ବାସ୍ତୁ ଟିପ୍ସ: ଶୁଭଫଳ ପ୍ରାପ୍ତି ପାଇଁ ଦିପାବଳୀ ପୂର୍ବରୁ ଘରୁ ଏହି ୭ଟି ଜନିଷକୁ ବାହାର କରିଦିଅନ୍ତୁ

The Sakala Picture
Published On

ଆସୁଛି ଆଲୋକର ପର୍ବ ଦିପାବଳୀ । ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଏହା କାର୍ତ୍ତିକ ମାସରେ ପାଳନ କରାଯାଏ। ଏହି ଦିନ ଗୃହକୁ , ବ୍ୟବସାୟ ସ୍ଥାନକୁ ଖୁବ ସୁ୍‍ନ୍ଦର ଭାବେ ସଜାଯାଏ। ସମସ୍ତ ସ୍ଥାନ ମାନଙ୍କରେ ଦୀପ ଏବଂ ଭିନ୍ନ ଭିନ୍ନ ପ୍ରକାରର ଲାଇଟ ଲଗାଯାଇ ଚତୁଃପାଶ୍ୱର୍କୁ ଆଲୋକରେ ଆଲୋକିତ କରାଯାଇଥାଏ। ତେବେ ଏହି ପର୍ବ ପୂର୍ବରୁ ଲୋକମାନେ ନିଜ ଘରକୁ ଭଲ ଭାବରେ ସଫା କରନ୍ତି ।  ଆପଣ ଜାଣନ୍ତି କି ଦୀପାବଳି ସମୟରେ ଘର […]

ଆସୁଛି ଆଲୋକର ପର୍ବ ଦିପାବଳୀ । ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଏହା କାର୍ତ୍ତିକ ମାସରେ ପାଳନ କରାଯାଏ। ଏହି ଦିନ ଗୃହକୁ , ବ୍ୟବସାୟ ସ୍ଥାନକୁ ଖୁବ ସୁ୍‍ନ୍ଦର ଭାବେ ସଜାଯାଏ। ସମସ୍ତ ସ୍ଥାନ ମାନଙ୍କରେ ଦୀପ ଏବଂ ଭିନ୍ନ ଭିନ୍ନ ପ୍ରକାରର ଲାଇଟ ଲଗାଯାଇ ଚତୁଃପାଶ୍ୱର୍କୁ ଆଲୋକରେ ଆଲୋକିତ କରାଯାଇଥାଏ। ତେବେ ଏହି ପର୍ବ ପୂର୍ବରୁ ଲୋକମାନେ ନିଜ ଘରକୁ ଭଲ ଭାବରେ ସଫା କରନ୍ତି ।  ଆପଣ ଜାଣନ୍ତି କି ଦୀପାବଳି ସମୟରେ ଘର କିପରି ସଫା କରିବେ । ଏହି ଘର ସଫା ସମୟରେ କିଛି ଜିନିଷକୁ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଜିନିଷ ଗୁଡିକ ଘରେ ପଡି ରହିଲେ ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ବାସ୍ତୁ ଅନୁଯାୟୀ ଉକ୍ତ ଜିନିଷ ଗୁଡିକୁ ଘରୁ କଢିବା ଦ୍ବାରା ଘର ଉପରେ ଶୁଭ ଦୃଷ୍ଟି ପଡ଼ିଥାଏ । ଘରକୁ  ଲକ୍ଷ୍ମୀ ଆସିଥାନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ବାସ୍ତୁ ଅନୁଯାୟୀ ଏପରି କେତେକ ଉପାୟ ରହିଛି , ଯାହାକୁ ଆପଣେଇବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ..

ବନ୍ଦ ଘଣ୍ଟା- ଘରେ ଚାଲୁ ନ ଥିବା ବା ଖରାପ ହୋଇଯାଇଥିବା ଘଣ୍ଟା ରହିବା ବାସ୍ତୁରେ ଅଶୁଭ ବୋଲି କୁହାଯାଏ । ଘଣ୍ଟାକୁ ଖୁସି ଏବଂ ଏହାକୁ ପ୍ରଗତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଯଦି ଆପଣଙ୍କ ଘରେ ଭଙ୍ଗା କିମ୍ବା ବନ୍ଦ ଘଣ୍ଟା ଅଛି, ତେବେ ଏହାକୁ ଦିପାବଳୀ  ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ।

ଭଙ୍ଗା ଆସବାବପତ୍ର- ଘରେ ପଡି ରହିଥିବା ଭଙ୍ଗା ଟେବୁଲ୍, ଚେୟାର କିମ୍ବା ଭଙ୍ଗା ଆସବାବପତ୍ର ପରି ଜିନିଷକୁ ବାହାର କରି ଦେବା ଭଲ ହେବ ।  ଘରର ଆସବାବପତ୍ର ସବୁବେଳେ ଭଲ ଅବସ୍ଥାରେ ରହିବା ଉଚିତ୍ । ବାସ୍ତୁ ଅନୁଯାୟୀ ଏହା ଘର ଉପରେ ଖରାପ ପ୍ରଭାବ ପକାଇଥାଏ।

ଭଙ୍ଗା ବାସନ- ଘରେ କୌଣସି ଭଙ୍ଗା ବାସନ ରହିବା ଉଚିତ୍ ନୁହେଁ । ଦିପାବଳୀ ପୂର୍ବରୁ ଘରେ ଥିବା ଭଙ୍ଗା ବା ଫାଟିଯାଇଥିବା ବାସନ ଗୁଡିକୁ ବାହାର କରିଦେବା । ନହେଲେ ଏହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ଭଙ୍ଗା ମୂର୍ତ୍ତି – ଭଗବାନଙ୍କ ଭଙ୍ଗା ପ୍ରତିମାକୁ ଘରେ ଆଦୌ ରଖନ୍ତୁ ନାହିଁ । ଭଙ୍ଗା ମୂର୍ତ୍ତିଗୁଡ଼ିକ ଘରେ ରଖିଲେ ଏହା ଦୁର୍ଭାଗ୍ୟ ଆଣିଥାଏ । ଘରକୁ ସମ୍ପୂର୍ଣ୍ଣ ସଫା କରି ସାରିବା ପରେ ଭଗବାନଙ୍କ ମୂର୍ତ୍ତି  ସ୍ଥାପନ କରନ୍ତୁ । ଏଥିରେ ଭଗବାନ ପ୍ରଶନ୍ନ ହୋଇଥାନ୍ତି ।

ଭଙ୍ଗା କାଚ- ଭଙ୍ଗା କାଚକୁ ଘରେ ରଖିବା ଅତ୍ୟନ୍ତ ଖରାପ ବୋଲି ଧରାଯାଏ।  ଯଦି ତୁମ ଘରର କୌଣସି ସ୍ଥାନରେ ଝରକା  କିମ୍ବା ଦର୍ପଣର ଭଙ୍ଗା କାଚ ଅଛି ତେବେ ଏହାକୁ ଦିପାବଳୀ ପୂର୍ବକୁ ସଫା କରି ବାହାର କରିଦିଅନ୍ତୁ। ଏହା ଘରେ ରହିଲେ
ନକାରାତ୍ମକ ପ୍ରଭାବ ପକାଇଥାଏ ।

ବୈଦ୍ୟୁତିକ ଉପକରଣ- ଯଦି ବଲବ, ଟ୍ୟୁବ୍ ଲାଇଟ୍ କିମ୍ବା ବୈଦ୍ୟୁତିକ ଉପକରଣର ପାୱାର୍ ସୁଇଚ୍ ଖରାପ ଅଛି ତେବେ ଏହାକୁ ତୁରନ୍ତ ସଜାଡି ଦିଅନ୍ତୁ ନଚେତ ଘରୁ ବାହାର କରିଦିଅନ୍ତୁ। ଦୀପାବଳି ସମୟରେ ଘର ଅନ୍ଧାରରେ ରହିବା ବାସ୍ତୁ ଅନୁଯାୟୀ ଅଶୁଭ ଅଟେ। ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ |

ଜୋତା/ଚପଲ-  ଯଦି ଆପଣଙ୍କ ଘରେ ଖରାପ କିମ୍ବା ଚିରିଯାଇଥିବା ପୁରୁଣା ଜୋତା ଏବଂ ଚପଲ ଅଛି, ତେବେ ଦିପାବଳୀ ପୂର୍ବରୁ ଏହାକୁ ବାହର କରିଦିଅନ୍ତୁ।  ଏହାକୁ ଘର ସଫା ସମୟରେ ବାହାର କରିବାକୁ ଭୁଲନ୍ତୁ ନାହିଁ । କାରଣ ଛିଣ୍ଡିଯାଇଥିବା ଜୋତା ଏବଂ ଚପଲ ଘରେ ନକାରାତ୍ମକତା ଏବଂ ଦୁର୍ଭାଗ୍ୟ ଆଣିଥାଏ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp