ସ୍ୱଦେଶୀଙ୍କ ପଳାୟନ

The Sakala Picture
Published On

ଜନସଂଖ୍ୟା ବିସ୍ଫୋରଣ, ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି, ବିଶ୍ୱରେ ଖାଦ୍ୟ ସଂକଟ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନେକ ଦେଶ ପାଇଁ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ୨୦୨୬ ବେଳକୁ ଜନସଂଖ୍ୟାରେ ଚୀନକୁ ଟପି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ହେବାକୁ ଯାଉଛି ଭାରତ, ଯାହାକି ଭାରତୀୟମାନଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ। ଆମ ଦେଶରେ ଜନସଂଖ୍ୟା ବିସ୍ଫୋରଣ ବେକାରୀ, ଦରଦାମ ବୃଦ୍ଧି, ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଭଳି ବହୁବିଧ ସମସ୍ୟା ସୃଷ୍ଟି କରିଛି। ଫଳରେ […]

ଜନସଂଖ୍ୟା ବିସ୍ଫୋରଣ, ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି, ବିଶ୍ୱରେ ଖାଦ୍ୟ ସଂକଟ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନେକ ଦେଶ ପାଇଁ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ୨୦୨୬ ବେଳକୁ ଜନସଂଖ୍ୟାରେ ଚୀନକୁ ଟପି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ହେବାକୁ ଯାଉଛି ଭାରତ, ଯାହାକି ଭାରତୀୟମାନଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ। ଆମ ଦେଶରେ ଜନସଂଖ୍ୟା ବିସ୍ଫୋରଣ ବେକାରୀ, ଦରଦାମ ବୃଦ୍ଧି, ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଭଳି ବହୁବିଧ ସମସ୍ୟା ସୃଷ୍ଟି କରିଛି। ଫଳରେ ବର୍ତ୍ତମାନର ଭାରତୀୟ ଯୁବପିଢ଼ି ପ୍ରବାସନ ବା ଦେଶାନ୍ତରଣକୁ ଏକ ବିକଳ୍ପ ଭାବେ ଗ୍ରହଣ କରିନେଇଛନ୍ତି। ତଥ୍ୟାନୁଯାୟୀ, ଉଚ୍ଚଶିକ୍ଷିତ ଭାରତୀୟ ଯୁବପିଢ଼ି ପ୍ରବାସନ ବା ଦେଶାନ୍ତରଣ କ୍ଷେତ୍ରରେ ବିଶ୍ୱରେ ସବୁଠୁ ଆଗରେ ରହିଛନ୍ତି। ବିଶେଷକରି କୁଶଳୀ ଶ୍ରମିକ, ଡାକ୍ତର, ଯନ୍ତ୍ରୀ, ବୈଜ୍ଞାନିକ, ବିତ୍ତଶାଳୀ ଓ ଭଲ ଇଂରାଜୀ କହିପାରୁଥିବା ଭାରତୀୟମାନେ ପ୍ରବାସନକ୍ଷେତ୍ରରେ ଆଗରେ ଅଛନ୍ତି। ଏହାସହ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତୀୟ କୁଶଳୀ ଉଚ୍ଚଶିକ୍ଷିତମାନଙ୍କର ବିଶ୍ୱର କୋଣ ଅନୁକୋଣରେ ଆଦର ବଢ଼ୁଛି। ଏହି କୁଶଳୀ ଉଚ୍ଚଶିକ୍ଷିତ ଭାରତୀୟମାନେ ଆମେରିକା, କାନାଡ଼ା, ବ୍ରିଟେନ୍‌‌ ଓ ୟୁରୋପୀୟ ଦେଶମାନଙ୍କରେ ନିଜର ପ୍ରତିଭା ପ୍ରତିପାଦନ କରି ସେ ସବୁ ଦେଶଗୁଡ଼ିକ ପାଇଁ ଉପଯୋଗୀ ମାନବ ସମ୍ୱଳ ଭାବେ ଉଭା ହୋଇଛନ୍ତି। ତେଣୁ ଭାରତୀୟମାନେ ବିଦେଶରେ ସ୍ଥାୟୀ ଭାବେ ଅବସ୍ଥାପିତ ହେବାକୁ ପ୍ରୟାସ କରୁଛନ୍ତି।

ଅନେକ ଉଚ୍ଚଶିକ୍ଷିତ ଭାରତୀୟ ଭଲ ରୋଜଗାର ଆଶାରେ ହେଉ କିମ୍ୱା ମୋଟା ଅଙ୍କର ବେତନ, ଡଲାର ମୋହ, ନିଜ ପାଇଁ ଓ ଭବିଷ୍ୟ ପିଢ଼ିକୁ ଗୁଣାତ୍ମକ ଜୀବନଶୈଳୀ ଦେବା ପାଇଁ ବିତ୍ତଶାଳୀ ଓ ବିକଶିତ ଦେଶରେ ବସବାସ କରିବାକୁ ପସନ୍ଦ କରୁଛନ୍ତି। ବିଦେଶରେ କର୍ମସଂସ୍ଥାନ ପାଇବା ପରେ ଆଉ ଭାରତ ଫେରିବାକୁ ଚାହୁଁ ନାହାନ୍ତି। ଭାରତର ନାମୀଦାମୀ ଶିକ୍ଷାନୁଷ୍ଠାନରୁ ଉଚ୍ଚଶିକ୍ଷିତ ବା ପ୍ରଶିକ୍ଷିତ ମେଧାବୀ ବଡ଼ ବଡ଼ ଆଇଟି କମ୍ପାନୀର ମୁଖ୍ୟ ଭାବେ ଆମେରିକା, କାନାଡ଼ା, ବ୍ରିଟେନ୍‌‌, ଅଷ୍ଟ୍ରେଲିଆ ଓ ୟୁରୋପର ବସବାସ କରୁଛନ୍ତି। ଏହି ଉର୍ବର ମସ୍ତିଷ୍କ ଭାରତୀୟମାନଙ୍କୁ ପୁଳାପୁଳା ବେତନ ଦେଇ ସେମାନଙ୍କୁ ମୋହ ଗସ୍ତ କରି ରଖିଛନ୍ତି ବିଶ୍ୱର ପ୍ରଭାବଶାଳୀ ଦେଶର ଶିଳ୍ପପତିମାନେ। ଏହାକୁ ଆମ ଦେଶରେ କେବଳ ‘ବ୍ରେନ୍‌‌ ଡ୍ରେନ୍‌‌’ ବା ‘ପ୍ରତିଭା ଚାଲାଣ’ର ଆଖ୍ୟା ଦେଇ ଆମେ ଚୁପ ବସି ଯାଉଛେ। କିନ୍ତୁ ମୁଷ୍ଟିମେୟ ଭାରତୀୟଙ୍କ ବିଦେଶରେ ରହିବା ଅଭିଳାଷ ପଛରେ ଅନେକ କାରଣ ରହିଛି।

ଏହାର ପ୍ରମୁଖ କରାଣଗୁଡ଼ିକ ମଧ୍ୟରେ ସେମାନଙ୍କ ଶିକ୍ଷା ସମାପ୍ତି ପରେ ଭାରତରେ ସୁଯୋଗର ଘୋର ଅଭାବ, ଉଚ୍ଚ ଶିକ୍ଷିତଙ୍କ ପାଇଁ ଆନୁଷଙ୍ଗିକ ପରିବେଶର ଅଭାବ, କାର୍ଯ୍ୟ ଅନୁସାରେ ବେତନ କମ୍‌‌, ଦ୍ରୁତ ପରିବେଶ ପ୍ରଦୂଷଣ, ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ଅଭାବ, ଅସୁରକ୍ଷିତ ଜୀବନଶୈଳୀ, ଏମିତି ଅନେକ କାରଣ ପାଇଁ ପ୍ରବାସନ ପ୍ରତି ଭାରତୀୟମାନଙ୍କ ମୋହ ବଢ଼ୁଛି। ୨୦୧୯ର ଜାତିସଂଘର ଏକ ରିପୋର୍ଟ ତଥ୍ୟରୁ ଜଣାପଡ଼ିଛି ପ୍ରବାସନ କ୍ଷେତ୍ରରେ ବିଶ୍ୱରେ ସବୁଠାରୁ ଆଗରେ ରହିଛନ୍ତି ଭାରତୀୟ। ବିଶ୍ୱର କୋଣ ଅନୁକୋଣ, ବିଶେଷକରି ଆମେରିକା, କାନାଡ଼ା ଓ ବ୍ରିଟେନରେ ସବୁଠାରୁ ଅଧିକ ଭାରତୀୟ ବସବାସ କରୁଛନ୍ତି। ମେକ୍ସିକାନମାନଙ୍କ ପରେ ଆମେରିକାରେ ଦ୍ୱିତୀୟ ବହୁଳ ପ୍ରବାସୀ ଭାବେ ଭାରତୀୟମାନେ ବିବେଚିତ ହେଉଛନ୍ତି।

କେବଳ ଭାରତୀୟ ପୁରୁଷ କୁଶଳୀ କର୍ମଜୀବୀ ନୁହନ୍ତି, ଉଚ୍ଚଶିକ୍ଷିତ ମହିଳାମାନଙ୍କ ସଂଖ୍ୟା ମଧ୍ୟ ପ୍ରବାସନ କ୍ଷେତ୍ରରେ କମ ନୁହେଁ। ଗତ ୩ବର୍ଷ ମଧ୍ୟରେ ମହିଳା ପ୍ରବାସନ ସଂଖ୍ୟା ଅଧିକ ବୃଦ୍ଧି ପାଇଛି। ୨୦୨୦ ଜାତିସଂଘର ତଥ୍ୟ ଅନୁଯାୟୀ, ବିଶ୍ୱର ୪୮ପ୍ରତିଶତ ପ୍ରବାସନ ନାଗିରକଙ୍କ ମଧ୍ୟରେ ସିଂହଭାଗ ହେଉଛନ୍ତି ଭାରତୀୟ। ବିଶ୍ୱର ଧନୀ ଦେଶଗୁଡ଼ିକରେ ଘରୋଇ ପରିଚାରିକା, ସେବିକା, ବୟସ୍କଙ୍କ ଯତ୍ନ, ସେବା ଶୁଶ୍ରୂଷା ଦେବାରେ ଭାରତୀୟ ମହିଳାମାନଙ୍କର ବିଦେଶରେ ବହୁତ ଚାହିଦା ରହିଛି। କେରଳରୁ ବହୁ ମେଡିକାଲ ସେବିକା ଓ ଡାକ୍ତରୀ ସେବାରେ ଥିବା କର୍ମଜୀବୀ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ସେବା ଯୋଗାଉଛନ୍ତି। ଆମେରିକାରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ପାଖାପାଖି ୪୪ଲକ୍ଷ ୬୦ ହଜାର। କାନାଡ଼ାରେ ମୋଟ ଜନସଂଖ୍ୟା ୪୦ ନିୟୁତ ମଧ୍ୟରୁ ପାଖାପାଖି ୧୯ ଲକ୍ଷ ହେଉଛନ୍ତି ପ୍ରବାସୀ ଭାରତୀୟ। ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ବ୍ରିଟେନରେ ୧୫ଲକ୍ଷ ୧୦ ହଜାର, ୟୁଏଇରେ ୩୪ଲକ୍ଷ ୨୫ହଜାର, ମାଲେସିୟାରେ ୨୯ ଲକ୍ଷ ୮୮ହଜାର, ସାଉଦି ଆରବରେ ୨୫ଲକ୍ଷ ୯୪ ହଜାର। ୨୦୨୩ରେ ପ୍ରକାଶିତ ଏକ ତଥ୍ୟାନୁଯାୟୀ, ଦୁବାଇରେ ଅଧିକାଂଶ ବିଳାସପୂର୍ଣ୍ଣ ଘର ଭାରତୀୟ ଉଦ୍ୟୋଗପତି ଓ ଧନୀ ଭାରତୀୟଙ୍କ ହାତରେ ରହିଛି। କୋଭିଡ ମହାମାରୀ ପରେ ବା ୨୦୨୨ରେ ଦୁବାଇର ବିଭିନ୍ନ ସ୍ଥାନରେ ଘର କିଣିଛନ୍ତି ଅଧିକାଂଶ ଭାରତୀୟ। ଭାରତୀୟମାନେ ପାଖାପାଖି ୩୫ହଜାର କୋଟି ଏଥିପାଇଁ ବ୍ୟୟ କରିଛନ୍ତି। ତେଣୁ ଭାରତ ଅପେକ୍ଷା ବିଦେଶରେ ବସବାସ ପାଇଁ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି।

ଏବେ ବିକଶିତ ଦେଶ ଜାପାନ କଥା ଆଲୋଚନା କରାଯାଉ। ବୟସ୍କ ନାଗରିକଙ୍କ ଦେଶ କୁହାଯାଉଥିବା ଜାପାନର ରାଜଧାନୀ ଟୋକିଓ ବିଶ୍ୱର ଏକ ପ୍ରମୁଖ ଜନବହୁଳ ଓ ବିଳାସମୟ ସହର, ଯାହାର ଲୋକସଂଖ୍ୟା ୧କୋଟି ୬୫ଲକ୍ଷରୁ ଅଧିକ। ତେବେ କୋଭିଡ ମହାମାରୀ ପରେ ଜନସଂଖ୍ୟା ନିୟନ୍ତ୍ରଣରେ ରଖିବାକୁ ଜାପାନ ସରକାର ଗ୍ରେଟର ଟୋକିଓ ପାଇଁ ଏକ ନୂଆ ଯୋଜନା ଆପଣେଇଛନ୍ତି। ଟୋକିଓର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସେଠାରେ ନାଗରିକମାନଙ୍କୁ ରାଜଧାନୀ ଗ୍ରେଟର ଟୋକିଓ ଛାଡ଼ିବାକୁ ପ୍ରୋତ୍ସାହିତ କରାଯାଉଛି। ଟୋକିଓ ଛାଡ଼ି ଗ୍ରାମାଞ୍ଚଳ, ପର୍ବତାଞ୍ଚଳ, ଛୋଟ ସହରରେ ବାସ କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତା ଯାଉଛି। ଏଥିପାଇଁ ପ୍ରତି ପରିବାରର ଜଣେ ସନ୍ତାନଙ୍କୁ ୧୦ ଲକ୍ଷ ୟନ୍‌‌ ବା ପାଖାପାଖି ୭ହଜାର ୫୦୦ ଆମେରିକୀୟ ଡଲାର ପ୍ରୋତ୍ସାହିତ ଅର୍ଥରାଶି ଦେବାକୁ ଘୋଷଣା କରିଛନ୍ତି ଜାପାନ ସରକାର। ଚଳିତ ବର୍ଷ ଏପ୍ରିଲରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଯଦିଓ କୋଭିଡ ମହାମାରୀ ପରେ ଟୋକିଓରେ ଜନସଂଖ୍ୟା ସାମାନ୍ୟ ହ୍ରାସ ଘଟିଛି, ତେବେ ଜନସଂଖ୍ୟା ବିସ୍ଫୋରଣ ହେବା ପୂର୍ବରୁ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଜାପାନ ସରକାର ଏଭଳି ନୂଆ ଯୋଜନା କରିଛନ୍ତି। ଆଉ ଏକ କାରଣ ମଧ୍ୟ ହେଉଛି ଜାପାନରେ ବୟସ୍କ ନାଗରିକଙ୍କ ସଂଖ୍ୟା ମାତ୍ରାଧିକ। ତେଣୁ ଏହି ସମସ୍ୟା ଏଡ଼ାଇବାକୁ ଜାପାନର ଅନ୍ୟ ସହରାଞ୍ଚଳ, ଗ୍ରାମାଞ୍ଚଳ, ପାର୍ବତ୍ୟାଞ୍ଚଳରେ ଯୁବପିଢ଼ି ବସବାସ କରିବାକୁ ଜାପାନ ନାଗରିକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।

ଜାପାନ ନାଗରିକଙ୍କ ପାଇଁ ଏଭଳି ପ୍ରବାସନ ନିୟମ ବା ଯୋଜନା ଯଦିଓ ତିନି ବର୍ଷ ପୁରୁଣା, ତେବେ ଚଳିତ ବର୍ଷ ଏହାକୁ ତୁରନ୍ତ ଲାଗୁ କରିବାକୁ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ଜାପାନ ସରକାର। ଏହି ଯୋଜନାରେ ସାମିଲ ହେବାକୁ ଲୋକଙ୍କୁ ଅଧା ଅର୍ଥରାଶି ଜାପାନ ସରକାର ଓ ଅବଶିଷ୍ଟ ଟଙ୍କା ସେମାନେ ରହୁଥିବା ସ୍ଥାନୀୟ ପୌରାଞ୍ଚଳ ପକ୍ଷରୁ ପ୍ରଦାନ କରାଯିବ। ପୂର୍ବରୁ ଏହି ପ୍ରୋତ୍ସାହନ ରାଶି ୩ଲକ୍ଷ ୟାନ୍‌‌ ଥିବା ବେଳେ ବର୍ତ୍ତମାନ ଏହାକୁ ୧୦ଲକ୍ଷ ୟାନକୁ ବୃଦ୍ଧି କରାଯାଇଛି। ୨୦୨୭ ସୁଦ୍ଧା ଟୋକିଓରୁ ୧୦ହଜାର ବାସିନ୍ଦାଙ୍କୁ ଜାପାନର ଗ୍ରାମାଞ୍ଚଳକୁ ସ୍ଥାନନ୍ତର କରାଯିବାକୁ ଯୋଜନା ହେଉଛି। ଜାପାନର ଗ୍ରାମାଞ୍ଚଳରେ ବସବାସ ପାଇଁ ଲୋକଙ୍କୁ କିଭଳି ପ୍ରୋତ୍ସାହିତ କରିଯାଇପାରିବ ସେନେଇ ଜାପାନର ୧୩୦୦ ପୌରାଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ନାଗରିକମାନଙ୍କୁ ଗ୍ରାମାଞ୍ଚଳ ସ୍ଥାନାନ୍ତର ପାଇଁ ପୌରାଞ୍ଚଳଗୁଡ଼ିକ ପକ୍ଷରୁ ସଚେତନତା କରାଯାଉଛି।

ଶେଷରେ ଏତିକି କୁହାଯାଇପାରେ ସାରା ବିଶ୍ୱ ଏକ ବିରାଟ ଗ୍ରାମ ବା ଗ୍ଲୋବାଲ ଭିଲେଜରେ ପରିଣତ ହୋଇସାରିଥିବା ବେଳେ ବିଶ୍ୱ ମାନବବାଦର ପ୍ରଚାର ପ୍ରସାର ପାଇଁ ଯେକୌଣସି ସ୍ଥାନରେ ନିୟମ ମାନି ବସବାସ କରିବାରେ କାହାକୁ ବାରଣ ନାହିଁ। କିନ୍ତୁ ଏସବୁ ଭିତରେ ଜଣେ ସଚେତନ ନାଗିରକ ସବୁବେଳେ ତା’ର ଦେଶ ମାତୃକା ପ୍ରତି ଉଦାରବାଦ, ସେବାଶୀଳ ହୋଇ ଜନସଂଖ୍ୟା ନିୟନ୍ତ୍ରଣ ଓ ମାତୃଭୂମି ପ୍ରତି ଉତ୍ସର୍ଗୀକୃତ ମନୋଭାବ ରଖିବା ପରମ କର୍ତ୍ତବ୍ୟ।

ଲଳିତେନ୍ଦୁ ପାଲାଉରୀ
ଅସ୍ତରଙ୍ଗ, ମୋ: ୯୭୭୮୬୯୭୦୩୬

16 Mar 2023 By The Sakala

https://www.thesakala.in/sakala-editorial/sakala-article-of-16th-march-2023-2/article-19841
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର