ଆଜିର ଆଦର୍ଶ-ସଙ୍କଟ

The Sakala Picture
Published On

ଏକତିରିଶ ଡିସେମ୍ୱର ରାତିରେ ଯେତେବେଳେ ସମଗ୍ର ବିଶ୍ୱ ନୂଆ ବର୍ଷକୁ ସ୍ୱାଗତ କରିବାର ପ୍ରସ୍ତୁତିରେ ଥିଲା ମସଗୁଲ, ସେ ସମୟରେ ଦିଲ୍ଲୀର ରାଜରାସ୍ତାରେ ଆସୁରିକ ପ୍ରବୃତ୍ତିମାନେ ହୋଇଥିଲେ ପ୍ରବଳ। ଅଳି ନାମକ ଝିଅଟିଏ ହୋଇଥିଲା ସେହି ପ୍ରବୃତ୍ତିର ଶିକାର। ନିଜ କାର୍‌‌ ତଳେ କେତେକ ମାତାଲ ଯୁବକ ତା’କୁ ଘୋଷାରି ନେଇଯାଇଥିଲେ ଦୀର୍ଘ ଚାରି କିଲୋମିଟର। ମଣିଷ କେତେ ନୃଶଂସ ହେଲେ ଏତେ ନିର୍ଦ୍ଦୟ ହୋଇପାରେ ସତେ! ଜାତୀୟ ଅପରାଧ ତଦନ୍ତ ବ୍ୟୁରୋର ମୁଖ୍ୟାଳୟ ଏ ନେଇ […]

ଏକତିରିଶ ଡିସେମ୍ୱର ରାତିରେ ଯେତେବେଳେ ସମଗ୍ର ବିଶ୍ୱ ନୂଆ ବର୍ଷକୁ ସ୍ୱାଗତ କରିବାର ପ୍ରସ୍ତୁତିରେ ଥିଲା ମସଗୁଲ, ସେ ସମୟରେ ଦିଲ୍ଲୀର ରାଜରାସ୍ତାରେ ଆସୁରିକ ପ୍ରବୃତ୍ତିମାନେ ହୋଇଥିଲେ ପ୍ରବଳ। ଅଳି ନାମକ ଝିଅଟିଏ ହୋଇଥିଲା ସେହି ପ୍ରବୃତ୍ତିର ଶିକାର। ନିଜ କାର୍‌‌ ତଳେ କେତେକ ମାତାଲ ଯୁବକ ତା’କୁ ଘୋଷାରି ନେଇଯାଇଥିଲେ ଦୀର୍ଘ ଚାରି କିଲୋମିଟର। ମଣିଷ କେତେ ନୃଶଂସ ହେଲେ ଏତେ ନିର୍ଦ୍ଦୟ ହୋଇପାରେ ସତେ! ଜାତୀୟ ଅପରାଧ ତଦନ୍ତ ବ୍ୟୁରୋର ମୁଖ୍ୟାଳୟ ଏ ନେଇ ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ, ‘ଦିଲ୍ଲୀରେ ୩୧ ଡିସେମ୍ୱର ରାତିରେ ଯାହା ହେଲା ସେଥିରୁ ପୁଣି ଥରେ ପ୍ରମାଣିତ ହୋଇଗଲା ଯେ ସୂର୍ଯ୍ୟାସ୍ତ ପରେ ଆମ ସମାଜରେ ରାକ୍ଷସମାନଙ୍କର ବନ୍ୟା ଆସେ, ଯେଉଁଠି ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ଆମେ ଆମ ପିଲାଙ୍କୁ ଶିକ୍ଷିତ ଓ ସଂସ୍କାରୀ କରିବା ସହିତ ଅଶ୍ଳୀଳତା ପରିବେଷଣ କରୁଥିବା ଟିଭି ଚ୍ୟାନେଲ ଓ କଳାକାରଙ୍କୁ ଶାସ୍ତି ଦେବା ବହୁତ୍‌‌ ଜରୁରୀ।’ ଏହାର ଅଳ୍ପ କିଛିଦିନ ତଳେ ‘ଲିଭ୍‌‌ଇନ୍‌‌’ରେ ରହୁଥିବା ଯୁବକଟିଏ ନିଜ ବାନ୍ଧବୀକୁ ଖଣ୍ଡ ଖଣ୍ଡ କରି କାଟି ଥିବା ଘଟଣା ଆସିଥିଲା ଲୋକଲୋଚନକୁ। ନିତିଦିନ ଏହିପରି ହୃଦୟବିଦାରକ କଥା ମାନ ଆମ ଖବରକାଗଜର ପୃଷ୍ଠାରେ ସ୍ଥାନ ପାଉଛି।

ଆଉ ଆମେ ସମସ୍ତେ ଜାଣୁ ଯେ ଯେତିକି ଘଟଣା ଖବର ଆକାରରେ ଆସୁଛି, ତା’ର କେଇ ଗୁଣା ଅଧିକ ସମାଜରେ ଘଟୁଛି। ନଭେମ୍ୱର ପଚିଶରେ ମହିଳା ବିରୋଧୀ ହିଂସାକୁ ବନ୍ଦ କରିବାର ଉଦ୍ଦେଶ୍ୟରେ ପାଳନ କରା ଯାଉଥିବା ଅନ୍ତର୍ଜାତୀୟ ଦିବସ ପୂର୍ବରୁ ଜାତିସଂଘର ମହାସଚିବ କହିଛନ୍ତି ଯେ ସାରା ବିଶ୍ୱରେ ମହିଳା ବିରୋଧୀ ହିଂସା ବଢ଼଼ିବାରେ ଲାଗିଛି। ଏହି ହିଂସା ସବୁଠାରୁ ବଡ଼ ମାନବାଧିକାର ଉଲ୍ଲଂଘନ ମାମଲା। ବିଶ୍ୱରେ ପ୍ରତି ଏଗାର ମିନିଟ୍‌‌ରେ ଜଣେ ମହିଳା, ସେମାନଙ୍କ ସାଥୀ କିମ୍ୱା ପରିବାର ସଦସ୍ୟଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି। ସେ ମହିଳା ଅଧିକାର ପାଇଁ ଲଢ଼ୁଥିବା ସଂଗଠନଗୁଡ଼ିକର ପାଣ୍ଠି ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଗତ ବର୍ଷ ଦଶ ଜଣରୁ ଜଣେ ମହିଳା ଏପରି ହିଂସାର ଶିକାର ହୋଇଥିଲେ। କରୋନା ସମୟରେ ଏହି ହିଂସା ଅନେକ ପରିମାଣରେ ବୃଦ୍ଧି ପାଇଥିଲା। ଅନଲାଇନରେ ମଧ୍ୟ ମହିଳାମାନେ ହିଂସାର ଶିକାର ହେଉଛନ୍ତି। ଏସବୁକୁ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଯାଇଛି।

ଅଘଟଣ ଆଗରୁ ଥିଲା, ଏବେ ଅଛି ଓ ଆଗକୁ ମଧ୍ୟ ରହିବ। କିନ୍ତୁ ତାହା ଯେପରି ବହୁଗୁଣିତ ହେଉଛି ତାହା ହିଁ ଚିନ୍ତାର ବିଷୟ। ଏହି ସମସ୍ୟାଗୁଡ଼ିକ ଉପରେ ଆଖି ପକାଇଲେ ଅନେକଗୁଡ଼ିଏ କାରଣ ଆଖିରେ ପଡ଼େ। ସମାଜର ପ୍ରତ୍ୟେକ ସ୍ତରରେ ଅହେତୁକ ଭାବେ ଏକ ବେପରୁଆ ମନୋଭାବ ବଢ଼଼ି ଚାଲିଛି। ଟିଭି ଚ୍ୟାନେଲଠାରୁ ନେଇ ମୋବାଇଲ୍‌‌ ପର୍ଯ୍ୟନ୍ତ ସମସ୍ତେ ନିଜ ବ୍ୟବସାୟରେ ଲାଭ କରିବାକୁ ଯାଇ ନାରୀ ଶରୀରକୁ ଏକ ସହଜ ପନ୍ଥା ଓ ଆକର୍ଷଣୀୟ ବଜାର ଭାବେ ଗ୍ରହଣ କରି ନେଇଛନ୍ତି। ଦେଖେଇ ବାକୁ ଓ ଦେଖିବାକୁ ସମସ୍ତେ ବ୍ୟଗ୍ର। ଜୀବନକୁ ନକାରାତ୍ମକ ଶୈଳୀରେ ଉପଭୋଗ କରିବାର ସହସ୍ର ଉପାୟ ବତାଇ ଏମାନେ ନିଜର ପକେଟ ଭରିବାରେ ଲାଗିଛନ୍ତି। ଟିଭିରୁ ବାହାରି ଏହି ଅଶ୍ଳୀଳତା ଦିନ ଦିପହରରେ ଏବେ ହାଟ, ବଜାର ଓ ପାର୍କରେ ହେଉଛି ପରିବେଷଣ। ମନୋରଞ୍ଜନ ନାମରେ ସେମାନେ ଯେଉଁ ବିକୃତି ବାଢ଼ି ଦେଉଛନ୍ତି ସେଥିପ୍ରତି ନା ସେମାନଙ୍କର ନୈତିକ ଦାୟିତ୍ୱ ଅଛି ନା ଅଛି ସରକାରଙ୍କର ଅଙ୍କୁଶ। ନିଅାଁ ଉପରେ ଘିଅ ଢାଳିଲା ପରି ନିଶା ଦ୍ରବ୍ୟ ସେବନର ବୃଦ୍ଧି ତାହାକୁ ବେଶ୍‌‌ ସୁହାଉଛି। ତା’ ସହିତ ପରକିୟା ପ୍ରୀତି ଓ ‘ଲିଭ୍‌‌ଇନ୍‌‌’ ନାମରେ ହେଉଥିବା ବ୍ୟଭିଚାରକୁ ଆଇନ ଅନୁମୋଦନ ଦେବାରୁ ଆଜି ଘର ସବୁ ଭାଙ୍ଗି ହେଉଛି ଖଣ୍ଡ ଖଣ୍ଡ। ଫ୍ୟାମିଲି କୋର୍ଟର ସଂଖ୍ୟା ବଢ଼଼ି ଚାଲିଛି।

ଏସବୁ ସହିତ ପିଲାଙ୍କ ନିକଟରେ ଆଦର୍ଶର ଘୋର ସଙ୍କଟ ସୃଷ୍ଟି ହୋଇଛି। ଆଜି ପିଲାଏ ବିନା ଶ୍ରମରେ ରାତାରାତି ଧନ ଓ ପ୍ରତିପତ୍ତି ବଢ଼଼ାଇବାକୁ ମନ ବଳାଉଛନ୍ତି। କୌଣସି ଏକ ଅଜଣା କାରଣରୁ ସରକାରଙ୍କଠାରୁ ନେଇ ବୁଦ୍ଧିଜୀବୀ ଓ ଚିନ୍ତାନାୟକମାନେ ସମସ୍ୟାର ସମାଧାନ ଦିଗରେ ଯତ୍ନଶୀଳ ହେବା ପରିବର୍ତ୍ତେ ଏକପ୍ରକାର ଉଦାସୀନ ହୋଇପଡ଼ିଛନ୍ତି। ମାତ୍ର ଭୁଲି ଗଲେ ଚଳିବ ନାହିଁ ଯେ ଅନୀତି କରିବା ଲୋକ ସହିତ ଅନୀତି ପ୍ରତି ନିରବତା ଅବଲମ୍ୱନ କରୁଥିବା ବ୍ୟକ୍ତିଟି ସମାନ ରୂପେ ଦୋଷୀ ଅଟେ।

ସମାଜର ପ୍ରତ୍ୟେକ ବର୍ଗର ଲୋକେ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ସୁସ୍ଥ ସମାଜ ପାଇଁ ଶୃଙ୍ଖଳିତ ଜୀବନଶୈଳୀ ଏକାନ୍ତ ଅପରିହାର୍ଯ୍ୟ। ବିଶୃଙ୍ଖଳା ବାଟ କଢ଼ାଇ ନିଏ ବିନାଶ ଦିଗରେ। ଅପରପକ୍ଷେ ଶୃଙ୍ଖଳା ଜୀବନକୁ କରେ ମହିମାମୟ। ତେଣୁ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହେବା ପାଇଁ ସମସ୍ତେ, ବିଶେଷକରି ପ୍ରତିଟି ପରିବାର ଅଣ୍ଟା ଭିଡ଼ିଲେ ହିଁ ସମାଜରେ ସୁଧାର ଆସିବାର ଆଶା କରା ଯାଇପାରେ।

ଛନ୍ଦା ମିଶ୍ର
ଭୁବନେଶ୍ୱର,ମୋ:୯୪୩୭୪୫୩୬୧୦

20 Feb 2023 By The Sakala

https://www.thesakala.in/sakala-editorial/sakala-article-20th-february-2023-2/article-19111
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର