ରାଜନୈତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ; ପ୍ରାର୍ଥୀ ଚୟନ କରିବାର ୪୮ ଘଣ୍ଟା ଭିତରେ ଆପରାଧିକ ରେକର୍ଡ ପ୍ରକାଶ କର

The Sakala Picture
Published On

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣ ହ୍ରାସ କରିବା ଦିଗରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ରାୟ ଦେଇଛନ୍ତି । ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ସମ୍ପର୍କିତ ସମସ୍ତ ଅପରାଧୀକ ରେକର୍ଡ ଜଣାଇବାକୁ ପଡ଼ିବ ବୋଲି ସର୍ବୋଚ୍ଚ ଅଦାଲତ କଡା ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ, ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଥିବ ଅଥବା କୌଣସି ମାମଲାରେ ସେ ଅଭିଯୁକ୍ତ ଥିବେ, ତା’ହେଲେ ରାଜନୈତିକ […]

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣ ହ୍ରାସ କରିବା ଦିଗରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ରାୟ ଦେଇଛନ୍ତି । ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ସମ୍ପର୍କିତ ସମସ୍ତ ଅପରାଧୀକ ରେକର୍ଡ ଜଣାଇବାକୁ ପଡ଼ିବ ବୋଲି ସର୍ବୋଚ୍ଚ ଅଦାଲତ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ, ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଥିବ ଅଥବା କୌଣସି ମାମଲାରେ ସେ ଅଭିଯୁକ୍ତ ଥିବେ, ତା’ହେଲେ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କ ବାବଦରେ ସମସ୍ତ ତଥ୍ୟ ଦେବେ । କ୍ଷମତାର ଅପବ୍ୟବହାର ରୋକିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ହାଇକୋର୍ଟଙ୍କ ଅନୁମତି ବିନା କୌଣସି ରାଜ୍ୟ ସରକାର ନିଜ ବିଧାୟକ ଏବଂ ସାଂସଦ ମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିପାରିବେ ନାହିଁ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଏହାକୁ ନେଇ ୨୦୨୦ ଫେବ୍ରୁଆରୀ ୧୩ରେ ସୁପ୍ରିମକୋର୍ଟ ଏନେଇ ଦେଇଥିବା ନିଷ୍ପତ୍ତିରେ ସଂଶୋଧନ କରିଛନ୍ତି । ୨୦୨୦ ନିଷ୍ପତ୍ତିର ପାରାଗ୍ରାଫ ୪.୪ରେ ପ୍ରାର୍ଥୀ ଚୟନର ୪୮ ଘଣ୍ଟା ଅଥବା ନାମାଙ୍କନ ଦାଖଲ ପୂର୍ବରୁ ଅତି କମରେ ୨ ସପ୍ତାହ ପୂର୍ବରୁ ଅପରାଧିକ ତଥ୍ୟ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଦଳ ନିଜ ପ୍ରାର୍ଥୀଙ୍କ ଆପରାଧିକ ପୃଷ୍ଠଭୂମି ସମ୍ପର୍କରେ ତଥ୍ୟ ପ୍ରକାଶ କରୁନାହିଁ, ସେହି ଦଳ ଗୁଡ଼ିକର ଚିହ୍ନ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଥିଲା । ଏଭଳି କ୍ଷେତ୍ରରେ ଦଳ ଗୁଡିକ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବା ଉଚିତ ବୋଲି ମଧ୍ୟ ଯୁକ୍ତି କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର