ଆସନ୍ତାକାଲି ଶତାଧିକ କର୍ମକର୍ତ୍ତାଙ୍କ ସହ ବିଜେଡିରେ ଯୋଗ ଦେବେ ବରୀ ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ

The Sakala Picture
Published On

ବରୀ : ଆସନ୍ତାକାଲି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ। ଆସନ୍ତାକାଲି ଦିନ ୧୦ ଟା ସମୟରେ ବିଜେଡି ପାର୍ଟି ଅଫିସରେ ବରୀ ବ୍ଲକର ଚ୍ୟାୟାରମ୍ୟାନ , ଭାଇସ ଚ୍ୟାୟାରମ୍ୟାନ , ଜିଲାପରିଷଦ, ୩୫ରୁ ଉର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିବେ। ବରୀ ଲୋକମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିଜେଡ଼ି ରେ ମିଶିବାକୁ ଯାଉଚି ବୋଲି […]

ବରୀ : ଆସନ୍ତାକାଲି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ। ଆସନ୍ତାକାଲି ଦିନ ୧୦ ଟା ସମୟରେ ବିଜେଡି ପାର୍ଟି ଅଫିସରେ ବରୀ ବ୍ଲକର ଚ୍ୟାୟାରମ୍ୟାନ , ଭାଇସ ଚ୍ୟାୟାରମ୍ୟାନ , ଜିଲାପରିଷଦ, ୩୫ରୁ ଉର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିବେ। ବରୀ ଲୋକମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିଜେଡ଼ି ରେ ମିଶିବାକୁ ଯାଉଚି ବୋଲି କହିଛନ୍ତି ବିଶ୍ବରଞ୍ଜନ।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ବରୀ ଅଞ୍ଚଳରେ ଗମନାଗମନ ,ମେଡିକାଲର ବିକାଶ,କଲେଜର ବିକାଶ ଓ ରତ୍ନଗିରିର ବିକାଶ ପାଇଁ ବିଜେଡ଼ି ସରକାରଙ୍କ ପ୍ରତିଶ୍ରୁତି ରଖିଛି । ବିଜେପି ଦଳରେ ଗ୍ରହଣୀୟତା ନଥିବା ଅନୁଭବ କରି ବିଜେପି ଛାଡ଼ିଛି। ବିଜେପିରେ  ନୂଆ ପୁରୁଣା ନେତାଙ୍କ ଭିତରେ ମତ ଭେଦ ରହିଛି । ରାଜ୍ୟସ୍ତରୀୟ ନେତାଙ୍କ ସହ ଜିଲ୍ଲା ସ୍ତରର ନେତା ମଧ୍ୟରେ ତାଳ ମେଳ ରହୁନି । ଏଥି ପାଇଁ ବିଜେପି ଛାଡିଛି।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

ସୂଚନାଯୋଗ୍ୟ ଗତ ୨୦ ତାରିଖରେ ୨୦୧୯ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିବର ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା ,ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ବିଜେପି ଦଳ ଛାଡିଥିଲେ।  ଏହା ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ବି ଇସ୍ତଫା ଦେଇଥିଲେ। କିଛି ଦିନ ପୂର୍ବରୁ ଯାଜପୁର ଜିଲ୍ଲାର ୬ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp