କେଉଁ କାରଣ ପାଇଁ ଦୁର୍ଘଟଣାଗସ୍ତ ହେଲା ଅଜିତ ପାୱାରଙ୍କ ବିମାନ...କୁହୁଡ଼ି ନା ଅନ୍ୟ କିଛି କାରଣ ?

Madhusudan Das Picture
Published On

ମୁମ୍ବଇ: ମହାରାଷ୍ଟ୍ର ଉପ- ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗସ୍ତ ହେବା ନେଇ ବିଭିନ୍ନ ଆକଳନ କରାଯାଉଛି। ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ, କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ କାରଣରୁ ଏହି ଅଘଟଣ ଘଟିଛି। ପାୱାରଙ୍କୁ ନେଇ ଯାଉଥିବା ବିମାନଟି ତଳକୁ ଖସିବା ସମୟରେ ବା ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବାରାମତୀ ବିମାନବନ୍ଦରରେ ଘନ କୁହୁଡ଼ି ଓ ଦୃଶ୍ୟମାନ ଦୂରତା ବହୁତ କମ୍‌‌ ଥିଲା। ଭିଆରଏସ୍‌‌ ଭେନଚର୍ସ ଦ୍ୱାରା ପରିଚାଳିତ ବମ୍ବାର୍ଡିୟର ଲୟାରଜେଟ୍‌‌-୪୫ ବିମାନବନ୍ଦର ପରିସର ଭିତରେ ହିଁ ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ବିମାନରେ ବସିଥିବା ସବୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରଚଣ୍ଡ ଧକ୍କା ଓ ନିଆଁ କାରଣରୁ ସମ୍ପୂର୍ଣ୍ଣ ଜେଟ୍‌‌ଟି ନଷ୍ଟ ହୋଇଯାଇଥିଲା। ଅବତରଣ କରିବା ପୂର୍ବରୁ ବିମାନ ଆକାଶରେ ଘୂରି ବୁଲିଥିଲା। ବିମାନ ମୁମ୍ବଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ସକଳା ୮.୧୦ରୁ ବାହରିଥିଲା ଓ ୮.୪୫ରେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ମୁମ୍ବଇରୁ ବାରାମତୀର ଦୂରତା ୨୫୦ କିମି ଥିଲା ଓ ମାତ୍ର ଏକ ଘଣ୍ଟା ମଧ୍ୟରେ ବିମାନ ଯାତ୍ରା ଥିଲା। 

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା; PUCC ନ ଥିଲେ ପେଟ୍ରୋଲ୍‌ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ

ଧ୍ବଂସାବଶେଷରୁ ମୃତଦେହଗୁଡିକୁ ଚିହ୍ନଟ କରିବା କଷ୍ଟକର ହୋଇ ପଡ଼ିଥିଲା। ଘଣ୍ଟା ଓ ପୋଷାକ ଦ୍ୱାରା ପାୱାରଙ୍କ ମୃତଦେହକୁ ଚିହ୍ନଟ କରାଯାଇଥିଲା। ଅନ୍ୟମାନଙ୍କ ମୃତଦେହ ମଧ୍ୟ ସେମାନେ ପିନ୍ଧିଥିବା ଘଣ୍ଟା ଓ ପୋଷାକ ଦ୍ୱାରା ଚିହ୍ନଟ କରାଯାଇଛି। ପାୱାର ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ଜଣେ ପରିଚାରକ ଓ ଦୁଇ ପାଇଲଟଙ୍କ ସହ ଯାତ୍ରା କରୁଥିଲେ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ବିମାନ ଦୁର୍ଘଟଣା ତଦନ୍ତ ଆରମ୍ଭ କରିଛି। ବିମାନର ଡାଟା ରେକର୍ଡର ଓ କକ୍‌‌ପିଟ୍‌‌ ଭଏସ ରେକର୍ଡର ବିମାନ ଉଡ଼ାଣର ଶେଷ ମୁହୂର୍ତ୍ତ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରିବ। ଏହି ଦୁର୍ଘଟଣା ଓ ଅସମୟରେ ପାୱାରଙ୍କ ମୃତ୍ୟୁ ଭାରତୀୟ ରାଜନୀତିକୁ ଚକିତ କରିବା ସହ ଦୋହଲାଇ ଦେଇଛି। ୬୬ ବର୍ଷୀୟ ପାୱାର ମହାରାଷ୍ଟ୍ରର ସବୁଠାରୁ ପ୍ରତିଭା ତଥା କ୍ଷମତା ସମ୍ପର୍ଣ୍ଣ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଷଷ୍ଠ କାର୍ଯ୍ୟକାଳ ସମ୍ପାଦନ କରୁଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଅଘଟଣ: ବେଆଇନ ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ, ୫ ଆହତ

ତେବେ ଏହି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଖରାପ ପାଗରେ ବିମାନ ସେବା ପାଇଁ ବାରାମତୀ ବିମାନବନ୍ଦର ଉପଯୁକ୍ତ କି?  ଯଦି କୁହୁଡ଼ି ଯୋଗୁଁ ବିମାନ ଅନେକ ଥର ଉଦ୍ୟମ କରିବା ସତ୍ତ୍ବେ ଅବତରଣ କରିପାରୁ ନଥିଲା, ତାହାହେଲେ ଏଭଳି ସ୍ଥିତିରେ ଫେରିଯିବା ବଦଳରେ ବିମାନକୁ ଅବତରଣ ପାଇଁ କାହିଁକି ଅନୁମତି ମିଳିଲା? ଏ ନେଇ ବିମାନ ତଦନ୍ତ ବ୍ୟୁରୋ (ଏଏଆଇବି) ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: Viral Video: ରାସ୍ତାରୁ ଗଛ ହଟାଇ ମାନବିକତାର ପରିଚୟ ଦେଲେ ଯୁବକ, ଭିଡିଓ ଦେଖି ସାଲ୍ୟୁଟ କରୁଛନ୍ତି ଲୋକେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp