ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ : ୧୦୩ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଶିଘ୍ର କରନ୍ତୁ ଆବେଦନ

The Sakala Picture
Published On

ନୂଆଦିଲ୍ଲୀ : ବ୍ୟାଙ୍କରେ ନିଯୁକ୍ତି ପାଇଁ ଆଶାୟୀଥିବା ଯୁବକ/ଯୁବତୀଙ୍କ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୦୩ ପଦରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଅଫିସର(Fire-safety)ରେ ୨୩ ପଦ ଏବଂ ମ୍ୟାନେଜର (Security) ୮୦  ପଦରେ ନିଯୁକ୍ତି ସୁଯୋଗ ରହିଛି। ଯେଉଁମାନେ ଏହି ପଦଗୁଡ଼ିକରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ (PNB) ଅଫିସିଆଲ ୱେବ୍‌ସାଇଟ pnbindia.in କୁ ଯାଇ ଏହି ନିଯୁକ୍ତି ପରୀକ୍ଷା […]

ନୂଆଦିଲ୍ଲୀ : ବ୍ୟାଙ୍କରେ ନିଯୁକ୍ତି ପାଇଁ ଆଶାୟୀଥିବା ଯୁବକ/ଯୁବତୀଙ୍କ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୦୩ ପଦରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଅଫିସର(Fire-safety)ରେ ୨୩ ପଦ ଏବଂ ମ୍ୟାନେଜର (Security) ୮୦  ପଦରେ ନିଯୁକ୍ତି ସୁଯୋଗ ରହିଛି। ଯେଉଁମାନେ ଏହି ପଦଗୁଡ଼ିକରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ (PNB) ଅଫିସିଆଲ ୱେବ୍‌ସାଇଟ pnbindia.in କୁ ଯାଇ ଏହି ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରି ପାରିବେ। ଏହି ୧୦୩ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୩୦, ୨୦୨୨।

ଖାଲିଥିବା ପଦବୀ ବିବରଣୀ

୨୩ ଟି ଅଫିସର୍ (ଅଗ୍ନି ନିରାପତ୍ତା) Officer (Fire-safety)

୮୦ ଟି ମ୍ୟାନେଜର (ସୁରକ୍ଷା) Manager (Security)

ଶିକ୍ଷାଗତ ଯୋଗ୍ୟତା

ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ଅଧିକାରୀ (ଅଗ୍ନି ନିରାପତ୍ତା) ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟ ଉପରେ ଡିଗ୍ରୀ ହାସଲ କରିବା ଆବଶ୍ୟକ । ଏଥି ସହିତ, ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀ ଯେକୌଣସି ଷ୍ଟ୍ରିମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ଆବଶ୍ୟକ ।

ବୟସ ସୀମା

ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୫ ବର୍ଷ ମଧ୍ୟରେ ହେବା ଉଚିତ । ଯେଉଁଠାରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ବୟସ କୋହଳ ପ୍ରଦାନ କରାଯିବ ।

ଚୟନ ପ୍ରକ୍ରିୟା

ଲିଖିତ ପରୀକ୍ଷା ଓ ସାକ୍ଷାତକାର ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ ଚୟନ କରାଯିବ ।  ଲିଖିତ ପରୀକ୍ଷଣରେ ପ୍ରତ୍ୟେକଟି ୨ ମାର୍କର ୫୦ ଟି ପ୍ରଶ୍ନ ରହିବ । ପରୀକ୍ଷାର ଅବଧି ୬୦ ମିନିଟ୍ ଏବଂ ସର୍ବାଧିକ ମାର୍କ ୧୦୦ ଅଟେ ।

ଆବେଦନ ଶୁଳ୍କ 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି ଆବେଦନ ପାଇଁ SC / ST / PWBD ବର୍ଗ ପାଇଁ ଆବେଦନ ଶୁଳ୍କ ୫୯ ଟଙ୍କା  ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦୩ ଟଙ୍କା ରହିଛି। ପ୍ରାର୍ଥୀମାନେ PNB ର ଅଫିସିଆଲ୍ ସାଇଟ୍ ମାଧ୍ୟମରେ ଅଧିକ ବିବରଣୀ ଯାଞ୍ଚ କରିପାରିବେ ।

05 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର