ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ
ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତବାସୀ ଗୁଣାତ୍ମକ ଚିକିତ୍ସା ସେବା ପାଇ ପାରୁନାହାନ୍ତି। ବିଶେଷକରି ଗ୍ରାମାଞ୍ଚଳର ନିରକ୍ଷର, ନିରୀହ, ଗରୀବ ରୋଗୀମାନେ ଏହି ମୌଳିକ ସୁବିଧାରୁ ଅଧିକାଂଶ ଭାବେ ବଞ୍ଚିତ। ଏହା ସହିତ ଏବେ ନକଲି ଔଷଧ, ନକଲି ଡାକ୍ତର ଓ ନକଲି ସ୍ୱାସ୍ଥ୍ୟ କର୍ମଚାରୀ, ଦଲାଲଙ୍କ ଦୌରାତ୍ମ୍ୟ ଏହି ସମସ୍ୟାକୁ ଆହୁରି ଉତ୍କଟ କରିଦେଇଛି। ଏହା ଅବଶ୍ୟ ଅସ୍ୱୀକାର କରିବାର ନାହିଁ ଯେ ଆୟୁର୍ବେଦ,ଏଲୋପାଥି ଓ ହୋମିଓପାଥି କଲେଜରେ ଡାକ୍ତରୀ ଶିକ୍ଷା ଦେବା ପାଇଁ […]
ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତବାସୀ ଗୁଣାତ୍ମକ ଚିକିତ୍ସା ସେବା ପାଇ ପାରୁନାହାନ୍ତି। ବିଶେଷକରି ଗ୍ରାମାଞ୍ଚଳର ନିରକ୍ଷର, ନିରୀହ, ଗରୀବ ରୋଗୀମାନେ ଏହି ମୌଳିକ ସୁବିଧାରୁ ଅଧିକାଂଶ ଭାବେ ବଞ୍ଚିତ। ଏହା ସହିତ ଏବେ ନକଲି ଔଷଧ, ନକଲି ଡାକ୍ତର ଓ ନକଲି ସ୍ୱାସ୍ଥ୍ୟ କର୍ମଚାରୀ, ଦଲାଲଙ୍କ ଦୌରାତ୍ମ୍ୟ ଏହି ସମସ୍ୟାକୁ ଆହୁରି ଉତ୍କଟ କରିଦେଇଛି। ଏହା ଅବଶ୍ୟ ଅସ୍ୱୀକାର କରିବାର ନାହିଁ ଯେ ଆୟୁର୍ବେଦ,ଏଲୋପାଥି ଓ ହୋମିଓପାଥି କଲେଜରେ ଡାକ୍ତରୀ ଶିକ୍ଷା ଦେବା ପାଇଁ ଆବଶ୍ୟକ ଅଧ୍ୟାପକ ଓ ଭିତ୍ତିଭୂମିର ଅନେକ ଅଭାବ ରହିଛି। ଏହି ଅଭାବ ମଧ୍ୟରେ ନକଲି ପ୍ରଦୁର୍ଭାବ ବୃଦ୍ଧି ପାଇବା ଅତ୍ୟନ୍ତ ପରିତାପର ବିଷୟ। ଲୋକଙ୍କ ମୂଲ୍ୟବାନ ଜୀବନ ସହିତ ଜଡ଼ିତ ଏହି ମହାର୍ଘ ସେବାରେ ନକଲି ଡିଗ୍ରୀ ଆଣି ସାମିଲ୍ ହେବା ଏବଂ ରୋଗୀଙ୍କୁ ଠକିବା ଯେତିକି ଦୋଷାବହ ସେମାନଙ୍କୁ ପ୍ରଶ୍ରୟ ଦେଉଥିବା ବା ଏଭଳି ସମସ୍ୟାକୁ ଦେଖି ମଧ୍ୟ ନ ଦେଖିବା ପରି ରହୁଥିବା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଉଦାସୀନତା ତା’ଠାରୁ ଅଧିକ ଦୁର୍ଭାଗ୍ୟଜନକ।
ବିଶ୍ୱବ୍ୟାଙ୍କ ତରଫରୁ କରାଯାଇଥିବା ସର୍ବେକ୍ଷଣ ଆଧାରରେ ବିଶ୍ୱରେ ୫୦%ରୁ ଅଧିକ ଡାକ୍ତର ନକଲି ବା ସେମାନଙ୍କର ଉପଯୁକ୍ତ ଯୋଗ୍ୟତା ନାହିଁ। ଏହି ରିପୋର୍ଟ ଆଧାରରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ହାଇକୋର୍ଟରେ ମାମଲା ଦାୟର କରିବା ପରେ ହାଇକୋର୍ଟ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧରନ୍ ଓ ଜଷ୍ଟିସ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ହାଇକୋର୍ଟ ଖଣ୍ଡପୀଠ ଏହାର ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାଖଲ କରିଥିବା ସତ୍ୟପାଠରେ ଯାଞ୍ଚ ପ୍ରକ୍ରିୟାର ଅବଧି ସମ୍ପର୍କରେ କୌଣସି ଲକ୍ଷ୍ୟ ଧାର୍ଯ୍ୟ କରାଯାଇନଥିବାରୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଖଣ୍ଡପୀଠଙ୍କ ପରିବର୍ତ୍ତିତ ନିର୍ଦ୍ଦେଶ ଆଧାରରେ ଆସନ୍ତା ମେ’ ମାସ ୩୧ ତାରିଖ ସୁଦ୍ଧା ଏ ସମ୍ପର୍କିତ ସବିସ୍ତୃତ ରିପୋର୍ଟ ସରକାରୀ ୱେବ୍ସାଇଟ୍ରେ ଦାଖଲ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯୋଜନା କରିଛି।
ଓଡ଼ିଶା ହାଇକୋର୍ଟରେ ୨୭.୧.୨୦୨୩ ତାରିଖରେ ଏହି ମାମଲାର ଶୁଣାଣି ବେଳେ ଆମିକସ୍ କ୍ୟୁରୀ କେତେକ ପ୍ରସ୍ତାବ ଦେଇଛନ୍ତି। ସେହିସବୁ ପ୍ରସ୍ତାବ ଅନୁଯାୟୀ ଡାକ୍ତରୀ ସେବା ପ୍ରଦାନ କରୁଥିବା ସମସ୍ତଙ୍କ ଅନଲାଇନ ତଥ୍ୟାବଳୀ ପ୍ରସ୍ତୁତ କରାଯାଉ। ଯାହା ଫଳରେ ରୋଗୀମାନେ ଡାକ୍ତରଙ୍କ ପ୍ରକୃତ ଯୋଗ୍ୟତା ଜାଣିପାରିବେ। ଗଂଜାମ, ରାୟଗଡ଼ା, ମୟୁରଭଞ୍ଜ ଓ ମାଲକାନଗିରିରେ ଅଧିକ ସଂଖ୍ୟକ ନକଲି ଡାକ୍ତର ଚିକିତ୍ସା କରୁଥିବା ତଥ୍ୟ ଆମିକସ୍ କ୍ୟୁରୀ ଉପସ୍ଥାପନା କରିଛନ୍ତି।
ଦେଶରେ ଜାଲ ଡାକ୍ତରଙ୍କ ଏକ ରାକେଟ କାମ କରୁଛି। ଅଯୋଗ୍ୟଙ୍କୁ ମେଡିକାଲ ପ୍ରାକ୍ଟିସ୍ କରିବା ପାଇଁ ଲାଇସେନ୍ସ ପ୍ରଦାନ କରୁଛି। କିଛି ରାଜ୍ୟ ଚିକିତ୍ସା ପରିଷଦ ଏଥିରେ ସହଯୋଗ ମଧ୍ୟ କରୁଥିବା ଅଭିଯୋଗ ହେଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଭିଯୋଗ ଆଧାରରେ ସିବିଆଇ ଏକ ମାମଲା ରୁଜୁ କରିଛି। ପ୍ରାଥମିକ ତଦନ୍ତ ଆଧାରରେ ସିବିଆଇ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୧ ରୁ ୨୦୨୨ ମସିହା ମଧ୍ୟରେ ରୁଷ, ୟୁକ୍ରେନ, ଚୀନ ଓ ନାଇଜେରିଆ ଆଦି ଦେଶରୁ ଡାକ୍ତରୀ ଡିଗ୍ରୀ ଧରି ଭାରତ ଫେରୁଥିବା ଛାତ୍ରଛାତ୍ରୀମାନେ ଏ ପ୍ରକାର ଅବୈଧ କାର୍ଯ୍ୟରେ ଅଧିକ ସାମିଲ ଅଛନ୍ତି। ୧୪ଟି ରାଜ୍ୟ ଭେଷଜ ପରିଷଦ ତଥା ବିଦେଶରୁ ଡାକ୍ତରୀ ଡିଗ୍ରୀ ହାସଲ କରିଥିବା ଏଭଳି ୭୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ଫରେନ ମେଡିକାଲ ଗ୍ରାଜୁଏଟ୍ସ ଏଗ୍ଜାମିନେସନ (ଏଫଏମ୍ଜିଇ)ରେ ଉତ୍ତୀର୍ଣ୍ଣ ନ ହୋଇ ମଧ୍ୟ ଏହି ବିଦେଶ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ଚିକିତ୍ସା ସେବା ପାଇଁ ଅନୁମତି ମିଳିଛି।
ସ୍ୱାସ୍ଥ୍ୟ ବିଭାଗ କେବଳ ଡାକ୍ତରଙ୍କ ପଞ୍ଜିକରଣ ଓ ପ୍ରକୃତ ଯୋଗ୍ୟତା ଅନଲାଇନରେ ମଗାଇ କାର୍ଯ୍ୟାଳୟରେ ବସି ଯାଞ୍ଚ କରିଦେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ କି ଜନସାଧାରଣ ଉପକୃତ ହୋଇପାରିବେ ନାହିଁ। ଏଥିନିମନ୍ତେ ଗୋଟିଏ କମିଟି ଗଢ଼ାଯାଇ ତାହାର ସଦସ୍ୟମାନେ ଛଦ୍ମବେଶରେ ଗାଁ ରୁ ସହର ବୁଲି ଜାଲ ଡାକ୍ତରଙ୍କୁ ଧରିବାକୁ ପଡ଼ିବ। ଅଧିକାଂଶ ହୋମିଓପାଥି ଓ ଆୟୁର୍ବେଦ ଡାକ୍ତର ଏଲୋପାଥି ଚିକିତ୍ସା କରି ଜନସାଧାରଣଙ୍କୁ ଠକୁଛନ୍ତି। ବହୁ ଔଷଧ ଦୋକାନୀ, ସ୍ୱାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ ମଧ୍ୟ ରୋଗୀ ଚିକିତ୍ସା କରୁଛନ୍ତି। କିଛି ଡାକ୍ତର ନିଜ ଯୋଗ୍ୟତାକୁ ମିଥ୍ୟାରେ ବଢ଼େଇ ଲେଖିଛନ୍ତି। ନକଲିଙ୍କୁ ଧରାଇବାକୁ ଉଦ୍ୟମ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ସରକାର ସହଯୋଗ କରୁ ନଥିବା ଅଭିଯୋଗ ହେଉଛି। ଏପରିକି ସୂଚନାଦାତା ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳୁଛି। ସ୍ୱାସ୍ଥ୍ୟସେବା ବ୍ୟବସାୟିକ ନୁହେଁ, ଏହା ଏକ ଧାର୍ମିକ ପବିତ୍ର କାର୍ଯ୍ୟ। ଏହା ସବୁସ୍ତରରେ ଉପଲବ୍ଧି ହେଲେ ନକଲି ଡାକ୍ତର ଓ ନକଲି ଔଷଧ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ଏହି ଦାୟିତ୍ୱ କାହାର?
ଡା. ନକୁଳ ସାହୁ
ବ୍ରହ୍ମପୁର, ମୋ: ୯୮୬୧୪୫୦୬୧୨