ପୁଣି ଝୁଲିଲା ନିଗମ-ବୋର୍ଡ ନିଯୁକ୍ତି, ରାଜ୍ୟ ସଭାପତି ମନମୋହନ ସାମଲ କହିଲେ- ଏବେ ନୁହେଁ…..

The Sakala Picture
Published On

ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିଳମ୍ବିତ ହେବାରେ ଲାଗିଥିବା ବେଳେ ବିଜେପିର ରାଜ୍ୟ ସଂଗଠନ ପୁନର୍ବିନ୍ୟାସ ଏବଂ ନିଗମ ଓ ବୋର୍ଡ ନିଯୁକ୍ତିରେ ମଧ୍ୟ ବିଳମ୍ବ ଘଟିପାରେ। ଶନିବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି। ଶ୍ରୀ ସାମଲ କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଓଡ଼ିଶା ଟିମ୍‌ ଘୋଷଣା ହେବ। ଏହା ଦଳର ସାମ୍ୱିଧାନିକ ବ୍ୟବସ୍ଥା ଅଟେ। ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କେବେ ସରିବ, […]

ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିଳମ୍ବିତ ହେବାରେ ଲାଗିଥିବା ବେଳେ ବିଜେପିର ରାଜ୍ୟ ସଂଗଠନ ପୁନର୍ବିନ୍ୟାସ ଏବଂ ନିଗମ ଓ ବୋର୍ଡ ନିଯୁକ୍ତିରେ ମଧ୍ୟ ବିଳମ୍ବ ଘଟିପାରେ। ଶନିବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି। ଶ୍ରୀ ସାମଲ କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଓଡ଼ିଶା ଟିମ୍‌ ଘୋଷଣା ହେବ। ଏହା ଦଳର ସାମ୍ୱିଧାନିକ ବ୍ୟବସ୍ଥା ଅଟେ। ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କେବେ ସରିବ, ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ। ସେହିଭଳି ନିଗମ ଓ ବୋର୍ଡ ନେଇ ଆମେ ବସି ନିଷ୍ପତ୍ତି ନେବୁ ବୋଲି ମନମୋହନ ଗଣମାଧ୍ୟମକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ସୂଚନାଯୋଗ୍ୟ ଯେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଗତ କିଛି ମାସ ଧରି ଚର୍ଚ୍ଚା ଆଲୋଚନା ଜାରି ରହିଥିଲେ ମଧ୍ୟ ଏହା ସାକାର ହୋଇପାରୁ ନାହିଁ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକାଧିକ ବାର ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତୃବୃନ୍ଦଙ୍କୁ ଭେଟି ସାରିଛନ୍ତି। ଏହି ଭେଟଘାଟ ସମୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ହୋଇଥିବା ଦାବି କରାଯାଇଥିଲେ ମଧ୍ୟ ଏଯାବତ୍‌ ସମ୍ପ୍ରସାରଣକୁ ବାସ୍ତବତାର ରୂପ ଦିଆଯାଇ ପାରୁନାହିଁ।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

ତେବେ ପୁନର୍ବାର ବିଜେପି ସଭାପତି ଭାବେ ନିର୍ବାଚିତ ହେବାପରେ ରାଜ୍ୟରେ ଖୁବଶୀଘ୍ର ସାଂଗଠନିକ ପୁନର୍ବିନ୍ୟାସ ଏବଂ ନିଗମ, ବୋର୍ଡ ନିଯୁକ୍ତିକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ରାଜ୍ୟ ସଭାପତି ଏବଂ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାର ଏନେଇ ଘନ ଘନ ବୈଠକ କରିଥିବା ବେଳେ ଆସନ୍ତା ୯ ତାରିଖ ପୂର୍ବରୁ ସଂଗଠନରେ ନୂଆ ନିଯୁକ୍ତି ସହ ନିଗମ ଓ ବୋର୍ଡ ନିଯୁକ୍ତି ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଥିଲା। ତେବେ ଉଭୟ ପ୍ରକ୍ରିୟାକୁ ନେଇ ମନମୋହନଙ୍କ ଗତକାଲିର ବୟାନ ଆଶାୟୀଙ୍କୁ ପୁଣିଥରେ ନିରାଶ କରିଛି। ସଂଗଠନ ପୁନର୍ବିନ୍ୟାସ ଏବଂ ନିଗମ ଲଡୁ ବଣ୍ଟାକୁ ଆଉ କିଛିଦିନ ଲାଗିପାରେ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp