ଭାଇରାଲ ହେଉଛି ଜୋମାଟୋର ଟ୍ବିଟ୍: ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଇବା ବନ୍ଦ କରିବାକୁ ଅନୁରୋଧ କଲା କମ୍ପାନୀ

The Sakala Picture
Published On

ମୁମ୍ଵାଇ: ବର୍ତ୍ତମାନ ଜୋମାଟୋର ଏକ ଟ୍ବିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖାଦ୍ୟ ବିତରଣ କମ୍ପାନୀ ନିଜ ଟ୍ୱିଟରେ ଭୋପାଳର ବାସିନ୍ଦା ଅଙ୍କିତାଙ୍କୁ କ୍ୟାଶ ଅନ୍ ଡେଲିଭରି (COD) ରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଇବା ବନ୍ଦ କରିବାକୁ ଅନୁରୋଧ କରିଛି। ଟ୍ୱିଟ୍ କରି ଜୋମାଟୋ  ଲେଖିଛି ଯେ, ‘ଭୋପାଳର ଅଙ୍କିତା, ପ୍ଲିଜ୍‌ ଆପଣ ନିଜ ଏକ୍ସଙ୍କୁ କ୍ୟାସ୍‌ ଅନ୍‌ ଡେଲିଭରୀ କରି ଖାଦ୍ୟ ପଠାଇବା ବନ୍ଦ କରନ୍ତୁ । ଏହା ତୃତୀୟ […]

ମୁମ୍ଵାଇ: ବର୍ତ୍ତମାନ ଜୋମାଟୋର ଏକ ଟ୍ବିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖାଦ୍ୟ ବିତରଣ କମ୍ପାନୀ ନିଜ ଟ୍ୱିଟରେ ଭୋପାଳର ବାସିନ୍ଦା ଅଙ୍କିତାଙ୍କୁ କ୍ୟାଶ ଅନ୍ ଡେଲିଭରି (COD) ରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଇବା ବନ୍ଦ କରିବାକୁ ଅନୁରୋଧ କରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଟ୍ୱିଟ୍ କରି ଜୋମାଟୋ  ଲେଖିଛି ଯେ, ‘ଭୋପାଳର ଅଙ୍କିତା, ପ୍ଲିଜ୍‌ ଆପଣ ନିଜ ଏକ୍ସଙ୍କୁ କ୍ୟାସ୍‌ ଅନ୍‌ ଡେଲିଭରୀ କରି ଖାଦ୍ୟ ପଠାଇବା ବନ୍ଦ କରନ୍ତୁ । ଏହା ତୃତୀୟ ଥର ହୋଇଛି, ଯେତେବେଳେ ସେ ପଇସା ଦେବାକୁ ମନା କରି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

କମ୍ପାନୀର କହିବା ଅନୁଯାୟୀ, ଭୋପାଳରେ ଅଙ୍କିତା ନାମକ ଜଣେ ଯୁବତୀ ଅଛନ୍ତି । ଯିଏ ଜୋମାଟୋରୁ ତାଙ୍କ ଏକ୍ସ-ବଏଫ୍ରେଣ୍ଡକୁ ଖାଦ୍ୟ ପଠାଉଥିଲେ। କିନ୍ତୁ ତାଙ୍କ ଏକ୍ସ ଖାଦ୍ୟ ନେବାକୁ ମନା କରିଦେଇଥିଲେ। କାରଣ ଅଙ୍କିତା ପ୍ରତ୍ୟେକ ଥର ‘କ୍ୟାଶ୍ ଅନ୍ ଡେଲିଭରି’ (COD) ଅର୍ଡର କରୁଥିଲେ। ଯେତେବେଳେ ଏହା ଡେଲିଭରି ହୁଏ, ରିସିଭର୍ ଅର୍ଡର ପାଇଁ ଦେୟ ପ୍ରଦାନ କରିବାକୁ ପଡେ। ତୁମେ ବୁଝି ପାରୁଥିବ କି ଅଙ୍କିତା ନାମକ ଯୁବତୀ ଜୋମାଟୋର ଡେଲିଭରି ପାର୍ଟନର ଏବଂ ଏକ୍ସକୁ କିପରି ହଇରାଣ କରୁଥିଲେ। ଏଥିରୁ ବିରକ୍ତ ହୋଇ ‘ଜୋମାଟୋ’ ଅଙ୍କିତାଙ୍କ ନାମକୁ ସର୍ବସାଧାରଣରେ ଟ୍ୱିଟ୍ କରିଥିଲା। ଏହି ଟ୍ବିଟରେ ଲୋକଙ୍କ ଅନେକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଆସୁଥିବାର ଦେଖିବାକୁ ମିଳିଛି। ଏହା ବ୍ୟତୀତ କେତେକ କହିଛନ୍ତି ଯେ ଏହା ଜୋମାଟର ଏକ ବଡ଼ ମାର୍କେଟିଂ ଷ୍ଟଣ୍ଟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର