ଆପଣ ଜାଣନ୍ତି କି ଦେଶର ଏପରି ଏକ ରହସ୍ୟମୟ ମନ୍ଦିର ବିଷୟରେ ଯାହା କେବଳ ରାକ୍ଷୀ ପୂର୍ଣ୍ଣିମାରେ ହିଁ ଖୋଲିଥାଏ

The Sakala Picture
Published On

ଭାରତରେ ଅନେକ ରହସ୍ୟମୟ ମନ୍ଦିର ଅଛି। ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଉନ୍ମୋଚନ କରିପାରନ୍ତି ନାହିଁ। ଏମିତି ଏକ ରହସ୍ୟମୟ ମନ୍ଦିର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅଛି। ଏହି ମନ୍ଦିରର ନାମ ବଂଶୀ ନାରାୟଣ ମନ୍ଦିର। ଏହି ମନ୍ଦିର ବର୍ଷର ୩୬୪ ଦିନ ବନ୍ଦ ରହୁଥିବାବେଳେ କେବଳ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋଲାଯାଏ। ଏହିଦିନ ବିଶେଷ ପୂଜାର୍ଚ୍ଚନା କରାଯାଏ ଓ ସୂର୍ଯ୍ୟାସ୍ତ ପରେ ମନ୍ଦିରକୁ ପୁନଃ ବନ୍ଦ କରିଦିଆଯାଏ। ପୌରାଣିକ ମାନ୍ୟତା ଅନୁସାରେ, ଏହି ମନ୍ଦିର ପାଣ୍ଡବମାନଙ୍କ […]

ଭାରତରେ ଅନେକ ରହସ୍ୟମୟ ମନ୍ଦିର ଅଛି। ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଉନ୍ମୋଚନ କରିପାରନ୍ତି ନାହିଁ। ଏମିତି ଏକ ରହସ୍ୟମୟ ମନ୍ଦିର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅଛି। ଏହି ମନ୍ଦିରର ନାମ ବଂଶୀ ନାରାୟଣ ମନ୍ଦିର। ଏହି ମନ୍ଦିର ବର୍ଷର ୩୬୪ ଦିନ ବନ୍ଦ ରହୁଥିବାବେଳେ କେବଳ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋଲାଯାଏ। ଏହିଦିନ ବିଶେଷ ପୂଜାର୍ଚ୍ଚନା କରାଯାଏ ଓ ସୂର୍ଯ୍ୟାସ୍ତ ପରେ ମନ୍ଦିରକୁ ପୁନଃ ବନ୍ଦ କରିଦିଆଯାଏ। ପୌରାଣିକ ମାନ୍ୟତା ଅନୁସାରେ, ଏହି ମନ୍ଦିର ପାଣ୍ଡବମାନଙ୍କ ଦ୍ବାରା ସ୍ଥାପନା କରାଯାଇଥିଲା। ଦେବର୍ଷି ନାରଦ ୩୬୪ ଦିନ ଏଠାରେ ବଂଶୀ ନାରାୟଣଙ୍କ ପୂଜା କରନ୍ତି ବୋଲି ବିଶ୍ବାସ ରହିଛି। ଏହି ମନ୍ଦିରରେ କେବଳ ଗୋଟିଏ ଦିନ ଭକ୍ତମାନଙ୍କୁ ଭଗବାନ ବଂଶୀ ନାରାୟଣଙ୍କୁ ପୂଜା କରିବା ପାଇଁ ଅନୁମତି ଦିଆଯାଇଥାଏ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

୧୦ ଫୁଟ ଉଚ୍ଚ ଏହି ମନ୍ଦିରର ଗର୍ଭଗୃହ ବର୍ଗାକାର ଅଟେ। ଏଠାରେ ଭଗବାନ ବିଷ୍ଣୁ ଚତୁର୍ଭୁଜ ସ୍ବରୂପ ବିଦ୍ୟମାନ। ମନ୍ଦିରରେ ଥିବା ପ୍ରତିମାରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ଏକାଠି ଦର୍ଶନ କରିହୁଏ। ଶ୍ରଦ୍ଧାଳୁ ଗୋଟିଏ ଦିନ ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ପଛରେ ଏକ ରୋଚକ କାହାଣୀ ମଧ୍ୟ ଅଛି। କିମ୍ବଦନ୍ତୀ ଅନୁଯାୟୀ, ଥରେ ରାଜା ବଳି ଭଗବାନ ବିଷ୍ଣୁଙ୍କୁ ତାଙ୍କ ଦ୍ୱାରପାଳ ହେବାକୁ ଅନୁରୋଧ କରିଥିଲେ। ଭଗବାନ ବିଷ୍ଣୁ ରାଜା ବଳିଙ୍କ ଏହି ଅନୁରୋଧ ରକ୍ଷା କରି ପାତାଳ ଲୋକକୁ ଚାଲିଗଲେ। ଭଗବାନ ବିଷ୍ଣୁଙ୍କର ଦର୍ଶନ ନ ପାଇ ମାତା ଲକ୍ଷ୍ମୀ ବିଚଳିତ ହୋଇଗଲେ। ସେ ନାରଦ ମୁନିଙ୍କ ପାଖକୁ ଗଲେ ଏବଂ ନାରଦଙ୍କୁ ପ୍ରଶ୍ନ କଲେ ଭଗବାନ ବିଷ୍ଣୁ କେଉଁଠାରେ ଅଛନ୍ତି। ନାରଦ କହିଲେ ଭଗବାନ ବିଷ୍ଣୁ ପାତାଳ ଲୋକରେ ଅଛନ୍ତି, ଆପଣ ରାକ୍ଷୀ ପୂର୍ଣ୍ଣିମା ଦିନ ସେଠାକୁ ଯାଇ ରାଜା ବଳିଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ଭଗବାନ ବିଷ୍ଣୁଙ୍କୁ ଫେରାଇ ଆଣନ୍ତୁ। ଏହି କଥାରେ ମାତା ଲକ୍ଷ୍ମୀ ନାରଦଙ୍କୁ କୁହନ୍ତି, ମୋତେ ପାତାଳଲୋକର ମାର୍ଗ ଜଣାନାହିଁ। ମାତା ଲକ୍ଷ୍ମୀଙ୍କ ସହ ନାରଦ ପାତାଳଲୋକକୁ ଆସିଥିଲେ। ସେହିଦିନଠାରୁ କଳଗୋଠ ଗ୍ରାମରେ ବଂଶୀ ନାରାୟଣ ପୂଜା ଚାଲି ଆସୁଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ରାକ୍ଷୀ ପୂର୍ଣ୍ଣିମା ଦିନ ନାରାୟଣଙ୍କ ପୂଜା ପାଇଁ କଳଗୋଠ ଗାଁର ପ୍ରତ୍ୟେକ ଘରୁ ଲହୁଣି ଆସିଥାଏ। ଏହି ଲହୁଣିରେ ପ୍ରସାଦ ପ୍ରସ୍ତୁତ ହୋଇଥାଏ। ଏହି ଦିନ ଭଗବାନ ବଂଶୀ ନାରାୟଣଙ୍କ ଶୃଙ୍ଗାର ମଧ୍ୟ କରାଯାଏ। ଏହାପରେ ଗାଁର ଲୋକମାନେ ଭଗବାନଙ୍କୁ ରକ୍ଷାସୂତ୍ର ବାନ୍ଧିଥାନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp