୍ସାହିତ ନ ହୋଇ ୨୦୧୪ରେ ପୁଣି ଥରେ ରାଜ୍ୟ ସରକାର ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ‘ଡିପିଆର’ ପ୍ରସ୍ତୁତ କରିବା ଲାଗି ବାଲାଜି ରେଲ୍ରୋଡ୍ ସିଷ୍ଟମ୍ ଲିମିଟେଡ୍ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲେ। ଉକ୍ତ ରିପୋର୍ଟରେ ମଧ୍ୟ ସେଭଳି ଅନୁକୂଳ ମତ ନ ମିଳିବାରୁ ୨୦୧୮ ଓ ୨୦୧୯ରେ ମୁଖ୍ୟମନ୍ତ୍ରୀ ଏଥିଲାଗି ପତ୍ର ଲେଖି କେନ୍ଦ୍ର ନିକଟରେ ପୁଣି ଦାବି ଉପସ୍ଥାପନ କରିଥିଲେ। ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ସର୍ବାଧିକ ବଜେଟ୍ ବ୍ୟୟବରାଦ କରାଯାଇଛି ବୋଲି ଘୋଷଣା କରୁଥିବା କେନ୍ଦ୍ର ସରକାର ୨୩-୨୪ ବଜେଟରେ ମେଟ୍ରୋ ପ୍ରକଳ୍ପ ପାଇଁ ନିଶ୍ଚୟ ବ୍ୟୟବରାଦ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଚଳିତ ବଜେଟ୍ରେ ମଧ୍ୟ ଓଡ଼ିଶାର ଏହି ବହୁ ଈପ୍ସିତ ରେଳ ପ୍ରକଳ୍ପ ପାଇଁ କୌଣସି ବ୍ୟୟବରାଦ ହେଲା ନାହିଁ। ତେଣୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିଜସ୍ୱ ସମ୍ବଳ ଓ ଭିତ୍ତିଭୂମି ଉପଯୋଗରେ ପ୍ରକଳ୍ପ ନିର୍ମାଣ କରିବାକୁ ବର୍ତ୍ତମାନ ଦୃଢ଼ ପଦକ୍ଷେପ ନେଇଛନ୍ତି।
ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ସ୍ୱାଗତ କରାଯାଇଛି। ଅପରପକ୍ଷରେ ବିରୋଧୀ ଦଳ ପକ୍ଷରୁ ଚିରାଚରିତ ଢଙ୍ଗରେ ଏହାକୁ ନେଇ ଅବାଞ୍ଛିତ ପ୍ରଶ୍ନ ଉଠାଯାଇଛି। ତେବେ ଓଡ଼ିଶାବାସୀଙ୍କ ପାଇଁ ଏଭଳି ଅରୁଚିକର ମନ୍ତବ୍ୟ ଶୁଣିବା ନୂଆ ନୁହେଁ। ଯେତେବେଳେ ବି କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳର ଶାଖା ଓଡ଼ିଶାରେ ବିରୋଧୀ ଦଳର ଭୂମିକାରେ ରହିଛନ୍ତି, ସେତେବେଳେ ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଆସିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅମଳରୁ ଓଡ଼ିଶା ପ୍ରତି କେନ୍ଦ୍ରର ଏଭଳି ଅବହେଳାର ଆଭିମୁଖ୍ୟ ଜାରି ରହିଛି। ତତ୍କାଳୀନ କେନ୍ଦ୍ର ସରକାରଙ୍କ ତୀବ୍ର ବିରୋଧ ଓ ଅସହଯୋଗିତା ସତ୍ତ୍ବେ ବିଜୁ ପଟ୍ଟନାୟଙ୍କ ଅଟଳ ନିଷ୍ପତ୍ତି, ସାହସିକତା, ଆନ୍ତରିକତା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ପାରାଦୀପ ବନ୍ଦର ଆଜି ସଦର୍ପେ କେବଳ ଠିଆ ହୋଇନାହିଁ, ବରଂ ଭାରତ ସରକାରଙ୍କ ରାଜକୋଷ ବୃଦ୍ଧିରେ ବଳିଷ୍ଠ ଅବଦାନ ଯୋଗାଇ ଆସୁଛି। ଏବେ ମଧ୍ୟ କେନ୍ଦ୍ରର ଅବହେଳା ସତ୍ତ୍ବେ ଭୁବନେଶ୍ୱର-କଟକ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ଯେତେଶୀଘ୍ର ସାକାର ହେବ ଗମନାଗମନ ଓ ପରିବହନ କ୍ଷେତ୍ରରେ ଓଡ଼ିଶା ସେତେ ବିରାଟ ଐତିହାସିକ ଉପଲବ୍ଧି ହାସଲ କରିବ ଏବଂ ଏହା ଜାତୀୟ ଅର୍ଥନୀତି ପାଇଁ ମଧ୍ୟ ସହାୟକ ହେବ। ଦୂରଦ୍ରଷ୍ଟା ଜନନାୟକ ବିଜୁ ପଟ୍ଟନାୟଙ୍କ ଶାସନ ଅମଳରେ ଓଡ଼ିଶା ପରିବହନ କ୍ଷେତ୍ରରେ ସୃଷ୍ଟି କରିଥିବା ଗୌରବୋଜ୍ଜ୍ୱଳ ଇତିହାସ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ପୁଣି ଥରେ ଦୋହରାଇବେ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ନ୍ୟାଯ୍ୟ ଦାବିକୁ ଅନ୍ୟାୟ ଭାବେ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସୁଥିବା କେନ୍ଦ୍ର ସରକାରଙ୍କୁ ରେଳବାଇ କ୍ଷେତ୍ରରେ ଚିର-ଅବହେଳିତ ଓଡ଼ିଶାର ଏହି ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ନିରବ ଅଥଚ ପ୍ରକୃଷ୍ଟ ଜବାବ ହେବ। ଦଳମତ ନିର୍ବିଶେଷରେ ଓଡ଼ିଶାବାସୀଙ୍କ ଅକୁଣ୍ଠ ସହଯୋଗ ମିଳିଲେ ଏହି ପ୍ରକଳ୍ପ ୨୦୩୬ର ବହୁପୂର୍ବରୁ ସାକାର ହୋଇପାରିବ ଏହି ବିଶ୍ୱାସ ଆମର ରହିଛି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସାମୂହିକ ଉନ୍ନତି ଓ ପ୍ରଗତି ପାଇଁ ଏହି ସାଧୁ ଉଦ୍ୟମ ହିଁ ଉତ୍କଳ ଜନନୀ ପ୍ରତି ଆମର ପ୍ରକୃତ ଭକ୍ତି ନୈବେଦ୍ୟ ! ବନ୍ଦେ ଉତ୍କଳ ଜନନୀ !