ସତ ହେଲା ଇନଷ୍ଟାଗ୍ରାମ ଷ୍ଟାଟସ୍! 'ବାପା ମୋତେ ନେଇଯାଅ' ଲେଖିବାର ୨୧ ଘଣ୍ଟା ପରେ ବାପାଙ୍କ ପାଖକୁ ଚାଲିଗଲେ ପୁଅ

Sakala Desk Picture
Published On

ଛତିଶଗଡ଼ର ଭିଲାଇରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜର ମୂର୍ତ ବାପାଙ୍କୁ ମନେ ପକାଇ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ଷ୍ଟାଟସ ଦେବାର ମାତ୍ର ୨୧ ଘଣ୍ଟା ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଯୁବକ ଜଣକ ଷ୍ଟାଟସରେ ଲେଖିଥିଲେ, "ମିସ୍ ୟୁ ପାପା... ଆସି ମୋତେ ବି ତୁମ ସାଥୀରେ ନେଇଯାଅ।" ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

ଦୁର୍ଗ ଜିଲ୍ଲା ଅନ୍ତର୍ଗତ ଜାମୁଲ ଥାନା ଅଧୀନସ୍ଥ ନନ୍ଦିନୀ ରୋଡରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକଙ୍କ ନାମ ପ୍ରବୀଣ କୁମାର ଧୃତଲହରେ (୨୬) ବୋଲି ଜଣାପଡିଛି, ଯିଏକି ସୁପେଲାର ବାସିନ୍ଦା ଥିଲେ। ସୂଚନା ଅନୁଯାୟୀ, ପ୍ରବୀଣ ନିଜର ତିନିଜଣ ସାଙ୍ଗଙ୍କୁ କାରରେ ଘର ଛାଡିବାକୁ ଯାଉଥିବା ସମୟରେ ବିଳମ୍ବିତ ରାତିରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ଏୟାରବ୍ୟାଗ ଖୋଲିଯାଇଥିଲେ ମଧ୍ୟ ପ୍ରବୀଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ଏହି ଦୁର୍ଘଟଣାରେ କାରରେ ବସିଥିବା ଅନ୍ୟ ତିନିଜଣ ସାଙ୍ଗ ଦୁର୍ଗେଶ ମାଡଲେ, ଆକାଶ କେଶରୱାନୀ ଏବଂ ରାହୁଲ ସାହୁ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଶବ୍ଦ ଶୁଣି ତୁରନ୍ତ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଆହତମାନଙ୍କୁ ଦୁର୍ଗ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଡାକ୍ତରମାନେ ପ୍ରବୀଣଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ପାଇଁ ଶବକୁ ସୁପେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା।

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ତିନି ମାସ ପୂର୍ବରୁ ପ୍ରବୀଣଙ୍କ ବାପାଙ୍କର ରୋଗାକ୍ରାନ୍ତ ହୋଇ ଦେହାନ୍ତ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ପ୍ରବୀଣ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ଏବଂ ଅଧିକାଂଶ ସମୟ ଭାବପ୍ରବଣ ରହୁଥିଲେ। ଦୁର୍ଘଟଣାର କିଛି ଘଣ୍ଟା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ବାପାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, "ଆଜି ତୁମ କଥା ବହୁତ ମନେ ପଡୁଛି... ଆସି ମୋତେ ବି ନିଜ ସାଥୀରେ ନେଇଯାଅ।" କେହି ଭାବି ନଥିଲେ ଯେ ଏହି ଷ୍ଟାଟସ ତାଙ୍କ ଜୀବନର ଶେଷ ବାର୍ତ୍ତା ହେବ।

ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ପୋଲିସ ଜବତ କରିଛି। ଏଏସପି (ସିଟି) ସୁଖନନ୍ଦନ ରାଠୋର କହିଛନ୍ତି ଯେ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାରରେ କାନ୍ଦବୋବାଳି ପଡିଯାଇଛି।

15 Jan 2026 By Sakala Desk

ସତ ହେଲା ଇନଷ୍ଟାଗ୍ରାମ ଷ୍ଟାଟସ୍! 'ବାପା ମୋତେ ନେଇଯାଅ' ଲେଖିବାର ୨୧ ଘଣ୍ଟା ପରେ ବାପାଙ୍କ ପାଖକୁ ଚାଲିଗଲେ ପୁଅ

ଛତିଶଗଡ଼ର ଭିଲାଇରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜର ମୂର୍ତ ବାପାଙ୍କୁ ମନେ ପକାଇ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ଷ୍ଟାଟସ ଦେବାର ମାତ୍ର ୨୧ ଘଣ୍ଟା ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଯୁବକ ଜଣକ ଷ୍ଟାଟସରେ ଲେଖିଥିଲେ, "ମିସ୍ ୟୁ ପାପା... ଆସି ମୋତେ ବି ତୁମ ସାଥୀରେ ନେଇଯାଅ।" ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଦୁର୍ଗ ଜିଲ୍ଲା ଅନ୍ତର୍ଗତ ଜାମୁଲ ଥାନା ଅଧୀନସ୍ଥ ନନ୍ଦିନୀ ରୋଡରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକଙ୍କ ନାମ ପ୍ରବୀଣ କୁମାର ଧୃତଲହରେ (୨୬) ବୋଲି ଜଣାପଡିଛି, ଯିଏକି ସୁପେଲାର ବାସିନ୍ଦା ଥିଲେ। ସୂଚନା ଅନୁଯାୟୀ, ପ୍ରବୀଣ ନିଜର ତିନିଜଣ ସାଙ୍ଗଙ୍କୁ କାରରେ ଘର ଛାଡିବାକୁ ଯାଉଥିବା ସମୟରେ ବିଳମ୍ବିତ ରାତିରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ଏୟାରବ୍ୟାଗ ଖୋଲିଯାଇଥିଲେ ମଧ୍ୟ ପ୍ରବୀଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣାରେ କାରରେ ବସିଥିବା ଅନ୍ୟ ତିନିଜଣ ସାଙ୍ଗ ଦୁର୍ଗେଶ ମାଡଲେ, ଆକାଶ କେଶରୱାନୀ ଏବଂ ରାହୁଲ ସାହୁ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଶବ୍ଦ ଶୁଣି ତୁରନ୍ତ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଆହତମାନଙ୍କୁ ଦୁର୍ଗ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଡାକ୍ତରମାନେ ପ୍ରବୀଣଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ପାଇଁ ଶବକୁ ସୁପେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା।

ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ତିନି ମାସ ପୂର୍ବରୁ ପ୍ରବୀଣଙ୍କ ବାପାଙ୍କର ରୋଗାକ୍ରାନ୍ତ ହୋଇ ଦେହାନ୍ତ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ପ୍ରବୀଣ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ଏବଂ ଅଧିକାଂଶ ସମୟ ଭାବପ୍ରବଣ ରହୁଥିଲେ। ଦୁର୍ଘଟଣାର କିଛି ଘଣ୍ଟା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ବାପାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, "ଆଜି ତୁମ କଥା ବହୁତ ମନେ ପଡୁଛି... ଆସି ମୋତେ ବି ନିଜ ସାଥୀରେ ନେଇଯାଅ।" କେହି ଭାବି ନଥିଲେ ଯେ ଏହି ଷ୍ଟାଟସ ତାଙ୍କ ଜୀବନର ଶେଷ ବାର୍ତ୍ତା ହେବ।

ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ପୋଲିସ ଜବତ କରିଛି। ଏଏସପି (ସିଟି) ସୁଖନନ୍ଦନ ରାଠୋର କହିଛନ୍ତି ଯେ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାରରେ କାନ୍ଦବୋବାଳି ପଡିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର