କଣ ଏହି ବ୍ଲାକ ବକ୍ସ? ଯାହା କରିପାରିବ ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାର ପର୍ଦାଫାଶ

The Sakala Picture
Published On

ନୂଆଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣାରେ ତନାଘନା ଆରମ୍ଭ ହୋଇଛି।ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକପ୍ଟର୍‌ର ‘ବ୍ଲାକ ବକ୍ସ’ ଆଜି ସକାଳେ ଉଦ୍ଧାର କରାଯାଇଯାଇଛି। ସେନାର ଉଦ୍ଧାରକାରୀ ୟୁନିଟ୍‌ ଉକ୍ତ ‘ଏମ୍‌ଆଇ-୧୭ଭି୫’ ହେଲିକପ୍ଟର୍‌ର ଭଙ୍ଗାରୁଜା ଅଂଶରୁ ତାହାକୁ ଖୋଜି ବାହାର କରିଛନ୍ତି। ଦୁର୍ଘଟଣାସ୍ଥଳର ୩୦୦ ମିଟର୍‌ ରୁ ୧ କିଲୋମିଟର୍‌ ବ୍ୟାପ୍ତ ଅଞ୍ଚଳ ମଧ୍ୟରେ ବ୍ୟାପକ ତଲାସ କରିବା ପରେ […]

ନୂଆଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣାରେ ତନାଘନା ଆରମ୍ଭ ହୋଇଛି।ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକପ୍ଟର୍‌ର ‘ବ୍ଲାକ ବକ୍ସ’ ଆଜି ସକାଳେ ଉଦ୍ଧାର କରାଯାଇଯାଇଛି। ସେନାର ଉଦ୍ଧାରକାରୀ ୟୁନିଟ୍‌ ଉକ୍ତ ‘ଏମ୍‌ଆଇ-୧୭ଭି୫’ ହେଲିକପ୍ଟର୍‌ର ଭଙ୍ଗାରୁଜା ଅଂଶରୁ ତାହାକୁ ଖୋଜି ବାହାର କରିଛନ୍ତି। ଦୁର୍ଘଟଣାସ୍ଥଳର ୩୦୦ ମିଟର୍‌ ରୁ ୧ କିଲୋମିଟର୍‌ ବ୍ୟାପ୍ତ ଅଞ୍ଚଳ ମଧ୍ୟରେ ବ୍ୟାପକ ତଲାସ କରିବା ପରେ ହେଲିକପ୍ଟରର ‘ବ୍ଲାକ ବକ୍ସ’ ଉଦ୍ଧାର କରାଯାଇଛି। କେଉଁ କାରଣ ଯୋଗୁଁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଲା ‘ବ୍ଲାକ ବକ୍ସ’ ସେ ସବୁ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମର ତଥ୍ୟ ଯୋଗାଇ ଦେବ।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

‘ବ୍ଲାକ ବକ୍ସ’ କ’ଣ?

ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ଏହି  ‘ବ୍ଲାକ ବକ୍ସ’ କ’ଣ? ଏହି ବ୍ଲାକ୍ ବକ୍ସ ରଙ୍ଗରେ କଳା ନୁହେଁ, କିମ୍ବା ଆକୃତିର ବାକ୍ସ ପରି ମଧ୍ୟ ନୁହେଁ। କମଳା ରଙ୍ଗର ଏହି ଉପକରଣ ହୋଇଥିଲେ ମଧ୍ୟ ଏହାକୁ ବ୍ଲାକ ବକ୍ସ କୁହାଯାଏ। ବାସ୍ତବରେ, ଏହା ପଛରେ ଅନେକ ରୋଚକ କାରଣ ଲୁଚି ରହିଛି। ଐତିହାସିକ ମାନେ କୁହନ୍ତି ୧୯୫୦ ମସିହାରେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଡେଭିଡ ୱାରେନଲ୍‌ ଏହାର ଉଦ୍ଭାବନ କହିଥିଲେ। ବିମାନ କଣ ପାଇଁ ଦୁର୍ଘଟଣା ହୁଏ ତାହା ଜାଣିବା ଏବଂ ଆଗକୁ କିପରି ବିମାନ ଦୁର୍ଘଟଣା ରୋକାଯିବ ତାହା ଜାଣିବା ପାଇଁ ‘ବ୍ଲାକ ବକ୍ସ’ କୁ ସମସ୍ତ ବିମାନରେ ଲଗାଯାଏ। ଏହା ସମସ୍ତ ବ୍ୟବସାୟିକ ବିମାନ ଏବଂ ସଶସ୍ତ୍ର ବାହିନୀ ପାଇଁ ବାଧ୍ୟତାମୂଳକ ଅଟେ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫକୁ ମାତ୍ ଦେଲା ମୋଦୀ ସରକାରଙ୍କ ରଣନୀତି: ୬ ବର୍ଷରେ ୯ଟି ସ୍ୱତନ୍ତ୍ର ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ: ପେଣ୍ଟାଗନର ତଥ୍ୟକୁ ନେଇ ସନ୍ଦେହରେ ଉପରାଷ୍ଟ୍ରପତି ଜେଡି ଭାନ୍ସ, ଟ୍ରମ୍ପଙ୍କୁ କରାଯାଉଛି କି ବିଭ୍ରାନ୍ତ?

ଏହାର ମୁଖ୍ୟ କାମ ହେଲା ଡିଭାଇସ୍ ଫିକ୍ସିଂ କରିବା, ଯାହା ଦ୍ବାରା ବିମାନ ଇଞ୍ଜିନ ସମସ୍ତ ତଥ୍ୟ ଜଣାପଡିବ। ବିମାନରେ କଣ ଘଟୁଛି ସେ ସବୁର ରେକର୍ଡିଂ। ଯାହା ଦ୍ବାରା ଦୁର୍ଘଟଣା ସମୟରେ ବିମାନର ଯାତ୍ରୀମାନେ କଣ କଥା ହେଉଥିଲେ ସେ ସବୁ ରେକଡିଂ କରାଯାଇପାରିବ। ଅଣ୍ଡର ୱାଟର ଲୋକେଟର। ଯାହା ଦ୍ବାରା ବିମାନଟି କ୍ରାସ ପରେ ସମୁଦ୍ରରେ ପଡିଲେ ମଧ୍ୟ ବ୍ଲାକ ବକ୍ସକୁ ଲୋକେଟ କରାଯାଇ ପାରିବ।  ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଟାଇଟାନିୟମରେ ନିର୍ମିତ କୋର୍ ହାଉସିଂ। ଯାହା ଦ୍ବାରା କ୍ରାସ୍ ହେଲେ ଏହାର ମେମୋରୀ ୟୁନିଟ୍ ଖରାପ ହୋଇନଥାଏ। ବ୍ଲାକ୍ ବକ୍ସର ଦୁଇଟି ରେକର୍ଡର୍ ଅଛି। ଗୋଟିଏ ପାଇଲଟ୍ ଭଏସ୍ କିମ୍ବା କକ୍ପିଟ୍ ଧ୍ୱନି ପାଇଁ ଏକ କକ୍ପିଟ୍ ଭଏସ୍ ରେକର୍ଡର୍ (CVR) ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ (FDR) ।

ଫ୍ଲାଇଟ୍ ଡାଟା ରେକର୍ଡର୍

ବାସ୍ତବରେ ‘ବ୍ଲାକ ବକ୍ସ’ ବିମାନର ରେକର୍ଡର୍ ପରି କାମ କରେ।ବ୍ଲାକ୍ ବକ୍ସର ଓଜନ ପ୍ରାୟ ୧୦ ପାଉଣ୍ଡ (୪.୫ କିଲୋ)। ଏହା ବିମାନ ବିଷୟରେ ସମସ୍ତ ସୂଚନା ରଖେ । ଯେକୌଣସି ବିମାନରେ ଉଡ଼ାଣ ସମୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ଅତି ନିକଟରୁ ରେକର୍ଡ କରିବା ପାଇଁ ଏହା ଏକ ଉପକରଣ । ବିମାନଟି କେଉଁ ଦିଗରେ ଉଡୁଛି ,କେତେ ଉଚ୍ଚତାରେ ଉଡୁଛି , ଇନ୍ଧନ କେତେ ଅଛି, ବିମାନଟି କେତେ ସ୍ପିଡ୍‌ରେ ଉଡୁଛି, କ୍ୟାବିନର ତାପମାତ୍ରା କଣ ରହିଛି।

ଏପରି ୮୮ ପ୍ରକାରର ତଥ୍ୟ ବ୍ଲାକ ବକ୍ସ ରେକର୍ଡ କରିଥାଏ। ବ୍ଲାକ ବକ୍ସରେ ବିମାନଟିର ୨୫ ଘଣ୍ଟାରୁ ଅଧିକ ରେକର୍ଡ ହୋଇଥିବା ତଥ୍ୟ ସଂଗ୍ରହ ହୋଇ ଥାଏ। ବ୍ଲାକ ବକ୍ସ 11000 ° C ର ତାପମାତ୍ରାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ସହ୍ୟ କରିପାରିବ ଏବଂ ଭିତରର ଉପକରଣ ୧୦ ଘଣ୍ଟା ପର୍ଯ୍ୟନ୍ତ 260 ° C ର ତାପମାତ୍ରାକୁ ସହ୍ୟ କରିପାରିବ ।  ଏହା ବିମାନର ପଛ ଭାଗରେ ଫିଟ୍ ହୋଇଥାଏ । ବିମାନ ଦୁର୍ଘଟଣା ହେଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ। କାରଣ ଏହା ଟାଇଟାନିୟମ୍ ରେ ତିଆରି ଯାହାକି ଏକ ଶକ୍ତିଶାଳୀ ଧାତୁ ଭାବରେ ପରିଗଣିତ । ବ୍ଲାକ ବକ୍ସକୁ ଟାଇଟାନିୟମ୍ ରେ ସିଲ୍ କରାଯାଏ । ଏହି କାରଣରୁ ଯେତେ ଉଚ୍ଚରୁ ଖସିଲେ କି ପାଣିରେ ପଡିଲେ ମଧ୍ୟ  ଏହା କ୍ଷତିଗ୍ରସ୍ତ ହୁଏ ନାହିଁ ।

କକ୍ପିଟ୍ ଭଏସ୍ ରେକର୍ଡର୍

ବ୍ଲାକ୍ ବକ୍ସରେ ଲାଗିଥିବା ଏହି ରେକର୍ଡର୍ ଉଡ଼ାଣର ୨ ଘଣ୍ଟା ପର୍ଯ୍ୟନ୍ତ ଶବ୍ଦକୁ ରେକର୍ଡ କରେ । ଏହା ଇଞ୍ଜିନର ଶବ୍ଦ, ଜରୁରୀକାଳୀନ ଆଲାର୍ମର ଶବ୍ଦ, କ୍ୟାବିନର ଶବ୍ଦ ଏବଂ କକ୍ପିଟ୍ ର ଶବ୍ଦ ଏବଂ ଫ୍ଲାଇଟ୍ କଣ୍ଟ୍ରୋଲ୍ ମଧ୍ୟରେ ବାର୍ତ୍ତାଳାପକୁ ରେକର୍ଡ କରିଥାଏ । ଯାହାଫଳରେ ଦୁର୍ଘଟଣା ପୂର୍ବରୁ ବିମାନର ପରିବେଶ କ’ଣ ତାହା ଜଣା ପଡିପାରେ।

ବ୍ଲାକ୍ ବକ୍ସ କିପରି ମିଳିବ

ବ୍ଲାକ୍ ବକ୍ସ ୩୦ ଦିନ ବିଦ୍ୟୁତ୍ ବିନା କାମ କରିପାରିବ । ଯେତେବେଳେ ଦୁର୍ଘଟଣା ପରେ ଏହା ବିମାନରୁ ବିଚ୍ଛିନ୍ନ ହୁଏ ଏହା ପ୍ରତି ସେକେଣ୍ଡରେ ଏକ ବିପ୍ ସାଉଣ୍ଡ / ତରଙ୍ଗ ନିର୍ଗତ କରେ । ଏହି ତରଙ୍ଗ ୩୦ ଦିନ ପର୍ଯ୍ୟନ୍ତ ରହିଥାଏ। ଯାହାକି ସର୍ଚ୍ଚ ଦଳଗୁଡିକ ୨ ରୁ ୩ କିଲୋମିଟର ବ୍ୟାସାର୍ଦ୍ଧରେ ସହଜରେ ପାଇପାରିବେ । ଏହା 15000 ଫୁଟ ଗଭୀର ସମୁଦ୍ରରୁ ମଧ୍ୟ ତରଙ୍ଗ ପଠାଇବାରେ ସମର୍ଥ।

09 Dec 2021 By The Sakala

କଣ ଏହି ବ୍ଲାକ ବକ୍ସ? ଯାହା କରିପାରିବ ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାର ପର୍ଦାଫାଶ

ନୂଆଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣାରେ ତନାଘନା ଆରମ୍ଭ ହୋଇଛି।ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକପ୍ଟର୍‌ର ‘ବ୍ଲାକ ବକ୍ସ’ ଆଜି ସକାଳେ ଉଦ୍ଧାର କରାଯାଇଯାଇଛି। ସେନାର ଉଦ୍ଧାରକାରୀ ୟୁନିଟ୍‌ ଉକ୍ତ ‘ଏମ୍‌ଆଇ-୧୭ଭି୫’ ହେଲିକପ୍ଟର୍‌ର ଭଙ୍ଗାରୁଜା ଅଂଶରୁ ତାହାକୁ ଖୋଜି ବାହାର କରିଛନ୍ତି। ଦୁର୍ଘଟଣାସ୍ଥଳର ୩୦୦ ମିଟର୍‌ ରୁ ୧ କିଲୋମିଟର୍‌ ବ୍ୟାପ୍ତ ଅଞ୍ଚଳ ମଧ୍ୟରେ ବ୍ୟାପକ ତଲାସ କରିବା ପରେ ହେଲିକପ୍ଟରର ‘ବ୍ଲାକ ବକ୍ସ’ ଉଦ୍ଧାର କରାଯାଇଛି। କେଉଁ କାରଣ ଯୋଗୁଁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଲା ‘ବ୍ଲାକ ବକ୍ସ’ ସେ ସବୁ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମର ତଥ୍ୟ ଯୋଗାଇ ଦେବ।

‘ବ୍ଲାକ ବକ୍ସ’ କ’ଣ?

ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ଏହି  ‘ବ୍ଲାକ ବକ୍ସ’ କ’ଣ? ଏହି ବ୍ଲାକ୍ ବକ୍ସ ରଙ୍ଗରେ କଳା ନୁହେଁ, କିମ୍ବା ଆକୃତିର ବାକ୍ସ ପରି ମଧ୍ୟ ନୁହେଁ। କମଳା ରଙ୍ଗର ଏହି ଉପକରଣ ହୋଇଥିଲେ ମଧ୍ୟ ଏହାକୁ ବ୍ଲାକ ବକ୍ସ କୁହାଯାଏ। ବାସ୍ତବରେ, ଏହା ପଛରେ ଅନେକ ରୋଚକ କାରଣ ଲୁଚି ରହିଛି। ଐତିହାସିକ ମାନେ କୁହନ୍ତି ୧୯୫୦ ମସିହାରେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଡେଭିଡ ୱାରେନଲ୍‌ ଏହାର ଉଦ୍ଭାବନ କହିଥିଲେ। ବିମାନ କଣ ପାଇଁ ଦୁର୍ଘଟଣା ହୁଏ ତାହା ଜାଣିବା ଏବଂ ଆଗକୁ କିପରି ବିମାନ ଦୁର୍ଘଟଣା ରୋକାଯିବ ତାହା ଜାଣିବା ପାଇଁ ‘ବ୍ଲାକ ବକ୍ସ’ କୁ ସମସ୍ତ ବିମାନରେ ଲଗାଯାଏ। ଏହା ସମସ୍ତ ବ୍ୟବସାୟିକ ବିମାନ ଏବଂ ସଶସ୍ତ୍ର ବାହିନୀ ପାଇଁ ବାଧ୍ୟତାମୂଳକ ଅଟେ।

ଏହାର ମୁଖ୍ୟ କାମ ହେଲା ଡିଭାଇସ୍ ଫିକ୍ସିଂ କରିବା, ଯାହା ଦ୍ବାରା ବିମାନ ଇଞ୍ଜିନ ସମସ୍ତ ତଥ୍ୟ ଜଣାପଡିବ। ବିମାନରେ କଣ ଘଟୁଛି ସେ ସବୁର ରେକର୍ଡିଂ। ଯାହା ଦ୍ବାରା ଦୁର୍ଘଟଣା ସମୟରେ ବିମାନର ଯାତ୍ରୀମାନେ କଣ କଥା ହେଉଥିଲେ ସେ ସବୁ ରେକଡିଂ କରାଯାଇପାରିବ। ଅଣ୍ଡର ୱାଟର ଲୋକେଟର। ଯାହା ଦ୍ବାରା ବିମାନଟି କ୍ରାସ ପରେ ସମୁଦ୍ରରେ ପଡିଲେ ମଧ୍ୟ ବ୍ଲାକ ବକ୍ସକୁ ଲୋକେଟ କରାଯାଇ ପାରିବ।  ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଟାଇଟାନିୟମରେ ନିର୍ମିତ କୋର୍ ହାଉସିଂ। ଯାହା ଦ୍ବାରା କ୍ରାସ୍ ହେଲେ ଏହାର ମେମୋରୀ ୟୁନିଟ୍ ଖରାପ ହୋଇନଥାଏ। ବ୍ଲାକ୍ ବକ୍ସର ଦୁଇଟି ରେକର୍ଡର୍ ଅଛି। ଗୋଟିଏ ପାଇଲଟ୍ ଭଏସ୍ କିମ୍ବା କକ୍ପିଟ୍ ଧ୍ୱନି ପାଇଁ ଏକ କକ୍ପିଟ୍ ଭଏସ୍ ରେକର୍ଡର୍ (CVR) ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ (FDR) ।

ଫ୍ଲାଇଟ୍ ଡାଟା ରେକର୍ଡର୍

ବାସ୍ତବରେ ‘ବ୍ଲାକ ବକ୍ସ’ ବିମାନର ରେକର୍ଡର୍ ପରି କାମ କରେ।ବ୍ଲାକ୍ ବକ୍ସର ଓଜନ ପ୍ରାୟ ୧୦ ପାଉଣ୍ଡ (୪.୫ କିଲୋ)। ଏହା ବିମାନ ବିଷୟରେ ସମସ୍ତ ସୂଚନା ରଖେ । ଯେକୌଣସି ବିମାନରେ ଉଡ଼ାଣ ସମୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ଅତି ନିକଟରୁ ରେକର୍ଡ କରିବା ପାଇଁ ଏହା ଏକ ଉପକରଣ । ବିମାନଟି କେଉଁ ଦିଗରେ ଉଡୁଛି ,କେତେ ଉଚ୍ଚତାରେ ଉଡୁଛି , ଇନ୍ଧନ କେତେ ଅଛି, ବିମାନଟି କେତେ ସ୍ପିଡ୍‌ରେ ଉଡୁଛି, କ୍ୟାବିନର ତାପମାତ୍ରା କଣ ରହିଛି।

ଏପରି ୮୮ ପ୍ରକାରର ତଥ୍ୟ ବ୍ଲାକ ବକ୍ସ ରେକର୍ଡ କରିଥାଏ। ବ୍ଲାକ ବକ୍ସରେ ବିମାନଟିର ୨୫ ଘଣ୍ଟାରୁ ଅଧିକ ରେକର୍ଡ ହୋଇଥିବା ତଥ୍ୟ ସଂଗ୍ରହ ହୋଇ ଥାଏ। ବ୍ଲାକ ବକ୍ସ 11000 ° C ର ତାପମାତ୍ରାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ସହ୍ୟ କରିପାରିବ ଏବଂ ଭିତରର ଉପକରଣ ୧୦ ଘଣ୍ଟା ପର୍ଯ୍ୟନ୍ତ 260 ° C ର ତାପମାତ୍ରାକୁ ସହ୍ୟ କରିପାରିବ ।  ଏହା ବିମାନର ପଛ ଭାଗରେ ଫିଟ୍ ହୋଇଥାଏ । ବିମାନ ଦୁର୍ଘଟଣା ହେଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ। କାରଣ ଏହା ଟାଇଟାନିୟମ୍ ରେ ତିଆରି ଯାହାକି ଏକ ଶକ୍ତିଶାଳୀ ଧାତୁ ଭାବରେ ପରିଗଣିତ । ବ୍ଲାକ ବକ୍ସକୁ ଟାଇଟାନିୟମ୍ ରେ ସିଲ୍ କରାଯାଏ । ଏହି କାରଣରୁ ଯେତେ ଉଚ୍ଚରୁ ଖସିଲେ କି ପାଣିରେ ପଡିଲେ ମଧ୍ୟ  ଏହା କ୍ଷତିଗ୍ରସ୍ତ ହୁଏ ନାହିଁ ।

କକ୍ପିଟ୍ ଭଏସ୍ ରେକର୍ଡର୍

ବ୍ଲାକ୍ ବକ୍ସରେ ଲାଗିଥିବା ଏହି ରେକର୍ଡର୍ ଉଡ଼ାଣର ୨ ଘଣ୍ଟା ପର୍ଯ୍ୟନ୍ତ ଶବ୍ଦକୁ ରେକର୍ଡ କରେ । ଏହା ଇଞ୍ଜିନର ଶବ୍ଦ, ଜରୁରୀକାଳୀନ ଆଲାର୍ମର ଶବ୍ଦ, କ୍ୟାବିନର ଶବ୍ଦ ଏବଂ କକ୍ପିଟ୍ ର ଶବ୍ଦ ଏବଂ ଫ୍ଲାଇଟ୍ କଣ୍ଟ୍ରୋଲ୍ ମଧ୍ୟରେ ବାର୍ତ୍ତାଳାପକୁ ରେକର୍ଡ କରିଥାଏ । ଯାହାଫଳରେ ଦୁର୍ଘଟଣା ପୂର୍ବରୁ ବିମାନର ପରିବେଶ କ’ଣ ତାହା ଜଣା ପଡିପାରେ।

ବ୍ଲାକ୍ ବକ୍ସ କିପରି ମିଳିବ

ବ୍ଲାକ୍ ବକ୍ସ ୩୦ ଦିନ ବିଦ୍ୟୁତ୍ ବିନା କାମ କରିପାରିବ । ଯେତେବେଳେ ଦୁର୍ଘଟଣା ପରେ ଏହା ବିମାନରୁ ବିଚ୍ଛିନ୍ନ ହୁଏ ଏହା ପ୍ରତି ସେକେଣ୍ଡରେ ଏକ ବିପ୍ ସାଉଣ୍ଡ / ତରଙ୍ଗ ନିର୍ଗତ କରେ । ଏହି ତରଙ୍ଗ ୩୦ ଦିନ ପର୍ଯ୍ୟନ୍ତ ରହିଥାଏ। ଯାହାକି ସର୍ଚ୍ଚ ଦଳଗୁଡିକ ୨ ରୁ ୩ କିଲୋମିଟର ବ୍ୟାସାର୍ଦ୍ଧରେ ସହଜରେ ପାଇପାରିବେ । ଏହା 15000 ଫୁଟ ଗଭୀର ସମୁଦ୍ରରୁ ମଧ୍ୟ ତରଙ୍ଗ ପଠାଇବାରେ ସମର୍ଥ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର