ଗଣେଶ ଚତୁର୍ଥୀ ଦିନ ହିଁ ଖୋଲିଥାଏ ଏହି ମନ୍ଦିର….

The Sakala Picture
Published On

ଭାରତରେ ପ୍ରତିଟି କୋଣରେ ଶ୍ରୀଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ। ଏହି ସବୁ ମନ୍ଦିରରେ ଗଣପତିଙ୍କ ଆରାଧନା ବର୍ଷ ତମାମ କରାଯାଏ। ତେବେ, ଦେଶରେ ଏଭଳି ଏକ ମନ୍ଦିର ଅଛି, ଯାହା କେବଳ ଗଣେଶ ଚତୁର୍ଥୀ ଦିନ ହିଁ ଖୋଲିଥାଏ। ଶ୍ରୀଗଣେଶଙ୍କର ଏହି ଅନନ୍ୟ ମନ୍ଦିରଟି ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ, ଯାହାକି ଉଚ୍ଛିଷ୍ଟ ଗଣପତି ମନ୍ଦିର ଭାବରେ ଖ୍ୟାତ। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ, ଏହା କେବଳ ବର୍ଷକୁ ୧୨ ଘଣ୍ଟା ପାଇଁ ଖୋଲିଥାଏ। ଗଣେଶ […]

ଭାରତରେ ପ୍ରତିଟି କୋଣରେ ଶ୍ରୀଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ। ଏହି ସବୁ ମନ୍ଦିରରେ ଗଣପତିଙ୍କ ଆରାଧନା ବର୍ଷ ତମାମ କରାଯାଏ। ତେବେ, ଦେଶରେ ଏଭଳି ଏକ ମନ୍ଦିର ଅଛି, ଯାହା କେବଳ ଗଣେଶ ଚତୁର୍ଥୀ ଦିନ ହିଁ ଖୋଲିଥାଏ। ଶ୍ରୀଗଣେଶଙ୍କର ଏହି ଅନନ୍ୟ ମନ୍ଦିରଟି ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ, ଯାହାକି ଉଚ୍ଛିଷ୍ଟ ଗଣପତି ମନ୍ଦିର ଭାବରେ ଖ୍ୟାତ। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ, ଏହା କେବଳ ବର୍ଷକୁ ୧୨ ଘଣ୍ଟା ପାଇଁ ଖୋଲିଥାଏ। ଗଣେଶ ଚତୁର୍ଥୀ ଦିନ ପ୍ରାତଃ ୬ ଘଟିକାରୁ ସନ୍ଧ୍ୟା ୬ ଟା ସମୟ ପର୍ଯ୍ୟନ୍ତ ଏହି ମନ୍ଦିରରେ ଗଣପତିଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ। କେବଳ ସେତିକି ନୁହେଁ, ଏହି ମନ୍ଦିର କପାଟ ଖୋଲିବା ପୂର୍ବରୁ, ଯଜ୍ଞକୁଣ୍ଡରେ ଦଶ ହଜାର ଆହୁତି ଅର୍ପଣ କରାଯାଏ। ଗଣେଶ ଚତୁର୍ଥୀ ଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥା’ନ୍ତି। କୁହାଯାଏ ଯେ, ଯେଉଁମାନଙ୍କର ବିବାହରେ ବାଧା ଉପୁଜୁଛି, ସେମାନେ ବପ୍ପାଙ୍କ ପ୍ରିୟ ଦୂବ ଓ ସିନ୍ଦୂର ଅର୍ପଣ କରିବା ଦ୍ବାରା ବିବାହ ଶୀଘ୍ର ହୋଇଯାଇଥାଏ। ଏହାବ୍ୟତୀତ, ଯେଉଁମାନଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖାଦେଇଥାଏ, ସେମାନେ ଏପରି କରିବା ଦ୍ବାରା ଶୁଭ ଫଳ ମିଳିଥାଏ। ପାଟିରେ ପାନ, ଗୁଆ, ଗୁଜୁରାତି ଆଦି ରଖି ଉଚ୍ଛିଷ୍ଟ ଗଣେଶଙ୍କୁ ଦର୍ଶନ କରିବାର ନିୟମ ରହିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp