ଦେଶରେ ପୁନର୍ବାର କରୋନା ତେଜୁଛି, ଆଗୁଆ ସତର୍କତା ଜରୁରୀ

The Sakala Picture
Published On

ଶତାବ୍ଦୀରେ ଥରେ ଅଧେ ଆସୁଥିବା ମହାମାରୀ ସହଜରେ ବିଦା ହୁଏ ନାହିଁ। ପ୍ରାକୃତିକ ବ୍ୟତିକ୍ରମ ବା ଅନ୍ୟାନ୍ୟ କାରଣରୁ ସୃଷ୍ଟ ଏଭଳି ମହାମାରୀ ଆପଣାଛାଏଁ ପ୍ରାକୃତିକ ଉପାୟରେ ଗଣ ପ୍ରତିରୋଧ ଶକ୍ତି ସୃଷ୍ଟିକରି ବିଦାହୁଏ। ସେହି ପ୍ରକ୍ରିୟାରେ ବ୍ୟାପକ ଧନଜୀବନ ହାନି ଘଟେ। ମଣିଷର ଚେତନା ଓ ବିଜ୍ଞାନର ବିକାଶ ଦ୍ୱାରା ମହାମାରୀ ଉପରେ ନିୟନ୍ତ୍ରଣ ଆସିଥିଲେ ମଧ୍ୟ ଏହା ବିଭିନ୍ନ ସମୟରେ ନୂଆ ରୂପରେ, ଢଙ୍ଗରେ ମାନବ ସମାଜକୁ ଆକ୍ରମଣ କରିଥାଏ। ତାହାର ସଦ୍ୟତମ ଉଦାହରଣ […]

ଶତାବ୍ଦୀରେ ଥରେ ଅଧେ ଆସୁଥିବା ମହାମାରୀ ସହଜରେ ବିଦା ହୁଏ ନାହିଁ। ପ୍ରାକୃତିକ ବ୍ୟତିକ୍ରମ ବା ଅନ୍ୟାନ୍ୟ କାରଣରୁ ସୃଷ୍ଟ ଏଭଳି ମହାମାରୀ ଆପଣାଛାଏଁ ପ୍ରାକୃତିକ ଉପାୟରେ ଗଣ ପ୍ରତିରୋଧ ଶକ୍ତି ସୃଷ୍ଟିକରି ବିଦାହୁଏ। ସେହି ପ୍ରକ୍ରିୟାରେ ବ୍ୟାପକ ଧନଜୀବନ ହାନି ଘଟେ। ମଣିଷର ଚେତନା ଓ ବିଜ୍ଞାନର ବିକାଶ ଦ୍ୱାରା ମହାମାରୀ ଉପରେ ନିୟନ୍ତ୍ରଣ ଆସିଥିଲେ ମଧ୍ୟ ଏହା ବିଭିନ୍ନ ସମୟରେ ନୂଆ ରୂପରେ, ଢଙ୍ଗରେ ମାନବ ସମାଜକୁ ଆକ୍ରମଣ କରିଥାଏ। ତାହାର ସଦ୍ୟତମ ଉଦାହରଣ ହେଲା କରୋନା ବା କୋଭିଡ୍‌‌-୧୯ ମହାମାରୀ। ୨୦୧୯ ମାର୍ଚ୍ଚରୁ ଏହା ବିଶ୍ୱକୁ ଘାଣ୍ଟୁଛି ଏବଂ ଔଷଧ ଓ ଟିକାର ଆବିଷ୍କାର ତଥା ବ୍ୟବହାର ସତ୍ତ୍ବେ ଏହାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ଏହା ଛାଡ଼ିଯିବାର ନାଁ ଧରୁନାହିଁ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏହି ମହାମାରୀଟି ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ନୁହେଁ ଏବଂ ଏହା ପୃଥିବୀରେ ସର୍ଦ୍ଦି, ଛିଙ୍କ, କାଶ ଭଳି ଅନ୍ୟାନ୍ୟ ଭୂତାଣୁ ଭଳି ରହି ମଝିରେ ମଝିରେ ସଂକ୍ରମଣ ବଢ଼଼ାଇବ ଏବଂ ଆମକୁ ଏହାସହିତ ବଞ୍ଚି ରହିବାର କଳା ଶିଖିବାକୁ ପଡ଼ିବ। ସମସ୍ତ ସାର୍ସ ବା ଶ୍ୱାସଜନିତ ସଂକ୍ରମଣ ବ୍ୟାଧି ଏଭଳି ଏବଂ ଏହାର ସମ୍ପୂର୍ଣ୍ଣ ନିରାକରଣ ଏ ଯାଏ ଆପାତତଃ ଅସମ୍ଭବ।

ଭାରତରେ କରୋନା ମୁକାବିଲା ଏକ ଦୀର୍ଘ ସଂଘର୍ଷମୟ କାହାଣୀ। ଏଥିପାଇଁ ଆମକୁ ଅନେକ ମୂଲ୍ୟ ଦେବାକୁ ପଡ଼ିଛି ଏବଂ ଅନେକ ଧନଜୀବନ ହାନି ଘଟିଛି। ଏହା ବିରୋଧରେ ଆମର ନିରବଚ୍ଛିନ୍ନ ସଂଗ୍ରାମ ସଫଳ ହୋଇଛି ବୋଲି କୁହାଯାଇ ପାରେ। ଏହାସତ୍ତ୍ବେ ଆମେ ଏ ଲଢ଼େଇରେ ସମ୍ପୂର୍ଣ୍ଣ ବିଜୟୀ ହୋଇନାହୁଁ; କାରଣ କରୋନାର ମୂଳୋତ୍ପାଟନ ଘଟିନାହିଁ। ତୁହାକୁ ତୁହା ନୂଆ ରୂପରେ ଏହା ସଂକ୍ରମିତ ହେଉଛି। ତିନିବର୍ଷ ପରେ ଏବେ ଭାରତରେ ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି ଏବଂ ଦେଶରେ ସଂକ୍ରମିତ ଜିଲ୍ଲା ସଂଖ୍ୟା ସାଢ଼େ ୩ ଗୁଣ ବୃଦ୍ଧି ପାଇଛି। ମାତ୍ର ଦୁଇସପ୍ତାହ ମଧ୍ୟରେ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୨ଟି ଜିଲ୍ଲା ଟିପିଆର୍‌‌ ହାର ଅତି କମ୍‌‌ରେ ୧୦ ଶତାଂଶ ବଢ଼଼ିଛି। ଦୁଇ ସପ୍ତାହ ପୂର୍ବରୁ ଦେଶର ପାଞ୍ଚଟି ରାଜ୍ୟର ୯ଟି ଜିଲ୍ଲାରେ କରୋନା ସଂକ୍ରମଣ ହାର ଅଧିକ ଥିଲା। ଟିପିଆର୍‌‌ର ଅର୍ଥ ହେଲା ମୋଟ୍‌‌ ସାମ୍ପଲ ଟେଷ୍ଟିଂରୁ ପଜିଟିଭ୍‌‌ ବା ଆକ୍ରାନ୍ତଙ୍କ ସଂଖ୍ୟା ନିର୍ଣ୍ଣୟ କରିବା। କରୋନା ଏକ ସ୍ପର୍ଶଜନିତ ରୋଗ। ତେଣୁ ହଠାତ୍‌‌ ସଂକ୍ରମଣ ବୃଦ୍ଧି ପାଇବା ଫଳରେ ସରକାର ଚିନ୍ତିତ ହେବା ସ୍ୱାଭାବିକ। ସର୍ବଶେଷ ହିସାବ ଅନୁସାରେ ଦେଶର ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୨ ଜିଲ୍ଲାରେ କରୋନା ଟିପିଆର୍‌‌ ହାର ୧୦ ଶତାଂଶ ଉପରେ ରହିଛି ଏବଂ ଏହି ପରିସଂଖ୍ୟାନ ପ୍ରତିକାର ବ୍ୟବସ୍ଥା ପୁନର୍ବାର ଆରମ୍ଭ କରିବାର ଏକ ସତର୍କ ସଂକେତ।

ଦିଲ୍ଲୀ, କେରଳ, ଗୁଜରାଟ, ମହାରାଷ୍ଟ୍ର ଆଦି ରାଜ୍ୟର କେତେକ ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ବଢ଼଼ୁଛି। ଏହା ପଛକୁ ଅନ୍ୟାନ୍ୟ ରାଜ୍ୟର ୬୩ ଜିଲ୍ଲାରେ ଏହି ସଂକ୍ରମଣ ହାର ୫ ରୁ ୧୦ ଶତାଂଶ ମଧ୍ୟରେ ରହିଛି। ସେଥିରେ ଓଡ଼ିଶାର ଖୋରଧା ଜିଲ୍ଲା ରହିଛି। ଅତଏବ କେନ୍ଦ୍ର ସରକାର, ବିଶେଷକରି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହିତ ପ୍ରତିକାର ଉପରେ ଗୁରୁତ୍ୱ ଦେଉଛନ୍ତି। ନୂତନ ସଂକ୍ରମିତଙ୍କ ସଂଖ୍ୟା ଦୁଇ ସପ୍ତାହ ମଧ୍ୟରେ ଦେଶରେ ପାଖାପାଖି ଲକ୍ଷାଧିକରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ନଗଣ୍ୟ ରହିଛି। ଆମ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ଥିବାରୁ ଆରୋଗ୍ୟ ଲାଭ ହାର ମଧ୍ୟ ସନ୍ତୋଷଜନକ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ଏବେ ମୋଟ କୋଭିଡ୍‌‌ ଆକ୍ରାନ୍ତଙ୍କ ସଂଖ୍ୟା ୪.୪୭ କୋଟି। ସେଥିମଧ୍ୟରୁ ଆକ୍ଟିଭ ବା ସକ୍ରିୟ ମାମଲା ମୋଟ ସଂକ୍ରମଣର ୦.୦୨% ହୋଇଥିବାବେଳେ ଜାତୀୟ କୋଭିଡ୍‌‌ ଆରୋଗ୍ୟ ହାର ୯୮.୭୯। ଏହା ନିଶ୍ଚିତ ସନ୍ତୋଷଜନକ। ଏଥିରୁ ଆମ ଚିକିତ୍ସା ବ୍ୟବସ୍ଥା ଓ ଉପଚାରର ସଫଳତା ପ୍ରମାଣିତ ହୁଏ। ଏହି ପର୍ଯ୍ୟାୟ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଦେଶରେ ମାତ୍ର ୧.୧୯% ବୋଲି ସରକାରୀ ଭାବେ କୁହାଯାଇଛି।

ଉତ୍ତମ ଚିକିତ୍ସା ସୁବିଧା, ଟିକା ପ୍ରଦାନ ସତ୍ତ୍ବେ କୋଭିଡ୍‌‌ରେ ଲୋକେ ମରିବା ଆଦୌ ଗ୍ରହଣୀୟ ନୁହେଁ। ସଂଖ୍ୟା କମ୍‌‌ ହେଉ ପଛେ ମୃତ୍ୟୁ ଓ ସଂକ୍ରମଣ ହାରକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରଖିବା ଆମ ପାଇଁ ଏକ ବଡ଼ ଆହ୍ୱାନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟଙ୍କୁ ଏଥିପାଇଁ ସତର୍କ କରାଇଦେବା ସହିତ କୋଭିଡ୍‌‌ ବ୍ୟବହାର ପ୍ରତିରୋଧୀ ପଦକ୍ଷେପଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କର କୋଭିଡ୍‌‌ ପରିଚାଳନା ଓ ଟିକାଦାନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଅଧିକରୁ ଅଧିକ ଟେଷ୍ଟିଂ, ଆରଟି ପିସିଆର୍‌‌, ପଜିଟିଭ୍‌‌ ସାମ୍ପଲର ହୋଇ ଜେନମ ସିକ୍ୟୁଏନ୍ସିଂ ଆଦି ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁତ୍ୱ ଦେଇଛନ୍ତି। ସରକାର ତାଙ୍କ ବାଟରେ କାମ କରିବେ ଓ ପଦକ୍ଷେପ ନେବେ। ହସ୍‌‌ପିଟାଲରେ ସ୍ୱତନ୍ତ୍ର କୋଭିଡ୍‌‌ ୱାର୍ଡ ଖୋଲିବା ସହିତ ଟିକାଦାନ ଓ ବୁଷ୍ଟର ଡୋଜ୍‌‌ ପ୍ରଦାନକୁ ଗୁରୁତ୍ୱ ଦିଆଯିବ। ଏହାଛଡ଼ା କୋଭିଡ୍‌‌ ନିୟମ ପାଳନକୁ ଆବଶ୍ୟକସ୍ଥଳେ କଠୋର କରାଯାଇପାରେ। ସରକାର ତାଙ୍କ ଅଭିଜ୍ଞତା, ଅନୁଭୂତି ଅନୁସାରେ ପ୍ରସ୍ତୁତି ଚଳାଇବେ ସତ, ରୋଗକୁ ନିୟନ୍ତ୍ରଣରେ ରଖିବାକୁ ଯଥେଷ୍ଟ ନୁହେଁ। ଲୋକଙ୍କର ଏ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଦାୟିତ୍ୱ ରହିଛି ଏବଂ ସେମାନେ ସତର୍କ ଓ ସଚେତନ ନ ହେଲେ ପରିସ୍ଥିତି ବିଗିଡ଼ି ପାରେ। କେନ୍ଦ୍ର ସରକାର କହୁଛନ୍ତି ଯେ ମାର୍ଚ୍ଚ ୨୩ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଦେଶରେ ଦୈନିକ ୯୬୬ ଲୋକ କୋଭିଡ୍‌‌ ସଂକ୍ରମିତ ହେଉଛନ୍ତି। ମାର୍ଚ୍ଚ ୩ ବେଳକୁ ଏହି ସଂଖ୍ୟା ଥିଲା ୩୧୩। ସରକାରୀ ପରିସଂଖ୍ୟାନ ନିର୍ଭୁଲତା ସବୁବେଳେ ବିବାଦୀୟ। ତଥାପି ଏହା ଉପରମୁହାଁ ହେବା ଅର୍ଥ ସଂକ୍ରମଣ ହାର ଅଧିକ ହୋଇପାରେ ଏବଂ ଅନେକ ତଥ୍ୟ ସରକାରୀ ନଜରକୁ ଆସୁନଥିବ।

ଆମ ଓଡ଼ିଶାରେ କୋଭିଡ୍‌‌ର ସାନି ସଂକ୍ରମଣ ସ୍ଥିତି ଏବେ ଉଦ୍‌‌ବେଗଜନକ ନାହିଁ। ତଥାପି ରାଜ୍ୟ ସରକାର ଏଥିରେ କୌଣସି କୋହଳ ମନୋଭାବ ପୋଷଣ କରିବାକୁ ପ୍ରସ୍ତୁତ ନୁହନ୍ତି। ହସ୍‌‌ପିଟାଲ୍‌‌ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଥିବାବେଳେ ଟିକାଦାନ ବ୍ୟବସ୍ଥାକୁ ବ୍ୟାପକ ଓ ସଘନ କରିବାକୁ ଉଦ୍ୟମ ଚାଲିଛି। ବାକି ରହିଲା କୋଭିଡ୍‌‌ କଟକଣା ପ୍ରୟୋଗ ଓ ଲୋକଙ୍କୁ ସଚେତନ କରିବା। ତେବେ ଅର୍ଥନୀତି ଉପରେ କଟକଣାର କୁପ୍ରଭାବ ଯେପରି ନପଡ଼େ, ସେଥିପ୍ରତି ସରକାର ବିଶେଷ ସଚେତନ ଅଛନ୍ତି। ସେ ଦୃଷ୍ଟିରୁ ଭିଡ଼, ଗହଳି ଆଦି ଏଡ଼ାଇବା ସହିତ ଟିକା ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଆମ ରାଜ୍ୟବାସୀଙ୍କ ସହଯୋଗ ଓ ସଚେତନତା କୋଭିଡ୍‌‌ ନିୟନ୍ତ୍ରଣରେ ଆମକୁ ବିପୁଳ ସଫଳତା ଦେଶରେ ଦେଇଛି। ଏଥର ମଧ୍ୟ ସେଭଳି ସ୍ଥିତି ଆସିଲେ ଆମେ ସମସ୍ତେ ମିଳିତଭାବେ ତାହାର ମୁକାବିଲା କରିପାରିବା। ଆସନ୍ତୁ ସରକାରଙ୍କୁ ଏହି କରୋନା ମୁକାବିଲା କାର୍ଯ୍ୟରେ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ ଯୋଗାଇବା।

31 Mar 2023 By The Sakala

https://www.thesakala.in/sakala-editorial/sakala-editorial-31-03-2023/article-20295
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର