ପୁତିନଙ୍କ ପାଇଁ ଭାରତ ଉପରେ ସାରା ବିଶ୍ୱର ନଜର

ପୁତିନ୍‌ଙ୍କ ଶାରୀରିକ ଭାଷାକୁ ନେଇ ଚର୍ଚ୍ଚା

Deviprasad Mohanty Picture
Published On

ନୂଆଦିଲ୍ଲୀ: କୁଟନୀତିରେ ଶବ୍ଦ ଗୁରୁତ୍ୱପୂର୍ଣ୍ଣ, ମାତ୍ର ରାଜନୀତିରେ ଚିତ୍ର ଲେଖିଥାଏ ଇତିହାସ। ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁତିନ୍‌ଙ୍କ ବିମାନ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀର ପାଲାମ ବିମାନନ୍ଦରରେ ଅବତରଣ ସମୟରେ ଭାରତ ଉପରେ ଥିଲା ସାରା ବିଶ୍ୱର ନଜର। ରନୱେରେ ଅଟକିବା ପରେ ସବୁ କ୍ୟାମେରାର ଲେନ୍ସ ବିମାନର ଦ୍ୱାର ଉପରେ ନିବଦ୍ଧ ହୋଇଥିଲା । ଯେତେବେଳେ ବିମାନର ଦ୍ୱାର ଖୋଲି ପୁତିନ୍‌ ବାହାରକୁ ଆସିଲେ, ସେତେବେଳେ ତାଙ୍କ ଶାରୀରିକ ଭାଷା ଭାରତ ବିରୋଧୀଙ୍କୁ ତଟସ୍ଥ କରି ଦେଇଥିଲା। ଆମେରିକା ସହ ଭାରତର ବାଣିଜ୍ୟିକ ଉତ୍ତେଜନା, ୟୁରୋପୀୟ ଦେଶ ସହ ସମ୍ପର୍କ, ଭାରତ ବିରୋଧରେ ପଡେ଼ାଶୀ ଦେଶଗୁଡ଼ିକର ନକରାତ୍ମକ ଏଜେଣ୍ଡା ଯେମିତି ସେହି ମୁହୂର୍ତ୍ତରେ ନିରର୍ଥକ ଜଣାପଡ଼ୁଥିଲା। ପୁତିନ୍‌ ବିମାନର ସିଢ଼ିରେ ଓହ୍ଲାଇବା ସମୟରେ ତାଙ୍କ ମୁହଁରେ ନ ଥିଲା ଯୁଦ୍ଧ ଉତ୍ତେଜନା ବା ଆନ୍ତର୍ଜାତୀୟ ଚାପର କୁଞ୍ଚନ । ତାଙ୍କ ମୁହଁର ହସ୍‌ ସୂଚାଇ ଦେଉଥିଲା ଯେ ସେ ଯେପରି କୌଣସି ବିଦେଶ ଗସ୍ତରେ ଆସି ନାହାନ୍ତି, ବିଶ୍ୱସ୍ତ ବନ୍ଧୁଙ୍କ ପରିବାରରେ ଅଛନ୍ତି । 

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ପୁତିନ୍‌ଙ୍କୁ ୟୁରୋପୀୟ ଦେଶଗୁଡ଼ିକ “ଆଇସ୍‌ ମ୍ୟାନ’  ବା କଠୋର ନେତା ଭାବରେ ଅଭିହିତ କରିଥାଆନ୍ତି। ୟୁକ୍ରେନ୍‌ ଯୁଦ୍ଧ ପରଠାରୁ ତାଙ୍କ ମୁହଁରେ ସର୍ବଦା ଆକ୍ରମଣାତ୍ମକ ଓ କଠୋର ଭାବଭଙ୍ଗୀ ଅନେକ ଲକ୍ଷ୍ୟ କରିଥାଆନ୍ତି। ମାତ୍ର ଆଜି ଦିଲ୍ଲୀରେ ତାଙ୍କ ଚେହେରା ଓ ଶାରୀରିକ ଭାଷା ଥିଲା ବେଶ୍‌ ଭିନ୍ନ। ତାଙ୍କ ଚାଲିରେ ଥିଲା ପ୍ରଚଣ୍ଡ ଆତ୍ମବିଶ୍ୱାସ ।  ଜଣେ ନେତା ଯେତେବେଳେ କୌଣସି ଦେଶରେ ସୁରକ୍ଷିତ ଓ  ସମ୍ମାନଜନକ ଅନୁଭବ କରନ୍ତି ସେତେବେଳେ ଏପରି ଫୂର୍ତ୍ତି ଅନୁଭବ କରନ୍ତି ବୋଲି ପୁତିନ୍‌ଙ୍କ ଦିଲ୍ଲୀ ଅବତରଣ ସମୟର ଦୃଶ୍ୟକୁ ନେଇ ଶାରୀରିକ ଭାଷା ବିଶେଷଜ୍ଞଙ୍କ ମତ ଅନେକ ଦିଗକୁ ଇଙ୍ଗିତ କରିଛି। ଆମେରିକା ପ୍ରଶାସନ ପୁତିନ୍‌ଙ୍କ ଭାରତ ଗସ୍ତ ଉପରେ ତୀକ୍ଷ୍ମ ନଜର ରଖିଥିବାବେଳେ ୟୁରୋପୀୟ ଦେଶ ଓ ଆମେରିକାର ଅନେକ ଖବର ଏଜେନ୍ସିଗୁଡ଼ିକ ପୁତିନ୍‌ଙ୍କ ଭାରତ ଗସ୍ତକୁ ସର୍ବାଧିକ ପ୍ରାଥମିକତା ଦେବା ମଧ୍ୟ ଅନେକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ମନେ ହେଉଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ରୁଷ ରାଷ୍ଟ୍ରପତି ବିମାନରୁ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରନୱେରେ ତାଙ୍କୁ ଉଷ୍ଣ ଆଲିଙ୍ଗନ କରିବା ପୁତିନ୍‌ ମଧ୍ୟ ମୋଦିଙ୍କ ପିଠି ଥାପୁଡ଼ାଇବା ଦୁଇ ଦେଶ ମଧ୍ୟରେ ପାରସ୍ପରିକ  ଗଭୀର ସମ୍ପର୍କ, ଆତ୍ମିକ ସଂଯୋଗକୁ ପ୍ରମାଣିତ କରିଛି।  ଅନ୍ୟପକ୍ଷରେ ଦୁଇ ନେତା ବୁଲେଟ୍‌ପ୍ରୁପ୍‌ ଲିମୋସିନ୍‌ କାର ପରିବର୍ତ୍ତେ ସାଧାରଣ ଧଳା ଫର୍ଚୁନର କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନକୁ ଏକତ୍ର ଯାତ୍ରା କରିଛନ୍ତି୤ କାର ଭିତରୁ ପୁତିନ୍‌ ଅଳ୍ପ ହସ ହସି ହାତ ହଲାଇ ଦେଇଥିବା ବାର୍ତ୍ତା କେଉଁ ଭାବରେ ୟୁରୋପୀୟ ଦେଶ ଓ ଆମେରିକାରେ ପ୍ରତିଫଳିତ ହେବ ତାହା ତ ଭିନ୍ନ କଥା, ମାତ୍ର ରୁଷ ସହ ଭାରତର ସମ୍ପର୍କର ବର୍ଦ୍ଧିତ ନିବିଡ଼ତା ଅନେକ କାହାଣୀ ଲେଖିବ ବୋଲି ରାଜନୈତିକ ବିେଶେଷଜ୍ଞମାନେ ମନେ କରୁଛନ୍ତି । 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର