ହ୍ବାଟ୍ସ ଆପ୍ ଆଣୁଛି ନୂଆ ଫିଚର, ଫେସବୁକ୍‌ ପରି କରିପାରିବେ ‘ଲଗ୍‌ ଆଉଟ୍’‌

The Sakala Picture
Published On

ନୂଆଦିଲ୍ଲୀ : ନୂଆ ଅପଡେଟ ପଲିସିକୁ ନେଇ ବିବାଦରେ ଫସି ଥିବା ମେସେଜିଂ ଆପ ହ୍ବାଟ୍ସ ଆପ୍ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଆମେରିକାର ମେସିଜିଂ ହ୍ବାଟ୍ସ ଆପ ନିକଟରେ ନୂଆ ପଲିସି ଆଣିବାକୁ ଯୋଜନା କରିଥିଲା । ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ହ୍ୱାଟ୍ସଆପ୍ ଏହାର ଗୋନୀୟତା ନୀତିକୁ ପରିବର୍ତ୍ତନ କରିବା ଲାଗି ଚାହିଁଥିଲା। ଜନସାଧାରଣଙ୍କ ବିରୋଧ ହେତୁ ଯଦିଓ ଏ ନୀତି ଲାଗୁ ହୋଇ ନାହିଁ କିନ୍ତୁ ଏହା କୌଣସି ବି […]

ନୂଆଦିଲ୍ଲୀ : ନୂଆ ଅପଡେଟ ପଲିସିକୁ ନେଇ ବିବାଦରେ ଫସି ଥିବା ମେସେଜିଂ ଆପ ହ୍ବାଟ୍ସ ଆପ୍ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଆମେରିକାର ମେସିଜିଂ ହ୍ବାଟ୍ସ ଆପ ନିକଟରେ ନୂଆ ପଲିସି ଆଣିବାକୁ ଯୋଜନା କରିଥିଲା । ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।

ଆହୁରି ପଢ଼ନ୍ତୁ: ୟୁକ୍ରେନର ମାରାତ୍ମକ ଡ୍ରୋନ ଆକ୍ରମଣ: ଧ୍ୱସ୍ତ ହେଲା ଋଷର ସପ୍ଲାଇ ଲାଇନ, ବଢିଲା ପୁଟିନଙ୍କ ଚିନ୍ତା

ହ୍ୱାଟ୍ସଆପ୍ ଏହାର ଗୋନୀୟତା ନୀତିକୁ ପରିବର୍ତ୍ତନ କରିବା ଲାଗି ଚାହିଁଥିଲା। ଜନସାଧାରଣଙ୍କ ବିରୋଧ ହେତୁ ଯଦିଓ ଏ ନୀତି ଲାଗୁ ହୋଇ ନାହିଁ କିନ୍ତୁ ଏହା କୌଣସି ବି ମୁହୂର୍ତ୍ତରେ ଲାଗୁ ହେବାର ଆଶଙ୍କା ରହିଛି। ଏହି ନୂଆ ନିୟମ ଦ୍ୱାରା ଜନସାଧାରଣଙ୍କ ଭିତରେ ହେଉଥିବା କଥାବାର୍ତ୍ତା ଏବଂ ଚ୍ୟାଟ୍ ବାର୍ତ୍ତା ଅନ୍ୟମାନଙ୍କୁ ଶେୟାର ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ପଦ୍ମ ପୁରସ୍କାର ୨୦୨୬: ଅଲକା ୟାଗ୍ନିକ, ରୋହିତ ଶର୍ମା ଏବଂ ଆର. ମାଧବନଙ୍କ ସମେତ ୬୫ ଜଣଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଆହୁରି ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍: ପ୍ରାରମ୍ଭିକ ରିପୋର୍ଟରେ ପ୍ରଭାବ ସୀମିତ ଥିବା ପ୍ରକାଶ

ହ୍ୱାଟ୍ସଆପର ଏହି ଗୋନୀୟତା ନୀତିକୁ ପରିବର୍ତ୍ତନକୁ ଲୋକଙ୍କ ବିରୋଧ ପରେ ହ୍ବାଟ୍ସ ଆପକୁ ଏହାକୁ ଲାଗୁ କରିବାରେ ପଛ ଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା । ତେବେ ଏହାରି ମଧ୍ୟରେ  ପୁଣି ଥରେ ଏକ ନୂଆ ଫିଚର ଆଣିବାକୁ ଯୋଜନା କରିଛି ଏହି ମେସେଜିଂ ଆପ । ଫେସବୁକ ଓ ଅନ୍ୟ ମେସେଜିଂ ଆପ କରି ହ୍ବାଟ୍ସ ଆପ ‘ଲଗ୍‌ ଆଉଟ’ ର ଫିଚର ଆଣିବାକୁ ଯାଉଛି । ୟୁଜର୍ସ ନିଜ ହିସାବରେ ଯେତେବେଳେ ଚାହିଁବେ ଲଗ ଇନ କରିପାରିବେ ଏବଂ ଏଥିରୁ ବ୍ରେକ ନେବାକୁ ହେଲେ ‘ଲଗ ଆଉଟ’ କରିପାରିବେ । ମାଶବେଲ ଅନୁଯାୟୀ, ହାଟ୍ସ ଆପ ତାର ୟୁର୍ଜସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର ଓ ଅପଡେଟ ଉପରେ କାମ କରିଆସୁଛି । ଏଥିର ଲଗ ଆଉଟର ନୂଆ ଫିଚର ଆଣିବାକୁ ଯୋଜନା କରୁଛି ।

ଏକ ଲୋକପ୍ରିୟ ୱେବସାଇଟ WABetaInfo ହ୍ବାଟ୍ସ ଆପର ନୂଆ ଫିଚର ହେଉ କିମ୍ବା ଅପଡେଟ ଉପରେ ଖବର ଦେଇଥାଏ । ହାଟ୍ସ ଆପ ଏବେ ନୂଆ ପରିର୍ତ୍ତନ ଆଣିବାକୁ ଯାଉଛି ବୋଲି ଏହି ୱେବସାଇଟରୁ ଜଣାପଡିଛି । ୱେବସାଇଟ ମୁତବାକ, ହ୍ବାଟ୍ସ ଆପ ବ୍ୟବହାରୀ ମେସେଜିଂ ଆପରୁ କିଛି ସମୟ ବିରତି ନେବାକୁ ଚାହୁଁଛନ୍ତି । ଫଳ ସ୍ବରୂପ ହ୍ବାଟ୍ସ ଆପରେ ଲଗ ଆଉଟ ଫିଚର ରହିବ ।

ସୂଚନାଯୋଗ୍ୟ କିଛି ଦିନ ତଳେ ହ୍ୱାଟ୍ସଆପ୍ ଏହାର ଗୋନୀୟତା ନୀତିକୁ ପରିବର୍ତ୍ତନ କରିବା  ଯେଉଁ ଉଦ୍ୟମ କରିଥିଲା ତାକୁ ନେଇ ବାଦ ବିବାଦ ଦେଖାଦେବା ସହ ଭାରତର ସୁପ୍ରିମକୋର୍ଟରେ ଏନେଇ ଣୁଣାଣି ମଧ୍ୟ କରାଯାଇଥିଲା। ଏ ସମ୍ପର୍କରେ ସୋସିଆଲ୍ ମିଡିଆ କମ୍ପାନୀ ହ୍ବାଟ୍ସ ଆପକୁ ନୋଟିସ୍ ଜାରି କରିଛନ୍ତି ଭାରତର ସୁପ୍ରିମକୋର୍ଟ। ଏହି ନୋଟିସରେ କୋର୍ଟ ଦର୍ଶାଇଛନ୍ତି ଯେ, ଲୋକଙ୍କ ଗୋପନୀୟତା ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହାକୁ ସୁରକ୍ଷିତ ରଖିବା ଲାଗି ଭାରତର ସାଧାରଣ ଜନତା ଆମ ଉପରେ ଆସ୍ଥା ରଖିଛନ୍ତି। ଏବେ ସେମାନେ ଭାବୁଛନ୍ତି ଯେ, ନୂଆ ଗୋପନୀୟତା ନୀତି ଦ୍ୱାରା ସେମାନଙ୍କ କଥାବାର୍ତ୍ତା ଏବଂ ଚ୍ୟାଟ ମେସେଜ୍ ଅନ୍ୟ କାହା ହାତକୁ ଚାଲି ଯାଉଛି। ଏଣୁ ଏ ବିଷୟରେ ଶୁଣାଣି ହେବା ଦରକାର। ‘ଆପଣ ୨ ବା ୩ ଟ୍ରିଲିୟନ୍ ଡଲାରର କମ୍ପାନୀ ହୋଇପାରନ୍ତି। କିନ୍ତୁ ଲୋକଙ୍କ ଗୋପନୀୟତାକୁ ଅକ୍ଷୁଣ୍ଣ ରଖିବା ଆମର ଦାୟିତ୍ୱ । ଏଥିପାଇଁ ସେମାନଙ୍କ ଆସ୍ଥା ଆମ ଉପରେ ରହିଛି’ ବୋଲି ରୋକ୍ ଠୋକ୍ ଶୁଣାଇଥିଲେ  ସୁପ୍ରିମକୋର୍ଟ।

19 Feb 2021 By The Sakala

ହ୍ବାଟ୍ସ ଆପ୍ ଆଣୁଛି ନୂଆ ଫିଚର, ଫେସବୁକ୍‌ ପରି କରିପାରିବେ ‘ଲଗ୍‌ ଆଉଟ୍’‌

ନୂଆଦିଲ୍ଲୀ : ନୂଆ ଅପଡେଟ ପଲିସିକୁ ନେଇ ବିବାଦରେ ଫସି ଥିବା ମେସେଜିଂ ଆପ ହ୍ବାଟ୍ସ ଆପ୍ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଆମେରିକାର ମେସିଜିଂ ହ୍ବାଟ୍ସ ଆପ ନିକଟରେ ନୂଆ ପଲିସି ଆଣିବାକୁ ଯୋଜନା କରିଥିଲା । ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।

ହ୍ୱାଟ୍ସଆପ୍ ଏହାର ଗୋନୀୟତା ନୀତିକୁ ପରିବର୍ତ୍ତନ କରିବା ଲାଗି ଚାହିଁଥିଲା। ଜନସାଧାରଣଙ୍କ ବିରୋଧ ହେତୁ ଯଦିଓ ଏ ନୀତି ଲାଗୁ ହୋଇ ନାହିଁ କିନ୍ତୁ ଏହା କୌଣସି ବି ମୁହୂର୍ତ୍ତରେ ଲାଗୁ ହେବାର ଆଶଙ୍କା ରହିଛି। ଏହି ନୂଆ ନିୟମ ଦ୍ୱାରା ଜନସାଧାରଣଙ୍କ ଭିତରେ ହେଉଥିବା କଥାବାର୍ତ୍ତା ଏବଂ ଚ୍ୟାଟ୍ ବାର୍ତ୍ତା ଅନ୍ୟମାନଙ୍କୁ ଶେୟାର ହେବାର ଆଶଙ୍କା ରହିଛି।

ହ୍ୱାଟ୍ସଆପର ଏହି ଗୋନୀୟତା ନୀତିକୁ ପରିବର୍ତ୍ତନକୁ ଲୋକଙ୍କ ବିରୋଧ ପରେ ହ୍ବାଟ୍ସ ଆପକୁ ଏହାକୁ ଲାଗୁ କରିବାରେ ପଛ ଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା । ତେବେ ଏହାରି ମଧ୍ୟରେ  ପୁଣି ଥରେ ଏକ ନୂଆ ଫିଚର ଆଣିବାକୁ ଯୋଜନା କରିଛି ଏହି ମେସେଜିଂ ଆପ । ଫେସବୁକ ଓ ଅନ୍ୟ ମେସେଜିଂ ଆପ କରି ହ୍ବାଟ୍ସ ଆପ ‘ଲଗ୍‌ ଆଉଟ’ ର ଫିଚର ଆଣିବାକୁ ଯାଉଛି । ୟୁଜର୍ସ ନିଜ ହିସାବରେ ଯେତେବେଳେ ଚାହିଁବେ ଲଗ ଇନ କରିପାରିବେ ଏବଂ ଏଥିରୁ ବ୍ରେକ ନେବାକୁ ହେଲେ ‘ଲଗ ଆଉଟ’ କରିପାରିବେ । ମାଶବେଲ ଅନୁଯାୟୀ, ହାଟ୍ସ ଆପ ତାର ୟୁର୍ଜସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର ଓ ଅପଡେଟ ଉପରେ କାମ କରିଆସୁଛି । ଏଥିର ଲଗ ଆଉଟର ନୂଆ ଫିଚର ଆଣିବାକୁ ଯୋଜନା କରୁଛି ।

ଏକ ଲୋକପ୍ରିୟ ୱେବସାଇଟ WABetaInfo ହ୍ବାଟ୍ସ ଆପର ନୂଆ ଫିଚର ହେଉ କିମ୍ବା ଅପଡେଟ ଉପରେ ଖବର ଦେଇଥାଏ । ହାଟ୍ସ ଆପ ଏବେ ନୂଆ ପରିର୍ତ୍ତନ ଆଣିବାକୁ ଯାଉଛି ବୋଲି ଏହି ୱେବସାଇଟରୁ ଜଣାପଡିଛି । ୱେବସାଇଟ ମୁତବାକ, ହ୍ବାଟ୍ସ ଆପ ବ୍ୟବହାରୀ ମେସେଜିଂ ଆପରୁ କିଛି ସମୟ ବିରତି ନେବାକୁ ଚାହୁଁଛନ୍ତି । ଫଳ ସ୍ବରୂପ ହ୍ବାଟ୍ସ ଆପରେ ଲଗ ଆଉଟ ଫିଚର ରହିବ ।

ସୂଚନାଯୋଗ୍ୟ କିଛି ଦିନ ତଳେ ହ୍ୱାଟ୍ସଆପ୍ ଏହାର ଗୋନୀୟତା ନୀତିକୁ ପରିବର୍ତ୍ତନ କରିବା  ଯେଉଁ ଉଦ୍ୟମ କରିଥିଲା ତାକୁ ନେଇ ବାଦ ବିବାଦ ଦେଖାଦେବା ସହ ଭାରତର ସୁପ୍ରିମକୋର୍ଟରେ ଏନେଇ ଣୁଣାଣି ମଧ୍ୟ କରାଯାଇଥିଲା। ଏ ସମ୍ପର୍କରେ ସୋସିଆଲ୍ ମିଡିଆ କମ୍ପାନୀ ହ୍ବାଟ୍ସ ଆପକୁ ନୋଟିସ୍ ଜାରି କରିଛନ୍ତି ଭାରତର ସୁପ୍ରିମକୋର୍ଟ। ଏହି ନୋଟିସରେ କୋର୍ଟ ଦର୍ଶାଇଛନ୍ତି ଯେ, ଲୋକଙ୍କ ଗୋପନୀୟତା ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହାକୁ ସୁରକ୍ଷିତ ରଖିବା ଲାଗି ଭାରତର ସାଧାରଣ ଜନତା ଆମ ଉପରେ ଆସ୍ଥା ରଖିଛନ୍ତି। ଏବେ ସେମାନେ ଭାବୁଛନ୍ତି ଯେ, ନୂଆ ଗୋପନୀୟତା ନୀତି ଦ୍ୱାରା ସେମାନଙ୍କ କଥାବାର୍ତ୍ତା ଏବଂ ଚ୍ୟାଟ ମେସେଜ୍ ଅନ୍ୟ କାହା ହାତକୁ ଚାଲି ଯାଉଛି। ଏଣୁ ଏ ବିଷୟରେ ଶୁଣାଣି ହେବା ଦରକାର। ‘ଆପଣ ୨ ବା ୩ ଟ୍ରିଲିୟନ୍ ଡଲାରର କମ୍ପାନୀ ହୋଇପାରନ୍ତି। କିନ୍ତୁ ଲୋକଙ୍କ ଗୋପନୀୟତାକୁ ଅକ୍ଷୁଣ୍ଣ ରଖିବା ଆମର ଦାୟିତ୍ୱ । ଏଥିପାଇଁ ସେମାନଙ୍କ ଆସ୍ଥା ଆମ ଉପରେ ରହିଛି’ ବୋଲି ରୋକ୍ ଠୋକ୍ ଶୁଣାଇଥିଲେ  ସୁପ୍ରିମକୋର୍ଟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର