ଜାଣନ୍ତୁ ପାକିସ୍ତାନ ଓ ଉପସାଗରୀୟ ଦେଶରେ କାହିଁକି ନିଷିଦ୍ଧ ହୋଇଛି ‘ଧୂରନ୍ଧର’...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଧୂରନ୍ଦର’ ବଲିଉଡ୍‌ ସିନେମା ଏବେ ଦେଶ ଓ ବିଦେଶରେ ହଇଚଇ ସୃଷ୍ଟି କରିଛି। ବକ୍ସ ଅଫିସରେ ଏହି ସିନେମା ଜବରଦସ୍ତ ବ୍ୟବସାୟ କରିବା ସହ ମୁକ୍ତିଲାଭ କରିବାର ମାତ୍ର ୧୦ ଦିନ ମଧ୍ୟରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି ଓ ଅନ୍ୟ ସିନେମାର ରେକର୍ଡଗୁଡିକୁ ପଛରେ ପକାଇଛି। ଭଲ ବ୍ୟବସାୟ କରିବା ସହ ଏହି ସିନେମାକୁ ନେଇ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ସବୁ ମହଲରୁ ଏହି ସିନେମାକୁ ପ୍ରଶଂସା କରାଯାଇଛି। ବଲିଉଡ୍‌ର ପୂର୍ବତନ ଓ ଏବେକାର ସୁପରଷ୍ଟାରମାନେ ଏହି ସିନେମାକୁ ଭୂୟସୀ ପ୍ରଶଂସା କରିଛନ୍ତି ଓ ସବୁ କଳାକାରମାନଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇପାରିଛି ବୋଲି ଅମିତାଭ ବଚ୍ଚନଙ୍କଠାରୁ ଋତିକ ରୋଶନଙ୍କ ପର୍ଯ୍ୟନ୍ତ କଳାକାରମାନେ କହିଛନ୍ତି। ଖାସ୍‌ କରି ଅକ୍ଷୟ ଖାନ୍ନା ରେହମାନ ଡକାଏତ ଭୂମିକାରେ ଜବରଦସ୍ତ ଅଭିନୟ କରିଛନ୍ତି। ସେ କରାଚୀର ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଖଳନାୟକ ହୋଇଥିଲେ ମଧ୍ୟ  ସେ ପ୍ରଶଂସକଙ୍କ ମନରେ ନାୟକ ଭାବେ ଉଭା ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

କିନ୍ତୁ ଏହା ମୌଳିକ ଭାବେ ଏକ ସ୍ପାଏ ଅର୍ଥାତ ଗୁପ୍ତଚର ସମ୍ପର୍କିତ ସିନେମା। ଏଥିରେ ପଡୋଶୀ ଦେଶ ପାକିସ୍ତାନ ଓ ତା’ର ଅପରାଧୀ, ଡନ୍‌,  ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିିସ ଇଣ୍ଟେଲିଜେନ୍ସି (ଆଇଏସ୍‌ଆଇ) ଓ ଗ୍ୟାଙ୍ଗୱାରକୁ ପ୍ରଦର୍ଶିତ କରାଯାଇଛି। ମୋଟ ଉପରେ କହିବାକୁ ଗଲେ ପାକିସ୍ତାନ ହିଁ ଏହି ସିନେମାର ମୁଖ୍ୟ ଖଳନାୟକ ବୋଲି କହିଲେ ଭୁଲ ହେବ ନାହିଁ। ପାକିସ୍ତାନର କେତେକ କଳାସତ୍ୟକୁ ମଧ୍ୟ ଏଥିରେ ନିଖୁଣ ଭାବେ ଦେଖାଯାଇଛି। ତେଣୁ ଏହି ସିନେମାକୁ ପାକିସ୍ତାନରେ ବ୍ୟାନ୍‌ ଅର୍ଥାତ ନିଷିଦ୍ଧ କରାଯାଇଛି। କିନ୍ତୁ ଏହାକୁ ଉପସାଗରୀୟ ଓ ଆରବ ଦେଶଗୁଡିକ ନିଷିଦ୍ଧ କରିବା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଅଧିକାଂଶ ଆରବ ଦେଶ ଭାରତର ଭଲ ବନ୍ଧୁ ଭାବେ ଜଣାଶୁଣା। ଏହି ସିନେମାରେ ଇସ୍‌ଲାମୋ ଫୋବିଆ ଅର୍ଥାତ ଇସ୍‌ଲାମ ଧର୍ମ ପ୍ରତି ତର୍କହୀନ ଭୟ, ଘୃଣା ଓ ଶତ୍ରୁତାକୁ ଦେଖାଯାଇଛି ବୋଲି କେତେକ ଅଭିଯୋଗ କରିଛନ୍ତି। ନିକଟରେ ୬ଟି ଆରବ ଦେଶ ଏହି ସିନେମାର ସ୍କ୍ରିନିଂକୁ ନିଷିଦ୍ଧ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଏହି ଦେଶଗୁଡିକ ହେଲା ବାହାରିନ, କତାର, କୁଏତ, ଓମାନ, ସାଉଦି ଆରବ ଓ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)। ‘ଧୂରନ୍ଧର’ ଏହି ଦେଶଗୁଡିକରେ ମୁକ୍ତିଲାଭ କରିବ ନାହିଁ ବୋଲି କୁହାଯାଇଛି। ଏହି ସିନେମାକୁ ଆନଟି ପାକିସ୍ତାନ ବା ପାକିସ୍ତାନ ବିରୋଧୀ ବୋଲି କହି ଏହି ଦେଶଗୁଡିକ ଏହାକୁ ନିଷିଦ୍ଧ କରିଛନ୍ତି। ଅବଶ୍ୟ ଏହା ହେବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା। ସିନେମାକୁ ପାକିସ୍ତାନରେ ନିଷିଦ୍ଧ ହେବା କଥା ବୁଝା ପଡୁଛି। କିନ୍ତୁ ଉପସାଗରୀୟ ଦେଶଗୁଡିକ କାହିଁକି ଏହାକୁ ନିଷିଦ୍ଧ କଲେ ତାହା ଅବଶ୍ୟ ବୁଝା ପଡୁନାହିଁ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଏହି ଦେଶଗୁଡିକ ‘ଧୂରନ୍ଧର’କୁ ଆଣ୍ଟି ପାକିସ୍ତାନ ସିନେମା ବୋଲି ବିବେଚନା କରୁଛନ୍ତି। ଏହାଦ୍ୱାରା ପାକିସ୍ତାନ ସହ ଏହି ଦେଶଗୁଡିକର କୂଟନୈତିକ ଓ ରାଜନୈତିକ ସମ୍ପର୍କ ଖରାପ ହେବ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏହା ସତ୍ତ୍ବେ  ‘ଧୂରନ୍ଧର’ ଶନିବାର ମୁକ୍ତିଲାଭ କରିବାର ୯ମ ଦିନ ସୁଦ୍ଧା ଘରୋଇ ବଜାରରେ ୨୯୨.୭୫ କୋଟି ଅର୍ଥାତ ୩୦୦ କୋଟି ଆୟ କରିଛି। କେବଳ ଶନିବାର ଏହା ୫୩ କୋଟି ଟଙ୍କା ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଅର୍ଥାତ ଏହାର ବିଶ୍ୱବ୍ୟାପୀ ଆୟ ଆହୁରି ଅଧିକ ହେବ ଓ ଏହା ଏକ ଐତିହାସିକ ସିନେମା ବିବେଚିତ ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ‘ଧୂରନ୍ଧର’କୁ  ଆଦିତ୍ୟ ଧର ନିର୍ଦ୍ଦେଶନା ଦେବା ସହ ଲୋକେଶ ଧର ଓ ଜ୍ୟୋତି ଦେଶପାଣ୍ଡେ ପ୍ରଯୋଜନା କରିଛନ୍ତି। ଆଦିତ୍ୟ ଧର ଏହାର ଲେଖକ। ଏଥିରେ ସାରା ଅର୍ଜୁନ ଓ ରାକେଶ ବେଦୀଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର