ସକଳ ଶକ୍ତିର ଆଧାର ସୂର୍ଯ୍ୟ; ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଉପାସନାର ମହତ୍ତ୍ବ…

The Sakala Picture
Published On

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସେ ତେଜ ଓ ପ୍ରାଣଶକ୍ତିର ସ୍ୱରୂପ ଏବଂ ଚରାଚର ବିଶ୍ୱର ଆତ୍ମା। ଯାହାଙ୍କ ବିନା ସଂସାର ତିଷ୍ଠି ରହିବା ସମ୍ଭବ ନୁହେଁ। ସୂର୍ଯ୍ୟଦେବଙ୍କ ବିଷୟରେ ଋଗ୍‌ବେଦରେ ବର୍ଣ୍ଣନା କରାଯାଇଛି। ସୂର୍ଯ୍ୟ ଓଁକାର ସ୍ବରୂପ। ସୂର୍ଯ୍ୟଙ୍କୁ ଜଗତ ପିତା ଓ ଧର୍ମର ଦେବତା ରୂପେ ଆରାଧନା କରାଯାଏ। ପରମାତ୍ମାଙ୍କର ପ୍ରତ୍ୟକ୍ଷ ସ୍ବରୂପ ହିଁ ସୂର୍ଯ୍ୟ। ସେ ହିଁ ଅକ୍ଷୟ ଓ ପରିବର୍ତ୍ତନ ରହିତ ଶାଶ୍ବତ ବ୍ରହ୍ମ। ତାଙ୍କ ଉପାସନା ଓ ଆରାଧନା ମନୁଷ୍ୟର […]

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସେ ତେଜ ଓ ପ୍ରାଣଶକ୍ତିର ସ୍ୱରୂପ ଏବଂ ଚରାଚର ବିଶ୍ୱର ଆତ୍ମା। ଯାହାଙ୍କ ବିନା ସଂସାର ତିଷ୍ଠି ରହିବା ସମ୍ଭବ ନୁହେଁ। ସୂର୍ଯ୍ୟଦେବଙ୍କ ବିଷୟରେ ଋଗ୍‌ବେଦରେ ବର୍ଣ୍ଣନା କରାଯାଇଛି।

ଆହୁରି ପଢ଼ନ୍ତୁ: ପରମା ଏକାଦଶୀ ୨୦୨୬: ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ୍ ମିଳିବ ନାହିଁ ବ୍ରତର ପୂର୍ଣ୍ଣ ଫଳ

ସୂର୍ଯ୍ୟ ଓଁକାର ସ୍ବରୂପ। ସୂର୍ଯ୍ୟଙ୍କୁ ଜଗତ ପିତା ଓ ଧର୍ମର ଦେବତା ରୂପେ ଆରାଧନା କରାଯାଏ। ପରମାତ୍ମାଙ୍କର ପ୍ରତ୍ୟକ୍ଷ ସ୍ବରୂପ ହିଁ ସୂର୍ଯ୍ୟ। ସେ ହିଁ ଅକ୍ଷୟ ଓ ପରିବର୍ତ୍ତନ ରହିତ ଶାଶ୍ବତ ବ୍ରହ୍ମ। ତାଙ୍କ ଉପାସନା ଓ ଆରାଧନା ମନୁଷ୍ୟର ପାପରାଶିକୁ କ୍ଷୟ କରି ଅଷ୍ଟ ଐଶ୍ବର୍ଯ୍ୟ ପ୍ରଦାନ କରେ। ଉଦୟକାଳୀନ, ମଧ୍ୟାହ୍ନ ଓ ସାୟଂକାଳୀନ ସୂର୍ଯ୍ୟଙ୍କୁ ଯଥାକ୍ରମେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ରୂପେ ଆରାଧନା କରାଯାଏ।
ହିନ୍ଦୁ ଧର୍ମରେ, ସପ୍ତାହ ସାତଦିନ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ। ସୋମବାର ଶିବଙ୍କୁ ସମର୍ପିତ ହୋଇଥିବା ବେଳେ, ମଙ୍ଗଳବାରରେ ଦେବୀ ମଙ୍ଗଳା ଓ ହନୁମାନଙ୍କୁ ପୂଜା କରାଯାଏ। ଏହିକ୍ରମରେ, ସୂର୍ଯ୍ୟଦେବଙ୍କୁ ରବିବାର ସମର୍ପିତ। ତେବେ ସପ୍ତାହକ ମଧ୍ୟରେ ରବିବାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ପବିତ୍ର ଦିନ ବିଷୟରେ ପୁରାଣ ଶାସ୍ତ୍ରରୁ ଆରମ୍ଭ କରି ଜ୍ୟୋତିଷ ଶାସ୍ତ୍ର ପର୍ଯ୍ୟନ୍ତ ସବୁଠାରେ ଉଲ୍ଲେଖ ରହିଛି। ହିନ୍ଦୁ ଧର୍ମ ଅନୁସାରେ ଏହି ଦିନଟି ପୂଜା, ଧ୍ୟାନ, ଦାନ, ତପସ୍ୟା ଓ ବିଭୁ କୃପା ଲାଭ ପାଇଁ ଏକ ପ୍ରକୃଷ୍ଟ ତଥା ସୁଗମ ଦିବସ। ସଂସ୍କୃତରେ ଏହି ଦିନଟିକୁ ଅର୍କବାସର ବୋଲି କୁହାଯାଏ। ବିଶ୍ବାସ ରହିଛି ଯେ, ସୂର୍ଯ୍ୟନାରାୟଣଙ୍କ ବ୍ରତ ଓ ଉପାସନା କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ସୂର୍ଯ୍ୟଦେବ ହେଉଛନ୍ତି ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ଦେବତା। ଆଦିତ୍ୟଲୋକରେ ଭଗବାନ ସୂର୍ଯ୍ୟ ସାକାର ବିଗ୍ରହରେ ଅବସ୍ଥାନ କରନ୍ତି। ସେ ରକ୍ତପଦ୍ମ ଉପରେ ବିରାଜମାନ ହୋଇଥାଆନ୍ତି । ତାଙ୍କର ଶରୀରର ବର୍ଣ୍ଣ ହିରଣ୍ମୟ। କେତେକ ଶ୍ଳୋକରେ ତାଙ୍କର ବର୍ଣ୍ଣକୁ ‘ପଦ୍ମଗର୍ଭ’ ବୋଲି ମଧ୍ୟ କୁହାଯାଇଛି।

ସୂର୍ଯ୍ୟଦେବଙ୍କ କୃପା ହେଲେ ଆରୋଗ୍ୟ ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଯେଉଁମାନେ ସୂର୍ଯ୍ୟଙ୍କୁ ପ୍ରତିଦିନ ଜଳ ଅର୍ପଣ କରିବା ସହ ରବିବାର ଦିନ ସୂର୍ଯ୍ୟଦେବଙ୍କ ବ୍ରତ କରନ୍ତି ସେମାନଙ୍କ ମାନସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇଥାଏ। କୁହାଯାଏ, ସୂର୍ଯ୍ୟଦେବଙ୍କ ଉପାସନା କରିବା ଦ୍ବାରା ନେତ୍ର ଓ ଚର୍ମ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ସୂର୍ଯ୍ୟଦେବଙ୍କ ତମ୍ବାରେ ନିର୍ମିତ ଏକ ପ୍ରତିମା ଘରର ମୁଖ୍ୟ ଦ୍ୱାରରେ ଲଗାଇଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ସୂର୍ଯ୍ୟଦେବଙ୍କ ଉପାସନା ପାଇଁ ପ୍ରାତଃକାଳରୁ ସ୍ନାନ ସାରି ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ। ଏହି ଜଳରେ ସିନ୍ଦୂର ଏବଂ ନାଲି ଫୁଲ ପକାଇ ଅର୍ପଣ କରନ୍ତୁ। ଏହାପରେ ସୂର୍ଯ୍ୟଙ୍କ ମନ୍ତ୍ର ‘ଓଁ ଆଦିତ୍ୟାୟ ନମଃ’ ଜପ କରନ୍ତୁ। ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣବେଳେ ନାଲି ଏବଂ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଯିଏ ସୂର୍ଯ୍ୟ ଉପାସନା କରେ, ତା’ର ସମସ୍ତ ଦୁଃଖ କ୍ଳେଶ ଦୂର ହେବା ସହ, ଯଶ କୀର୍ତ୍ତି ବୃଦ୍ଧି ପାଇଥାଏ। ଏଥÒସହ ସମସ୍ତ ରୋଗରୁ ମୁକ୍ତି ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

13 Dec 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp