ଦୟନୀୟ ପାକିସ୍ତାନ

The Sakala Picture
Published On

ଏକଦା ଆମେରିକା, ଏବେ ଚୀନ୍‌‌ ଓ ସର୍ବଦା ଆର୍ମି ଦ୍ୱାରା ନିୟନ୍ତ୍ରିତ ହେଉଥିବା ପାକିସ୍ତାନରେ ଖାଦ୍ୟାଭାବ, ଅର୍ଥାଭାବ, ଉତ୍କଟ ବେକାରୀ ଓ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ବାରମ୍ୱାର ଆଭ୍ୟନ୍ତରୀଣ କନ୍ଦଳ, ରାଜନୈତିକ ଅସ୍ଥିରତା, ଦୁର୍ବଳ ନେତୃତ୍ୱ, ଦୁର୍ନୀତି ସହିତ ଭୟଙ୍କର ଆତଙ୍କବାଦୀଙ୍କ ଅଭୟ ସ୍ଥଳ ପାଲଟି ଥିବା ପାକିସ୍ତାନ ବହୁବିଧ ସମସ୍ୟାରେ ଜର୍ଜରିତ। ଏଥିମଧ୍ୟରୁ ମୁଖ୍ୟ ହେଉଛି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଘୋର ଅଭାବ। ସେଠାରେ ଏବେ ପାକିସ୍ତାନୀ ମୁଦ୍ରାରେ ଅଟା କିଲୋ ପ୍ରତି ୧୫୦, […]

ଏକଦା ଆମେରିକା, ଏବେ ଚୀନ୍‌‌ ଓ ସର୍ବଦା ଆର୍ମି ଦ୍ୱାରା ନିୟନ୍ତ୍ରିତ ହେଉଥିବା ପାକିସ୍ତାନରେ ଖାଦ୍ୟାଭାବ, ଅର୍ଥାଭାବ, ଉତ୍କଟ ବେକାରୀ ଓ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ବାରମ୍ୱାର ଆଭ୍ୟନ୍ତରୀଣ କନ୍ଦଳ, ରାଜନୈତିକ ଅସ୍ଥିରତା, ଦୁର୍ବଳ ନେତୃତ୍ୱ, ଦୁର୍ନୀତି ସହିତ ଭୟଙ୍କର ଆତଙ୍କବାଦୀଙ୍କ ଅଭୟ ସ୍ଥଳ ପାଲଟି ଥିବା ପାକିସ୍ତାନ ବହୁବିଧ ସମସ୍ୟାରେ ଜର୍ଜରିତ। ଏଥିମଧ୍ୟରୁ ମୁଖ୍ୟ ହେଉଛି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଘୋର ଅଭାବ। ସେଠାରେ ଏବେ ପାକିସ୍ତାନୀ ମୁଦ୍ରାରେ ଅଟା କିଲୋ ପ୍ରତି ୧୫୦, ପେଟ୍ରୋଲ ଲିଟର ୨୭୨ରେ ପହଞ୍ଚିଛି। ଲୋକେ ଅଟା, ଡାଲି, ତେଲ, ଚାଉଳ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରିବାକୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। ଖାଦ୍ୟ ସାମଗ୍ରୀ ଧରି ଆସୁଥିବା ଟ୍ରକ ପଛରେ ଲୋକେ ଗୋଡ଼ାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇ ଚାଲିଛି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମଏଫ୍‌‌)ର ସର୍ତ୍ତକୁ ବାରମ୍ବାର ଖିଲାପ କରିଥିବା ପାକିସ୍ତାନକୁ ସେହି ସଂସ୍ଥାରୁ ଋଣ ମିଳିବା ମଧ୍ୟ ସହଜ ହେଉନି। ଦେବାଳିଆ ସ୍ଥିତିକୁ ଦେଖି ବିଶ୍ୱର ଅନେକ ଋଣ ପ୍ରଦାନକରୀ ସଂସ୍ଥା ପାକିସ୍ତାନକୁ ଋଣ ଦେବାକୁ ରୋକୋଠୋକ ମନା କରିଦେଇଛନ୍ତି। ବିଗତ ଦିନମାନଙ୍କରେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାଁରେ ଆମେରିକାକୁ ମିଛ ପ୍ରତିଶ୍ରୁତି ଦେଇ ପୁଳାପୁଳା ଡଲାର ଅନୁଦାନ ପାଉଥିବା ପାକିସ୍ତାନକୁ ଆମେରିକା ମଧ୍ୟ ସହାୟତା ଦେଉନାହିଁ। ଶେଷରେ ବିସ୍ତାରବାଦୀ ଚୀନର ଋଣ ଜାଲରେ କବଳିତ ହୋଇଯାଇଛି ପାକିସ୍ତାନ। ପାକିସ୍ତାନର ଏଭଳି ସ୍ଥିତିରେ ଚୀନ-ପାକିସ୍ତାନ ଇକୋନମିକ କରିଡର ପ୍ରୋଜେକ୍ଟ (ସିପିଇସି)ରୁ ସି ଜିନପିଙ୍ଗ ସରକାର ପଛଘୁଞ୍ଚା ଦେଲାଣି। କାରଣ ପାକିସ୍ତାନ ଉପରେ ଆଉ ଭରସା କରିପାରୁନି ଚୀନ। ପାକିସ୍ତାନରେ କାମ କରୁଥିବା ଚୀନ ନାଗରିକଙ୍କ ସୁରକ୍ଷା ନେଇ ଚୀନ ପ୍ରଶ୍ନ ଉଠାଇଛି।

ଘୋର ଅର୍ଥନୈତିକ ସଂକଟ ସହ ଦେଶରେ ଘନଘନ ବିଦ୍ୟୁତକାଟ, ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପାକିସ୍ତାନକୁ ଏକ କାଙ୍ଗାଳ ସ୍ଥିତିକୁ ଠେଲି ଦେଇଛି। ପାକିସ୍ତାନର ମୁଦ୍ରା ଆମେରିକା ଡଲରା ତୁଳନାରେ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଛି। ପାକିସ୍ତାନରୁ ବିଭିନ୍ନ ସାମଗ୍ରୀର ରପ୍ତାନୀ ହ୍ରାସ ଓ ଆମଦାନୀ ବୃଦ୍ଧି ପାଉଥିବାରୁ ଦେଶର ଚାଲୁ ଖାତା ନିଅଣ୍ଟ ପରିମାଣ ୬୦ ପ୍ରତିଶତରେ ପହଞ୍ଚିଛି। ଗତ ବର୍ଷ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଦେଶର ୮୦ ପ୍ରତିଶତ ଫସଲ ହାନି ପାକିସ୍ତାନର ଦୁର୍ଦ୍ଦିନର ଏକ ପ୍ରମୁଖ କାରଣ ବୋଲି ମଧ୍ୟ କୁହାଯାଉଛି। ସେପଟେ ରୁଷ-ୟୁକ୍ରେନ୍‌‌ ଯୁଦ୍ଧ ଯୋଗୁଁ ପାକିସ୍ତାନ ସହ ଉଭୟ ଦେଶର ବାଣିଜ୍ୟିକ କାରବାର ଠପ ହୋଇ ଯାଇଛି। ପାକିସ୍ତାନରେ ଖାଦ୍ୟ ସଂକଟ ଉତ୍କଟ ସ୍ଥିତିରେ ଥିବା ବେଳେ ପାକ୍‌‌ ଅଧିକୃତ କାଶ୍ମୀର ବା (ପିଓକେ), ଗିଲିଗିଟ୍‌‌ ବାଲଟିସ୍ତାନର ଲୋକେ ଖାଦ୍ୟାଭାବ, ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି ବିରୋଧରେ ଗଣଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି।

ଏଠାକାର ଲୋକେ ଭାରତ ସହ ଯୋଡ଼ି ହେବାକୁ ସ୍ୱତନ୍ତ୍ର ଭାବେ ଆଗ୍ରହ ପ୍ରକାଶ କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପାକିସ୍ତାନର ବର୍ତ୍ତମାନର ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛନ୍ତି। ପଡ଼ୋଶୀ ପାକିସ୍ତାନରେ ବାରମ୍ୱାର ରାଜନୈତିକ ଅସ୍ଥିରତା, ଆତଙ୍କବାଦକୁ ପ୍ରୋତ୍ସାହନ, ସୀମାପାର ଆତଙ୍କବାଦ, ଦକ୍ଷ ନେତ୍ୱତ୍ବର ଅଭାବ ଆଜି ପାକିସ୍ତାନକୁ କେଉଁ ସ୍ତରକୁ ନେଇଯାଇଛି ତାହା ବର୍ଣ୍ଣନାତୀତ। ପାକିସ୍ତାନର ଏହି ସ୍ଥିତି ଭାରତକୁ ଏବଂ କେତେକାଂଶରେ ଏସିଆ ମହାଦେଶକୁ ମଧ୍ୟ ପ୍ରଭାବିତ କରିଛି। ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପରେ ବି ପାକିସ୍ତାନରେ ଗଣତନ୍ତ୍ର ପ୍ରତିଷ୍ଟା ସଫଳ ହୋଇନି। ସେଠାରେ ଆତଙ୍କତନ୍ତ୍ରର ବିଜୟ ହୋଇ ଚାଲିଛି।

ଲଳିତେନ୍ଦୁ ପଲାଉରୀ
ଅସ୍ତରଙ୍ଗ, ମୋ: ୯୭୭୮୬୯୭୦୩୬

18 Feb 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର