ପଞ୍ଜାବ ପୁଣି ଅଶାନ୍ତ, ତୁରନ୍ତ ଦୃଢ଼ ପଦକ୍ଷେପ ଜରୁରୀ

The Sakala Picture
Published On

ପ୍ରାୟ ତିନି ଦଶନ୍ଧି ପରେ ପଞ୍ଜାବ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ସ୍ୱତନ୍ତ୍ର ଖାଲିସ୍ତାନ ଗଠନ ଦାବିରେ ବିଚ୍ଛିନ୍ନତାବାଦୀମାନେ ପୁଣି ଥରେ ସେଠାରେ ସକ୍ରିୟ ହୋଇଛନ୍ତି। ଆତ୍ମଘୋଷିତ ଧର୍ମଗୁରୁ ତଥା କଟ୍ଟରପନ୍ଥୀ ଅମୃତ ପାଲ୍‌‌ ସିଂହ ଓ ତାହାର ସମର୍ଥକମାନେ ଏବେ ପଞ୍ଜାବରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ହିଂସାର ଆଶ୍ରୟ ନେଇଥିବାବେଳେ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ବିହିତ କାର୍ଯ୍ୟାନୁଷ୍ଠାନ ନେଇଛି। ଫଳରେ ସେଠାରେ ପରିସ୍ଥିତି ଏବେ ଉତ୍ତେଜନାମୂଳକ ରହିଛି। କିଛିଦିନ ତଳେ […]

ପ୍ରାୟ ତିନି ଦଶନ୍ଧି ପରେ ପଞ୍ଜାବ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ସ୍ୱତନ୍ତ୍ର ଖାଲିସ୍ତାନ ଗଠନ ଦାବିରେ ବିଚ୍ଛିନ୍ନତାବାଦୀମାନେ ପୁଣି ଥରେ ସେଠାରେ ସକ୍ରିୟ ହୋଇଛନ୍ତି। ଆତ୍ମଘୋଷିତ ଧର୍ମଗୁରୁ ତଥା କଟ୍ଟରପନ୍ଥୀ ଅମୃତ ପାଲ୍‌‌ ସିଂହ ଓ ତାହାର ସମର୍ଥକମାନେ ଏବେ ପଞ୍ଜାବରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ହିଂସାର ଆଶ୍ରୟ ନେଇଥିବାବେଳେ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ବିହିତ କାର୍ଯ୍ୟାନୁଷ୍ଠାନ ନେଇଛି। ଫଳରେ ସେଠାରେ ପରିସ୍ଥିତି ଏବେ ଉତ୍ତେଜନାମୂଳକ ରହିଛି। କିଛିଦିନ ତଳେ ଅମୃତ ପାଲର ନେତୃତ୍ୱରେ ପରିଚାଳିତ ‘ୱାରିସ୍‌‌ ପଞ୍ଜାବ ଦେ’ର ସଦସ୍ୟମାନେ େସମାନଙ୍କର ଗିରଫ ସାଥୀମାନଙ୍କୁ ପୁଲିସ୍‌‌ ହାଜତରୁ ମୁକ୍ତ କରିବାକୁ ଅମୃତସହର ନିକଟସ୍ଥ ଆଜନାଲା ଥାନା ଉପରେ ଆକ୍ରମଣ କରି ବର୍ବରକାଣ୍ଡ ଭିଆଇଥିଲେ। ସେତେବେଳେ ପୁଲିସ୍‌‌ର ନିଷ୍କ୍ରିୟତା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ସୃଷ୍ଟି ହୋଇଥିଲା। ଚାରିଆଡ଼ୁ ଚାପ ପଡ଼ିବା ପରେ ଅମୃତ ପାଲ୍‌‌କୁ ଗିରଫ କରିବା ପାଇଁ ପଞ୍ଜାବ ପୁଲିସ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ତେବେ ଅମୃତ ପାଲ୍‌‌ ଖସି ଯାଇଥିବାବେଳେ ପାଖାପାଖି ତାହାର ୮୦ ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଏହାପରେ ପୁଲିସ ସେଠାରେ ଫ୍ଲାଗ୍‌‌ମାର୍ଚ୍ଚ କରିଛି। କୌଣସି ବଡ଼ ଧରଣର ଅଘଟଣ ଭୟରେ ଲୋକମାନେ ଘର ଭିତରେ ନିରାପଦରେ ରହିବାକୁ ଶ୍ରେୟ ମଣିଛନ୍ତି।

ଏହି ଘଟଣା ୧୯୭୦-୮୦ ଦଶକର ପଞ୍ଜାବ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ବା ଖାଲିସ୍ତାନୀ ଆନ୍ଦୋଳନ ବେଳର ଘଟଣାକୁ ସ୍ମରଣ କରାଇ ଦେଉଛି। ସେତେବେଳେ ଏହି ଆନ୍ଦୋଳନର ମୁଖ୍ୟ ଜାରନେଲ୍‌‌ ସିଂହ ଭିଣ୍ଡ୍ରାୱାଲା ନେତୃତ୍ୱରେ ପଞ୍ଜାବରେ ଆତଙ୍କରାଜ ସୃଷ୍ଟି ହୋଇଥିଲା। ଦୀର୍ଘ ପ୍ରାୟ ଦୁଇ ଦଶନ୍ଧିର ହିଂସାର ଘନଘଟା ଭିତରେ ପଞ୍ଜାବବାସୀ ଜୀବନ ବିତାଇବା ପରେ ଅମୃତସର ବ୍ଲୁଷ୍ଟାର ଅପରେସନ୍‌‌ ଜରିଆରେ ଏହି ଆତଙ୍କର ଅବସାନ ଘଟିଥିଲା। ଏହାର ପ୍ରଭାବରେ କିନ୍ତୁ ୧୯୮୪ରେ ଯେଉଁ ଶିଖି ବିରୋଧୀ ଦଙ୍ଗାର ସୂତ୍ରପାତ ହେଲା, ତାହା ଭାରତୀୟ ଇତିହାସରେ କଳା ଅଧ୍ୟାୟ ହୋଇ ଆଜି ପର୍ଯ୍ୟନ୍ତ ରହିଯାଇଛି। ବିଡ଼ମ୍ବନା ହେଲା ସେତେବେଳେ ମଧ୍ୟ ଏହି ସାମଗ୍ରିକ ଘଟଣା ପଛରେ କୁତ୍ସିତ ରାଜନୈତିକ ସ୍ୱାର୍ଥ ଜଡ଼ିତ ଥିବା ବେଳେ ଏବେ ମଧ୍ୟ ସେଭଳି କିଛି ଗନ୍ଧ ବାରି ହୋଇପଡ଼ୁଛି।

ସ୍ୱାଧୀନତା ପରବର୍ତ୍ତୀ ସମୟରୁ ପଞ୍ଜାବ ସମସ୍ୟା ଏକ ଅତି ସମ୍ବେଦନଶୀଳ ଓ ଜଟିଳ ପ୍ରସଙ୍ଗ ହୋଇ ରହି ଆସିଛି। ଏହି ପ୍ରସଙ୍ଗ ପଛରେ କେବଳ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବି ନୁହେଁ, ବରଂ ଧର୍ମ, ସଂସ୍କୃତି, ଅର୍ଥନୀତି ଆଦି ଅନେକ ସମସ୍ୟା ଜଡ଼ିତ ରହିଛି। ପଞ୍ଜାବବାସୀଙ୍କ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଧାରଣା ମୂଳରୁ ରହି ଆସିଛି ଯେ ସ୍ୱାଧୀନ ଭାରତରେ ସେମାନେ ସଂଖ୍ୟାଲଘୁ ଏବଂ ସଂଖ୍ୟାବହୁଳ ହିନ୍ଦୀ ଭାଷାଭାଷୀଙ୍କ ଦ୍ୱାରା ଅବହେଳିତ। କୃଷି ଓ ଅର୍ଥନୀତି ଦୃଷ୍ଟିରୁ ବେଶ୍‌‌ ଉନ୍ନତ ଏହି ରାଜ୍ୟ କିନ୍ତୁ ଅବଶିଷ୍ଟ ଭାରତରେ ଯଥାଯଥ ସମ୍ମାନ ଓ ମର୍ଯ୍ୟାଦା ପାଉନଥିବା ସେହି ରାଜ୍ୟର କେତେକ ଗୋଷ୍ଠୀ ମନେ କରିଆସୁଛନ୍ତି। ପଞ୍ଜାବବାସୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ଭାରତ ଅଧୀନରେ ରହି କଦାପି ସମ୍ଭବ ନୁହେଁ ବୋଲି ଏହି ଗୋଷ୍ଠୀ ପଞ୍ଜାବବାସୀଙ୍କ ମନରେ ଏକ ଧାରଣା ମୂଳରୁ ସୃଷ୍ଟି କରିବାକୁ ଚେଷ୍ଟା କରିଆସୁଛନ୍ତି। ଶିଖମାନଙ୍କ ପାଇଁ ଏକ ସ୍ୱାଧୀନ ରାଷ୍ଟ୍ର ଗଠନ ନିମନ୍ତେ ଆମେରିକା, ବ୍ରିଟେନ୍‌‌ ଓ କାନାଡ଼ା ଆଦି ଦେଶରେ ବସବାସ କରୁଥିବା ଅନେକ ଧନିକ ଶ୍ରେଣୀର ଶିଖ ବ୍ୟକ୍ତି ଆର୍ଥିକ ତଥା ନୈତିକ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଏହାର ସୁଯୋଗ ନେଇ ପଡ଼ୋଶୀ ପାକିସ୍ତାନ ବିଚ୍ଛିନ୍ନତାବାସୀଙ୍କୁ ଉସୁକାଉଛି। ନିକଟରେ ପଞ୍ଜାବରେ ‘ଆପ୍‌‌’ ଦଳ ସରକାର ଗଢ଼ିବା ପରେ ଖାଲିସ୍ତାନୀ ଦାବି ମୁଣ୍ଡ ଟେକିଛି ଏବଂ ରାଜ୍ୟ ସରକାର ଏହାକୁ କେତେକାଂଶରେ ପ୍ରୋତ୍ସାହିତ କରୁଛନ୍ତି ବୋଲି ରାଜନୈତିକ ଅଭିଯୋଗ ଆସୁଛି। ଏହିସବୁ କାରଣରୁ ୧୯୭୦ ଦଶକରେ ସ୍ୱତନ୍ତ୍ର ଖାଲିସ୍ତାନ ରାଷ୍ଟ୍ର ଗଠନ ଦାବି ଜନ୍ମନେଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲା ଜାରନେଲ୍‌‌ ସିଂହ ଭିଣ୍ଡ୍ରାୱାଲା। ବିଭିନ୍ନ ରାଜନୈତିକ ଦଳର ପୃଷ୍ଠପୋଷକତାରେ ସେ ଅସୀମ ଶକ୍ତିଶାଳୀ ହୋଇ ଶେଷରେ ଭସ୍ମାସୁର ରୂପ ନେଇଥିଲା।

ପଞ୍ଜାବବାସୀଙ୍କ ଏହି ମାନସିକତା ଓ ସମସ୍ୟା ଦୂର କରିବା ପାଇଁ ଭାରତ ସରକାର ଅତୀତରେ କେତେକ ଆଖିଦୃଶିଆ ପଦକ୍ଷେପ ନେଇଥିଲେ ହେଁ ମୂଳ ବିଚ୍ଛିନ୍ନତାବାଦୀ ଧାରଣାରେ ପରିବର୍ତ୍ତନ ହୋଇପାରିନାହିଁ ବୋଲି ଜଣାପଡ଼ୁଛି। ରାଜନୈତିକ ପଟ୍ଟ ପରିବର୍ତ୍ତନ ସହିତ ବିଚ୍ଛିନ୍ନତାବାଦୀଙ୍କ ମନରେ ଲୁଚି ରହିଥିବା ଏହି ହୀନମନ୍ୟତା ତଥା ହିଂସାତ୍ମକ ଭାବନା ଏବେ ପୁଣି ଥରେ ଚେଇଁ ଉଠିଛି। ସୀମାପାର ଆତଙ୍କବାଦୀମାନଙ୍କ ଦ୍ୱାରା କାଶ୍ମୀରରେ ଆତଙ୍କରାଜ ସୃଷ୍ଟି କରି ଆସୁଥିବା ପାକିସ୍ତାନ ପଞ୍ଜାବରେ ପ୍ରଚୁର ନିଶାଦ୍ରବ୍ୟ ଚାଲାଣ କରି ହିଂସା ଓ ବିଚ୍ଛିନ୍ନତାବାଦୀ ଆତଙ୍କକୁ ଆହୁରି ଉଗ୍ର କରି ରଖିବାକୁ ଚାହୁଁଛି। ଚଳିତ ବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଅମୃତ ପାଲ୍‌‌ ସିଂହ ନେତୃତ୍ୱରେ ପଞ୍ଜାବରେ ହିଂସା ସୃଷ୍ଟି ହେବା ଏକ ସୁନିୟୋଜିତ ଭାରତ ବିରୋଧୀ କାର୍ଯ୍ୟକଳାପ ବୋଲି ଜଣାପଡ଼ୁଛି।

ପୁଲିସ୍‌‌ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସୁବ୍ୟବସ୍ଥିତ ଯୋଜନା ଅନୁସାରେ ଅମୃତ ପାଲ୍‌‌କୁ ଯଥାଶୀଘ୍ର ଧରିବା ପାଇଁ ଦୁଇଦିନ ଧରି ଚେଷ୍ଟା ଚଲାଇଛି। ସେ ଯେତେଶୀଘ୍ର ଗିରଫ ହେବ ସେତେଶୀଘ୍ର ବର୍ତ୍ତମାନର ରାଜନୈତିକ ତଥା ସାମାଜିକ ଅସ୍ଥିରତାର ଅନ୍ତ ଘଟିବ। ଅମୃତ ପାଲ୍‌‌ ପଛରେ କେତେ ଧାର୍ମିକ ଭାବନାର ସମର୍ଥନ ରହିଛି ତାହା ବର୍ତ୍ତମାନ ସ୍ପଷ୍ଟ ନ ହେଲେ ମଧ୍ୟ ଏହାର ପରିମାଣ ନିଶ୍ଚିତ ବ୍ୟାପକ ନୁହେଁ। ପାକିସ୍ତାନର କ୍ରମାଗତ ପ୍ରତ୍ୟକ୍ଷ ପ୍ରୋତ୍ସାହନ, ସେଥିରେ ଚୀନ୍‌‌ର ସମର୍ଥନ ଏବଂ ଭାରତ ସୀମାରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ଅମୃତ ପାଲ୍‌‌ ପଛରେ ଥିବା ସଂଗଠିତ ଅନ୍ତର୍ଜାତୀୟ ଶକ୍ତିକୁ ପ୍ରତିହତ କରିବା ପାଇଁ ଭାରତ ଗମ୍ଭୀର କୂଟନୈତିକ ପ୍ରଚେଷ୍ଟା ଆରମ୍ଭ କରିସାରିଲାଣି। ତେବେ ଆଶ୍ଚର୍ଯ୍ୟର କଥା ପାକିସ୍ତାନ ଯେଭଳି ଦ୍ରୁତ ଗତିରେ ଦେବାଳିଆ ସ୍ଥିତି ଆଡ଼କୁ ଗତି କରୁଛି ଏବଂ ସେଦେଶରେ ଯେପରି ଗୃହଯୁଦ୍ଧର କଳାମେଘ ଘୋଟାଇଛି ତା’ସତ୍ତ୍ବେ ନିଲର୍ଜ ଭାବରେ ପାକିସ୍ତାନର ଖାଲିସ୍ତାନୀ ଆନ୍ଦୋଳନକୁ ସମର୍ଥନ ଏକ ହାସ୍ୟାସ୍ପଦ ତଥା ଉନ୍ମାଦଗ୍ରସ୍ତ ପ୍ରଚେଷ୍ଟା। ଏକ ଅଶାନ୍ତ, ଅସ୍ଥିର ଓ ଦେବାଳିଆ ପାକିସ୍ତାନ ଯେ ସହଜରେ ତାଲିବାନୀ ଆତଙ୍କବାଦୀଙ୍କ କବଳକୁ ଚାଲିଯିବ ଏହା ସ୍ପଷ୍ଟ ଜଣାପଡ଼ୁଛି। ଏହାଫଳରେ ପାକିସ୍ତାନରେ ଥିବା ପରମାଣୁ ଅସ୍ତ୍ରର ଅପପ୍ରୟୋଗର ସମ୍ଭାବନା ଭାରତ ପାଇଁ ଏକ ବଡ଼ ବିପଦ ସାଜିପାରେ। ସମ୍ପ୍ରତି ପାକିସ୍ତାନୀ ସେନା ଦ୍ୱାରା ନିୟମିତ ଭାବେ ଡ୍ରୋନ ବ୍ୟବହାର କରି ପଞ୍ଜାବରେ ଥିବା ଭାରତ ବିରୋଧୀ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା ଏକ ଦୈନିକ ରୁଟିନ୍‌‌ ହୋଇସାରିଲାଣି। ପଞ୍ଜାବରେ ଖାଲିସ୍ତାନୀ ଗୋଷ୍ଠୀର ପୁନରୁତ୍ଥାନକୁ ପ୍ରତିହତ କରିବା ପାଇଁ ଭାରତ ପାଖରେ ସବୁପ୍ରକାର ଶକ୍ତି ଓ ସାମର୍ଥ୍ୟ ରହିଛି। ରାଷ୍ଟ୍ରୀୟ ସଂହତି ଓ ସାର୍ବଭୌମତ୍ୱ ଉପରେ ଆଞ୍ଚ ଆସିବାର ସମସ୍ତ ସମ୍ଭାବନାକୁ ସମୟ ଥାଉଁ ମୂଳରୁ ନିଶେଷ କରିବା ଦେଶ ହିତରେ ହେବ। ଏହାଛଡ଼ା ଭାରତର ଅନ୍ୟତମ ଧାନ ଓ ଗହମର ଭଣ୍ଡାର ପଞ୍ଜାବକୁ ଅସ୍ତବ୍ୟସ୍ତ କରିବାକୁ ପାକିସ୍ତାନର ଦୁରଭିସନ୍ଧିକୁ ‘ବାଲାକୋଟ’ ଭଳି ପ୍ରହାର ଅତ୍ୟାବଶ୍ୟକ ବୋଲି ମନେ ହୁଏ। ସାରା ଦେଶର ଜନସାଧାରଣ, ବିଶେଷକରି ପଞ୍ଜାବର ଜନତା ଏଭଳି ସଶକ୍ତ ପଦକ୍ଷେପ ପାଇଁ ଭାରତ ସରକାରଙ୍କୁ ଯେ ସମ୍ପୂର୍ଣ୍ଣ ସମର୍ଥନ କରିବେ ଏଥିରେ ସନ୍ଦେହ ନାହିଁ।

20 Mar 2023 By The Sakala

https://www.thesakala.in/sakala-editorial/sakala-editorial-20-march-2023/article-19958
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର