ପଞ୍ଚାୟତ ନିର୍ବାଚନ : ଯୁବ ଭୋଟରଙ୍କ ଉପରେ ପ୍ରାର୍ଥୀଙ୍କ ନଜର

The Sakala Picture
Published On

ଖୋର୍ଦ୍ଧା : ଆଗକୁ ପଞ୍ଚାୟତ ନିର୍ବାଚନ। ଚାରିଆଡ଼େ ନିର୍ବାଚନୀ ମାହୋଲ। ତେବେ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ। ଏଥିରୁ ପାର୍‍ ହେବା ପାଇଁ ରଣନୀତି ତିଆରି ସରିଛି। ଜିଲ୍ଲାର ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ନିଜ ଆଭିମୁଖ୍ୟର ପ୍ରଚାର ପ୍ରସାର ପାଇଁ ଗ୍ରାମ ଓ ଛକମାନଙ୍କରେ ବ୍ୟାନର ପୋଷ୍ଟର ମାରିବା ଆରମ୍ଭ କରିଦେଇଛନ୍ତି। ସଂଗଠନକୁ ଦୃଢ଼ ରଖିବା ଲାଗି କେତେକ ସ୍ଥାନରେ ଲୁଚାଛପାରେ ଭୋଜିଭାତର ଆସର ଜମିଲାଣି। ଅନ୍ୟପକ୍ଷରେ କୋଭିଡ୍‍ କଟକଣା ଯୋଗୁଁ ଡିଜିଟାଲ […]

ଖୋର୍ଦ୍ଧା : ଆଗକୁ ପଞ୍ଚାୟତ ନିର୍ବାଚନ। ଚାରିଆଡ଼େ ନିର୍ବାଚନୀ ମାହୋଲ। ତେବେ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ। ଏଥିରୁ ପାର୍‍ ହେବା ପାଇଁ ରଣନୀତି ତିଆରି ସରିଛି। ଜିଲ୍ଲାର ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ନିଜ ଆଭିମୁଖ୍ୟର ପ୍ରଚାର ପ୍ରସାର ପାଇଁ ଗ୍ରାମ ଓ ଛକମାନଙ୍କରେ ବ୍ୟାନର ପୋଷ୍ଟର ମାରିବା ଆରମ୍ଭ କରିଦେଇଛନ୍ତି। ସଂଗଠନକୁ ଦୃଢ଼ ରଖିବା ଲାଗି କେତେକ ସ୍ଥାନରେ ଲୁଚାଛପାରେ ଭୋଜିଭାତର ଆସର ଜମିଲାଣି। ଅନ୍ୟପକ୍ଷରେ କୋଭିଡ୍‍ କଟକଣା ଯୋଗୁଁ ଡିଜିଟାଲ ମାଧ୍ୟମରେ ପ୍ରଚାରକୁ ଜୋର୍‍ଦାର କରିବାକୁ ଆଶାୟୀ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସୋସିଆଲ ମିଡିଆରେ କିପରି ଲୋକଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିପାରିବେ, ତାହାକୁ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

କଟକଣା ଯୋଗୁଁ ଆଶାୟୀଙ୍କୁ ମିଶାଇ ମାତ୍ର ୫ଜଣ ଘରକୁ ଘର ବୁଲି ପ୍ରଚାର କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଏବେ ପ୍ରାର୍ଥୀଙ୍କ ପ୍ରଚାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ। ଏହାର ବହୁଳ ବ୍ୟବହାର ଜିଲ୍ଲାର ୧୯୦ ପଞ୍ଚାୟତରେ ଦେଖିବାକୁ ମିଳୁଛି। ୨୦୧୭ ନିର୍ବାଚନ ସମୟରେ ଜିଲ୍ଲାରେ ୯ଲକ୍ଷ ୬୧ହଜାର ୪୬୦ଜଣ ଭୋଟର ରହିଥିବାବେଳେ ୨୦୨୨ରେ ଏହା ବୃଦ୍ଧି ହୋଇ ୧୦ଲକ୍ଷ ୩୦ହଜାର ୬୦୯ରେ ପହଞ୍ଚିଛି। ଏହି ମତଦାତା ନିଜ ମତଦାନ ସାବ୍ୟସ୍ତ କରି ପ୍ରାର୍ଥୀ ଚୟନ କରିବେ। ସେଥିରୁ ଚଳିତବର୍ଷ ୬୯ ହଜାର ୧୯୦ ଜଣ ନୂତନ ଯୁବ ଭୋଟର ରହିଛନ୍ତି। ଫଳରେ ଯୁବ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏମାନଙ୍କୁ ମନାଇବା ପାଇଁ ସବୁ ବର୍ଗର ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ତେବେ ପ୍ରତି ଗାଁ ଓ ୱାର୍ଡର ଯୁବଗୋଷ୍ଠୀଙ୍କ ନିକଟରେ ରହିଛି ଆଣ୍ଡ୍ରଏଡ୍‍ ମୋବାଇଲ୍‍। ଏହାକୁ ଉପଯୋଗ କରି ପ୍ରାର୍ଥୀ ପ୍ରଚାର କାର୍ଯ୍ୟକୁ ଜୋର୍‍ସୋର କରିବାକୁ ଯୋଜନା କରୁଥିବାବେଳେ ଏବେଠାରୁ କେହି କେହି ଏହା ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିଦେଲେଣି। ଏହା ଦ୍ୱାରା ଖୁବ୍‍ ଶସ୍ତାରେ ପ୍ରଚାର ହୋଇପାରୁଛି ବୋଲି କହିଛନ୍ତି ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ୨ନଂ ଜୋନ୍‍ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ କୈଶରା ବେଗମ। ସେ କହିଛନ୍ତି ଚଳିତ ପଞ୍ଚାୟତ ନିର୍ବାଚନରେ ଖର୍ଚ୍ଚର ପରିମାଣକୁ ଦେଖିଲେ ଏ କରୋନା କାଳରେ ଏତେ ଖର୍ଚ୍ଚ କରିବା ଆବଶ୍ୟକତାଠାରୁ ଅଧିକା ଭଳି ମନେହେବ। ତେଣୁ ସୋସିଆଲ ମିଡିଆରେ ପ୍ରଚାର ସବୁଠାରୁ ଭଲ ହେବ। ସେହିପରି କେତେକ ପ୍ରାର୍ଥୀ ଭୋଟରଙ୍କୁ ଭୋଜିଭାତରେ ସନ୍ତୁଷ୍ଟ କରି ପ୍ରଭାବିତ କରିବା ଲାଗି ଆଗଭର ହେଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖିଲେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଆଭିମୁଖ୍ୟ ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ନାହିଁ। ତେଣୁ ଫେସ୍‍ବୁକ୍‍, ୱାଟ୍‍ସଆପ୍‍, ଟୁଇଟର, ଇନ୍‍ଷ୍ଟାଗ୍ରାମ୍‍ ପ୍ରଭୃତିର ସାହାଯ୍ୟ ନେବାକୁ ପଡୁଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସେହିପରି ବେଗୁନିଆ ବୋଲଗଡ଼଼ ନିର୍ବାଚନମଣ୍ଡଳୀ ୨୩ନଂ ଜୋନ୍‍ର ଏସ୍‍ୟୁସିଆଇର ଜିଲ୍ଲା ପରିଷଦ ପ୍ରାର୍ଥୀ ଅବିନାଶ ପ୍ରଧାନ କୁହନ୍ତି ଚଳିତ ନିର୍ବାଚନରେ ଜିଲ୍ଲା ଏବଂ ଅଞ୍ଚଳର ବିକାଶ ଓ ବ୍ୟକ୍ତିତ୍ୱ ମୁଖ୍ୟ ପ୍ରସଙ୍ଗ ହୋଇଛି। ଜିଲ୍ଲାର ବିକାଶ ଓ ସମସ୍ୟାର ଚିତ୍ର କେବଳ ଗଣମାଧ୍ୟମର ପ୍ରଚାର ଏବଂ ପ୍ରସାର ପରେ ଜଣାପଡୁଛି। ସୋସିଆଲ ମିଡିଆ ଏବେ ଆଧୁନିକ ଯୁବପିଢ଼ିଙ୍କ ମାଧ୍ୟମ ପାଲଟିଛି। ଏହାଦ୍ୱାରା ଲୋକଙ୍କ ନିକଟରେ ପହଞ୍ଚିବା ସହଜ ଓ ଶସ୍ତା ହୋଇଛି। ଏଥିରେ ପ୍ରାର୍ଥୀଙ୍କର ବ୍ୟକ୍ତିତ୍ୱ ଓ ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ସମସ୍ୟା ସମ୍ବନ୍ଧରେ ବିଶ୍ଲେଷଣ କରାଯାଉଥିବା ଦେଖାଯାଇଛି। ପ୍ରାର୍ଥୀମାନେ ମଧ୍ୟ ଏହା ମାଧ୍ୟମରେ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟତର ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେହିପରି ରାଜନୈତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ତପନ ନାୟକ କୁହନ୍ତି ଜିଲ୍ଲାରେ ସାମାଜିକ ଗଣମାଧ୍ୟମ ଏକ ବଳିଷ୍ଠ ଭୂମିକା ଗ୍ରହଣ କରୁଛି। ଜିଲ୍ଲାର ବିଭିନ୍ନ ଚିତ୍ର ଓ ଚରିତ୍ରକୁ ଉପସ୍ଥାପନ କରି ନିର୍ବାଚନୀ ବାତାବରଣକୁ ସରଗରମ ରଖିବା ପାଇଁ ସମସ୍ତ ପ୍ରାର୍ଥୀ ଲାଗି ପଡ଼ିଛନ୍ତି। କରୋନା ସମୟରେ ଏହି ସାମାଜିକ ଗଣମାଧ୍ୟମ ଯୋଗେ ପ୍ରଚାର କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ଏହା ମାଧ୍ୟମରେ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରଭାବିତ କରାଯିବା ସମ୍ଭବ ନୁହେଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।

24 Jan 2022 By The Sakala

ପଞ୍ଚାୟତ ନିର୍ବାଚନ : ଯୁବ ଭୋଟରଙ୍କ ଉପରେ ପ୍ରାର୍ଥୀଙ୍କ ନଜର

ଖୋର୍ଦ୍ଧା : ଆଗକୁ ପଞ୍ଚାୟତ ନିର୍ବାଚନ। ଚାରିଆଡ଼େ ନିର୍ବାଚନୀ ମାହୋଲ। ତେବେ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ। ଏଥିରୁ ପାର୍‍ ହେବା ପାଇଁ ରଣନୀତି ତିଆରି ସରିଛି। ଜିଲ୍ଲାର ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ନିଜ ଆଭିମୁଖ୍ୟର ପ୍ରଚାର ପ୍ରସାର ପାଇଁ ଗ୍ରାମ ଓ ଛକମାନଙ୍କରେ ବ୍ୟାନର ପୋଷ୍ଟର ମାରିବା ଆରମ୍ଭ କରିଦେଇଛନ୍ତି। ସଂଗଠନକୁ ଦୃଢ଼ ରଖିବା ଲାଗି କେତେକ ସ୍ଥାନରେ ଲୁଚାଛପାରେ ଭୋଜିଭାତର ଆସର ଜମିଲାଣି। ଅନ୍ୟପକ୍ଷରେ କୋଭିଡ୍‍ କଟକଣା ଯୋଗୁଁ ଡିଜିଟାଲ ମାଧ୍ୟମରେ ପ୍ରଚାରକୁ ଜୋର୍‍ଦାର କରିବାକୁ ଆଶାୟୀ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସୋସିଆଲ ମିଡିଆରେ କିପରି ଲୋକଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିପାରିବେ, ତାହାକୁ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି।

କଟକଣା ଯୋଗୁଁ ଆଶାୟୀଙ୍କୁ ମିଶାଇ ମାତ୍ର ୫ଜଣ ଘରକୁ ଘର ବୁଲି ପ୍ରଚାର କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଏବେ ପ୍ରାର୍ଥୀଙ୍କ ପ୍ରଚାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ। ଏହାର ବହୁଳ ବ୍ୟବହାର ଜିଲ୍ଲାର ୧୯୦ ପଞ୍ଚାୟତରେ ଦେଖିବାକୁ ମିଳୁଛି। ୨୦୧୭ ନିର୍ବାଚନ ସମୟରେ ଜିଲ୍ଲାରେ ୯ଲକ୍ଷ ୬୧ହଜାର ୪୬୦ଜଣ ଭୋଟର ରହିଥିବାବେଳେ ୨୦୨୨ରେ ଏହା ବୃଦ୍ଧି ହୋଇ ୧୦ଲକ୍ଷ ୩୦ହଜାର ୬୦୯ରେ ପହଞ୍ଚିଛି। ଏହି ମତଦାତା ନିଜ ମତଦାନ ସାବ୍ୟସ୍ତ କରି ପ୍ରାର୍ଥୀ ଚୟନ କରିବେ। ସେଥିରୁ ଚଳିତବର୍ଷ ୬୯ ହଜାର ୧୯୦ ଜଣ ନୂତନ ଯୁବ ଭୋଟର ରହିଛନ୍ତି। ଫଳରେ ଯୁବ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏମାନଙ୍କୁ ମନାଇବା ପାଇଁ ସବୁ ବର୍ଗର ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

ତେବେ ପ୍ରତି ଗାଁ ଓ ୱାର୍ଡର ଯୁବଗୋଷ୍ଠୀଙ୍କ ନିକଟରେ ରହିଛି ଆଣ୍ଡ୍ରଏଡ୍‍ ମୋବାଇଲ୍‍। ଏହାକୁ ଉପଯୋଗ କରି ପ୍ରାର୍ଥୀ ପ୍ରଚାର କାର୍ଯ୍ୟକୁ ଜୋର୍‍ସୋର କରିବାକୁ ଯୋଜନା କରୁଥିବାବେଳେ ଏବେଠାରୁ କେହି କେହି ଏହା ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିଦେଲେଣି। ଏହା ଦ୍ୱାରା ଖୁବ୍‍ ଶସ୍ତାରେ ପ୍ରଚାର ହୋଇପାରୁଛି ବୋଲି କହିଛନ୍ତି ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ୨ନଂ ଜୋନ୍‍ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ କୈଶରା ବେଗମ। ସେ କହିଛନ୍ତି ଚଳିତ ପଞ୍ଚାୟତ ନିର୍ବାଚନରେ ଖର୍ଚ୍ଚର ପରିମାଣକୁ ଦେଖିଲେ ଏ କରୋନା କାଳରେ ଏତେ ଖର୍ଚ୍ଚ କରିବା ଆବଶ୍ୟକତାଠାରୁ ଅଧିକା ଭଳି ମନେହେବ। ତେଣୁ ସୋସିଆଲ ମିଡିଆରେ ପ୍ରଚାର ସବୁଠାରୁ ଭଲ ହେବ। ସେହିପରି କେତେକ ପ୍ରାର୍ଥୀ ଭୋଟରଙ୍କୁ ଭୋଜିଭାତରେ ସନ୍ତୁଷ୍ଟ କରି ପ୍ରଭାବିତ କରିବା ଲାଗି ଆଗଭର ହେଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖିଲେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଆଭିମୁଖ୍ୟ ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ନାହିଁ। ତେଣୁ ଫେସ୍‍ବୁକ୍‍, ୱାଟ୍‍ସଆପ୍‍, ଟୁଇଟର, ଇନ୍‍ଷ୍ଟାଗ୍ରାମ୍‍ ପ୍ରଭୃତିର ସାହାଯ୍ୟ ନେବାକୁ ପଡୁଛି।

ସେହିପରି ବେଗୁନିଆ ବୋଲଗଡ଼଼ ନିର୍ବାଚନମଣ୍ଡଳୀ ୨୩ନଂ ଜୋନ୍‍ର ଏସ୍‍ୟୁସିଆଇର ଜିଲ୍ଲା ପରିଷଦ ପ୍ରାର୍ଥୀ ଅବିନାଶ ପ୍ରଧାନ କୁହନ୍ତି ଚଳିତ ନିର୍ବାଚନରେ ଜିଲ୍ଲା ଏବଂ ଅଞ୍ଚଳର ବିକାଶ ଓ ବ୍ୟକ୍ତିତ୍ୱ ମୁଖ୍ୟ ପ୍ରସଙ୍ଗ ହୋଇଛି। ଜିଲ୍ଲାର ବିକାଶ ଓ ସମସ୍ୟାର ଚିତ୍ର କେବଳ ଗଣମାଧ୍ୟମର ପ୍ରଚାର ଏବଂ ପ୍ରସାର ପରେ ଜଣାପଡୁଛି। ସୋସିଆଲ ମିଡିଆ ଏବେ ଆଧୁନିକ ଯୁବପିଢ଼ିଙ୍କ ମାଧ୍ୟମ ପାଲଟିଛି। ଏହାଦ୍ୱାରା ଲୋକଙ୍କ ନିକଟରେ ପହଞ୍ଚିବା ସହଜ ଓ ଶସ୍ତା ହୋଇଛି। ଏଥିରେ ପ୍ରାର୍ଥୀଙ୍କର ବ୍ୟକ୍ତିତ୍ୱ ଓ ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ସମସ୍ୟା ସମ୍ବନ୍ଧରେ ବିଶ୍ଲେଷଣ କରାଯାଉଥିବା ଦେଖାଯାଇଛି। ପ୍ରାର୍ଥୀମାନେ ମଧ୍ୟ ଏହା ମାଧ୍ୟମରେ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟତର ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେହିପରି ରାଜନୈତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ତପନ ନାୟକ କୁହନ୍ତି ଜିଲ୍ଲାରେ ସାମାଜିକ ଗଣମାଧ୍ୟମ ଏକ ବଳିଷ୍ଠ ଭୂମିକା ଗ୍ରହଣ କରୁଛି। ଜିଲ୍ଲାର ବିଭିନ୍ନ ଚିତ୍ର ଓ ଚରିତ୍ରକୁ ଉପସ୍ଥାପନ କରି ନିର୍ବାଚନୀ ବାତାବରଣକୁ ସରଗରମ ରଖିବା ପାଇଁ ସମସ୍ତ ପ୍ରାର୍ଥୀ ଲାଗି ପଡ଼ିଛନ୍ତି। କରୋନା ସମୟରେ ଏହି ସାମାଜିକ ଗଣମାଧ୍ୟମ ଯୋଗେ ପ୍ରଚାର କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ଏହା ମାଧ୍ୟମରେ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରଭାବିତ କରାଯିବା ସମ୍ଭବ ନୁହେଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।

https://www.thesakala.in/pal-apivigoger-lies-2022/panchayat-elections-candidates-eyes-on-young-voters/article-8702
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର