ଆଜିଠୁ ସଂସଦର ଶୀତ ଅଧିବେଶନ : ବିଜେଡି ଉଠାଇବ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ

The Sakala Picture
Published On

ଭୁବନେଶ୍ୱର : କେନ୍ଦ୍ର ସରକାର ୩ କୃଷି ଆଇନ୍‍ ପ୍ରତ୍ୟାହାର କରିବାକୁ ଯାଉଛନ୍ତି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ନେଇ କମିଟି ଗଠନ ନେଇ କୁହାଯାଇଛି। ହେଲେ ସାମଗ୍ରିକ ଭାବେ କୃଷକ ଜାତିର କଲ୍ୟାଣ କରିବାକୁ ହେଲେ ସ୍ୱାମୀନାଥନ କମିଟି ଦ୍ୱାରା କରାଯାଇଥିବା ସୁପାରିସ୍‍କୁ ଲାଗୁ କରିବାକୁ ପଡ଼ିବ। ସୁପାରିସ୍‍କୁ ପୂର୍ଣ୍ଣାଙ୍ଗ ଭାବେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁ। ତେଣୁ ସ୍ୱାମୀନାଥନ କମିଟି ସୁପାରିସ୍‍ ଲାଗୁ ନିମନ୍ତେ ସଂସଦରେ ପୁଣି ଦାବି କରିବ ବିଜେଡି। ଦଳର ବରିଷ୍ଠ […]

ଭୁବନେଶ୍ୱର : କେନ୍ଦ୍ର ସରକାର ୩ କୃଷି ଆଇନ୍‍ ପ୍ରତ୍ୟାହାର କରିବାକୁ ଯାଉଛନ୍ତି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ନେଇ କମିଟି ଗଠନ ନେଇ କୁହାଯାଇଛି। ହେଲେ ସାମଗ୍ରିକ ଭାବେ କୃଷକ ଜାତିର କଲ୍ୟାଣ କରିବାକୁ ହେଲେ ସ୍ୱାମୀନାଥନ କମିଟି ଦ୍ୱାରା କରାଯାଇଥିବା ସୁପାରିସ୍‍କୁ ଲାଗୁ କରିବାକୁ ପଡ଼ିବ। ସୁପାରିସ୍‍କୁ ପୂର୍ଣ୍ଣାଙ୍ଗ ଭାବେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁ। ତେଣୁ ସ୍ୱାମୀନାଥନ କମିଟି ସୁପାରିସ୍‍ ଲାଗୁ ନିମନ୍ତେ ସଂସଦରେ ପୁଣି ଦାବି କରିବ ବିଜେଡି। ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ରବିବାର ଏନେଇ ସୂଚନା ଦେଇଛନ୍ତି। ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ଶୀତ ଅଧିବେଶନରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗ ଉପସ୍ଥାପିତ ହେବା ନେଇ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହାକାଶରେ ରହସ୍ୟମୟ ଭାବେ ନଷ୍ଟ ହେଲା ଚୀନ୍ ସାଟେଲାଇଟ୍: ଆମେରିକୀୟ ସେନା ଉପରେ ଇରାନର ଆକ୍ରମଣ ସହ ରହିଛି କି ଲିଙ୍କ୍?

କେନ୍ଦ୍ର ସରକାର ଧାନ କିଣା ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ କରିଥାଆନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ନିକଟରୁ ଏ ସଂକ୍ରାନ୍ତରେ ନିୟମିତ ଅନୁଦାନ ଆସିପାରୁ ନାହିଁ। ରାଜ୍ୟ ସରକାର ବହୁଥର କେନ୍ଦ୍ରକୁ ଉଷୁନା ଧାନ ଉଠାଣ ନେଇ ଅନୁରୋଧ କରାଯାଇଛି। ହେଲେ ଏହି ପ୍ରକ୍ରିୟା ଏ ଯାଏ କେନ୍ଦ୍ର ଦ୍ୱାରା ସମ୍ପାଦିତ ହୋଇନାହିଁ। ଚଳିତ ଥର ସାର ଯୋଗାଣରେ ମଧ୍ୟ କେନ୍ଦ୍ର ମନ୍ଥର ଗତି ପ୍ରଦର୍ଶନ କରିଥିଲା। ତେଣୁ ରାଜ୍ୟ ଚାଷୀ,ଚାଷ ସଂକ୍ରାନ୍ତ ସମସ୍ତ ବିଷୟ ଉପଯୁକ୍ତ ଭାବେ ବିଜେଡି ଦ୍ୱାରା ଉପସ୍ଥାପନା କରାଯିବ ବୋଲି ଜଣାପଡ଼ିଛି।ସେହିପରି ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କ ପାଇଁ ମନରେଗା ଏକ ସଞ୍ଜୀବନୀ ସଦୃଶ। ଗତବର୍ଷ ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ବେ ଓଡ଼ିଶାକୁ ଦାବି ମୁତାବକ ଶ୍ରମ ଦିବସ ଆବଣ୍ଟନ କରାଯାଇ ନ ଥିଲା। ତେଣୁ ନିକଟରେ ମନରେଗା ବାବଦରେ ବକେୟା ପ୍ରଦାନ ସହ କେନ୍ଦ୍ର ୨୫ କୋଟି ଶ୍ରମ ଦିବସ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ। ଏହି ପ୍ରସଙ୍ଗରେ ଅନ୍ୟ ରାଜ୍ୟ ଏବଂ ବହୁ ଦଳର ନେତା ସଂସଦରେ ଉପସ୍ଥାପନ କରିବେ ବୋଲି ଡକ୍ଟର ପଟ୍ଟନାୟକ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପାଇଁ ନିର୍ଦ୍ଦିଷ୍ଟ ଭାବେ ୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦାବି କରି କେନ୍ଦ୍ରକୁ ଚିଠି ଲେଖିଥିଲେ। ମାତ୍ର ଏ ଦାବିକୁ କେନ୍ଦ୍ର ଏଯାବତ୍‍ ଦୃଷ୍ଟି ଦେଇନାହିଁ। ଏହି ପ୍ରସଙ୍ଗରେ ସଂସଦର ଉଭୟ ସଦନରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

ସଂସଦ ଏବଂ ରାଜ୍ୟର ବିଧାନସଭାଗୁଡିକରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ଦାବି ଦୀର୍ଘଦିନ ହେଲା ବିଜେଡି ଦାବି କରି ଆସୁଛି। ଏଥିପାଇଁ ଦଳୀୟସ୍ତରରେ ବିଜେଡି ବହୁ ପୂର୍ବରୁ ସହମତି ପ୍ରକ୍ରିୟା ଜାରି ରଖିଛି। ତେଣୁ କେନ୍ଦ୍ର ସରକାର କିଭଳି ଖୁବ୍‍ଶୀଘ୍ର ଏହି ବିଲ୍‍କୁ ପୂର୍ଣ୍ଣାଙ୍ଗ ଭାବେ ଆଇନରେ ପରିଣତ କରିବା ପାଇଁ ପଦକ୍ଷେପ ନେବ, ସେ ନେଇ ଦାବି କରାଯିବ ବୋଲି ଜଣାପଡ଼ିଛି। ଓଡ଼ିଶା ଦୀର୍ଘଦିନ ଧରି କୋଇଲା ରୟାଲଟି ସଂଶୋଧନ ଦାବି କରି ଆସୁଛି। ହେଲେ କେନ୍ଦ୍ର ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିନାହିଁ। କୋଇଲା ସଂଶୋଧନ ଦାବିକୁ ଚଳିତ ଶୀତ ଅଧିବେଶନରେ ଜୋରଦାର କରାଯିବ ବୋଲି ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି। ପୂର୍ବରୁ ହୋ, କୋଶଲୀ(ସମ୍ବଲପୁରୀ) ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ସାମିଲ ନେଇ ଦାବି ଦୋହରାଯିବ। ଏହା ବ୍ୟତୀତ ରେଳବାଇରେ ବିଭିନ୍ନ ଅଞ୍ଚଳର ପ୍ରସଙ୍ଗ, ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥା, ଟେଲି ଯୋଗାଯୋଗ, କ୍ଲିନ ଏନର୍ଜି ସେସ୍‍, ଜାତୀୟ ରାଜପଥ ଏବଂ ଜାତିଭିତ୍ତିକ ଜନଗଣନା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଜେଡି ଦ୍ୱାରା ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭାଙ୍ଗିଗଲା ପୃଥ୍ୱୀ ଶ’ଙ୍କ ନିର୍ବନ୍ଧ: ଅଲଗା ହେଲେ କ୍ରିକେଟର ଓ ଅଭିନେତ୍ରୀ ଆକୃତି ଅଗ୍ରୱାଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର